ପବ୍ଲିକ୍
ସଂସାରେ ମାନବ ଜାତି ର ଭିନ୍ନ ଏକ ପ୍ରଜାତି ଲକ୍ଷ କରିବାକୁ ମିଳେ।ଯେଉଁମାନେ ଦେଖିବାକୁ ଅବିକଳ ମଣିଷ ପରି।କେବଳ ଏତିକି ନୁହେଁ ;ସେମାନଙ୍କ କଥାବାର୍ତ୍ତା ,ଚାଲି ଚଳନ ସେମାନଙ୍କୁ ମାନବ ଜାତି ଠାରୁ ସଂପୂର୍ଣ୍ଣ ଅଭିନ୍ନ କରି ରଖିଅଛି।ସୁଖ ପାଇଲେ ଆନନ୍ଦିତ ହେବା,ଦୁଃଖ ରେ ଅଶ୍ରୁ ନିଗାଡିବା ଇତ୍ୟାଦି ପ୍ରକୃତିର ର ନିୟମ ସେମନେ ମାନି ଆସି ଅଛନ୍ତି।ତଥାପି ,ଏକ ବିରଳ ସ୍ଵଭାବ ହେତୁ ସେମାନେ ମଣିଷ ଜାତି ଠାରୁ ପୂରା ପୂରି ଭିନ୍ନ।ନିଜ ଛିଦ୍ର କୁ ଘୋଡାଇ ରଖି ପର ଛିଦ୍ରକୁ ରାଷ୍ଟ୍ର କରିବାରେ ଏମାନେ ଯଥେଷ୍ଟ ପଟୁ ହସ୍ତ।କାହାର ବିପଦ ଆପଦ ରେ ଛୁଟି ଯାଇ ନାନା ମତ ଦେବାରେ ,କୌଣସି କାରଣ ନ ବୁଝି କାରନାମା କରିବାରେ ଏମାନଙ୍କ ସାମ୍ନା କରିବାକୁ ଦେବରାଜ ଇନ୍ଦ୍ର ମଧ୍ୟ ଭୟବୀତ ହେବେ।
ଚିକିତ୍ସା ବିଦ୍ୟାରେ ଅଶ୍ବିନୀକୁମାର ,ଉପଦେଶ ଦେବାରେ ଚାଣକ୍ୟ,ସମର ଶିକ୍ଷାରେ ଗୁରୁ ଦ୍ରୋଣାଚାର୍ଯ୍ୟ ,ରାଷ୍ଟ୍ର ପରାମର୍ଶରେ ମହାତ୍ମା ଗାନ୍ଧି ଙ୍କ ପରି ସମାଜରେ ଏମାନେ ପ୍ରତୀତ।ପରୋପକାରୀତା ଠାରୁ ପର ନିନ୍ଦା ପର ଉପହାସ ରେ ଅଧିକ ପୂଣ୍ୟ ବୋଲି ଏମାନଙ୍କ ବିଶ୍ୱାସ।ବେଳେ ବେଳେ ଏମାନଙ୍କ ମତା ମତ ଅନେକ ଅଘଟଣ ଘଟାଇଦିଏ।ନିର୍ଦ୍ଦୋଷୀ ଦଣ୍ଡିତ ହୁଏ ଦୋଷୀ ବର୍ତ୍ତିଯାଏ।ତଥାପି ଏମାନେ ନିଜ କର୍ତ୍ତବ୍ୟ ପଥରୁ ତିଳେ ମାତ୍ର ବିଚ୍ୟୁତ ନ ହୋଇ ବିବେକାନନ୍ଦ ଙ୍କ ପରି ନିରଳସ ସାଧନା କରି ଚାଲନ୍ତି।ଧନ୍ୟ ଏମାନେ ।ସମାଜ ଏମନଙ୍କ ସୁନ୍ଦର ନମ କରଣ କରିଛି;ପବ୍ଲିକ୍।ଯାହାର ଓଡିଆ ପ୍ରତି ଶବ୍ଦ ଅଭିଧାନ ରେ ଥିଲେ ହେଁ ଅପ୍ରଚଳିତ।।।।।।।।