ଦୁର୍ଘଟଣା ପେରେ..

  ଖାରବେଳ ଥାନା ସାମ୍ନାରେ ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୁଣ୍ଡ ଫାଟି କାନ ଏବଂ ପାଟିରୁ ବହୁତ ରକ୍ତ  ସ୍ରାବ ହେଉଥାଏ । ଅନେକ ଲୋକ ଆସି ସେହି ଆହତ ବ୍ୟକ୍ତିଙ୍କ ଚାରିପାଶ୍ୱରେ ରୁଣ୍ଡ ହୋଇ ପବନ ଚଳାଚଳକୁ ବନ୍ଦ କରିଦେଲେ ଏବଂ କିଛି ଲୋକ ସେହି ଆହତ ବ୍ୟକ୍ତିଙ୍କୁ ଧରି ପାଣି ପିଆଉଥିଲେ । ମୁଁ ତାହା ଦେଖି ସେମାନଙ୍କୁ ବାରଣ କଲି, ପାଣି ନପିଆଇବା ପାଇଁ କହିଲି କିନ୍ତୁ କେହି ମୋ କଥାକୁ ଶୁଣିଲେ ନାହିଁ । କିଛି ଲୋକ ମୋତେ କହିଲେ ଆହତ ବ୍ୟକ୍ତିଙ୍କୁ ଯଥା ଶୀଘ୍ର ପାଣି ପିଆଇଲେ ଭଲ । ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି । 

  ଏଠାରେ ସଚେତନତାର ବହୁତ ଅଭାବ ରହିଛି । ଦୁର୍ଘଟଣା ହେଲେ ଆହତ ବ୍ୟକ୍ତିଙ୍କ ସହ କ'ଣ କରାଯିବା ଉଚିତ୍ ଏବଂ କ'ଣ ନକରାଯିବା ଉଚିତ୍ ତାହା ସର୍ବସାଧାରଣଙ୍କୁ ଅବଗତ କରାଇବା ନିହାତି ଦରକାର । ନଚେତ ଏଭଳି ସାମାନ୍ୟ ଭୁଲ୍ ପାଇଁ ହୁଏତ ସେହି ଆହତ ବ୍ୟକ୍ତିଙ୍କ ମୁତ୍ଯୁ ଘଟିପାରେ ।

  Never miss a story from us, get weekly updates in your inbox.