Home
Quotes New

Audio

Forum

Read

Contest


Write

Write blog

Log In
Your search for ତେଲ
ଓଡିଶାର ସଭିଙ୍କ ପ୍ରିୟ ଦହି ମାଛ
 Subhasree Kar  
 9 February 2018  

ସାମଗ୍ରୀ :ରୋହୀ ମାଛ : ଏକ କେଜିପିଆଜ : ବଡ ଦୁଇଟାରସୁଣ : ଗୋଟେକଞ୍ଚା ଲଙ୍କା : ଚାରିଟାସୋରିଷ : ଶହେ ଗ୍ରାମଜୀରା : ଏକ ଚାମଚଶୁଖିଲା ଲଙ୍କା : ଦୁଇଟାଟମାଟୋ: ଦୁଇଟାଭୃଷୁଙ୍ଗା ପତ୍ରଦହି: ଅଧା କପବେସନ/ ଚାଉଳ ଚୁନା : ଏକ ଚାମଚସୋରିଷ ତେଲ - ଦରକାର ଅନୁଯାୟୀଲୁଣ - ଦରକାର ଅନୁଯାୟୀହଳଦୀ - ଦରକାର ଅନୁଯାୟୀପ୍ରଣାଳୀ :ପ୍ରଥମେ ମାଛ କୁ ଭଲ ଭାବେ ଧୋଇ ଲୁଣ ହଳଦୀ ଗୋଳାଇ ସୋରିଷ ତେଲ ରେ ଭାଜି ରଖି ବେ I ସୋରିଷ ,ଜୀରା ,ଶୁଖିଲା ଲଙ୍କା ,ରସୁଣ ଦୁଇ କୋଳ ବତୁରାଈ ବାଟି ରଖିବେ Iତେଲ ରେ ସୋରିଷ,ଜିରା ଲଙ୍କା ଫୁଟଣ ଦେଇ ଭୃଷୁଙ୍ଗା ପତ୍ର ,ଲମ୍ବା ଲମ୍ବା କଟା ପିଆଜ ,ରସୁଣ ଚାରି / ପାଞ୍ଚ କୋଳ ଛେଚା ପକେଇବେ ଓ ଭାଜିବେ I ଏଇସବୁ ଭାଜି ହୋଇଗଲା ପରେ ତାକୁ କାଢି ଅଲଗା ରଖିବେ I ତା ପରେ  ସୋରିଷ ପେଷ୍ଟ ରେ ଗୋଟେ କପ ପାଣି ଗୋଳାଇ ରଖିଥିବେ ତାକୁ ତେଲ ରେ ପକାଇ ପନ୍ଦର ମିନଟ ଫୁଟାଇବେ I ସୋରିଷ ର ରଙ୍ଗ ବଦଳି ହଳଦିଆ ଆସିଯିବ, ବାସ୍ନା ଆସିବ ତା ପରେ ଜାଣିବେ ତାହା ହୋଇଗଲା ଠିକ ରେ I ତାପରେ ସେଥିରେ ଭଜା ପିଆଜ ,ଟମାଟୋ ,ମାଛ ସବୁ ପକେଇବେ I ଦହି କୁ ଟିକେ ପାଣିରେ ବେସନ କିମ୍ବା ଚାଉଳ ଚୁନା ଗୋଟେ ଚାମଚ ଦେଇ ଗୋଳେଇ ତା ଉପରେ ପକାଇବେ ଆଉ ପାଞ୍ଚ ମିନଟ ଫୁଟାଇବେ I ଆପଣଙ୍କ ଇଚ୍ଛା  ଅନୁଯାୟୀ ଝୋଳ ରଖିପାରିବେ I ଏବେ ଆପଣଂକର ଦହି ମାଛ ପ୍ରସ୍ତୁତ I ଏହା ଭାତ ସହ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ  I

ରଙ୍ଗିନ୍ ଦୁନିଆ
 Pallabi Das  
 28 November 2018  
Art

ବିଶ୍ଵାସ, ଭରସା ଆଉ ଭଲ ପାଇବା କୁ ନେଇ ସମ୍ପର୍କ ଆଗକୁ ବଢେ, ଆଉ ଯୋଉଠି ଏଗୁଡିକ ନଥାଏ ସେ ସମ୍ପର୍କ ର ବୟସ ବୋହୁତ୍ କମ୍ |ବନାନୀ ଦିଦି , ମୋ ନିଜର କେହି ନହେଲେ ମଧ୍ୟ , ସେ ମୋ ଭଉଣୀ ପରି ଥିଲେ | ଏଇ ମାସ କେଇଟାରେ ସାଥିରେ ଯିବା ଆସିବା କରି ଆମେ ସାଙ୍ଗ ହେଇଯାଇଥିଲୁ | କେବେ କେବେ ଆଫିସ୍ ରୁ ଫେରିବା ସମୟରେ ସେଇ ଏକା ବସ୍ ରେ ଭେଟ ହେଇଯାଏ ତାଙ୍କ ସହ | ବ୍ୟାଗ୍ ଭିତରୁ କେତେ କ'ଣ ଯାଚି ଦିଅନ୍ତି ଖାଇବାକୁ | ଲୋକ କୁହନ୍ତି ପୂର୍ବ ଆଉ ଦକ୍ଷୀଣ ଭାରତ ପିଲାଙ୍କ ଭିତରେ ବନ୍ଧୁତା ହବା ବୋହୁତ୍ ଆଶ୍ଚର୍ଯ୍ୟ ଜନକ | ଠିକ୍ ଆମ ବନ୍ଧୁତା ବି ସେମିତି ଥିଲା | ତାଙ୍କ ଗପ ଶୁଣି ଶୁଣି ବେଳେ ବେଳେ ଜଣା ପଡ଼େନି ମୋ ଷ୍ଟପ୍ କେତେ ବେଳେ ଆସିଯାଏ ,ବିଦାୟ ନବାକୁ ଇଛା ନଥିଲେ ବି ନବାକୁ ହୁଏ ପୁଣି ଥରେ ଭେଟିବା ପାଇଁ | ଦିନେ ପଚାରି ଦେଇଥିଲି , ଦିଦି ବାହା କେବେ ହଉଛ ବୋଲି , ତା ପରଠୁ ନୀତି ସେ ମତେ କୁହନ୍ତି ତେଲୁଗୁ ବାହାଘର ର ରୀତି ନୀତି ଆଉ ତାଙ୍କ ପ୍ରେମିକ କଥା | କେମିତି ସେ ତାଙ୍କୁ କ୍ୟାରିଅର ଗଢ଼ିବାରେ ସାହାଯ୍ୟ କଲା , କେମିତି ତାଙ୍କୁ ଭଲ ପାଏ , ଇତ୍ୟାଦି | ଶୁଣି ଶୁଣି ବିରକ୍ତ ହୋଇଯାଏ ତଥାବି ନା କହି ପାରେନି , କହୁଥିବା ବେଳେ ତାଙ୍କ ଆଖିର ଚମକ ଆଉ ଖୁସି ଦେଖି |ବର୍ଷା ଦିନ ର ଘଟଣା , ଦିନେ ହଠାତ୍ ଦିଦିଙ୍କୁ ଦେଖିବାକୁ ପାଇଲି ମୁଁ ଯାଉଥିବା ମନ୍ଦିର ରେ | କେବେ କେବେ ଇଛା ହେଲେ ଛୁଟି ଦିନରେ ଚାଲିଯାଏ ମନ୍ଦିର , କେବେ ଭୋଗ ଖାଇବା ଆଶାରେ ତ କେବେ ପୁଣି ସାଇ ବାବାଙ୍କ ଆଳତି ଶୁଣିବା ଆଶାରେ | ବର୍ଷା ଯୋଗୁ ମନ୍ଦିର ରେ ଲୋକ ବୋହୁତ୍ କମ୍ ଥିଲେ | ପୂଜାରୀ ବାଦ ହାତ ଗଣତି ରେ 4/5 ଟି ଶ୍ରଦ୍ଧାଳୁ | ମୁଁ ସାଇଙ୍କ ଆଳତି ସାରି ଫେରୁଥାଏ ସିଡି ରେ , ମୋ ଆଖି ଆଗରେ ମନ୍ଦିର ବାରଣ୍ଡାକୁ ଆଉଜେଇ ଦିଦି ଆଖି ବନ୍ଦ କରି ବସିଥିଲେ | ମୁଁ ତାଙ୍କୁ ଦେଖି ଖୁସି ହୋଇଗଲି | ରୁମ୍ ରୁ ବାହାରିଲା ବେଳେ ଗୁପଚୁପ ଖାଇବାକୁ ଭାରି ମନଥିଲା କିନ୍ତୁ ସାଙ୍ଗରେ କେହି ନଥିଲେ ବୋଲି ଇଛା ମରି ଯାଇଥିଲା ,ଦିଦିଙ୍କୁ ଦେଖି ପୁଣି ସେଇ ଇଛା ଜାଗ୍ରତ ହେଇଗଲା | ହଠାତ୍ ଯାଇ ତାଙ୍କୁ ଚମକେଇ ଦେଲି | ମତେ ଦେଖି ଖୁସି ହୋଇଗଲେ ପ୍ରଥମେ ତାପରେ ମତେ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ | ବର୍ଷା ର ଗର୍ଜନ ସହ ତାଙ୍କ କାନ୍ଦ ର ସ୍ଵର କାହା କୁ ବି  ଶୁଣା ଯାଉନଥିଲା ମୋ ଛଡା | ଯେତେ ପଚାରିଲି କ'ଣ ହେଇଚି, କିଛି କହିଲେନି | ବୋହୁତ୍ କଷ୍ଟରେ ସେଠୁ ତାଙ୍କୁ ସାଙ୍ଗରେ ଆଣି ତାଙ୍କ ହଷ୍ଟେଲ ରେ ଛାଡ଼ି ମୁଁ ମୋ ହଷ୍ଟେଲ କୁ  ଫେରିଥିଲି | ଗୁପଚୁପ ଖାଇବା କଥା ଟା ପୁରା ମନ ରୁ ବାହାରି ଯାଇଥିଲା | ତା ପର ଦିନ ସୋମବାର, ଇଛା ହଉନଥିଲେ ବି ନିଜକୁ ଜୋର୍ କରି ଅଫିସ ନବା ଦିନ ସେଟା ମୋ ପାଇଁ | ଆସିଲା ବେଳେ ଭାବୁଥିଲି କାଳେ କୋଉଠି ଭେଟ ହୋଇ ଯାଆନ୍ତା କି, ପଚାରି ଦିଅନ୍ତି କ'ଣ ହେଇଥିଲା କାଲି ବୋଲି | ଗଲା ବେଳେ କି ଆସିଲା ବେଳେ ଭେଟହେଲାନି ଦିଦିଙ୍କ ସହ , ଅଫିସ ରୁ ଫେରୁ ଫେରୁ ବୋହୁତ୍ ଡେରି ହୋଇଯାଇଥିଲା, ସେଥିପାଇଁ ତାଙ୍କ ହଷ୍ଟେଲ୍ ବି ଯିବାକୁ ସାହସ ହେଲାନି | ବାସ୍ ଗୋଟେ ମେସେଜ ଟିଏ ଆସିଥିଲା ତାଙ୍କର, ଇଂଲିଶ ରେ କି- ମୁଁ ଠିକ୍ ଅଛି , କିଛି ଦିନ ପାଇଁ ଗାଁ କୁ ଯାଉଛି ବୋଲି | ମୁଁ ଫୋନ୍ ଲଗେଇବାକୁ ଚେଷ୍ଟା କଲି କିନ୍ତୁ ଫୋନ୍ ବନ୍ଦ ଦେଖେଇଲା | କିଛି ଉପାୟ ନଥିଲା ବାସ୍ ଦିଦିଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଥିଲି | ନୀତି ମନେ ପଡ଼େ ତାଙ୍କ ଥଟ୍ଟା ତାମସା ଆଉ ଜମା ବନ୍ଦ ନ ହଉଥିବା ଗପ | ଦିଦି ଫେରି ଆସିଥିଲେ ଠିକ୍ ଗୋଟେ ସପ୍ତାହ ପରେ | ବୋହୁତ୍ ଆଲଗା ଲାଗୁଥିଲେ ସେ | ଲମ୍ବା କଳା ମସ୍ ମସ୍ ବେଣୀ ଆଉ ନଥିଲା ତାଙ୍କର ,ମୁଣ୍ଡ ରୁ ଚୁଟି ସବୁ କାଟି ଦେଇଥିଲେ | ଆଉ ଆଗ ପରି  ଖୁସ୍ ମିଜାଜ୍ ର କି ଗପୁଡି ନଥିଲେ | ବୋହୁତ୍ କମ୍ କଥା କହୁଥିଲେ | ମୋ ପାଇଁ କେତେ କ'ଣ ଖାଇବା ଜିନିଷ ଆଣିଥିଲେ ଘରୁ | ଦୁଇ ଦିନ ଯାଏ କିଛି କହିନଥିଲେ, ସେ ବିଷୟରେ | ଗୋଟେ ମେସିନ୍ ପରି ସେ ଅନୁଭୂତ ହଉଥିଲେ | ଚେଷ୍ଟା କରିଥିଲି ନ ପଚାରିବାକୁ ,  କିନ୍ତୁ   ତାଙ୍କ ର ଏ ପ୍ରକାର ପରିବର୍ତିତ ସ୍ଵଭାବ ଦେଖି ଆଉ ରହି ପାରିଲିନି | ପଚାରି ଦେଇଥିଲି ,ସେ କହିଥିଲେ ପଛରେ କହିବେ ବୋଲି |ରବିବାର ସକାଳୁ ହଠାତ୍ ଫୋନ କରି ଡାକିଥିଲେ ମତେ ତାଙ୍କ ହଷ୍ଟେଲ୍ | ସେଠି ଯାଇ ଦେଖିବାକୁ ପାଇଲି ଦିଦି ହଷ୍ଟେଲ୍ ଛାଡ଼ିବାକୁ ସବୁ ଜିନିଷ ସଜେଇ ମତେ ଅପେକ୍ଷା କରି ବସିଥିଲେ | ମତେ ଦେଖି କହିଲେ - ଏଠି ରହିବାର ଆଉ କିଛି ବାହାନା ନାହିଁ ମୋ ପାଖରେ, ମୁଁ ଯାଉଛି ମୋ ନିଜ ଟାଉନ ରେ ଚାକିରି ଖୋଜିବାକୁ | ତାପରେ ମତେ ସାଙ୍ଗରେ ଗୁପଚୁପ ଖୁଆଇବାକୁ ନେଇଥିଲେ | ଦିଦି କହିଥିଲେ ସେଦିନ କେମିତି ତାଙ୍କ ପ୍ରେମିକ ତାଙ୍କ ଅଜାଣତରେ, ତା ଘର ଲୋକଙ୍କ ପସନ୍ଦ ରେ ଆଉ ଗୋଟେ ଜାଗାରେ ବାହା ହେଇଯାଇଥିଲା ଟଙ୍କା ଲୋଭ ରେ ଆଉ ଦିଦିଙ୍କୁ ଏତେ ଦିନ ଧରି ଧୋକା ରେ ରଖିଥିଲା | ଦିଦିଙ୍କ ଏତେ ଦିନର ଭରସା ଆଖି ପିଛୁଳାକେ ଭାଙ୍ଗୀ ଯାଇଥିଲା | କେବେ ବି ତା'ଙ୍କ ମନରେ ସେ ପିଲା କୁ ନେଇ କିଛି ବି ଅବିଶ୍ୱାସ ଜାତ ହୋଇନଥିଲା | ହଠାତ୍  ଦିଦିଙ୍କ ଗୋଟେ ସାଙ୍ଗ ସେଇ ରବିବାର ଦିନ ଆସି ସବୁ କହିଥିଲା, ତଥାବି ବିଶ୍ବାସ କରିନଥିଲେ ଦିଦି | ସେ ପିଲା ର ବାହାଘର ଫଟୋ ଆଉ ଫେସବୁକ୍ ରେ ଛାଡିଥିବା ଭିଡିଓ ଦେଖିବା ପରେ ସେ ଭରସା କରିଥିଲେ | ସେଦିନ ଭାଙ୍ଗି ପଡିଥିଲେ ଦିଦି, ସେ ପିଲାକୁ ନେଇ ଦେଖିଥିବା ସବୁ ସ୍ଵପ୍ନ ତାଙ୍କର ଭାଙ୍ଗି ଯାଇଥିଲା | ଗଲା ବେଳେ କହି ଯାଇଥିଲେ ଏତେ ଦିନ ଧରି ମିଛ ମରୀଚିକା ପଛରେ ଦୌଡୁଥିଲି , ଆଜି ଚେତା ପଶିଲା ସେଥିପାଇଁ ଫେରି ଯାଉଚି ମୋ ନିଜ ବାଟରେ | ମତେ କହିଗଲେ ଜୀବନ ରେ ଯୋଉଠି ବି ରହିବୁ ବାପା ମାଆଙ୍କ କଥା କୁ ଅନୁସରଣ କରିବୁ, ଅନ୍ଧ ପରି କାହାକୁ ଭରସା କରିବୁନି, ଇତ୍ୟାଦି |କିଛି ଦିନ ପରେ ତା'ଙ୍କ ବାହାଘର ନିମନ୍ତେ ନିମନ୍ତ୍ରଣ ପାଇଥିଲି କିନ୍ତୁ ଯିବାକୁ ଛୁଟି ମିଳିନଥିଲା | ଆଜି ସେ ବୋହୁତ୍ ଖୁସି ରେ ଅଛନ୍ତି ଆଉ ମତେ ପୁଣି ଥରେ ନିମନ୍ତ୍ରଣ କରିଛନ୍ତି ତାଙ୍କ ପୁଅ ର ଜନ୍ମ ଦିନରେ ଯୋଗ ଦବାକୁ | ଘର ସଂସାର ଆଉ ଚାକିରି ଜୀବନ ଭିତରେ ସେ ବ୍ୟସ୍ତ ରହୁଛନ୍ତି କିନ୍ତୁ ସମୟ ଆଉ ସୁଯୋଗ ମିଳିଲେ ଏବେ ବି ସେ ସଚେତନ କରାନ୍ତି , ଯେମିତି କେବେ କାହା ସହ ସେ ଭଳି ନହୁଏ, ଯାହା ତା'ଙ୍କ ସହ ଘଟିଥିଲା | ଆଜି ଖୁସି ଲାଗୁଛି ତାଙ୍କୁ ଦେଖି, ନିଜର ସମସ୍ତ ଶକ୍ତି ଏକାଠି କରି ପୁଣି ଥରେ ପୂର୍ବ ଅବସ୍ତା କୁ ଫେରି ପାରିଛନ୍ତି ଆଉ ସେଇ ଭିତରେ ସଜେଇ ପାରିଛନ୍ତି ନିଜର ରଙ୍ଗିନ୍ ଦୁନିଆ |

ଆପଣ କଣ ଅନ୍ଧବିଶ୍ବାସୀ କି?
 Rajabala Tripathy  
 1 April 2019  

ଆପଣ କଣ ଅନ୍ଧବିଶ୍ବାସୀ କି? ନୁହେଁ ନା...କୌଣସି ବ୍ୟକ୍ତି ନିଜକୁ ଅନ୍ଧବିଶ୍ୱାସୀ ବୋଲି ସ୍ୱୀକାର କରିବାକୁ ଚାହେଁ ନାହିଁ। କେବଳ ଝାଡ଼ ଫୁଙ୍କ କି ଗୁଣି ଗାରୁଡ଼ି ଉପରେ ବିଶ୍ୱାସ କରିବା ହିଁ ଅନ୍ଧବିଶ୍ୱାସ ନୁହେଁ। ସେହି ସବୁ ତକ ବିଶ୍ୱାସ ଯାହା ଆଖି ବନ୍ଦ କରି ବିନା ପ୍ରଶ୍ନ ରେ ପାଳନ କରାଯାଏ, ଯାହାର କୌଣସି ବୈଜ୍ଞାନିକ ତର୍କପୂର୍ଣ ଆଧାର ନାହିଁ, ସେଇ ସବୁ ବିଶ୍ୱାସକୁ ଅନ୍ଧବିଶ୍ୱାସ ବୋଲି କୁହାଯାଏ। ଆସନ୍ତୁ, ଆମ ଦୈନନ୍ଦିନ ଜୀବନରେ ପାଳନ ହେଉଥିବା ଏହି ସବୁ ଅନ୍ଧବିଶ୍ୱାସ କୁ ଚିହ୍ନିବା ସହ ଏହାକୁ ନିଜ ବନ୍ଧୁ ପରିଜନ ମାନଙ୍କୁ ମଧ୍ୟ ଚିହ୍ନେଇବା।1. ବାମହାତରେ ଟଙ୍କା ଦେବା ବା ନବା ଅଶୁଭ।2. ଘରେ କେହି ବେମାର ପଡିଲେ ଲଙ୍କା ଧୂଆଁ ଦେବା।3. ଘରେ, ଦୋକାନ ଓ ଯାନବାହନ ରେ ଲେମ୍ବୁ ଲଙ୍କା ହାର ଟାଙ୍ଗିବା।4. ବାହୁ ବା ଗଳାରେ ଡେଉଁରୀଆ, ତାବୀଜ ବା କଳା ସୂତା ବାନ୍ଧିବା।5. ବିଲେଇ ରାସ୍ତା ପାର କରିବା ଅଶୁଭ।6. ଚପଲ ଓଲଟା ରଖିବା ଅଶୁଭ।7. ହାତରୁ ଲଙ୍କା ନେଲେ ବା ଦେଲେ ଝଗଡା ହୁଏ।8. ପରୀକ୍ଷା ପୂର୍ବରୁ ଦହି ଚିନି ଖାଇଲେ ଶୁଭ।9. ଘରୁ ବାହାରକୁ ଯାଉଥିଲା ବେଳେ ପଛରୁ ଡାକିଲେ ବା ଛିଙ୍କିଲେ ଅଶୁଭ।10. କଳା ରଙ୍ଗ ବା କପଡା ଅଶୁଭ।11. ଗୁରୁବାର, ଶନିବାର ଓ ମଙ୍ଗଳବାର ବାଳ, ଦାଢ଼ି ବା ନଖ କାଟିବ, ସିଲେଇ କରିବା ଅଶୁଭ।12. ରାତିରେ ଝାଡ଼ୁ କରିବା ଅଶୁଭ।13. ରବିବାର, ଗୁରୁବାର ପିତା ଖାଇବା ଅନୁଚିତ।14. ଶନିବାର ତେଲ ଦାନ ଶୁଭ।15. ନଜର ଲାଗିବ।16. ବିଧବା ଓ ସନ୍ତାନ ହୀନ ମାନେ ଅଶୁଭ।17. ପିଲାଙ୍କୁ କଳା ଟୀକା ଲଗେଇବା ଅଶୁଭ।18. ନଇ ରେ ଟଙ୍କା ପକେଇବ।19. ଶନିବାର ରେ ଲୁହା କିଣିବା ଅଶୁଭ।20. ଗୁରୁବାର ରେ ଟଙ୍କା ନ ଦେବା।21. 13 ସଂଖ୍ୟାଟିକୁ ଅଶୁଭ ଭାବିବା।22. କୌଣସି ବିଶେଷ ବ୍ୟକ୍ତି ବସ୍ତୁ ପୋଷାକ କଲମ ରଙ୍ଗ ବା ମୁହୁର୍ତ୍ତ କୁ ଶୁଭ ବା ଅଶୁଭ ବୋଲି ମନେ କରିବା।23. ଶବ ଯାତ୍ରା ଦେଖିବା ଶୁଭ।24. ପେଚା, ଏକ ବଣି ଅଶୁଭ, ଯୋଡ଼ା ବଣି ଶୁଭ।25. ଝିଟିପିଟି ଉପରେ ପଡିବା ଅଶୁଭ।26. ସକାଳୁ ନିର୍ଦ୍ଧିଷ୍ଟ ବ୍ୟକ୍ତି ବା ଜାତିର ବ୍ୟକ୍ତି ର ମୁହଁ ଦେଖିବା ଅଶୁଭ।27. ଧନ ତେରସ ଦିନ ସୁନା କିଣିବା ଶୁଭ।28. ଦୁଇଟି ଝାଡ଼ୁ ସାଙ୍ଗରେ ରହିଲେ ଝଗଡ଼ା।29. କିନ୍ନର ମାନଙ୍କ ଆଶୀର୍ବାଦ ଶୁଭ।30. ସପ୍ତାହରେ ନିର୍ଦ୍ଧିଷ୍ଟ ବାରରେ ଆମିଷ ଖାଇବା।ଏଇମିତି ଅନେକ । ଏହି ସବୁ ଶୁଭ ବା ଅଶୁଭ ର ବିଚାର କେବଳ ମଣିଷ ମନର ଡର। ତେଣୁ କୌଣସି କଥା ବା ଘଟଣା କୁ  ବୈଜ୍ଞାନିକ ତର୍କ ଦ୍ୱାରା ପରୀକ୍ଷା କରନ୍ତୁ, ଏବଂ ବିନା ଡ଼ରରେ ଚିନ୍ତା କରନ୍ତୁ। ଅନ୍ଧବିଶ୍ୱାସ ରୁ ନିଜକୁ ଓ ନିଜ ପରିବେଶକୁ ମୁକ୍ତ ରଖନ୍ତୁ।ରାଜବାଳା