Image



ପ୍ରକୃତି  ଆମ  ସଭିଙ୍କର  "ମା", ଯେ ଆମକୁ  ତା କୋଳରେ ସର୍ବଦା  ଜାଗା ଦେଇଥାଏ  l ଆମର  ସୁରକ୍ଷା  ପାଇଁ ସେ ସର୍ବଦା  ଚିନ୍ତିତ  ଥାଏ , ଯେତିକି ଆମେ  ତା ପାଇଁ ନୁହଁ l ଆମର  ଖାଦ୍ୟ ଯୋଗେଇବା ଠାରୁ  ଆରମ୍ଭ କରି  ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ l ସେ ଆମକୁ ସର୍ବଦା କିଛି ଊଣା ନକରି ପ୍ରଦାନ କରି ଆସିଥାଏ  l ଆମ କ୍ଷେତରେ ଭଲ ଚାଷ  ଯେପରି  ହେବ ସେ ଠିକ  ସମୟରେ  ବର୍ଷା  କରିଥାଏ  l ପିଇବାକୁ ମଧୁର  ପାଣି ଦେଇଥାଏ  l ମାତ୍ର ଆଜି ସେଇ ମଣିଷ ଭୁଲି ଯାଉଛି  "ମା" ର କଥା l ଭୁଲି ଯାଉଛି  "ମା" ର ସାହାଯ୍ୟ କଥା l ଭୁଲି ଯାଉଛି ତାର  ଆମ ମାନଙ୍କ ପ୍ରତି ଅବଦାନ ଆଉ ଭୂମିକା lଆଜି ଯେପରି ଅସୁରକ୍ଷିତ ମନେ  ହେଉଛି  ଗୋଟେ ମାଆ, ଖରସ୍ରୋତା  l ଯିଏ ବିପଦ  ଅବସ୍ଥା ଆଡକୁ  ଯିବାକୁ ବସିଛି  l ଲୋପ ପାଇବାକୁ ବସିଛି  ଭିତର କନିକା ଜାତୀୟ ଉଦ୍ୟାନ l କାରଣ  ସରକାର ଙ୍କ ମେଗା ଜଳ ପ୍ରକଳ୍ପ ହେବା ଦ୍ୱାରା  ସବୁଦିନ ପାଇଁ ଭାରତୀୟ  ମାନଚିତ୍ର  ରୁ ଲିଭି ଯାଇପାରେ ଭିତରକନିକା  l ହଜି ଯାଇ ପାରେ ପ୍ରାକୃତିକ ସୌନ୍ଦର୍ଯ୍ୟ l ଯାହା ବିଶିଷ୍ଟ ପରିବେଶବିତ୍ତ ମାନେ ଅନୁମାନ କରୁଛନ୍ତି l ମାତ୍ର ଖରସ୍ରୋତା ରେ ମେଗା ଜଳ ପ୍ରକଳ୍ପ ହେବା ଦ୍ୱାରା ସମଗ୍ର  ବିଶ୍ୱରେ ଜାତୀୟ  ଉଦ୍ୟାନ ବୋଲାଉଥିବା ଭିତରକନିକା  ର ଭବିଷ୍ୟତ  ବିନାଶ ଆଡକୁ ଗତି କରିବ ଯାହା କେନ୍ଦ୍ର ସରକାର ଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ର ସର୍ଭେ  ରିପୋର୍ଟ ରୁ  ପ୍ରକାଶ  ପାଇଛି l ସୂଚନା ଅଛି ଯେ ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାରେ ଜନବସତି ତଥା  ବିକାଶମୂଳକ  କାର୍ଯ୍ୟ ପାଇଁ ନଦୀ ଉପତ୍ୟକାରେ  ଜଳର ପରିମାଣ କମିବାରେ ଲାଗିଛି l ଯାହା ଆସନ୍ତା ୩୦ ବର୍ଷ ମଧ୍ୟରେ  ୪୬% କୁ ଖସି ଯିବ l ଏହାର ସିଧା ପ୍ରଭାବ ଭିତରକନିକା ଉପରେ ପଡିବ l ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୫୧ ସୁଦ୍ଧା ଭିତରକନିକା କୁ ମଧୁର ଜଳ  ୩୧% କୁ ଖସିବ l ସବୁଠାରୁ  ଗୁରୁତ୍ୱ ପୂର୍ଣ୍ଣ କଥା ଭିତରକନିକା  ଜାତୀୟ ଉଦ୍ୟାନ କୁ ୨୦୦୧ ମସିହାରେ ମଧୁର ଜଳ ପ୍ରବାହ ୭୪.୬୪% ଥିବାବେଳେ ଜଳସ୍ତର ହାସ ପାଇବା କାରଣରୁ ଦୁଇ ୨୦୫୧ ବେଳକୁ ୪୬% କୁ ଖସିଆସିବାର ଯଥେଷ୍ଟ ସମ୍ଭାବନା ରହିଛି l
ଯାହା ଫଳରେ କି ତାକୁ ଆଶ୍ରା କରି  ବଂଚୁଥିବା  ହଜାର ହଜାର କୁମ୍ଭୀର , ଜଳଚର, ହରିଣ, କଇଁଛ ଆଦି ଅନେକ ଜୀବ ଜନ୍ତୁ ତାଙ୍କ  ବାସସ୍ଥାନ କୁ ହରେଇବେନି ତ? କିମ୍ବା ମଧୁର ପାଣି ଅଭାବରୁ  ତାଙ୍କ ଜୀବନ ଯିବନି ତ?ଯେଉଁ ହେନ୍ତାଳ ବଣ ପ୍ରାକୃତିକ ବିପର୍ଯୟ ରେ ଜନସମାଜ କୁ ରକ୍ଷା କରୁଥିଲା l ବର୍ଷା ସମୟରେ ବର୍ଷା କରାଉଥିଲା ସେ ସବୁଦିନ ପାଇଁ ନଷ୍ଟ ହେଇ ଯିବନି ତ ? ସରକାର ଙ୍କ ପାଣି ନେବା ଦ୍ୱାରା ନଦୀର  ଜଳ ସ୍ତର  କମିବନି ତ? ଯଦି  କମେ  ଏଥି ପାଇଁ ଦାଇ କିଏ ରହିବ? ଯଦି ମଧୁର ଜଳ ନେବା ଦ୍ୱାରା ଜଳ ସ୍ତର କମେ  ତଥା ଲୁଣି ପାଣି ମାଡି  ଆସେ  ଦାଇ କିଏ ରହିବ? ଯଦିବି ଲୁଣି ପାଣି ମାଡି ଆସିଲା ଠିକ ଅଛି, ଏହା ପ୍ରଭାବରେ  ଲକ୍ଷ୍ୟ ଲକ୍ଷ୍ୟ ଜଳଚର,ଜୀବ, ଜନ୍ତୁ, ସରୀସୃପ ଯଦି ମୃତ୍ୟୁ ବରଣ  କରନ୍ତି  ସେଥିପାଇଁ ଦାଇ  କିଏ ହେବ? ଚାଷ ଚାଷୀ ଯାହା ଓଡ଼ିଶାର ପରିଚୟ  l ଚାଷ କରି  ଅନେକ ଲୋକ ନିଜର  ପରିବାର ପ୍ରତି ପୋଷଣ କରନ୍ତି  l ମାତ୍ର ଯଦି ଲୁଣି ପାଣି ପ୍ରଭାବରେ  ଚାଷ ଜମି  ନଷ୍ଟ ହୁଏ, ପ୍ରତିବର୍ଷ ଯଦି ଲୁଣି ପାଣି ପ୍ରଭାବରେ ଫସଲ ଉଜୁଡି ଯାଏ ତ ଏଥି ଦାଇ କିଏ ରହିବ? କିଏ  ଚାଷୀର  ପରିବାରର  ଦାଇତ୍ୱ ନେବ? କିଏ  ଗରିବୀର  ଗୁଜୁରାଣ ମେଣ୍ଟେଇବ? କାରଣ ଏଠି  କାମ ସରିଗଲେ  ଜନତାକୁ  କେହି ଭୂତି ବୋଲି ପଚାରନ୍ତିନି l ଯେପରି  ଭୋଟ  ସମୟରେ ଆସି  ନେତା ଗୁଡାକ ପାଦ  ଆଉଁସି, ତେଲ ମାଲିସ କରି, ହାତ ଗୋଡ଼ ଯୋଡି, ଅଧିଆ ପଡି, କାହାକୁ ଭୂତେଇ, କାହାକୁ ଭଣ୍ଡେଇ, କାହାକୁ ମଦ ମାଂସ ଦେଇ, ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ନେଇ ଯାନ୍ତି l ତା ପରେ  ନିଜକୁ  ଜଣେ ବଡ଼ ଲୋକ  ଦେଖେଇ ହୁଅନ୍ତି l ଭୁଲି ଯାନ୍ତି ତାଙ୍କ ଦେଇଥିବା ପ୍ରତି ସୃତି l ତାକୁ ଦେଖା  କରିବାକୁ  ହେଲେ ଦରକାର   ପରମିସନ  l ମାତ୍ର ସେମାନେ ଭୁଲି ଯାଆନ୍ତି ସେମାନେ ହେଲେ ଜନତାଙ୍କ ପ୍ରତିନିଧି  l ଲୋକ ମାନଙ୍କ କଥା ବୁଝିବାକୁ ତାଙ୍କୁ ଜନ ପ୍ରତିନିଧି ଲୋକ ମାନେ କରିଥିଲେ l ମାତ୍ର ଥରେ ଶାସନ ଗାଦିରେ ବସିଗଲେ  ସେମାନେ ଭୁଲି ଯାଆନ୍ତି ସବୁକିଛି l ମାତ୍ର ଦୁଃଖ ଆଉ ପରିତାପର ବିଷୟ  ଯେ ସ୍ୱାଧୀନ ଭାରତରେ  ନିଜ ଅଧିକାର ପାଆନ୍ତିନି ଅଧିକାଂଶୀ ଜନସାଧାରଣ l ଯେଉଁଠି ଦେଖ  ଲାଞ୍ଚ ନଦେଲେ  କାମ ହଉନି  ଚିକତ୍ସାଳୟ ଠୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ନିମ୍ନ ସ୍ତର ରୁ ଆରମ୍ଭ କରି ଉଚ୍ଚ ସ୍ତର ପର୍ଯ୍ୟନ୍ତ ସବୁଠି  ଲାଞ୍ଚ ମଗା ଯାଉଛି l କି ସର୍ଭେ  ହେଉଛି କେଜାଣି ଏଠି  ଦିନ ଦରିଦ୍ର ଟେ ଗୋଟେ ବିଜୁଘର , ଇନ୍ଦିରା ବାସ , ବାର୍ଦ୍ଧକ୍ୟ ଭତା, ବିଧବା ଭତା, ପାଇବାକୁ ବର୍ଷ ବର୍ଷ  ଲାଗିଯାଉଛି l ମାତ୍ର ଯାର ସବୁ ଅଛି ସେ ସାଙ୍ଗେ ସାଙ୍ଗ ପାଇଁ ଯାଉଛି l ମାତ୍ର ଯେ ପଲଥିନ ଭିତରେ ଅଛି  ସେ ସେମିତି ବର୍ଷ ବର୍ଷ ରହୁଛି lଏ ହେଉଛି  ଆମ  ଶାସନ ବ୍ୟବସ୍ଥା l ପ୍ରଶାସକ ଗୁଡାକ ତ ଏଣ୍ଡୁଅ ଖାଲି  ମୁଣ୍ଡ ଟୁଙ୍ଗାରିବା ଛଡା  କିଛି ଜାଣନ୍ତିନି l ତାଙ୍କୁ ଏତେ ଯେ ଚୌକିର ମୋହ ଯେ ଚାକିରୀ ଚାଲିଯିବା  ଭୟରେ  ଭୁଲ କୁ ବି ଠିକ  କୁହନ୍ତି ପଛେ ଦେଶ  ଭାସି ଯାଉ l ଲୋକ ପଛେ  ମରନ୍ତୁ l ଆପେ  ବଞ୍ଚିଲେ  ବାପା ର ନାଁ ଆଉ l

ମାତ୍ର ପ୍ରାୟ ଅଧିକାଂଶ ଲୋକ ଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଭଦ୍ରକ ରେ ତ ଅନେକ ନଦୀ ରହିଛି ମାତ୍ର ସରକାର  କେନ୍ଦ୍ରାପଡ଼ା ରୁ କାହିଁକି ପାଣି ନେବାକୁ ଚାହୁଁଛନ୍ତି l ଯଦି ସରକାର  ଭଦ୍ରକ ଜନସାଧାରଙ୍କ  ଶୋଷ  ମେଣ୍ଟାଇବାକୁ ଏହି ମେଗା ଜଳ ଯୋଜନା କରିଛନ୍ତି ତାହା ନିହାତି ସ୍ୱାଗତ ଯୋଗ୍ୟ l କାରଣ  ପାଣି ପିଇବାକୁ କିଏ ବା ନଦେବ ପୁଣି ସେମାନେ ଆମ  ଭାଇ ଭଉଣୀ l ଆମ  ଜିଲ୍ଲା ଜିଲ୍ଲା କଥା,ମାତ୍ର ଏତେ ରାମାୟଣ, ମହାଭାରତ  ଘଟି ଗଲାଣି, ଆଉ ପ୍ରତିଦିନ  ଘଟୁଛି  ମଧ୍ୟ  କିନ୍ତୁ କାହିଁ କେହି ଭଦ୍ରକ  ଶୋଷିଲା ଲୋକର  କାଇଁ ଆକୁଳ ଚିତ୍କାର ଶୁଭୁନି  ଯେ ଆମକୁ  ପାଣି ଦରକାର,  କି ଗୋଟିଏ ଦିନ ବି କେହି ତ କାଇଁ ହଣ୍ଡା, ଗଗରା, ବାଲ୍ଟି, ଡେ଼କଚି ଧରି ଭଦ୍ରକ ଲୋକ ରାଜ ରାସ୍ତାକୁ ଆସୁ ନାହାନ୍ତି l ସତରେ  ଭଦ୍ରକ  ବାଲାଙ୍କୁ ପାଣି ଦରକାର  ନା ଭିତିରିଆ  କିଛି  କାରଣ  ରହିଛି ? ମୁଁ ଶୁଣିଛି ଶୋଷ ପାଣି ପାଖକୁ  ଯାଏ l ମାତ୍ର ଯାହା ଦେଖା ଯାଉଛି  ଆମ  ଭଦ୍ରକ  ଭାଇ ଭଉଣୀ ମାନଙ୍କୁ ବୋଧୁଏ ଜମାରୁ ଶୋଷ ଲାଗୁନି l କିନ୍ତୁ ଆମ ସାରାକର ଯେଉଁଠି ପାଣି ଦରକାର, ବିଜୁଳି ଦରକାର, ଶିକ୍ଷା ଦରକାର ସେଠି  ସ୍ୱାଧୀନତା ର ପଚସ୍ତରୀ  ବର୍ଷ ହେଲାଣି ନା କିଛି ପ୍ରକଳ୍ପ ହେଉଛି ନା କିଛି ଯୋଜନା l ସେଠି କାହାରି ଦେଖା ନାଇଁ l ମାତ୍ର ଯେଉଁଠି ମୁଣ୍ଡରେ ତେଲ ଅଛି  ସେଇ ମୁଣ୍ଡରେ ଆହୁରି ଆମ ସରକାର  ତେଲ ଢ଼ାଳୁ ଛନ୍ତି  l କିଛି  ବୁଝା ପଡୁନି କାହିଁକି ଏତେ ଦରଦ କେଜାଣି l ଟିକେ ନୁଖୁରା ମୁଣ୍ଡକୁ ଦେଖ l ଯେଉଁଠି ଆବଶ୍ୟକ ନାହିଁ ସେଠି  ଯୋଜନା କରି ଲାଭ କଣ ? ଟଙ୍କା ଗୁଡା ତ ରାଜକୋଷରୁ  ଯାଉଛି ନା କିନ୍ତୁ କୁଆଡେ ଯାଉଛି  କିଏ ଜାଣେ?, ମାତ୍ର ଆମେ  ଟିକସ ଦେଇ ଦେଇ ରାଜ କୋଷ ଭୋରି ଚାଲିବୁ  ଆଉ  ଏଠି ଖାଲି ପ୍ରକଳ୍ପ, ଯୋଜନା ନା ରେ ରାଜ କୋଷରୁ  ଟଙ୍କା ଉଭେଇ ଚାଲିଛି l  କେଉଁଠି ଦୁଇ ଦିନରେ ରାସ୍ତା ଉଠି ଗଲାଣି ତ କେଉଁଠି ପୋଲ ଭାଙ୍ଗି ଗଲାଣି l ଆମ  ପରିବାର  ଲୋକ ଭୋକରେ ନିତି ମରନ୍ତୁ ପଛକେ ମାତ୍ର ଜନ ପ୍ରତିନିଧି ମାନେ ନିଜ ପିଢ଼ି ପରେ ପିଢ଼ି ପାଇଁ ଟଙ୍କା ସାଇତି ରଖୁଛନ୍ତି l ତା ପରେ ଦେଖ ଆମେ ନିଜ ହକ ମାଗିଲେ ଆମ ଉପରେ  ଇଂରେଜି ଶାସନ l ଆମ  ଲୋକ ଗୁଡାକ ତ ସବୁ ଭକୁଆ l ମାନିବାକୁ ପଡିବ ତୁମ ଯୋଜନା ଆଉ  ପ୍ରକଳ୍ପ କୁ l ଆମେ ତ ଏଠି  ଦେଇ ଦେଇ କାଙ୍ଗାଳ ହେଉଛୁ ଆଉ?
ବଡ ବଡୁଆ ବାବୁ ଗୁଡାକ ଖାଲି  ବିଲ ପାସ କରି ଚାଲିଛ, ଏଠି ରାସ୍ତା ହେବ ଗଛ ଗୁଡାକ କାଟି ଦିଅ l କେମିତି ଗଛ ରହିବ ଥରେ ଭାବୁନ  l କେମିତି ପରିବେଶ ର ସୁରକ୍ଷା ହେବ ଥରେ ଭାବୁନ  ନାଇଁ ଖାଲି  କାଟି ଚାଲ l ଖାଲି  ପରିବେଶ ଦିବସ ଦିନ ଗଛ ଲଗେଇ  ଫୋଟ  ଉଠେଇ  ପେପର ରେ ବାହାର କରି ଦେଖେଇ କୁହ ଆମେ ପରିବେଶକୁ  ବହୁତ  ଭଲ ପାଉ l କୁଆଡେ ଗଲ ସବୁ ପରିବେଶ ପ୍ରେମୀ କୁଆଡେ ଗଲ ସବୁ  ପ୍ରକୃତି ପ୍ରେମୀ, କୁଆଡେ ଗଲ ସବୁ  ପରିବେଶ ଦିବସରେ  ଲମ୍ବା ଲମ୍ବା ଭାଷଣ ଦେଉଥିବା ପରିବେଶ ବିତ ମାନେ l କୁଆଡେ ଯାଉଛି  ପରିବେଶ  ନିୟମ  l କାହାରି ଦେଖା ନାଇଁ ଭିତର କନିକା କଣ କେବଳ କେନ୍ଦ୍ରାପଡ଼ା ର ନା ଓଡ଼ିଶାର ଭିତର କନିକା ସମଗ୍ର  ଭାରତର  l ଯଦି  ଆଜି  ଭିତରକନିକା କୁ ନ୍ୟାୟ ନ ମିଳେ ତ ଏମିତି ଏକ ଦିନ ଆସିବ ଅନେକ ଉଦ୍ୟାନ ଆଉ  ବଡବଡ଼ ଜଙ୍ଗଲ ମଧ୍ୟ ବିଭିନ୍ନ ପ୍ରକଳ୍ପ ଆଳରେ ଲୋପ ପାଇଯିବ ଶେଷରେ  ଅମ୍ଳଜାନ ସିଲିଣ୍ଡର ଧରି ସବୁ ବୁଲିବ l ଆଉ  ଭବିଷ୍ୟତ  ପିଢ଼ିକୁ ଦେଖେଇବ ଦେଖରେ ଚିତ୍ରରେ ଏ ହେଉଛି ଭିତର କନିକା ଥିଲା  ଏଥିରେ ଅନେକ ଗଛ ଜୀବଜନ୍ତୁ ଇତ୍ୟାଦି ଇତ୍ୟାଦି l

ଆମେ ସମସ୍ତେ ଚାହିଁଲେ ଭିତରକନିକା  ସୁରକ୍ଷିତ ରହିପାରିବ  ଭିତରର କନିକାର  ଜୀବଜନ୍ତୁ    ସୁରକ୍ଷିତ ରହି ପାରିବେ l ଚାଷୀ ର କ୍ଷେତ ସୁରକ୍ଷିତ ରହିବ ରହିପାରିବ l ପ୍ରଶାସନ ଏକ ସୁ ଚିନ୍ତିତ ଯୋଜନା କରନ୍ତୁ  l ତା ପରେ ପାଣି ନିଅନ୍ତୁ l କାରଣ ଆମେ ପ୍ରକୃତି କୁ ନଷ୍ଟ ହେବାକୁ ଦେବୁନି l ନଚେତ ଏମିତି ଅନେକ ବ୍ୟକ୍ତି ଅନଶନରେ ବସିବେ ଆଜି ଖାଲି କେନ୍ଦ୍ରାପଡ଼ା ରେ ଚାଲିଛି କାଲି ସମଗ୍ର ଓଡ଼ିଶାରେ ତାର ସୁରକ୍ଷା ପାଇଁ ଆନ୍ଦୋଳନ ଚାଲିବ  l ଆମେ ଚାହୁଁ ଅହିଂସା ଉପାୟରେ ସମାଧାନ  ହେଉ l ସେଥି ପ୍ରତି ସରକାର  ଟିକେ  ଯେତେ ଶୀଘ୍ର  ଦୃଷ୍ଟି ଦେଲେ ଭଲ ହେବ  l କାରଣ ପ୍ରକୃତି, ପରିବେଶ ର ସୁରକ୍ଷା ଆମ  ସଭିଙ୍କର  ଦାଇତ୍ୱ l ପ୍ରକୃତିର  ସୁରକ୍ଷା ହେଲେ ଯାଇ, ଆମେ ସମସ୍ତେ ସୁରକ୍ଷିତ ରହି ପାରିବୁ l ଆମ ପରବର୍ତ୍ତୀ ପିଢ଼ି ମଧ୍ୟ ସୁରକ୍ଷିତ ରହି ପାରିବେ l "ପରିବେଶ ସୁରକ୍ଷା ଜୀବନ ରକ୍ଷା "
ବନ୍ଦେ ଉତ୍କଳ ଜନନୀ,ବନ୍ଦେ ମାତରଂ  l

ପ୍ରଭାସ କୁମାର ମହାପାତ୍ର
ମୟୁରଭଞ୍ଜ, ଓଡିଶା
ଦୂର ଭାଷ - 9861608307