ଯିବେ ସବୁ ଗାଡି ଜାଗା ଗୋଟିଏ

ଯିବେ ସବୁ ଗାଡି ଜାଗା ଗୋଟିଏ

କେବେ ପହଞ୍ଚିବ ଜାଣିଛି କିଏ?😢😢😢

ଦିବଙ୍ଗତ ଅଭିନେତ୍ରୀ, ସୁନ୍ଦରତାର ପ୍ରତୀକ, ଅନେକ ସଫଳ ଚଳଚ୍ଚିତ୍ରର ସଫଳ ନାୟିକା ତଥା ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଥମ ସୁପର୍ ଷ୍ଟାର୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶବ ଯାତ୍ରାର ଫଟୋ ସହ ଦେଖିଲି ଫେସ୍ ବୁକରେ । ଥରିଗଲା ହୃଦୟ । ମନେ ପଡିଗଲେ ଅଫେରନ୍ତା ରାଇଜକୁ ଚାଲି ଯାଇଥିବା ଅନେକ ପ୍ରିୟଜନ । କୋରି ହୋଇଗଲା ହୃଦୟ। ଥରିଗଲା ମନ । ଜୀବନର ଏକମାତ୍ର ସତ୍ଯ : ଜନ୍ମ ହେଲେ ମୃତ୍ଯୁ ନିଶ୍ଚିତ । ତଥାପି ବି ମଣିଷ ମାୟାଗ୍ରସ୍ତ ହୁଏ। ମିଛ ବଡେଇ କରେ।ତୋର ମୋର ସୀମା ରେଖା ଭିତରେ ଆବଦ୍ଧ ହୋଇଯାଏ । ମନ ଗ୍ରହଣ କରିବାକୁ ରାଜି ହୁଏନା ଏହି ଭୟଙ୍କର ସତ୍ଯକୁ।

ଏତେ ବଡ଼ ଅଭିନେତ୍ରୀ । ଏତେ ସୁନ୍ଦର। ଅନେକ ସଫଳତାର ଅଧିକାରୀ ଶ୍ରୀଦେବୀ । ଭାରତୀୟ ବୟସ ମାନଦଣ୍ଡକୁ ଦେଖିଲେ ଚଉବନ ବର୍ଷଟା କିଛି ବି ନୁହେଁ । ତଥାପି ବି ମୃତ୍ଯୁ କେଉଁ ଛଟକରେ ଆସି କବଳିତ କରିନେଲା ପ୍ରାଣ । 

ଟୀକା ଗୋବିନ୍ଦ ଚନ୍ଦ୍ରର ପଦଟିଏ ମନେ ପଡେ:

ସେହି କାଳ ଯମ ବଡ଼ ଦାରୁଣରେ

ନ ଜାଣଇ ଦୁଃଖ ସୁଖ

ବାଛି ନବ କଞ୍ଚା ରଖିବ ପାଚିଲା

ଦେବ ସେ ଦାରୁଣ ଦୁଃଖରେ କୁମର.....

ପ୍ରାର୍ଥନା କରୁଛି ତାଙ୍କ ଅମର ଆତ୍ମାର ସଦ୍ ଗତି ହେଉ ଓ ଭଗବାନ୍ ତାଙ୍କ ପରିବାରକୁ ଏ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ।

  Never miss a story from us, get weekly updates in your inbox.