ସମ୍ବଲପୁର ରେ ଶୀତଳ ଷଷ୍ଠୀ

ସମ୍ବଲପୁର ର ଶୀତଳ ଷଷ୍ଠୀ ଯାତ୍ରା ର ପ୍ରଥମ ସୋପାନ :-

ଆଜି ପବିତ୍ର ଅକ୍ଷୟ ତୃତୀଆ । ଆଜିର ଦିନରେ ଚାଷ କାମ ରୁ ଆରମ୍ଭ କରି ଶ୍ରୀ ଜଗନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ଅନୁକୁଳ କରାଯାଇଥାଏ । ଆଜିର ଦିନରେ କୌଣସି କାର୍ଯ୍ୟ ଆରମ୍ଭ କଲେ, କାର୍ଯ୍ୟ ଟି ସଫଳ ଓ ବିନା ବାଧାରେ ସମ୍ପର୍ଣ୍ଣ ହୁଏ । ଦିନଟି ଶୁଭ ଦିନ ଭାବେ ଗଣନା କରାଯାଉଥିବାରୁ ବିବାହ କାର୍ଯ୍ୟ ଓ ନୂତନ ବ୍ୟବସାୟ ଆଦି ବି ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଏ ।

ଓଡିଶା ରେ ଅକ୍ଷୟ ତୃତୀୟା ଦିନ ପାଳନ କରାଯାଉଥିବା ଆଉ ଗୋଟିଏ ପର୍ବ ବା ଅନୁଷ୍ଠାନ ବିଷୟରେ ଧାରଣା ଦେଉଛି :-

ଓଡ଼ିଶାର ପଶ୍ଚିମାଞ୍ଚଳ ବିଶେଷ କରି ସମ୍ବଲପୁର ରେ ଜ୍ୟେଷ୍ଠ ମାସରେ ଭଗବାନ ଶିବ ଓ ମାଁ ପାର୍ବତ୍ତି ଙ୍କର ବିବାହ ବହୁ ଆଡମ୍ବର ରେ ପାଳନ କରାଯାଇଥାଏ । ପୁରୀ ଶ୍ରୀ ଜଗନ୍ନାଥ ଧାମ ରେ ମଧ୍ୟ ବାବା ଲୋକନାଥଙ୍କ ବିବାହ ଉତ୍ସବ ପାଳନ କରାଯାଏ, ମାତ୍ର ସମ୍ବଲପୁର ର ଶୀତଳ ଷଷ୍ଟି ଯାତ୍ରା ବା ଶିବ ବିବାହ ପୁରୀ ଠୁ ଭିନ୍ନ । ପ୍ରସିଦ୍ଧ ଶୀତଳ ଷଷ୍ଟି ଯାତ୍ରା ଆରମ୍ଭ ର ମାସକ ପୂର୍ବରୁ ସମ୍ବଲପୁର ର ଶିବ ମନ୍ଦିର ଯେଉଁଠାରେ ଯାତ୍ରା ହୁଏ, ସେହି ଯାତ୍ରା ପାଇଁ ପ୍ରତ୍ୟେକ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ରୁ ଚାନ୍ଦା ସଂଗ୍ରହ କରାଯାଏ । ଏହି ଚାନ୍ଦା ସଂଗହ ର ଅନୁକୁଳ ଅକ୍ଷୟ ତୃତୀୟା ଦିନ ବିଶେଷ ପୂଜାର୍ଚ୍ଚନା ପରେ ବାଜା ଘଣ୍ଟ ଶଙ୍ଖ ବଜାଇ ନିଜ ନିଜ ସାହିରେ ଘର ଘର ବୁଲି ସଂଗ୍ରହ କରାଯାଏ । ଏହାକୁ ଏହି ଅଂଚଳରେ "ଥାଳ ଉଠା" ପର୍ବ ବୋଲି କୁହାଯାଏ ।  ଶିବ ମନ୍ଦିର ରେ ଏହି ଦିନ ଲିଙ୍ଗ ଓ ଶକ୍ତି ଙ୍କୁ ଜଳାଭିଷେକ ବି କରାଯାଏ । ଅକ୍ଷୟ ତୃତୀୟା ରୁ ଠିକ ମାସେ ପରେ ଯାତ୍ରା ର ଶୁଭାରମ୍ଭ ହୋଇଥାଏ ।  ଭଗବାନ ଶିବ ବର ବେଶରେ ପୂର୍ବରୁ ବଛାଯାଇଥିବା କନ୍ୟା (ପାର୍ବତ୍ତି)ପିତା ଙ୍କ ଘରକୁ ବରଯାତ୍ରୀ ନେଇ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ବିବାହ କାର୍ଯ୍ୟ ସମ୍ପୂର୍ଣ ରୂପେ ଲୋକାଚାର ରେ ହୁଏ । ବିବାହ ପରେ ଯୁଗଳ ମୂର୍ତ୍ତି ଙ୍କୁ ନଗର ପରିକ୍ରମା କରାଯାଇ ମନ୍ଦିର ପ୍ରବେଶ ହୁଏ ।

ବିଶ୍ୱାସ ଅଛି ଯେ ଭଗବାନ ଶିବ ଙ୍କ ବିବାହୋତ୍ସଵ ଅନୁଷ୍ଠିତ କଲେ ଗ୍ରୀଷ୍ମ ଋତୁରେ ଗରମ ହୋଇଥିବା ଧରାପୃଷ୍ଟ ଶୀତଳ ହୁଏ । ତା'ପରେ ବର୍ଷା ଋତୁ ର ଆଗମନ ହୁଏ ।

ଶୀତଳ ଷଷ୍ଠୀ ଯାତ୍ରା ସମ୍ବନ୍ଧରେ ସମାୟାନୁକ୍ରମେ କିଛି କିଛି ତଥ୍ୟ ଉପସ୍ଥାପନ କରିବି ।

ଧନ୍ୟବାଦ......

  Never miss a story from us, get weekly updates in your inbox.