ଗାଜର ସୁପ୍ ........



ସାମଗ୍ରୀ:-

 ପାଞ୍ଚଶହ ଗ୍ରାମ ଗାଜର

 ବଡ ପିଆଜ ଦେଢ଼ଟା

 ମୁଗଡାଲି ଏକ ଚାମଚ

 ସର କଢ଼ା ଦୁଗ୍ଧ ଏକ କପ

 ଆବଶ୍ୟକ ଅନୁଯାୟୀ ଲୁଣ

ହଳଦୀ, ତେଲ ଓ ଗୋଲମରିଚ ।


ପ୍ରସ୍ତୁତି:-

 ପିଆଜ ସାଥିରେ ଗାଜରକୁ ବଡ ବଡ ଖଣ୍ଡ କରି କାଟିବେ ।

 ତିନି କପ ପାଣିରେ ମୁଗ ପକାଇ ପ୍ରେସର୍ କୁକର୍  ରେ ରାନ୍ଧନ୍ତୁ ।

 ତାହା ସିଝିଗଲେ ମିକ୍ସରେ ପେଷି ଦିଅନ୍ତୁ ।

 ଦୁଗ୍ଧକୁ ସିଝାଇ ସୁପରେ ମିଶ୍ରଣ କରନ୍ତୁ ।

 ଗୋଲମରିଚ ଓ ଲୁଣ ଦେଇ ଗୋଟିଏ ମିନଟ ଫୁଟାନ୍ତୁ । 

ଅଳ୍ପ ଗରମ ଥାଇ ପରସନ୍ତୁ ଗଜର୍ ସୁପ୍ ।


  Never miss a story from us, get weekly updates in your inbox.