ଛତୁ ବେସର

ଚତୁବେସର  

ଉପକରଣ

ପାଳଛତୁ -୫୦୦  ଗ୍ରାମ୍

ସୋରିଷ -୨  ଚାମଚ 

ଜୀରା -୧/୨  ଚାମଚ 

କଞ୍ଚାଲଙ୍କା – ୩-୪ ଟି 

ରସୁଣ -୮-୧୦ କୋଲା

ସୋରିଷ ତେଲ -୩ ଟେବୁଲ୍ –ଚାମଚ 

ହଳଦୀ -୧ ଚାମଚ 

ଲୁଣ –ସ୍ଵାଦଅନୁସାରେ 

ତେନ୍ତୁଳିମଣ୍ଡ ବା ତମାଟୋ ପ୍ୟୁରୀ -୧ ଟେବୁଲ ଚାମଚ 

ପ୍ରଣାଳୀ ;

            ଛତୁକୁ ବାଛି ସଫା କରି ଧୋଇ ଚିପୁଡି ହଳଦୀ –ଲୁଣ ଗୋଳାଇ ତେଲ ଦେଇ ନନ୍ ଷ୍ଟିକ୍ରେ ଗନ୍ଧ ଯିବାଯାଏଁଭାଜିଦିଅନୁ ଓ କାଢି ରଖନ୍ତୁ l ଆଉଟିକେ ତେଲ ଦେଇ କରେଇରେ ଫୁଟଣ ଫୁଟାନ୍ତୁ l ଫୁଟିଗଲେ ସୋରିଷ ,ରସୁଣ ,ଜୀରା –ଲଙ୍କାର ପାଲିସ୍ ବଟାକୁ ଦେଇ ୧ କପ୍ ପାଣି ଦେଇଦିଅନ୍ତୁ l ଆଉଟିକେ ହଳଦୀ ଦେଇ ଗୋଳାନ୍ତୁ lଫୁଟିଗଲେ ଛତୁଭଜା ପକାଇ ଗୋଳାଇ ଆଞ୍ଚ କମାଇ ଘୋଡାଇ ବଶାନ୍ତୁ l୮-୧୦ ମିନିଟ୍ ପରେ ଟମାଟୋ ବା ତେନ୍ତୁଳୀ ମଣ୍ଡ ମିଶାନ୍ତୁ l ପୁଣି ଥରେ ଫୁଟାଇ ଝୋଳ ଦରକାର ମୁତାବକ ରଖି ଆଞ୍ଚ ବନ୍ଦ କରନ୍ତୁ ଓ ଗରମ ଗରମ ପରଶନ୍ତୁ l

       [ବି ; –  ଦ୍ର; ସୋରିଷ ବେସର ବାଟିଲାବେଳେ ଯଥେଷ୍ଟ ପାଣି ଦେଇ ବାଟନ୍ତୁ lଏ ମସଲା କଷାଯାଏ ନାହଁ lବେସର କଷିଲେ ପିତା ହୁଏ lତେଣୁ କରେଇରେ ପକାଇ ତୁରନ୍ତ ପାଣି ଦେଇ ଗୋଳାନ୍ତୁ lଏହାଛଡା ଭଲ ମାନର କ୍ଵାଲିଟି  ର  ସୋରିଷ ମଧ୍ୟ ସୋରିଷବଟା ତରକାରୀ  ଉପରେ ପ୍ରଭାବ ପକାଇଥାଏ l]

  Never miss a story from us, get weekly updates in your inbox.