CATEGORIES
ସ୍ମୁତି
 23 September 2018  
Art

ସ୍ମୁତିଆସ ଫେରି ଯିବା ବନ୍ଧୁ ପିଲା ବେଳକୁ,ମେନେ ପକାଇବା ସାଙ୍ଗ ସାଥି ମେଳଙ୍କୁ ||୧ଖେଳିବା ଲୁଡୁ,କବାଡି, ଚୋର ପୁଲିସି,ଗଢିବା ବାଲି ଘର ଏକାଠି ମିଶି ||୨ଚଢିବା ନାନା ଜାତି ଫଳର ଗଛ,ତୋଳିବା କୋଳି,କେନ୍ଦୁ,ଆମ୍ବ,ପଣସ ||୩ପ୍ରଜାପତି ଧରିବା ଛପିଛପି କି,ଗୁଞୁର ଉଡାଇବା ସୂତାରେ ବାନ୍ଧି କି ||୪ଆମ୍ବତୋଟାକୁ ଯାଇ ଦୋଳି ବାନ୍ଧିବା,ରଜ ଗୀତ ବୋଲି ମଉଜ କରିବା ||୫ଆଗକୁ ଆସୁଛି ଦଶହରା ପରବ,ମିଶି କି ଶତ ଯୋଜନା କରିବା ସର୍ବ ||୬ମା' ଙ୍କ ଧରାବତରଣ କୁ ଆବାହନ କରିବା,କେତେ ଯାତି ଫୁଲ ତୋଳି ମାଳ ଗୁନ୍ଥିବା ||୭ଗାଁ ଦାଣ୍ଡ ମଝିରେ ଆମ ବଉଳ ଗଛ,ଧୂପ ଝୁଣା ଠୁ ନିଆରା ତାର ସୁବାସ ||୮ତା ମୂଳରେ ମା'ଙ୍କୁ ସ୍ଥାପିତ କରିବା,ଗ୍ରାମବାସୀ ସର୍ବେ ତାଙ୍କ ଆଶିଷ ନେବା ||୯|ସୁଶ୍ରୀ|ଶିଲଂଗ,ମେଘାଳୟ

ପଶ୍ଚିମ ଓଡିଶା ର ଲୋକକଳା ସଂଚାର
 25 August 2018  
Art

"ଲୋକକଳା ସଂଚାର"ଉପସ୍ଥାପନା :- ସରୋଜ କୁମାର ସାହୁଆମ ରାଜ୍ୟ ଓଡିଶା ର ପଶ୍ଚିମ ଭାଗ ରେ ଥିବା ସମ୍ବଲପୁର ଜିଲ୍ଲା ପ୍ରାଚୀନ ଲୋକ ସଂସ୍କୃତି ତଥା ଲୋକକଳା ରେ ପରିପୂର୍ଣ। ବିଜ୍ଞାନ ଯେତେ ଆଗକୁ ଅଗ୍ରଗତି କଲେ ବି, ନୂତନ ସଂସ୍କୃତି ଯେତେ ପଥ ପ୍ରଦର୍ଶକ ହେଲେ ବି ଲୋକ ସଂସ୍କୃତି ପରମ୍ପରା ତଥା ଲୋକକଳା କୁ ବଞ୍ଚାଇ ରଖିବାରେ ଅପୂର୍ବ ପରିଚୟ ପ୍ରଦାନ କରେ ସମ୍ବଲପୁର ସହରର ଝାଡୁଆ ପଡା । ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ସହାବସ୍ଥାନ ଏହି ପଡ଼ାରେ । କିନ୍ତୁ ତାଙ୍କର ଚିନ୍ତାଧାରା ସଦାସର୍ବଦା ସଂସ୍କୃତିକୁ ବଞ୍ଚାଇ ରଖିବାରେ ପ୍ରଯତ୍ନଶୀଳ । ବର୍ଷର ବିଭିନ୍ନ ସମୟରେ ଲୋକକଳା କୁ ସମ୍ମାନ ଦେଇ ଏଠାରେ ଅନୁଷ୍ଟିତ ହୁଏ ବିଭିନ୍ନ କାର୍ଯ୍ୟକ୍ରମ । ସେ ସମସ୍ତ ମଧ୍ୟରୁ ଶ୍ରାବଣ ମାସ ରେ ଏଠାରେ ଥିବା ଶ୍ରୀ ଶ୍ରୀ ବ୍ରହ୍ମପୁରା ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ ହୁଏ ଝୁଲଣ ଯାତ୍ରା । ରାଧାକୃଷ୍ଣଙ୍କ ଝୁଲଣ ସହିତ ଅନୁଷ୍ଠିତ ହୁଏ ଲୋକକଳା ର ପରିଚାୟକ "ସଂଚାର ସମାରୋହ" । ଏହି ସମାରୋହ ଶହ ଶହ ବର୍ଷ ହେବ ପ୍ରତ୍ୟେକ ବର୍ଷ ପଶ୍ଚିମ ଓଡିଶା ଓ ଛତିଶଗଡ଼ ର ବିଭିନ୍ନ ଗ୍ରାମ ରୁ ସଂଚାର ନୃତ୍ୟ ଦଳ ଆସି କଳା ପରିବେଷଣ କରିଥାନ୍ତି ।ସଂଚାର କଳା ହେଉଛି ଗୀତ, ବାଦ୍ୟ, ନୃତ୍ୟ ଓ ଅଭିନୟ ର ସମାହାରରେ ଅନୁଷ୍ଟିତ ହେଉଥିବା ପୁରାତନ ଲୋକକଳା । ଏହି କଳାରେ ଜଣେ ମୃଦଙ୍ଗ ବାଦକ ଓ ଦୁଇ ଜଣ ସହଯୋଗୀଙ୍କ ଦ୍ୱାରା ପରିବେଷଣ କରା ଯାଇଥାଏ । ମୃଦଙ୍ଗ ବାଦକ ଙ୍କୁ "ବାହାକ" ଓ ସହଯୋଗୀଙ୍କୁ "ପାଲିଆ" କୁହାଯାଏ । ଏହି କଳାରେ ଓଡ଼ିଆ, ସମ୍ବଲପୁରୀ ଓ ଲରିହା ଭାଷାରେ ଗୀତ ବୋଲି ପୁରାଣ ଶାସ୍ତ୍ର ରୁ ଭଗବାନଙ୍କ ସ୍ତୁତି ଚାରଣ କରାଯାଇଥାଏ । ଲୁପ୍ତପ୍ରାୟ ପୁରାତନ ଓଡ଼ିଆ ସାହିତ୍ୟ ର ଗୀତ, ଛନ୍ଦ, ଚମ୍ପୁ, ଭଜନ ଇତ୍ୟାଦି କୁ ସୁରଲୟ ସହ ବୋଲି ଶ୍ରୋତା ମାନଙ୍କୁ ଶୁଣାଯାଇଥାଏ । ପ୍ରାଚୀନ ରଚନା ଗୁଡିକୁ ଆଲୋଚନା ମାଧ୍ୟମରେ ସରଳ ଭାଷାରେ ବୁଝାଇ ଦିଅନ୍ତି ବାହାକ ଶିଳ୍ପୀ । ସ୍ଵଭାଵ କବି ଗଙ୍ଗାଧର, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପ୍ରଭୁତି ଙ୍କ ରଚନା ସହ ଆଞ୍ଚଳିକ ରଚୟିତା ଙ୍କ କୃତି ସବୁ ବିଷୟ ଏହି କଳା ପରିବେଶଣ ରେ ସ୍ଥାନ ପାଇଥାଏ ।ମୃଦଙ୍ଗ ରେ ଶବ୍ଦ ସଂଚାର ସହିତ ପାଦ ରେ ଗାହକ ତଥା ପାଲିଆ ଙ୍କ ଘୁଙ୍ଗୁରୁ ଶବ୍ଦ ତଥା ଝାଞ୍ଜ ଆଉ ମୃଦୁଙ୍ଗ ର ତାଳେ ତାଳେ ଝୁମି ଉଠେ ସମଗ୍ର ପରିବେଶ । ବେଶ ଆକର୍ଷଣୀୟ ଏହି ସଂଚାର କଳା । ଓଡ଼ିଆ ଭାଷା ତଥା ସଂସ୍କୃତି ର ଗବେଷକ ମାନଙ୍କ ପାଇଁ ବେଶ ଖୋରାକ ଯୋଗାଏ ଏହି ଲୋକକଳା ।

ଦାୟାଦ

ଉଷୁନା ହାଣ୍ଡିଟା ପରିମୁହଁ କରିବସିଛି ସେଅଶ୍ରଦ୍ଧା,ଅନାଗ୍ରହ୍ୟକୁହଜମ କରି ପାରୁନିକାଇଁ କାହାର ତ ତତ୍ପରତା ନାହିଁଗର୍ବ,ଗୌରବପରିଚୟ ଦେଇଥିବା ଦିନଟି ପାଇଁ??ଲାଜରେ ମୁହଁ ଟି ତ୍ରିରଙ୍ଗାର ରଙ୍ଗାସେ ନେଥେଇ ଫୁଲେଇ ପରି ଫରଫର ହେଉଛିକେଉଁ ଅନୁଷ୍ଠାନରେ ତକେଉଁ ଗାଡି ଆଗେକିଏ ବୁଝିଛି ତାକୁ ତା ତିନି ରଙ୍ଗକୁମଝି ଅଶୋକ ଚକ୍ରର ବାର୍ତ୍ତାକୁ!!!ମନରେ ନାହିଁ କି ମାଳାରେ ନାହିଁତୁଛାଟାରେ ଦେଖାଣିଆ ଢଙ୍ଗସକାଳୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଉଡିବ।।ତାରିଖ ମାନେ ଭାରି ଇର୍ଷା କରୁଥିଲେଅଗଷ୍ଟ ପନ୍ଦରକୁତାକୁ ସମସ୍ତେ ଆଦର କରନ୍ତି ବୋଲିଏବେ ସେ ନେହୁରା ହେଉଛିମୋତେ ମନେ ପକାଅମୁଁ ଯାଉଛି ବାତିନି ପଠାଉଛିଅଲିହା ଭାବେ କହୁଛିମଞ୍ଚ କର,ସଭା କରମୋତେ ପାଳନ କରମନେ ପକାଅ ମୁଁ ଅଗଷ୍ଟ ପନ୍ଦର।।ଆଉ ସେମାନେ...ମହାପୁରୁଷ ଗଣକ୍ଷୋଭରେ କାନ୍ଦୁଛନ୍ତି ପରା!!ଦୁଃଖରେ ମୂହ୍ୟମାନ ବାପୁଖୋଜୁଛନ୍ତି ଶାନ୍ତି,ଅହିଂସା କୁସହିଦ ଭଗତ ସିଂ...ଏବେବି ବୁଲୁଛି ଜାନିଉଆଲାବାଗମାଟି ମଟାଳରେନିନ୍ଦୁଛି କପାଳସେମାନେ ଏବେ ସୀମିତକିଛି ଟାସ୍ଲୋଗାନ,ଜୟ ଧ୍ୱନି ଲମ୍ବା ଚଉଡା ଭାଷଣ ବାଜିରେ।।ସତରେ ତ!!ମନକୁ ଛୁଇଁଲାଯେଉଁ ମାନଙ୍କ ଜୀବନ ଦାନରେଆମକୁ ମିଳିଛିସ୍ୱାଧୀନତାର ଅପୂର୍ବ ସ୍ୱାଦଯିଏ ଓ ଯେଉଁ ଦିନ ଆମକୁ ବିଶ୍ୱ ଦରବାରରେସ୍ବାଧୀନତାର ମହୁ ଚଖାଇଲେମୁଣ୍ଡଟେକି ଚାଲିବାର ସୁଯୋଗ ଟିଏ ସୃଷ୍ଟି କଲେମୁକ୍ତିର ଆନନ୍ଦରେ ଭିଜାଇଲେତାଙ୍କ ପ୍ରତି ଆମର ଶ୍ରଦ୍ଧା, ସନମ୍ମାନଆତ୍ମୀୟତା,ଆଦର କେତେ??କେତେ ବୁଝିଛୁ ଏହାର ମାହାତ୍ମ୍ୟ!!କେମିତି ପାଳୁଛୁ ଏଇ ଐତିହାସିକ ଦିନ!!ସତେ କଣ ଆମେ ପ୍ରକୃତ ଦାୟାଦଉତ୍ତରଶ୍ୱରୀ!!କଣ ହେଇଛୁ ଆମେ?କଣ କରୁଛୁ ଆମେ?ଏ ଦିନଟି ଆସୁଛି ଆମପାଇଁକେବଳ ଭାଷଣ ବାଜିରେମଞ୍ଚ ସଜ୍ଜାରେସ୍ଲୋଗାନରେପତାକା ଉଡାରେମାର୍ଚ୍ଚ ଫାଷ୍ଟରେବାଧ୍ୟ ବାଧକତାରେକାରଣ ଆମେ ପା ସ୍ୱାଧୀନ ଭାରତରଉତ୍ତର ଦାୟାଦ !!!*ସତ୍ୟବତୀ ସ୍ୱାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର*

ଅପରେସନ କାକଟସ
 9 August 2018  
Art

ଅପରେସନକାକଟସ                    ୧୯୮୮ ମସିହା ର କଥା ସେତେବେଳ ସମଗ୍ର ମାଳଦ୍ଵୀପ ମିଲିଟାଣ୍ଟ ମାନଙ୍କ ଅକ୍ତିଆର ରେ ଥାଏ | ଭାରତ ନିଜର ସାହସିକ ଓ ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି ସମଗ୍ର ମାଳଦ୍ଵୀପ କୁ ମିଲିଟାଣ୍ଟ ମାନଙ୍କ କବଳରୁ ମୁକ୍ତ କରିବାରେ ସଫଳ ହୋଇଥିଲା | ସେ ଅପରେସନ ନାଁ ଥିଲା ଅପରେସନ କାକଟସ | ନିଜର ବୀରତ୍ୱ ଓ ଦୁଃସାହସିକ ପଦକ୍ଷେପ ସମଗ୍ର  ବିଶ୍ୱକୁ  ଚକିତ କରାଇ ପାରିଥିଲା | ସମଗ୍ର ରାଷ୍ଟ୍ର ସମୁଦାୟକୁ ଜଣେଇଦେଲା ଯେ ବନ୍ଧୁତ୍ୱ ର ପରିଭାଷା କଣ ?  କେମିତି ଥିଲା ସେ ଅପରେସନ ଚାଲନ୍ତୁ ଟିକେ ନଜର ପକେଇବା |           ମାଳଦ୍ଵୀପଆମର ଏକ ପଡୋଶୀ ରାଷ୍ଟ୍ର | ଭାରତ ର ଦକ୍ଷିଣ ପଶ୍ଚିମଦିଗରେ ଏହାର  ଅବସ୍ତିତ | ଭାରତ ମହାସାଗର କିଛି ଦ୍ଵୀପପୁଞ୍ଜ ସମୂହ ହେଉଛି ମାଳଦ୍ଵୀପ | ମାଲେ, ଏହାର ରାଜଧାନୀ | ୬୦୦ ବର୍ଗ ଫୁଟ ରୁ କମ ହେବ ଏ ମାଲେ ସହର | ସବୁଠାରୁ ଛୋଟ ଏବଂ ଖୁବ ସାନ୍ଧ୍ରତାରେ ବସଵାସ କରୁଥିବା ସହର ମାନଙ୍କୁ ମଧ୍ୟରୁ ମାଲେ ସହର ଅନ୍ୟତମ |  ଯେଉଁ ଦିପପୁଞ୍ଜରେ ପ୍ରବଳ ମାତ୍ରାରେ ପ୍ରବାଳ ଦେଖିବାକୁ ମିଳେ | ଛୋଟ ମୋଟ ହୋଇ ୨୦୦ ରୁ ଅଧିକ ଦ୍ବୀପ ହେବ | ଏମିତ ଦେଖିବାକୁ ଗଲେ ସେଠାରେ ୧୦୦୦ ରୁ ଅଧିକ ଦୀପ ଅଛି କିନ୍ତୁ ସବୁ ଦୀପରେ ମନୁଷ୍ୟ ବସଵାସ କରିନଥାନ୍ତି | ମାଳଦ୍ଵୀପ ସମୁଦ୍ର ପତନ ଠାରୁ ଖୁବ କମ, କେବଳ ଦେଢ଼ (୧.୫) ମିଟର ଉଚ୍ଚତାରେ ଅବସ୍ଥିତ | ଯଦି କେବେ ବିଶ୍ୱତାପନ (ଗ୍ଲୋବାଲ ୱାର୍ମିଙ୍ଗ) ଯୋଗୁଁ ସମୁଦ୍ର ର ଜଳପତନ ବଢେ, ପ୍ରଥମ ଦେଶ ଭାବେ ମାଳଦ୍ଵୀପ ମହାସାଗରରେ  ଲୀନ ହୋଇ ଯିବାର ଢେର ଆଶଙ୍କା | ଏହା ହିଁ ମାଳଦ୍ଵୀପ ମୁଖ୍ୟ ସମସ୍ୟା | ମାଳଦ୍ଵୀପ ଏସିଆ ମହାଦେଶର ସବୁଠାରୁ କ୍ଷୁଦ୍ରତମ ଦେଶ ଅଟେ | ଏହା ଏକ ଲମ୍ବାଳିଆ ଦ୍ଵୀପପୁଞ୍ଜ | ଏହାର ସମୁଦାୟ ଟେରିଟୋରିଅଲ  ଅଞ୍ଚଳ ୯୦,୦୦୦ ବର୍ଗଫୁଟ ହେବ |            ୧୯୬୫ ମସିହା ପର୍ଯ୍ୟନ୍ତ ମାଳଦ୍ଵୀପ ଇଂରେଜ ମାନଙ୍କ ଅଧୀନରେ ଥିଲା | ୧୯୬୫ ମସିହା ରେ ଦେଶ ସ୍ୱାଧୀନ ହେଲା ପରେ ୧୯୬୮ ରେ ପ୍ରଥମ ନିର୍ବାଚନ ହୋଇଥିଲା | ୧୯୭୮ ରେ ଅବଦୁଲ ଗାୟୁମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଏବଂ ୧୯୭୮ ରୁ ୨୦୦୮ ପର୍ଯ୍ୟନ୍ତ ଲଗାତାର ୩୦ ବର୍ଷ କାଳ ଅବଦୁଲ ଗାୟୁମ ରାଷ୍ଟ୍ରପତି ହୋଇ ପାରିଥିଲେ | ଏମିତ ନୁହେଁ କି  ଗାୟୁମଙ୍କୁ ଗାଦିଚ୍ୟୁତ କରିବା ପାଇଁ ପ୍ରୟାସ ହୋଇ ନଥିଲା | ବିନା ବାଧା ବିଘ୍ନରେ ତିନି ଦଶନ୍ଧି ଧରି ରାଷ୍ଟ୍ରପତି ରହି ପାରିଥିଲେ | ୧୯୮୦, ୧୯୮୩ ଓ ୧୯୮୮ ରେ ବହୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ପ୍ରଥମ ଦୁଇ ଥର ସମ୍ପୂର୍ଣ୍ଣ ବିଫଳ ହୋଇ ଥିଲେ | କିନ୍ତୁ ତୃତୀୟ ଥର ଯାହାକି  ୧୯୮୮ ରେ ହୋଇଥିଲା | ଏଥିରେ ସେ ଘୋର ଷଡ଼ଯନ୍ତ୍ରର ସମ୍ମୁଖୀନ ହୋଇଥିଲେ | ଏହି ଷଡଯନ୍ତ୍ର ରୁ ଭାରତ ଗାୟୁମକୁ ମୁକ୍ତ କରିଥିଲା | ଏହା  ଅପରେସନ କାକଟସ  ର ବିଷୟ ବସ୍ତୁ |       ଏହା ପୂର୍ବରୁ ଟିକେ ନଜର ପକାଇବା ମାଳଦ୍ଵୀପ ସହ ଅନ୍ୟ ଦେଶ ମାନଙ୍କ ସହ କିପରି ସମ୍ପର୍କ ଥିଲା ଓ ଭାରତ ସହ କି ଭଳି ସମ୍ପର୍କ ଥିଲା | ମାଳଦ୍ଵୀପ ଭାରତ ମହାସାଗର ର ଏକ ଦ୍ବୀପପୁଞ୍ଜ | ମାଳଦ୍ଵୀପ ର ଅବସ୍ଥିତି ଭାରତ ପାଇଁ ବହୁତ ଗୁରତ୍ବପୁର୍ଣ୍ଣ ବହନ କରିଥାଏ | ଭାରତର ଯେତେ ସବୁ ବେପାର ବାଣିଜ୍ୟ ମୁଖ୍ୟତଃ ପୂର୍ବ ଏସିଆ ରାଷ୍ଟ୍ର ମାନଙ୍କ ସହ ହୋଇଥାଏ | ତେଣୁ ଜଳପଥ ଦେଇ ଯିବା ଆସିବା ମୁଖ୍ୟପଥ ହୋଇଥାଏ | ସବୁ ଜାହାଜ ମାଳଦ୍ଵୀପ ପାର୍ଶ୍ୱ ଦେଇ ଯାତାୟତ କରିଥାଏ | ଭାରତ ମାନଚିତ୍ରକୁ ଅନୁଧ୍ୟାନ କଲେ ସହଜେ ବୁଝିହେବ | ଗୁଜରାଟ , ମୁମ୍ବାଇ ବନ୍ଦରରୁ ସବୁ ଜାହାଜ   ଭାରତ ,ମାଳଦ୍ଵୀପ ଓ ଶ୍ରୀଲଙ୍କା  ଦେଇ ଯାତାୟାତ କରିଥାଏ | ତେଣୁ ଭାରତ ଏ ଦେଶ ମାନଙ୍କ ସହ ସବୁବେଳେ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥାଏ | ଭାରତ ର ସୁରକ୍ଷା ଓ ବାଣିଜ୍ୟ ଦୃଷ୍ଟିରୁ ମଧ୍ୟ ଏ ସବୁ ଦେଶ ସହ ସୁସମ୍ପର୍କ ନିହାତି ଆବଶ୍ୟକ |                      ଇତିହାସ କୁ ଲକ୍ଷକଲେ  ଜଣାଯାଏ ଯେ ମାଳଦ୍ଵୀପ ସହ ଭାରତର ସେତେଟା ଭଲ ସମ୍ପର୍କ ନଥିଲା | ମାଳଦ୍ଵୀପ ମୁଖ୍ୟତଃ ପାକିସ୍ତାନ ଆଡକୁ ଢଳି ରହୁଥାଏ | ହୁଏତ ମାଳଦ୍ଵୀପ ରେ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟ ବହୁଳ ଭାବରେ ବସବାସ କରୁଥିବାରୁ ପାକିସ୍ତାନ ସହ ଭଲ ସମ୍ପର୍କ ଥିଲା | କିନ୍ତୁ ଭାରତ ତା ଚେଷ୍ଟା ଜାରି ରଖିଥାଏ ମାଳଦ୍ଵୀପ ସହ ବନ୍ଧୁତ୍ୱକୁ ଦୃଢ କରିବା ପାଇଁ | ଏମିତ ଏକ ସୁଯୋଗ ଆସିଲା ଭାରତ ତାର ବନ୍ଧୁତ୍ୱ ର ପରିଚୟ ଦେଇ ପାରିଲା |                        ହଁ, ୧୯୮୦ ଓ ୧୯୮୩ ରେ ରାଷ୍ଟ୍ରପତି ଗାଦିଚ୍ୟୁତ କରିବାରେ ବିଫଳ ହେବାପରେ ୧୯୮୮ ବେଳକୁ ସେ ଯୋଜନାବଦ୍ଧ ଭାବେ  ଗାୟୁମ ଏକ ଷଡଯନ୍ତ୍ର ର ସମ୍ମୁଖୀନ ହେଲେ |  ଏ ଷଡଯନ୍ତ୍ର ରେ ଦୁଇଟି ସଂଗଠନ  ସାମିଲ ଥିଲେ | ଏ ଷଡଯନ୍ତ୍ର ପଛରେ ଯାହାର   ପ୍ରଚ୍ଛନ୍ନ ହାତ ଥିଲା ସେ  ହେଉଛି , ମାଳଦ୍ଵୀପର ସବୁଠାରୁ ଜଣେ ଧନୀ ବ୍ୟବସାୟୀ ସେ ହେଉଛନ୍ତି ଅବଦୁଲ୍ଲା ଲୁତୁଫି | ସେତେବେଳକୁ ଶ୍ରୀଲଙ୍କାରେ ତାର ବହୁଳ  ବାଣିଜ୍ୟ କାରୋବାର ଯୋଗୁଁ ଶ୍ରୀଲଙ୍କା ରେ ରହୁଥାଏ | ଲୁତୁଫି ଶ୍ରୀଲଙ୍କାରେ ସକ୍ରିୟ ଥିବା PLOTE (The People's Liberation Organisation of Tamil Eelam ) ଓ LTTE(The Liberation Tigers of Tamil Eelam ) ସହ ମିଶି ଏହି ଷଡଯନ୍ତ୍ର ରଚିଥିଲା | ଯଦିଓ PLOTEସେତେବେଳକୁ LTTE  ର ପ୍ରବଳ ପ୍ରତିଦ୍ବନ୍ଦୀ |        PLOTE ମନେ ମନେ ଏହି ବିଚାର କଲା କି ଯଦି ଲୁତୁଫି ରାଷ୍ଟ୍ରପତି ହୁଏ ତେବେ ଆମେ ସହଜରେ ଚୋରା କାରୋବାର କରିପାରିବା | ଏବଂ ସେଠାରେ ଏକ ପ୍ରକାର ଆମର ଆଧିପତ୍ୟ ଆସିଯାଇଥିବ ଯାହା ଫଳରେ ଆମେ ଶ୍ରୀଲଙ୍କା , ଭାରତ ଯାହାକୁ ଚାହିଁବୁ ଆକ୍ରମଣ କରିପାରିବୁ | ତାଙ୍କର ଗୋଟେ ଦ୍ବୀପ ଉପରେ ଅଖଣ୍ଡ ଆଧିପତ୍ୟ ଜାହିର କରି ପାରିବେ  | ଲୁତୁଫି ଏମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନ ଦେବ , ଯାହା ଚାହିଁବେ ତାହା ଅନାୟାସେ କରିପାରିବେ |                  ସେଦିନ ଥାଏ ୦୩/ନଭେମ୍ବର/୧୯୮୮ ଭୋର ସମୟ ଅନ୍ଧାର ହଟି ନଥାଏ | ଶ୍ରୀଲଙ୍କା ପଟୁ ପାଖା ପାଖି ୮୦ ଜଣ PLOTEସଶସ୍ତ୍ର ମିଲିଟାଣ୍ଟ  ମାଲେ ସହରରେ ପହଞ୍ଚିଲେ | ମାଲେ ସହର ର ସବୁ ସରକାରୀ ମୁଖ୍ୟ କାର୍ଯ୍ୟାଳୟ କୁ ଅକ୍ତିଆର କରିନେଲେ | ରାଷ୍ଟ୍ରପତିଙ୍କ ବାସଗୃହ କୁ ବି କବଜା କରିନେଇଥିଲେ ସୌଭାଗ୍ୟ ବଶତଃ ରାଷ୍ଟ୍ରପତି ଗାୟୁମ ଗୁଳି ବନ୍ଧୁକ ଶବ୍ଦ ଶୁଣି ପଛ ଦୁଆର ଦେଇ ଆଉ ଏକ ଅଟ୍ଟାଳିକା ରେ ସୁରକ୍ଷିତ ଭାବେ ଲୁଚିଗଲେ | କିନ୍ତୁ ତାଙ୍କର ପରିବାର ଲୋକଙ୍କୁ ଏବଂ ଅନ୍ୟ ମନ୍ତ୍ରୀ ମାନେ ପଣବନ୍ଦୀ ହୋଇ ରହିଲେ | ଧୀରେ ଧୀରେ ଏୟାରପୋର୍ଟ ,ପୋର୍ଟ ଅଫ ଅଥୋରିଟି ,ଟିଭି, ରେଡ଼ିଓ ଷ୍ଟେସନ ଏମିତି କି ସମ୍ପୂର୍ଣ୍ଣ ମାଲେ ସହରକୁ PLOTEମାନେ କବଜା କରିନେଇଥିଲେ |                   ରାଷ୍ଟ୍ରପତିଗାୟୁମଙ୍କ ବୈଦେଶିକ ସଚିବ ଫୋନ କରି  ସବୁ ଦେଶକୁ ସାହାଯ୍ୟ ମାଗିଲେ | ପାକିସ୍ତାନ , ଶ୍ରୀଲଙ୍କା, ସିଙ୍ଗାପୁର, UK , USA , ସଭିଙ୍କୁ ସାହାଯ୍ୟ ମଗାଗଲା ମିଲିଟାଣ୍ଟ ମାନଙ୍କ କବଳରୁ ଆମକୁ ରକ୍ଷା କରାଯାଉ | ସରକାରଙ୍କ ଗାଦିଚ୍ୟୁତ କରିବାର ଷଡଯନ୍ତ୍ର ରେ ଆମେ ଫସି ଯାଇଛୁ | ସବୁ ପଡୋଶୀ ରାଷ୍ଟ୍ର ମାନଙ୍କୁ ସାର୍ବଜନୀନ ସାହାଯ୍ୟ (SOS) ପଠା ଗଲା | sosହେଉଛି universalhelp (Save our Souls) ବୋଲି କୁହାଯାଏ |                       ପାକିସ୍ତାନ ବହୁତ ଦୂର କହି ମୁହଁ ଫେରାଇ ନେଲା | ଶ୍ରୀଲଙ୍କା ସାହାଯ୍ୟ କରିପାରିବନି ବୋଲି ହାତ ଟେକିଦେଲା | ଯଦିଓ ସେମାନଙ୍କର ଡର ଥିଲା LTTE ମାନଙ୍କର ଆଉଗୋଟିଏ ବେସ ସେଠି ଗଢି ନ ଉଠୁ | USAକହିଲା ଆମେ ତ ବହୁତ ଦୂରରେ ଅଛୁ ଆମେ ପହଁଚିଲା ବେଳକୁ ବହୁତ କିଛି ଘଟି ସାରିଥିବ | USA , UKମତ ଦେଲେ ତମେ ଭାରତ ଉପରେ ଚାପ ପକାଉନ କାହିଁକି ? ସେ ତ ତୁମର ପଡୋଶୀ ଦେଶ |                                             ଭାରତ ର ସାହାଯ୍ୟ ଲୋଡ଼ିବା କ୍ଷଣି ଭାରତ କଥା ରଖିଲା | ଏବଂ ଅବିଳମ୍ବେ କିଛି ସୈନ୍ୟ ସେ ଦିଗକୁ ପ୍ରେରିତ କଲା | ସେତେବେଳକୁ ରାଜୀବ ଗାନ୍ଧୀ ଥାନ୍ତି ଭାରତର ପ୍ରଧାନ ମନ୍ତ୍ରୀ | ତୁରନ୍ତ କ୍ୟାବିନେଟ ମିଟିଙ୍ଗ ଡକାଗଲା ଏବଂ ଏହା ନିଷ୍ପତି ନିଆଗଲା ଯେ ସେମାନଙ୍କୁ ସାହାଯ୍ୟ କରାଯାଉ |  ତେଣୁ ଭାରତ ଅବିଳମ୍ବେ 1600 ସୈନ ମାଳଦ୍ଵୀପ ଅଭିମୁଖେ ପ୍ରେରଣ କଲା | ଆକାଶ ବାହିନୀ ଓ ଜଳବାହିନୀ ମିଶି ୧୬୦୦ ସୈନ ସେଥିରେ ସାମିଲ ହୋଇଥିଲେ | ମୁଖ୍ୟତଃ ୩୦୦ ରୁ ୪୦୦  ପରାଟ୍ରୁପ ଆଗ୍ରାବେସ ରୁ ଦିନ ଗୋଟାଏ ରୁ ଉଡ଼ାଣ ଭରିଲା | ବିମାନ  ସେଠି ପହଞ୍ଚିଲା ବେଳକୁ ସନ୍ଧ୍ୟା ୬  | କହିବାକୁ ଗଲେ ସନ୍ଧ୍ୟା ସୁଦ୍ଧା ଭାରତୀୟ ସୈନ୍ୟ ସେଠି ପହଞ୍ଚି ସାରିଥିଲେ | ବିମାନ ଯାଇ କେବଳ ହୁଲ ହୁଲ ବିମାନ ବନ୍ଦରରେ ଅବତରଣ କରିବାର ସୁବିଧା ଥାଏ | ଭାରତୀୟ ସୈନ୍ୟ ମାନଙ୍କ ପାଇଁ ଗୋଟେ ବଡ ଚାଲେଞ୍ଜ କହିଲେ ଚଳେ | ଆଗ୍ରା ଠାରୁ ହୁଲ ହୁଲ ୨୭୦୦ କି.ମି ଦୂରତା | ଏତେ କମ ସମୟ ମଧ୍ୟରେ ନିଜ ସାଜ ସରଞ୍ଜାମ ପ୍ରସ୍ତୁତ କରିବା ଗୁଳି ବନ୍ଧୁକ ଯୋଗାଡ଼ କରିବା ସହଜ କଥା ନଥିଲା | ବର୍ତମାନ ବିମାନ ମାଳଦ୍ଵୀପ ରେ ପହଞ୍ଚି ସାରିଥାଏ | ମାଲେ ର ଭୌଗଳିକ ଅବସ୍ଥିତି ଓ ବାୟୁ ର  ଗତି ବିପଦ ସଂକୁଳ ଘେରା |  ପବନ ଜୋ ବେଗରେ ବହୁଥାଏ ପାରାଚୁଟ ରେ ଅବତରଣ କଲେ, ପବନ ନେଇ ସେମାନଙ୍କୁ ସମୁଦ୍ର ରେ ପକେଇବ | ଯେଉଁମାନେ ପାରାଚୁଟ ଓଲ୍ହାଇଥାନ୍ତି ସେମାନଙ୍କୁ ପାରାକମାଣ୍ଡୋ କୁହାଯାଏ | ସେମାନେ ମେରୁନ ରଙ୍ଗର କ୍ୟାପ(ବେରେ ) ପିନ୍ଧିଥାନ୍ତି | ହଁ, ସେମାନେ ଯଦି ପାରାଚୁଟ ରେ ଓଲ୍ହେଇବେ ସିଧା ଯାଇ ସମୁଦ୍ର ରେ ପଡିବେ ମିଶନ ବିଫଳ ହୋଇଯିବ | ତେଣୁ ବିମାନ କୁ ଯେମିତ ହେଲେ ହୁଲହୁଲ ବିମାନ ବନ୍ଦର ରେ ଅବତରଣ କରିବାକୁ ପଡିବ | ବିମାନ ବନ୍ଦର ଯେ ବିପଦ ସଂକୁଳ ନଥିବା ଏହା ଭାବିବା ବି ଭୁଲ | ଯଦି ମିଲିଟାଣ୍ଟ ମାନେ ସାମ୍ନା ପଟୁ ଗୁଳି ବର୍ଷଣ କରିବେ ସେଠି ଅପରେସନ ଶେଷ | ଭାଗ୍ୟ ବଶତଃ ମିଲିଟାଣ୍ଟ ମାନେ ବିମାନ ବନ୍ଦର କବଜା କରିନଥିଲେ | ସେମାଙ୍କ ଧାରଣା ଯେ ବିମାନ ବନ୍ଦରକୁ କିଏ କାହିଁକି ଆସିବ ଏତେ ଦୂରରୁ ? ସେମାନେ କେବେ ବି କଳ୍ପନା କରିନଥିଲେ କିଏ ବିମାନ ନେଇ ଆସିବ ବୋଲି | ସେମାନେ ସବୁ ଘାଟ, ବନ୍ଦର କୁ କବଜା କରି ରଖିଥିଲେ କିନ୍ତୁ ବିମାନ ବନ୍ଦରକୁ ଛାଡିଦେଇଥିଲେ |ତଥାପି ବିପଦ ଶଙ୍କୁଳ ଓ ପ୍ରତିକୂଳ ପରିସ୍ଥିତି ସହ ଗତି କରିବାକୁ ପଡିଥିଲା | ହୁଲହୁଲ ବିମାନ ବନ୍ଦରରେ ଅବତରଣ କରିବା ବି ଏକ ପ୍ରକାରର ବିପଦ ଶଙ୍କୁଳ ଥିଲା ଲ୍ୟଣ୍ଡିଙ୍ଗ ଲେନ ପୁରା ଅନ୍ଧକାର ଦେଖା ଯାଉଥିବା ସତ୍ୱେ ଖୁବ ସତର୍କତାର ସହ ପାଇଲଟଙ୍କୁ ଅବତରଣ କରେଇବାକୁ ପଡିଲା | ଯେଉଁ ବିମାନ ରେ ପାରାଟ୍ରୁପ ଆସିଥିଲେ ସେ ବିମାନ ନାଁ ଥିଲାIlyushin Il-76 | ତା ପରେ ପାରାଟ୍ରୁପ ଡଙ୍ଗା ସାହାଯ୍ୟରେ ମାଲେ ସହରରେ ପହଞ୍ଚି ଅପରେସନ ଆରମ୍ଭ କଲେ |ଘରକୁ ଘର ବୁଲି ତନ ତନ କରି ତନଖି କରାଗଲା | ଖୋଜି ଖୋଜି ମାଲେ ସହରରୁ ସବୁ ମିଲିଟାଣ୍ଟ କୁ ସଫା କରାଗଲା | ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲା |   ଯଦିଓ କିଛି ସମୟ ଗୁଳି ଗୋଳା କିଛି ସମୟ ଚାଲିଥିଲା କିନ୍ତୁ ଭାରତୀୟ ସୈନ୍ୟ କିଏ ସହିଦ ହୋଇ ନଥିଲେ | କିନ୍ତୁ ରାଷ୍ଟ୍ରପତି ଗାୟୁମଙ୍କର କିଛି ସୁରକ୍ଷା କର୍ମୀ ସହିଦ ହୋଇଥିଲେ | କିଛି ମିଲିଟାଣ୍ଟ ପାଖା ପାଖି ୨୭ କି ୨୮ ଜଣ ହେବେ ବୋଟ ଦ୍ୱାରା ଖସି ପଳେଇବାକୁ ଚେଷ୍ଟା କରୁଥିଲା ବେଳେ କିଛି ଗୁଳି ବୋଟ ରେ ବାଜି ଭାଙ୍ଗି ରୁଜି ଯାଇଥାଏ | ତଥାପି ସେମାନେ ଖୋଲା ସମୁଦ୍ର ମଧ୍ୟକୁ ପଳେଇ ଯିବାରେ ସକ୍ଷମ ହୋଇଥିଲେ | ସେମାନଙ୍କ ସହିତ ତାଙ୍କ ଲିଡର ଲୁତୁଫି ମଧ୍ୟ ସେ ବୋଟ ରେ ଥିଲା | ଭାରତୀୟ ସୈନ୍ୟଙ୍କୁ ଗୁରୁ ଦାଇତ୍ୱ ଦିଆଗଲା ଯେ ସେ ବୋଟ କୁ ଯେମିତ ହେଲେ ଧରିବା ପାଇଁ | ସେମାନଙ୍କୁ ସମୁଦ୍ର ମଝିରେ ଖୋଜିବାରେ INS GODABARIଓ INS BETWA ନିୟୋଜିତ କରାଗଲା | ସେ ବୋଟ କୁ ଧରାଗଲା ଓ ଲୁତୁଫି ସହ ଅନ୍ୟ ୨୭ ମରସିନାରୀ ଙ୍କୁ ମଧ୍ୟ ଧରାପଡ଼ିଲେ | ପ୍ରାୟ  ମିଲିଟାଣ୍ଟ କୁ ଜୀବିତ ଧାରାହୋଇଥିଲା |   ଏହି କାକଟସ ଅପେରସନ ର ନେତୃତ୍ୱ ନେଇଥିଲେ ବ୍ରିଗଡିଆର F C BULUSARA | ଦୁନିଆ ସାରା ଏ ସଫଳତା ପାଇଁ ଭାରତକୁ ବାଃ ବାଃ କରିଥିଲେ | ଏମିତି କି ସେତେବେଳେ ଆମେରିକା ସହ ଭାରତ ର ଭଲ ସମ୍ପର୍କ ନଥାଏ , ଆମେରିକା ମଧ୍ୟ ଖୁବ ପ୍ରଂଶସା କରିଥିଲା |   ଏହି ଅପେରସନ ର ନାମ  କାକଟସ ଦେବାର କାରଣ ଟା ହେଲା | ମାଳଦ୍ଵୀପ ରେ ବହୁଳ ମାତ୍ରାରେ ପ୍ରବାଳ ଦେଖିବାକୁ ମିଳେ | ଯାହାକି ନାଗଫେଣୀ ଭଳି ଦେଖିବାକୁ ଓ ସେଥିରେ ବି ସେମିତି କଣ୍ଟା ଥାଏ | ସେ ପ୍ରବାଳ ସବୁ ନାଗଫେଣୀ ପରି ଦେଖା ଯାଉଥିବାରୁ ନାଗଫେଣୀ ଗଛକୁ ଇଂରାଜୀ ରେ କାକଟସ କହନ୍ତି ସେଥି ପାଇଁ ସେ ଅପରେସନ ନାମ ଦିଆଯାଇଥିଲ| କାକଟସ |                 ଅଶୋକ କୁମାର ସେଠୀ               କଲ୍ୟାଣପୁର, ନୟାଗଡ                

ପବି ର ପରିଭାଷା
 20 July 2018  
Art

ଜୀବନତ ଏମିତି ବାଟଟିଏଚାଲିବାକୁ ହୁଏ କେତେ ଖାଲଖମାଅତିକ୍ରମ କରି,ଝୁଣ୍ଟିପଡି,ଉଠି ପୁଣି ଚାଲିବାକୁ ହୁଏକ୍ଷତ ସବୁକୁ ବେଖାତିରି କରି...କେତେ ଚିହ୍ନା ଅଚିହ୍ନା ମୁହଁ ସବୁଏଇ ବାଟେ ଭେଟ ହୁଅନ୍ତି,କିଛି ଭୁଲିଯାଆନ୍ତି ତକିଛି ଭୁଲି ହୋଇଯାଆନ୍ତି ।କେବେ ସଳଖି ତ କେବେ ଅଣ୍ଟାଭାଙ୍ଗିମୁହଁମାଡ଼ି ପଡିଥାଏ ବାଟ ।ଏ ବାଟରେ ଯିବା ଆସିବା ନିତି ଲାଗିଥିବ,ଦିନେ କେବେ ଏଇ ବାଟଦେଇ ବାହାରିଯିବିଯେଆଉ ଫେରିବିନି ;ତଥାପି ଅସରନ୍ତି ପଡ଼ିଥିବବାଟ...ତମ ସହ ବୋଧେ ଏ ଯାଏଁଚାଲିବାର ଥିଲା ବାଟ..ଅଶୋକ କୁମାର ସେଠୀ କଲ୍ୟାଣପୁର, ନୟାଗଡ ମୋ 9861060152      

ରଜ... କଥାଟିଏ

ଗହ୍ମା ପୁନେଇଁରେ ସାନ ଭଉଣୀ ମୋ ହାତରେ ଅତି ଆଦରରେ ରାକ୍ଷୀଟେ ଛନ୍ଦି ଦେଲା। ମୁଁ ସେତେବେଳେ ପଢୁଥାଏ, ଉପହାରରେ ଭଉଣୀକୁ ଅଜସ୍ର ସ୍ନେହ ବ୍ଯତୀତ ଦେବାକୁ ପାଖରେ କିଛି ନ ଥିଲା। ବୟସ କମ୍ ହେଲେ ଏ କଥା ସେ ଜାଣେ। ତଥାପି ସେ ମାଗିଲା , ସେ କହିଲା , " ଭାଇ, ତୁ ସବୁଠୁ ଡେଙ୍ଗା ଅଛୁ। ଆସନ୍ତା ରଜରେ ମୋ ପାଇଁ ବାରି କରଞ୍ଜ ଗଛରେ ଦୋଳି ବାନ୍ଧିବା ଦାୟିତ୍ବ ତୋର। ହଁ କହିବୁ ଯଦି ଜେଜେଙ୍କ ଅନୁମତି ନେଇ ଲଙ୍ଗଳ ଦଉଡି ଆଣି ତୋତେ ଦେଇପାରିବି। ବାସ୍ ଏତିକି ଆଁ, ଅଧିକ ନୁହଁ। "ତା'ର ଏତିକି ନୀରିହ ଅଳିକୁ ସାଦରରେ ଗ୍ରହଣ କରି ପ୍ରତିବର୍ଷ ରଜ ଦୋଳି ବନ୍ଧା କାର୍ଯ୍ୟ ମୁଁ ସଂପାଦନ କରେ। ସେ ସମୟରେ ଭଉଣୀର ଖୁସି ଶହେ ଗୁଣା ବଢିଯାଏ, ମୋର ବି। ରଜ ଆସିଲେ ଆମ ଘରେ ପ୍ରସ୍ତୁତି ଏତେ ଜୋରଦାର ହୁଏ ଯେ, କାହା ବାହାଘର କି ବ୍ରତତ୍ସୋବର ଭ୍ରମ ସୃଷ୍ଟି କରେ।ଏହା ଭିତରେ ଅନେକ ବର୍ଷ ବିତି ଗଲାଣି। ଭଉଣୀ ଏବେ ତା ଶାଶୁଘରରେ, ମୁଁ ବି ଗାଁ ଠାରୁ ବହୁ ଦୂରରେ। ଗତଥର ରଜରେ ଘରକୁ ଆସିଥିଲି। ଗାଁ ରେ ଆଗଭଳି ଆୟୋଜନ କି ଉତ୍ସାହ ଦେଖିବାକୁ ମିଳିଲାନି। ପରିବର୍ତ୍ତନ ଗ୍ରାମ୍ଯ ପରିବେଶରେ, ପରିବର୍ତ୍ତନ ମାନସିକତାରେ। ଆଧୁନିକତାର ବାହାନା କରି ଏ ପିଢି କଡ ଲେଉଟାଇ ସାରିଛି ବୋଲି ଅନୁଭବ କଲି । କେବଳ କ୍ୟାଲେଣ୍ଡରରେ ପ୍ରକୃତି ରଜ୍ଜଶୀଳା ଓ ଋତୁମତୀ, ଭୌତିକ ଜଗତରେ ନୁହେଁ।ସେଦିନର ଆମ ମାଟି ଘର ଏବେ ସିମେଣ୍ଟର ଶାଢୀ ପିନ୍ଧି ସିନ୍ଥେଟିକ ରଂଗରେ ଝଲସୁଛି। ବେଳାରେ ବାରିଆଡେ ମୁହାଁଇଲି। ମାଟି ଖାଇ ବାରିର ପେଟ ଫୁଲି ଢିଅର କାନ୍ଧ ସାଙ୍ଗେ ଲାଗିଯାଇଥିଲା । ବାରି ଭାରି ଫାଙ୍କା ଫାଙ୍କା ଲାଗୁଥାଏ। ଆମ୍ବ ଗଛ କି ବାଉଁଶ ବୁଦା ଆଉ ନାହିଁ। ଆମ ପରିବାରର ସ୍ବାର୍ଥ ପାଇଁ ବହୁ ପୂର୍ବରୁ ସେମାନେ ନିଜକୁ ସମର୍ପି ଦେଇ ସାରିଛନ୍ତି। କିନ୍ତୁ କରଞ୍ଜ ଗଛ ପୂର୍ବ ପରି ସେମିତି ବାହୁ ମେଲାଇ ଛିଡା ହୋଇଥାଏ। ତା ପାଖରେ ଯାଇ ଗୁଡାଏ ସମୟ ବସିଲି, ତା ଦେହ ଆଉଁସିଲି, ପୁରୁଣା କଥା ସବୁ ମନେ ପଡିଗଲା...ତା ସାମ୍ନାରେ ଅନେକ ଗପୁ ଗପୁ ସୂର୍ଯ୍ୟାସ୍ତ, ସେଠାରୁ ବାହୁଡିଲି।ଘରକୁ ଫେରୁ ଫେରୁ ଲାଗିଲା ପଛରୁ କରଞ୍ଜ ଗଛ ନେହୁରା ହୋଇ ମୋତେ ଡାକୁଛି ,"ହେ... ହେ କୁଆଡେ ଯାଉଛୁ ? ଆଜି ରଜ, ଦେଖ ସେ ଖଳାରେ ଦଉଡି ପଡିଛି। ଯା.. ଯା.. ବେଗି ବେଗି ଯାଇ ଭିଡି ଆଣି ମୋ ଦେହରେ ଗୁଡାଇ ଦେ... ଦୋଳିଟେ ବାନ୍ଧି ଦେ... ନ ହେଲେ ମୋ ଦେହ ଶିଥିଳ ହୋଇଯାଉଛି, ଜୀବନ ଛାଡିଯାଉଛି !.... "ମୁଁ ନୀରବ। ସେଦିନ ପ୍ରଥମ ଥର ଅନୁଭବ କରୁଥାଏ,ଗଳାରେ ଦଉଡି ନ ବାନ୍ଧିଲେ ଜୀବନ କେମିତି ଅଣନିଶ୍ବାସୀ ହୋଇଯାଏ...

ପ୍ରେମ ପୋଥି
 4 June 2018  
Art

💖🌳🌷🌻🍀💘|| ପ୍ରେମ ପୋଥି ||ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)ସଚ୍ଚିଦାନନ୍ଦଙ୍କତିରୋଧାନ ପରେସୁପୁତ୍ର ଦିବ୍ଯଶଙ୍କର,ରାଜ ସିଂହାସନକଲେ ଆରୋହଣ,ଉନତ୍ରିଂଶ ରାଜାବୋଲି ପ୍ରଜା ଗଣ ।କହିଲେ,ଗର୍ବ ଆମ ବାମଣ୍ଡାର •••ସମର ଜ୍ବର ଓଦୁର୍ଭିକ୍ଷରୁ ରାଜାରକ୍ଷା କଲେ ପ୍ରଜା ପ୍ରାଣ,ପ୍ରଥମ ବିଶ୍ବ ଯୁଦ୍ଧରଠିକ୍ ପରବର୍ତ୍ତୀ,ଲୋକଙ୍କ ଅବସ୍ଥାଦୁଃଖ ପରିଣତି ।ଦେଖି କାନ୍ଦିଲେ ରାଜନ •••ପ୍ରଜାଙ୍କୁ ଆରୋଗ୍ଯକରିବା ନିମନ୍ତେନୃପତି ଗମନ କଲେ,କଲିକତା ଠାରୁଡାକ୍ତର ଆଣିଣ,ଯୋଗାଇଲେ ଯତ୍ନେଚିକିତ୍ସା ପ୍ରଦାନ ।ପ୍ରଜା,ମୃତ୍ଯୁ ମୁଖରୁ ଜୀଇଁଲେ •••ସମର ଜ୍ବରରଠିକ୍ ପରେ ପରେଦୁର୍ଭିକ୍ଷ ପଡିଲା ରାଜ୍ଯେ,ପ୍ରଜାଙ୍କ ଜୀବନରଖିଲେ ନୃପତି,ଉନ୍ନୟନ କାର୍ଯ୍ଯଆରମ୍ଭି ଝଟତି ।ନିଯୁକ୍ତ କରିଲେ କାର୍ଯ୍ଯେ •••ବ୍ରହ୍ମ ଦେଶରରେଙ୍ଗୁନ୍ ସହରୁଟଙ୍କାକୁ ଛଅ ସେରରେ,ଚାଉଳ ଆଣିଣଆଠ ସେର ଦରେ,ପରଜାଙ୍କୁ ଦେଲେନିଜ ରାଇଜରେ ।ଦିନ କଟିଲା ସୁଖରେ •••ଉଣେଇଶ୍ ଶହ କୋଡିଏ ସାଲରେ ନରେଶପିତାଙ୍କ,ସ୍ମୃତି ରକ୍ଷା ଉଦ୍ଦେଶ୍ଯରେ,ସଚ୍ଚିଦାନନ୍ଦ ପାଠାଗାରସ୍ଥାପନ କରିଲେ,ପୁସ୍ତକ ଆଣିଣପାଠାଗାରେ ଦେଲେ ।ନିଜ ରାଜଧାନୀ ଠାରେ •••କୈଳାସ ପର୍ବତପାଦ ଦେଶ ଠାରେଶୈଳ ନିବାସ ନିର୍ମାଣି,ଯଶ ରଖିଗଲେଦିବ୍ଯଶଙ୍କର ରାଜା,ଭାରି ଭଲ ବୋଲିକହୁଥିଲେ ପ୍ରଜା ।ସୁଖ ଲଭେ ଆଜି ଶୁଣି •••କଏଦୀ ମାନଙ୍କନିମନ୍ତେ ରାଜନଉଣେଇଶ୍ ଶହ ଅଠର ସାଲେ,ସ୍ଥାୟୀ କୋଠା ସାଥେସୁଉଚ୍ଚ ପାଚେରୀ,ବାମଣ୍ଡାର ହିତଚିନ୍ତା ଚିତ୍ତେ ସ୍ମରି ।ରାଜ୍ଯେ ସ୍ଥାପନ କରିଲେ •••ସଚ୍ଚିଦାନନ୍ଦଙ୍କସ୍ମୃତି ଉଦ୍ଦେଶ୍ଯରେବାମଣ୍ଡା ଗଡ କଚେରୀ,ଶ୍ରୀ ଦିବ୍ଯଶଙ୍କରତୋଳା ଆରମ୍ଭିଲେ,ଅସମ୍ପୂର୍ଣ୍ଣ କରିପ୍ରାଣ ତ୍ଯାଗ କଲେ ।ପ୍ରଜାଏ ହୋଇଲେ ଝୁରି •••ଇନ୍ ଫ୍ଲୁଏଞ୍ଜା ରୋଗରେତିରୋଧାନ ହେଲେଉଣେଇଶ୍ ଶହ କୋଡିଏ ସାଲେ,ଭାରି ଦୁଃଖ କଲେବାମଣ୍ଡା ପରଜା,ଆଉ ନାହିଁ ଆମଅତି ପ୍ରିୟ ରାଜା ।ବୋଲି କହିଣ କାନ୍ଦିଲେ •••ବାମଣ୍ଡା ଗଡରଶେଷ ରାଜା ଥିଲେଭାନୁଗଙ୍ଗ ତ୍ରିଭୁବନ,ରାଜ ସିଂହାସନେଅଭାଷିକ୍ତ ହୋଇ,ପୂର୍ବ ପୁରୁଷଙ୍କସ୍ମୃତି ରକ୍ଷା ପାଇଁ ।କଲେ ନାନା କାର୍ଯ୍ଯ ମାନ •••କଚେରୀ ନିର୍ମାଣକର୍ଯ୍ଯ ଶେଷ କଲେଭାନୁଗଙ୍ଗ ପ୍ରେମ ଚିତ୍ତେ,ମାତ୍ର ବାର ବର୍ଷରାଜୁତି କରିଣ,ହସ୍ତାନ୍ତର କଲେବାମଣ୍ଡା ଶାସନ ।ଓଡିଶା ସର୍କାର ହସ୍ତେ •••କବି କୁଟୀରଦଣ୍ଡାସିଂହା, ବାରକୋଟଦେବଗଡ( ଓଡିଶା )ମୋ- ୦୯୬୬୮୨୪୨୭୨୦💖🍀🌻💗☘🌼💘

ଦୃଷ୍ଟିଭଙ୍ଗୀ
 21 April 2018  

ଓଡ଼ିଆରେ ଗୋଟିଏ ଢଗ ଅଛି-ଘୁଷୁରୀ ପ୍ରକୃତି ପଙ୍କେ ଲୋଟେମଣିଷ ପ୍ରକୃତି ମଲେ ତୁଟେ ।।ଆଶାକରେ ଆପଣ ମାନେ ସମସ୍ତେ ଏଇ ଢଗ ସହ ବହୁତ ଆଗରୁ ପରିଚିତ ।ଏହା କହିବାର ବାହୁଲ୍ୟ ଏଇଆ ଯେ ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଯେମିତି ବିଚିତ୍ର ଠିକ ସେହିପରି ତାଙ୍କ ସୃଷ୍ଟିର ସର୍ବଶ୍ରେଷ୍ଟ ପ୍ରାଣୀ ଏଇ ମଣିଷ ମଧ୍ୟ ସଂସାରର ଯେତେକ ପ୍ରାଣୀ ଅଛନ୍ତି ସମସ୍ତଙ୍କ ଠାରୁ ବିଚିତ୍ର । ଆଉ ସେ ଏଇଥି ପାଇଁ ବିଚିତ୍ର କାହିଁକି ନା ତାପାଖରେ ବୁଦ୍ଧି, ବିବେକ ଓ ଭାବନାଶକ୍ତି ରହିଛି ଯାହା ଏ ଦୁନିଆର ଆଉ କୌଣସି ପ୍ରାଣୀ ଠାରେ ପତିୟମାନ ହୁଏ ନାହିଁ । ଆଉ ଏଇ ବିଚିତ୍ର ମଣିଷର ସବୁଠାରୁ ବିଚିତ୍ର ଗୁଣ ହେଉଛି ସେ ନିଜ ଭାବକୁ ଭାଷାର ରୂପ ଦେଇ ଅନ୍ୟ ଆଗରେ ପରିପ୍ରକାଶ କରିପାରେ । ତେଣୁ ତାର ସେଇ ସବୁ ବିଚିତ୍ରତା ଯୋଗୁ ସେ ସଗର୍ବେ ଘୋଷଣା କରେ ସମଗ୍ର ପୃଥିବୀର ସର୍ବଶକ୍ତିମାନ ଓ ସର୍ବୋଚ୍ଚ ପ୍ରାଣୀ ଭାବରେ ନିଜକୁ । ଆକାଶରେ ଉଡିବା ଠାରୁ ଆଜି ଜଳରେ ବୁଡିବା ଯାଏଁ, ଏପରିକି ଆଲୋକଠୁ ମଧ୍ୟ ଆହୁରି ଅଧିକ ବେଗରେ ଗତି କରୁଥିବା ଆଧୁନିକ ଯାନବାହାନର ଆବିଷ୍କାର କରିସାରି ଥିବା ଏଇ ବିଚିତ୍ର ମଣିଷ ଈଶ୍ୱରଙ୍କ ଏଇ ଅପୂର୍ବ ସୃଷ୍ଟି ଧରଣୀ ରାଣୀକୁ ଛାଡି ମଙ୍ଗଳ ଗ୍ରହରେ ରହିବାର ବାଟ ବି ସେ ଖୋଜିସାରିଛି । ତଥାପି ବଦଳି ପାରିନି ମଣିଷର ସେଇ ପ୍ରକୃତି, ପ୍ରବୃତ୍ତି ଓ ଦୃଷ୍ଟିଭଙ୍ଗୀ ।କହିବାର ତାତ୍ପଯ୍ୟ ଏଇଆ ଯେ ମଣିଷ ଆଜି ଯେତେ ଆଧୁନିକତା ଆଡ଼କୁ ଗତି କରୁଛି ତାର ଦୃଷ୍ଟିଭଙ୍ଗୀ ସେତେ ବଦଳିବାରେ ଲାଗିଛି । ବନଜଙ୍ଗଳରେ ବାସକରୁଥିବା ସେଇ ଆଦିମ ମଣିଷ ଓ ଆଜିର ମଣିଷ ଭିତରେ ଆଜି ଆକାଶ ପାତାଳ ତଫାତ । ଆଧୁନିକତାର ପ୍ରଭାବ ଓ ଯାନ୍ତ୍ରିକ ସଭ୍ୟତାର ପ୍ରଭାବ ଆଜି ମଣିଷକୁ ବିଶେଷ ଭାବରେ ପ୍ରଭାବିତ କରିଛି । ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଆଜି ମଣିଷ ଅସାଧ୍ୟ ସାଧନ କରିପାରୁଛି । ପିଲା ଠାରୁ ବୁଢା ସମସ୍ତ ଙ୍କ ପାଖରେ ଆଜି ରହିଛି ମୋବାଇଲ । ଇଣ୍ଟରନେଟ ସାହାଯ୍ୟରେ ଯେ କୌଣସି ସମୟରେ ଯେ କୌଣସି ବିଷୟ ଅତି ସହଜରେ ଆଉ ତା ପୁଣି ସ୍ୱଳ୍ପ ସମୟ ମଧ୍ୟରେ ଜାଣିପାରୁଛି ଆଜିର ମଣିଷ । ଯାହା ମଣିଷକୁ ଆଜି ଭିନ୍ନ ଦିଗନ୍ତର ପଥିକ ସଜାଇ ଦେଇଛି । ସମସ୍ତଙ୍କ ମନରେ ଆଜି ଅଶ୍ଳୀଳ ଓ ଅନୈତିକ ଦୃଷ୍ଟିଭଙ୍ଗୀର ବିଜ ବପନରେ ଏଇ ଆଧୁନିକତା ସମ୍ପୂର୍ଣ୍ଣ ଭାବରେ ଦାୟୀ । ଯେପରି ଏକ ନବ ଯୌବନା ବାରାଙ୍ଗନାକୁ ଅବଲୋକନ ପୂର୍ବକ କବି, ଭାବୁକ, ପ୍ରେମିକ, ସନ୍ୟାସୀଙ୍କ ମତାମତ ନିଆଯାଏ ତାହେଲେ ସେମାନଙ୍କ ମତ ନିମ୍ନ ପ୍ରକାର ହୁଅନ୍ତା । ଯେପରିକବି ଜଣକ ତରୁଣୀର ରୂପକୁ ପ୍ରକୃତି ସହ ତୁଳନା କରି ଭାବ ବିହ୍ଵଳିତ ହୋଇଉଠିବା ବେଳେ ଭାବୁକ ଜଣକ ତାର ସୌନ୍ଦର୍ଯ୍ୟକୁ ଭୂୟସୀ ପ୍ରସଂଶା କରି ତାର ରୂପରେ ବିମୁଗ୍ଧ ହୋଇଥାନ୍ତେ ଠିକ୍‌ ସେହିପରି ପ୍ରେମିକ ଜଣକ କାମନାବଣରେ ଅଧୀର ହୋଇ ଦେହ ଭୋଗ ବାସନା ପୋଷଣ କଲାବେଳେ ସନ୍ୟାସୀ ଜଣକ ଦେବୀ ଦୁର୍ଗାଙ୍କ ପ୍ରତିରୂପ ସହ ତୁଳନା କରି ବନ୍ଦନା ପାଠରେ ଲାଗିପଡ଼ନ୍ତେ । ଯାହା ଶଶୀଭୂଷଣ ରାୟଙ୍କ ‘ସୌନ୍ଦର୍ଯ୍ୟ ଓ ପ୍ରେମ’ ପ୍ରବନ୍ଧରେ ପ୍ରତୀୟମାନ ହୁଏ । ଠିକ୍‌ ସେଇପରି ଆଜି ଦୃଷ୍ଟିଭଙ୍ଗୀର ତାରତମ୍ୟ ପରିଲକ୍ଷିତ ହେଉଛି ଆଜିର ସମାଜରେ । ଯାହା ଏକ ଛୋଟ ଉଦାହରଣରୁ ସ୍ପଷ୍ଟ ହୋଇପାରିବ-ସମୟ ପ୍ରାୟ ୧ଟା ପାଖାପାଖି । ଖରାଦିନ ସହର ମୁଖ୍ୟରାସ୍ତା ର ବାମ ପାର୍ଶ୍ୱରେ ଥିବା ଏକ ବରଗଛ ତଳେ ଛୋଟିଆ ଗୁପ୍‌ଚୁପ୍‌ ଠେଲାଟିଏ । ସେଇଥି ଚାରିପାଞ୍ଚ ଜଣ କଲେଜ ଛାତ୍ର ତା ସହିତ ଜଣେ ବୃଦ୍ଧ ଯାହାଙ୍କ ବୟସ ପାଖାପାଖି ଷାଠିଏ ବର୍ଷ ହେବ । ମୁଣ୍ଡର ବାଳ ସବୁପାଚି ପବନରେ ଉଡୁଥାଏ । ଠିକ୍‌ ତାଙ୍କରି ବାଆଁ ପଟେ ଦୁଇଜଣ ମଧ୍ୟବୟସ୍କ ଯୁବକ ପ୍ରାୟ ବିବାହିତ ଜଣାପଡୁଥାନ୍ତି । ଠିକ୍‌ ଏଇ ସମୟରେ ଗୋଟିଏ ମଟରସାଇକେଲ ରେ ଜଣେ ନବଯୌବନା ଯୁବତୀ ଓ ତାଙ୍କ ପଛ ସିଟରେ ଜଣେ ଭଦ୍ରବ୍ୟକ୍ତି । ଯାହାଙ୍କ ବୟସ ପ୍ରାୟ ଚାଳିଶ ପାଖାପାଖି ହେବ । ଯୁବତୀ ଜଣକ ନେରୋ ଜିନ୍ସ ପ୍ୟାଣ୍ଟ ସାଙ୍ଗକୁ ଗୋଟେ ଢିଲା ସାଟ ତା ସାଥିକୁ ଗୋଟେ ବଡ଼ ଚଷମା ପିନ୍ଧି ଥାନ୍ତି ଏବଂ ଆମ ଆଡକୁ ଆସୁଛନ୍ତି । ଆସିକି ସେଇ ଠେଲା ପାଖରେ ମଟରସାଇକେଲକୁ ରଖିଦେଇ କିଛି ସମୟ ସେଇଠି ଛିଡାହେଲେ । ଏଇ ଛିଡା ହେବା ସମୟରେ ମୁଁ ଅନୁଭବ କରୁଥାଏ ସମସ୍ତେ କେମିତି ସେଇ ଯୁବତୀ ଜଣକଙ୍କୁ ଚାହିଁଥାନ୍ତି । କିଛି ସମୟ ପରେ ସେଇ ଯୁବତୀ ଜଣକ ଗୁପଚୁପ ଖାଇ ସେଇଠୁ ଚାଲିଗଲେ । ତାଙ୍କ ଗଲାପରେ ସେଇ କଲେଜ ଛାତ୍ର ମାନଙ୍କ ଭିତରୁ ଜଣେ ତାଙ୍କୁ ଅଶ୍ଳୀଳ ଦୃଷ୍ଟିଭଙ୍ଗୀରେ ଦେଖି କହିଲେ “ବୁଢା ଟାକୁ ଦେଖ ଏତେ ବୁଢା ବୟସରେ ବି ଟୋକି ସାଥିରେ ମଜା ନେଉଛି , କେତେ ଆରାମରେ ବସିଯାଇଛି ” ବୋଲି କହିଲା ବେଳେ ଅନ୍ୟ ଯୁବକ ଟିଏ ସେମାନଙ୍କ ସମ୍ପର୍କକୁ ନେଇ ମନରେ ସନ୍ଦେହର ଅବକାଶ କଲେ ଠିକ ସେଇ ପରି ବୃଦ୍ଧ ଜଣକ ସମୟକୁ ଦୋଷ ଦେଇ ଚୁପରହିଲେ । କିନ୍ତୁ ପ୍ରକୃତରେ ପଛ ସିଟରେ ବସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଯୁବତୀ ଜଣଙ୍କ ବାପା ।ଏହା କହିବାର ତାତ୍ପଯ୍ୟ ହେଉଛି ଆଜି ସମାଜରେ ମଣିଷର ଦୃଷ୍ଟିଭଙ୍ଗୀ କେତେ ତଳକୁ ଖସିଗଲାଣି । ବାପଝିଅର ସମ୍ପର୍କକୁ ମଧ୍ୟ ଆଜିର ସମାଜ ଖରାପ ଦୃଷ୍ଟିରେ ଦେଖିବା ଆରମ୍ଭ କରିଦେଲାଣି । ଏପରିକି କଲେଜରୁ ଫେରୁଥିବା ଭାଇଭଉଣୀର ସମ୍ପର୍କ ଉପରେ ମଧ୍ୟ ଆଜି କୁଦୃଷ୍ଟି ପଡିସାରିଲାଣି । ଏଇଟା ସତ ଯେ ଆଜିର ସମାଜରେ ଏମିତି ଅନେକ ଘଟଣା ଘଟୁଛି ଯାହା କେବେ ବିଶ୍ୱାସ କରାଯାଇ ନ ପାରେ । ଅନେକାଂଶ ରେ ବାପ ଝିଅ ଙ୍କର ପାପସମ୍ପର୍କ , ଗୁରୁ ଶିଷ୍ୟ ଙ୍କ ଭିତରେ କୁସମ୍ପର୍କ ଏପରିକି ସମ୍ପର୍କ ନାଆ ରେ କେତେଯେ ଆପରାଧ ଆଜି ଘଟିଚାଲିଛି । ଯେଉଁଥି ପାଇଁ ଆଜି ମଣିଷ ଆଖିରେ କେବଳ କୁଦୃଷ୍ଟିର କଳାବାଦଲ ଛାଇହୋଇରହିଛି । ତା ବାହାରେ ମଧ୍ୟ ଆମକୁ ଦୃଷ୍ଟିଭାଙ୍ଗୀ ବଦଳାଇବାକୁ ପଡିବ ଏକ ସୁସମାଜ ଗଠନ ପାଇଁ । ଏକ ନୂତନ ସୁସଂସ୍କାରୀତ ଆଗାମୀ ପିଢ଼ି ଗଠନର ଉଦ୍ଦେଶ୍ୟ ନେଇ । ଜଣ କୁ ଦେଖି ଗଣ ଉପରେ ପ୍ରୟୋଗ କରିବା ଆମକୁ ବନ୍ଦ କରିବାକୁ ପଡିବ । ତା ନ ହେଲେ ସେ ଦିନ ଆଉ ଦୂର ନାହିଁ ଯେଉଁଦିନ ମଣିଷ ମନରେ ବିଶ୍ୱାସ ଓ ଭରସାର ଚିହ୍ନବର୍ଣ୍ଣ ବି ଆଉ ରହିବନି । ରହିଯିବି କେବଳ ମିଛ କେଲେଙ୍କାରୀ ଅପଭ୍ରଷ୍ଟ ମଣିଷର ବିଦ୍ରୁପ ଅନୈତିକ ଚେହେରା । ନ ଥିବ ଏଇ ସ୍ନେହ ପ୍ରେମ ଓ ମମତାର ଡୋର ।ଆମ ସମାଜରେ ବଡ଼କୁ ଦେଖି ହିଁ ସାନ ମାନେ ଶିଖିଥାନ୍ତି । ତେଣୁ ଆମକୁ ନିଜ ଦୃଷ୍ଟିଭଙ୍ଗୀ ବଦଳାଇବାକୁ ପଡିବ । ଯାହା ଏକ ନୂତନ ସମାଜ ଗଠନ ପାଇଁ ନିହାତି ଆବଶ୍ୟକର ବିଷୟ । ତେଣୁ ଆସନ୍ତୁ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରିବା ଆଉ ଗଢିବା ଏକ ସ୍ୱର୍ଗୀୟ ସମାଜ ଯେଉଁଠି ଥିବ ସ୍ନେହ , ପ୍ରେମ, ଭରଷା ଓ ମାନବିକତା ।ଗୋଟିଏ ପାଦ ପରିବର୍ତ୍ତନ ଆଡକୁ…….

ସମ୍ବଲପୁର ରେ ଶୀତଳ ଷଷ୍ଠୀ
 20 April 2018  
Art

ସମ୍ବଲପୁର ର ଶୀତଳ ଷଷ୍ଠୀ ଯାତ୍ରା ର ପ୍ରଥମ ସୋପାନ :-ଆଜି ପବିତ୍ର ଅକ୍ଷୟ ତୃତୀଆ । ଆଜିର ଦିନରେ ଚାଷ କାମ ରୁ ଆରମ୍ଭ କରି ଶ୍ରୀ ଜଗନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ଅନୁକୁଳ କରାଯାଇଥାଏ । ଆଜିର ଦିନରେ କୌଣସି କାର୍ଯ୍ୟ ଆରମ୍ଭ କଲେ, କାର୍ଯ୍ୟ ଟି ସଫଳ ଓ ବିନା ବାଧାରେ ସମ୍ପର୍ଣ୍ଣ ହୁଏ । ଦିନଟି ଶୁଭ ଦିନ ଭାବେ ଗଣନା କରାଯାଉଥିବାରୁ ବିବାହ କାର୍ଯ୍ୟ ଓ ନୂତନ ବ୍ୟବସାୟ ଆଦି ବି ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଏ ।ଓଡିଶା ରେ ଅକ୍ଷୟ ତୃତୀୟା ଦିନ ପାଳନ କରାଯାଉଥିବା ଆଉ ଗୋଟିଏ ପର୍ବ ବା ଅନୁଷ୍ଠାନ ବିଷୟରେ ଧାରଣା ଦେଉଛି :-ଓଡ଼ିଶାର ପଶ୍ଚିମାଞ୍ଚଳ ବିଶେଷ କରି ସମ୍ବଲପୁର ରେ ଜ୍ୟେଷ୍ଠ ମାସରେ ଭଗବାନ ଶିବ ଓ ମାଁ ପାର୍ବତ୍ତି ଙ୍କର ବିବାହ ବହୁ ଆଡମ୍ବର ରେ ପାଳନ କରାଯାଇଥାଏ । ପୁରୀ ଶ୍ରୀ ଜଗନ୍ନାଥ ଧାମ ରେ ମଧ୍ୟ ବାବା ଲୋକନାଥଙ୍କ ବିବାହ ଉତ୍ସବ ପାଳନ କରାଯାଏ, ମାତ୍ର ସମ୍ବଲପୁର ର ଶୀତଳ ଷଷ୍ଟି ଯାତ୍ରା ବା ଶିବ ବିବାହ ପୁରୀ ଠୁ ଭିନ୍ନ । ପ୍ରସିଦ୍ଧ ଶୀତଳ ଷଷ୍ଟି ଯାତ୍ରା ଆରମ୍ଭ ର ମାସକ ପୂର୍ବରୁ ସମ୍ବଲପୁର ର ଶିବ ମନ୍ଦିର ଯେଉଁଠାରେ ଯାତ୍ରା ହୁଏ, ସେହି ଯାତ୍ରା ପାଇଁ ପ୍ରତ୍ୟେକ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ରୁ ଚାନ୍ଦା ସଂଗ୍ରହ କରାଯାଏ । ଏହି ଚାନ୍ଦା ସଂଗହ ର ଅନୁକୁଳ ଅକ୍ଷୟ ତୃତୀୟା ଦିନ ବିଶେଷ ପୂଜାର୍ଚ୍ଚନା ପରେ ବାଜା ଘଣ୍ଟ ଶଙ୍ଖ ବଜାଇ ନିଜ ନିଜ ସାହିରେ ଘର ଘର ବୁଲି ସଂଗ୍ରହ କରାଯାଏ । ଏହାକୁ ଏହି ଅଂଚଳରେ "ଥାଳ ଉଠା" ପର୍ବ ବୋଲି କୁହାଯାଏ । ଶିବ ମନ୍ଦିର ରେ ଏହି ଦିନ ଲିଙ୍ଗ ଓ ଶକ୍ତି ଙ୍କୁ ଜଳାଭିଷେକ ବି କରାଯାଏ । ଅକ୍ଷୟ ତୃତୀୟା ରୁ ଠିକ ମାସେ ପରେ ଯାତ୍ରା ର ଶୁଭାରମ୍ଭ ହୋଇଥାଏ ।  ଭଗବାନ ଶିବ ବର ବେଶରେ ପୂର୍ବରୁ ବଛାଯାଇଥିବା କନ୍ୟା (ପାର୍ବତ୍ତି)ପିତା ଙ୍କ ଘରକୁ ବରଯାତ୍ରୀ ନେଇ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ବିବାହ କାର୍ଯ୍ୟ ସମ୍ପୂର୍ଣ ରୂପେ ଲୋକାଚାର ରେ ହୁଏ । ବିବାହ ପରେ ଯୁଗଳ ମୂର୍ତ୍ତି ଙ୍କୁ ନଗର ପରିକ୍ରମା କରାଯାଇ ମନ୍ଦିର ପ୍ରବେଶ ହୁଏ ।ବିଶ୍ୱାସ ଅଛି ଯେ ଭଗବାନ ଶିବ ଙ୍କ ବିବାହୋତ୍ସଵ ଅନୁଷ୍ଠିତ କଲେ ଗ୍ରୀଷ୍ମ ଋତୁରେ ଗରମ ହୋଇଥିବା ଧରାପୃଷ୍ଟ ଶୀତଳ ହୁଏ । ତା'ପରେ ବର୍ଷା ଋତୁ ର ଆଗମନ ହୁଏ ।ଶୀତଳ ଷଷ୍ଠୀ ଯାତ୍ରା ସମ୍ବନ୍ଧରେ ସମାୟାନୁକ୍ରମେ କିଛି କିଛି ତଥ୍ୟ ଉପସ୍ଥାପନ କରିବି । ଧନ୍ୟବାଦ......

ରାମ ଜନ୍ମଭୂମି ବାବରୀ ମସ୍ଜିଦ୍
 16 March 2018  

ଉପକ୍ରମ:ରାମ ଜନ୍ମଭୂମି ଓ ବାବରୀ ମସ୍ଜିଦ୍ ସମସ୍ୟା ଧର୍ମ ଓ ସଂସ୍କୃତି ସମ୍ବନ୍ଧିତ ହୋଇଥିଲେ ସୁଦ୍ଧା ଏହାକୁ ଏକ ରାଜନୈତିକ ବିଷୟ ରୂପେ ବିଗତ ବର୍ଷ ମାନଙ୍କରେ ବ୍ୟବହାର କରାଯାଇଆସୁଅଛି। ଏହାକୁ ଭୋଟ ବ୍ୟାଙ୍କ୍ ର ଅସ୍ତ୍ର ରୂପେ ପ୍ରୟୋଗ କରି ଦେଶରେ ହିନ୍ଦୁ ଓ ମୁସଲମାନ୍ ସଂପ୍ରଦାୟ ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଉଅଛି। ଏହା ଦ୍ୱାରା ଦେଶରେ ବାସ କରୁଥିବା ବିଭିନ୍ନ ଧର୍ମର ଲୋକମାନଙ୍କର ଶାନ୍ତି ସହାବସ୍ଥାନରେ ବ୍ୟାଘାତ ସୃଷ୍ଟି ହେଉଅଛି। ଯେ ପର୍ଯ୍ୟନ୍ତ ଏହି ସମସ୍ୟାର ଏକ ଶାନ୍ତି ପୂର୍ଣ୍ଣ ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ଏହା ଭୋଟ ବ୍ୟାଙ୍କର ଅସ୍ତ୍ର ରୂପେ ବ୍ୟବହୃତ ହୋଇ ଚାଲିଥିବ ଏଥିରେ ସନ୍ଦେହର ଅବକାଶ ନାହିଁ। ବାବରୀ ମସ୍ଜିଦ୍ ୧୯୯୨ ମସିହା ଡିସେମ୍ବର ୬ ତାରିଖରୁ ମାଟିରେ ମିଶି ସାରିଅଛି। ସେହି ସ୍ଥାନରେ ଭଗବାନ ରାମଙ୍କର ମୂର୍ତ୍ତି ନିରବିଛିନ୍ନ ଭାବେ ପୂଜା ପାଇ ଆସୁଛନ୍ତି। ଭଗବାନ ରାମଙ୍କର ମୂ୍ର୍ତ୍ତିକୁ ସେ ସ୍ଥାନରୁ ସ୍ଥାନାନ୍ତର କରି ବାବରୀ ମସ୍ଜିଦର ସେହି ସ୍ଥାନରେ ପୁନଃ ନିର୍ମାଣ କରିବା ସମ୍ଭବ ନୁହେଁ ଏ କଥା ହମସ୍ତେ ହୃଦୟଙ୍ଗମ କରୁଥିବେ। ଏହି ଦୃଷ୍ଟିରୁ ଦେଶର ମୁସଲମାନ୍ ସଂପ୍ରଦାୟ ମୁଷ୍ଟିମେୟ ମୌଳବାଦୀ ମୁସଲମାନ୍ ନେତାମାନଙ୍କର ପ୍ରରୋଚନାରେ ନପଡି ଏକ ମହତ ଉଦ୍ଦେଶ୍ୟରେ ଯଦି ବହୁ ସଂଖ୍ୟକ ହିନ୍ଦୁ ମାନଙ୍କୁ ସେହି ସ୍ଥାନ ହସ୍ତାନ୍ତର କରିବାକୁ ରାଜି ହୁଅନ୍ତେ ଏଥିରେ ସେମାନଙ୍କର ମହାନତା ପ୍ରତିପାଦିତ ହୁଅନ୍ତା ଓ ତା ସହିତ ଦେଶ ଏକ ବଡ ସମସ୍ୟାରୁ ରକ୍ଷା ପାଇ ପାରନ୍ତା। ଏତଦ୍ ବ୍ୟତୀତ ରାଜନୈତିକ ନେତା ମାନଙ୍କର ଏହି ସମସ୍ୟାକୁ ଭୋଟ ବ୍ୟାଙ୍କ୍ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ସୁଯୋଗ ପାଆନ୍ତେ ନାହିଁ। ଏହି ପରିପ୍ରେକ୍ଷୀରେ ରଚିତ ନିମ୍ନ ପ୍ରଦତ୍ତ କବିତା ପ୍ରଣିଧାନ ଯୋଗ୍ୟ।ରାମ ଜନ୍ମଭୂମି ବାବରୀ ମସ୍ଜିଦ୍=================ରାମରାଜ୍ୟ କଥା କହି କହି ଗାନ୍ଧି ହୋଇଗଲେ ମହାନାୟକ।ଏବେ ରାମ ନାମ ଧରୁଛି ଯିଏ ସେହେଉଛି ସାଂପ୍ରଦାୟିକ॥ରାମ ଜନ୍ମ ହୋଇଥିଲେ ଅଯୋଧ୍ୟାରେଏ କଥା କି ନୁହେଁ ସ୍ପଷ୍ଟ ?ରାମଙ୍କ ମନ୍ଦିର ଅଯୋଧ୍ୟାରେ ହେଲେକାହାର ହେବ ଅନିଷ୍ଟ ?ନାହିଁ ଏବେ ଆଉ ବାବରୀ ମସ୍ଜିଦଯାଇଛି ମାଟିରେ ମିଶି ।ରାମଲାଲା ଆଜି ପାଉଛନ୍ତି ପୁଜାସେହି ସ୍ଥାନ ପରେ ବସି ॥କେହି କେବେ କଣ ରାମଲାଲାଙ୍କୁ ସେସ୍ଥାନୁ ହଟାଇ ପାରିବ ? ନ ହଟିବ ଯଦି ମନ୍ଦିରଟି ହେଲେଅସୁବିଧା କଣ ହେବ ?ହିନ୍ଦୁ ବହୁଳ ରାଷ୍ଟ୍ରେ ଯଦି ହିନ୍ଦୁଆସ୍ଥା ପାଏନା ସମ୍ମାନ ।ବିଶାଳ ଏ ଦେଶେ ଅନେକ ଧର୍ମମିଶିବ କିପରି ମନ?ମର୍ଯ୍ୟାଦା ପୁରୁଷୋତ୍ତମ ସେ ଶ୍ରୀରାମପ୍ରତୀକ ଏ ସଂସ୍କୃତିର ।ଧର୍ମ ମତ ନିର୍ବିଶେଷରେ କରନ୍ତୁସର୍ବେ ତାଙ୍କର ଆଦର॥*******

ଆସିଥିଲି କାନ୍ଦି କାନ୍ଦି-ଫେରିବିକି ହସି ହସି ?
 15 March 2018  

ଉପକ୍ରମ=====ଏ ସଂସାର ଏକ ମାୟା ଜାଲ। ଲୋଭ ମୋହ ଗ୍ରସ୍ତ ଏଇ ମଣିଷ ଜୀବନ ଦିନେ ପଞ୍ଚଭୁତରୁ ସୃଷ୍ଟି ହୁଏ, ମିଛ ମାୟାରେ ପଡି ଅନେକ ସମ୍ପର୍କର ସେତୁ ଗଢେ ଆଉ ଦିନେ ପୁଣି ସେହି ପଞ୍ଚଭୁତରେ ଲୀନ ହୋଇଯାଏ। ସେ ବୁଝିପାରେ ନାହିଁ ଯେ ସେ ଯାହା ସବୁ କରୁଛି ସେ ସବୁ ଅଳୀକ ମାତ୍ର। ଯେତେ ସବୁ ସମ୍ପର୍କୀୟ ସମସ୍ତେ ସୁଖର ସାଥୀ। ମଲାବେଳେ କେହି ସଂଗରେ ସାଥୀ ହୋଇ ଯାଆନ୍ତି ନାହିଁ। ଦୁଃଖ ସମୟରେ ଧୀରେ ଧୀରେ ଦୂରେଇ ଯାଆନ୍ତି। ଏ ଦୁନିଆରେ କାନ୍ଦି କାନ୍ଦି ପାଦ ଦେଇଥିବା ସେଇ ମଣିଷଟି ଦିନେ ନିଜକୁ ଅତି ନିସଙ୍ଗ ବୋଲି ଭାବିଥାଏ ଫେରିିଯାଏ ଏକା ଏକା ଜୀବନର ଶେଷ ପର୍ଯାୟରେ ସେଇ ପଞ୍ଚଭୁତକୁ। ସବୁ ଜାଣି ଶୁଣି ମଧ୍ୟ ସେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲୋଭ ତ୍ୟାଗ କରି ନପାରି ସବୁବେଳେ ମୋର ମୋର ହେଉଥାଏ। ଏହି ଜୀବନ ଦର୍ଶନର ପୃଷ୍ଠଭୂମିରେ ନିମ୍ନ ପ୍ରଦତ୍ତ କବିତା ପ୍ରଣିଧ୍ୟାନ ଯୋଗ୍ୟ।ଆସିଥିଲି କାନ୍ଦି କାନ୍ଦି-ଫେରିବିକି ହସି ହସି ?========================ଯେ ଦିନ ଛୁଇଁଲି ପ୍ରଥମେ ଏ ମାଟିକାନ୍ଦିଥିଲି କୁଆଁ କୁଆଁ କାନ୍ଦି ନଥିଲେ ମୁଁ —କନ୍ଦାଇବା ପାଇଁଚେଷ୍ଟା କରିଥାନ୍ତେ ହୋଇଥିଲେ ଯିଏ ଠିଆ॥ମୁଁ କାନ୍ଦି ନଥିଲେ କାନ୍ଦିଥାଏନ୍ତେ ମୋଥିଲେ ଯେତେ ନିଜଜନ କିନ୍ତୁ ମୁଁ ସେଦିନ କାନ୍ଦିଥିଲି ଆଉ ଆନନ୍ଦରେ ମିଠା ବାଣ୍ଟିଥିଲେ ପ୍ରିୟଜନ॥ପ୍ରସବ ବେଦନା ଭୁଲି ଜନ୍ମଦାତ୍ରୀ,ଅଧରେ ତାଙ୍କର ଫୁଟାଇଲେ ସ୍ମିତ ହାସ୍ୟବହୁ ଆଡମ୍ବରରେ ପାଳିଥିଲେଘରେ ଏକୋଇଶିଆ ଦିବସ॥ସମୟ ଯାଇଛି ଗଡିଆଣିଥିଲେ ଯିଏ ପୃଥିବୀକୁ ମୋତେଗଲେଣି କେବେଠୁ  ଛାଡି॥ହୁଏତ ସେମାନେ ଆଉ କାହା ଘରେ କୁଆଁ କୁଆଁ କାନ୍ଦି ଆସିଥିବେ  ପୃଥୀବୀକୁ ମଲାପରେ ଆଉ କିଏ ବା ଜାଣୁଛିକିଏ ଗଲା କେଉଁଠିକୁ॥ଶାଖା ପ୍ରଶାଖା ମୁଁ ମେଲାଇ ବସିଛିସତେ ଅବା ବଟ ବୃକ୍ଷକେତେ ପକ୍ଷୀ ବସା ବାନ୍ଧି ରହିଛନ୍ତିଜାଣନ୍ତିନି ମୋର ଦୁଃଖ॥ମୂଳଗଣ୍ଡି ମୋର ହେଲାଣି ଦୁର୍ବଳଭୂଇଁରେ ପଡିବି ଶୋଇଓହଳ ଗୁଡାକ ଟେକି ଧରନ୍ତେ ଯାପାରନ୍ତିନି ଭୂଇଁ ଛୁଇଁ ॥ଧୀରେ ଧୀରେ ଜରା ଆଲିଙ୍ଗନ କରେଶରୀର ହୁଏ ଅବଶଯାହାଙ୍କୁ ଭରସା କରିଥିଲି ଏବେ ତୁଟି ଗଲାଣି ବିଶ୍ୱାସ॥ବସା ବାନ୍ଧିଥିବା ପକ୍ଷୀମାନେ ଏବେଜାଣି ମୋର ଏ ଅବସ୍ଥା,ଅନ୍ୟ ବୃକ୍ଷେ ବସା ବାନ୍ଧିବା ପାଇଁକିକରୁଅଛନ୍ତି ବ୍ୟବସ୍ଥା॥ସଂସାରଟା ବଡ ବିଚିତ୍ର ଏଠାରେ ସମସ୍ତେ ସୁଖର ସାଥୀଦୁଃଖବେଳେ ମୁହଁ ଫେରାଇ ନିଅନ୍ତିଭୁଲି  ସ୍ନେହ ପ୍ରେମ ପ୍ରୀତି॥ଆସିଥିଲି କାନ୍ଦି କାନ୍ଦି ସଂସାରକୁଫେରିବିକି ହସି ହସି ?ଜାଣେନି ମୁଁ ବିଧି କଣ ଲେଖିଛିକପାଳେ ମୋ ବସି ବସି॥******