ନଡିଆ ରାଇସ୍ .....

                               ନଡିଆ ରାଇସ୍ 

ନଡିଆ ରାଇସ୍ ଉପକରଣ - ବାସୁମତି ଅରୁଆ ଚାଉଳ-ଚାରି କପ, ନଡ଼ିଆ କୋରା-ଚାରି କପ, କାଜୁ -କୋଡିଏଟି, କଞ୍ଚା ଓ ଶୁଖିଲା ଲଙ୍କା -ଚରଟି ଲେଖାଏଁ, ବିରି ଡ଼ାଲି ଦୁଇ ଚାମଚ ଆବଶ୍ୟକ ଅନୁସାରେ ଘିଅ, ସୋରିଷ, ଭୃସଙ୍ଗା ପତ୍ର, ହେଙ୍ଗୁ ଓ ଲୁଣ ନେବେ।

ପ୍ରସ୍ତୁତି- ପ୍ରଥମେ ଅରୁଆ ଚାଉଳ ଭାତ କରି ତାହାକୁ ଗାଳି ଦେଇ ରଖନ୍ତୁ। ଭାତ ଯେପରି ଗୋଟା ଗୋଟା ରହିବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବେ। ଗରମ ଘିଅ କରେଇରେ ହେଙ୍ଗୁ,ସୋରିଷ, ବିରି,ଲଙ୍କା,ଭୃସଙ୍ଗା ପତ୍ର ଓ ନଡ଼ିଆ କୋର ପକାଇ ଭାଜି ଦିଅନ୍ତୁ। ଏହି ଭାଜକୁ ଭାତରେ ଗୋଳାଇ ଦିଅନ୍ତୁ। ଏହାକୁ ଭଲ କରି ତଳ ଉପର କରି ମିଶାଇ ଦିଅନ୍ତୁ। ଏହାକୁ ଏବେ ଖୋଲା ପତ୍ରରେ, ଭାତ ଓ ମିଶମିଶି ଭଜା ମିଶାଇଲେ ଭଲ ହେବ। ଭାତ ଉପରେ କାଜୁ ବାଦାମ ଓ ଧନିଆ କଟା ପତ୍ର ବିଛାଇ ଦିଆନ୍ତୁ। ବର୍ତ୍ତମାନ ନଡ଼ିଆ ରାଇସ ପ୍ରସ୍ତୁତ ହୋଇଗଲା।

  Never miss a story from us, get weekly updates in your inbox.