ଗରମା ଗରମ ସୋୟା ଚିଲି

ଗରମା ଗରମ ସୋୟା ଚିଲି

ଡ଼କ୍ଟର ଶୁଭଶ୍ରୀ କର

ଉପକରଣ :

ଛୋଟ ସୋୟା -୧୦୦ ଗ୍ରାମ
ରସୁଣ - ୧ ଟି
କଞ୍ଚା ଲଙ୍କା - ୪ ଟି
କର୍ଣଫ୍ଲୋର - ୨ ଚାମଚ
ବଡ ପିଆଜ- ୨ଟି
ଟମାଟୋ - ୧ ଟି
କ୍ୟାପ୍ସିକମ - ୧ ଟି
ଧନିଆ ପତ୍ର
ହଳଦୀ ଗୁଣ୍ଡ - ୧/୨ ଚାମଚ
ଲୁଣ - ଦରକାର ଅନୁଯାୟୀ
ଟମାଟୋ ସସ
ସୋୟା ସସ
ଗୋଲମରିଚ ଗୁଣ୍ଡ
ତେଲ ଛାଣିବା ଲାଗି

ପ୍ରଣାଳୀ : 

ପ୍ରଥମେ ସୋୟା କୁ ଗରମ ପାଣି ରେ ଲୁଣ ପକାଇ ଫୁଟାଇ ଚିପୁଡ଼ି ରଖିବେ I ସୋୟା ରେ ରସୁଣ କଞ୍ଚାଲଙ୍କା ବାଟି  କରି ପକାଇବେ , ହଳଦୀ ଗୁଣ୍ଡ ଓ କର୍ଣଫ୍ଲୋର ପକାଇବେ I ତାପରେ ତେଲ ରେ ଛାଣିବେ I ସୋୟା ଛାଣି ହେଇଗଲା ପରେ ଅଲଗା ରଖିବେ I ପିଆଜ , କଞ୍ଚା ଲଙ୍କା ,କ୍ୟାପ୍ସିକମ ,ଟମାଟୋ  ଛୋଟ ଛୋଟ କରି କାଟି ରଖିଥିବେ ଇ ପ୍ରଥମେ ପିଆଜ, କ୍ୟାପ୍ସିକମ କୁ ଭାଜିବେ ତାପରେ ଛଣା ହୋଇ ରହିଥିବା ସୋୟା ପକାଇବେ I ଟମାଟୋ ତାପରେ ପକାଇ ଅଳ୍ପ ଆଞ୍ଚରେ ଭାଜିବେ I ସସ ସବୁ ଗୋଟେ ଗୋଟେ ଚାମଚ ପକାଇ , ଉପରେ ଧନିଆ ପତ୍ର ଆଉ ଗୋଲମରିଚ ଗୁଣ୍ଡ ଦେଇ ଓଲ୍ଲାଇବେ  I ବର୍ତମାନ ଆପଣଙ୍କ ଚିଲି  ସୋୟା ପ୍ରସ୍ତୁତ  I ଏହା ରୋଟି ବା ନୁଡୁଲସ ସହ ଖାଇବା କୁ ଭଲ ଲାଗେ I






  Never miss a story from us, get weekly updates in your inbox.