ଚତୁବେସର
ଉପକରଣ;
ପାଳଛତୁ -୫୦୦ ଗ୍ରାମ୍
ସୋରିଷ -୨ ଚାମଚ
ଜୀରା -୧/୨ ଚାମଚ
କଞ୍ଚାଲଙ୍କା – ୩-୪ ଟି
ରସୁଣ -୮-୧୦ କୋଲା
ସୋରିଷ ତେଲ -୩ ଟେବୁଲ୍ –ଚାମଚ
ହଳଦୀ -୧ ଚାମଚ
ଲୁଣ –ସ୍ଵାଦଅନୁସାରେ
ତେନ୍ତୁଳିମଣ୍ଡ ବା ତମାଟୋ ପ୍ୟୁରୀ -୧ ଟେବୁଲ ଚାମଚ
ପ୍ରଣାଳୀ ;
ଛତୁକୁ ବାଛି ସଫା କରି ଧୋଇ ଚିପୁଡି ହଳଦୀ –ଲୁଣ ଗୋଳାଇ ତେଲ ଦେଇ ନନ୍ ଷ୍ଟିକ୍ରେ ଗନ୍ଧ ଯିବାଯାଏଁଭାଜିଦିଅନୁ ଓ କାଢି ରଖନ୍ତୁ l ଆଉଟିକେ ତେଲ ଦେଇ କରେଇରେ ଫୁଟଣ ଫୁଟାନ୍ତୁ l ଫୁଟିଗଲେ ସୋରିଷ ,ରସୁଣ ,ଜୀରା –ଲଙ୍କାର ପାଲିସ୍ ବଟାକୁ ଦେଇ ୧ କପ୍ ପାଣି ଦେଇଦିଅନ୍ତୁ l ଆଉଟିକେ ହଳଦୀ ଦେଇ ଗୋଳାନ୍ତୁ lଫୁଟିଗଲେ ଛତୁଭଜା ପକାଇ ଗୋଳାଇ ଆଞ୍ଚ କମାଇ ଘୋଡାଇ ବଶାନ୍ତୁ l୮-୧୦ ମିନିଟ୍ ପରେ ଟମାଟୋ ବା ତେନ୍ତୁଳୀ ମଣ୍ଡ ମିଶାନ୍ତୁ l ପୁଣି ଥରେ ଫୁଟାଇ ଝୋଳ ଦରକାର ମୁତାବକ ରଖି ଆଞ୍ଚ ବନ୍ଦ କରନ୍ତୁ ଓ ଗରମ ଗରମ ପରଶନ୍ତୁ l
[ବି ; – ଦ୍ର; ସୋରିଷ ବେସର ବାଟିଲାବେଳେ ଯଥେଷ୍ଟ ପାଣି ଦେଇ ବାଟନ୍ତୁ lଏ ମସଲା କଷାଯାଏ ନାହଁ lବେସର କଷିଲେ ପିତା ହୁଏ lତେଣୁ କରେଇରେ ପକାଇ ତୁରନ୍ତ ପାଣି ଦେଇ ଗୋଳାନ୍ତୁ lଏହାଛଡା ଭଲ ମାନର କ୍ଵାଲିଟି ର ସୋରିଷ ମଧ୍ୟ ସୋରିଷବଟା ତରକାରୀ ଉପରେ ପ୍ରଭାବ ପକାଇଥାଏ l]