Image

ମାନବ ସଭ୍ୟତା ଓ ରୋବୋଟିକ୍ସ ଟେକନୋଲଜି

ଦୀପକ ଷଡଙ୍ଗୀ

ବିଂଶ ଶତାବ୍ଦୀରେ ମନୁଷ୍ୟ ତା’ର ନିଜର ବୁଦ୍ଧି ଓ ବିଦ୍ୟା ବଳରେ ଅନେକ ଅଗ୍ରଗତି କରିଛି । ସମୟର ସଙ୍ଗେ ତାଳ ଦେଇ ମନୁଷ୍ୟ ତା’ର ରହିବା, ଖାଇବା, ଚଳିବା ଆଦିରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ । ପ୍ରସ୍ତର ଯୁଗର ମନୁଷ୍ୟ ଧୀରେଧୀରେ ପରିବର୍ତ୍ତିତ ହୋଇ ଏବେ ଆସି ପହଞ୍ଚିଛି ସଭ୍ୟ ମାନବ ସଭ୍ୟତାରେ । ଯେଉଁ କାର୍ଯ୍ୟ ଦିନେ ଅସମ୍ଭବ ବୋଲି ମନେ ହେଉଥିଲା ବିଜ୍ଞାନର ଅଗ୍ରଗତି ବଳରେ ମନୁଷ୍ୟ ତାହାକୁ ଏବେ ସମ୍ଭବ କରି ଗଢି ତୋଳିଛି । ପ୍ରଯୁକ୍ତି ଓ ବିଜ୍ଞାନର ଆଶୀର୍ବାଦ ସ୍ୱରୂପ  ମଣିଷ ବର୍ତ୍ତମାନ ମଙ୍ଗଳ ଗ୍ରହରେ ମଧ୍ୟ ସ୍ଥାନ ପାଇବା ପାଇଁ ହକଦାର୍ । ମଣିଷର ସୁଖ ସ୍ଵାଛନ୍ଦକୁ ଆଉ ଦୁଇ ପାଦ ଆଗକୁ ନେଇ ଯାଇଛି ଏବେକାର ମୋବାଇଲ ଫୋନ୍ , ଇଣ୍ଟରନେଟ୍ ଓ କଂପ୍ୟୁଟର୍ ଯାହାର ବଳରେ ସେ ବିଶ୍ଵର ଯେ କୌଣସି ସ୍ଥାନରେ ଥାଇ ମଧ୍ୟ ହାତର ଆଙ୍ଗୁଳି ନିର୍ଦ୍ଦେଶରେ ନଚାଇ ପାରୁଛି ସାରା ବିଶ୍ଵକୁ । ଏ ସବୁକୁ ପଛରେ ପକାଇ ଏବେ ନୂଆ ରୋବୋଟିକ୍ସ ଟେକନୋଲଜି  ବଳରେ ମଣିଷ ଆହୁରି ବଳୀୟାନ ହୋଇ ଉଠିଛି । ଘରର ଯାବତୀୟ କମ ଠାରୁ ଆରମ୍ଭ କରି ବ୍ୟାଙ୍କ,କମ୍ପାନୀ,ହୋଟେଲ,ଅଫିସ,ରାସ୍ତାରେ ଟ୍ରାଫିକ ନିୟମର ପରିଚାଳନା ଆଦି ଏପରିକି ଜାପାନ,ଚୀନ ଆଦି ଦେଶ ମାନଙ୍କରେ ରୋବୋଟିକ୍ସ ଟେକନୋଲଜିକୁ ସେମାନଙ୍କର ସୈନ୍ୟବାହିନୀରେ ମଧ୍ୟ ବ୍ୟବହାର କରଯାଇ ପାରୁଛି । ରୋବୋଟିକ୍ସ ଟେକନୋଲଜି ମଣିଷର ଜୀବନକୁ ସହଜ ଓ ସୁନ୍ଦର କରିପାରୁଛି ସତ କିନ୍ତୁ ଏହାର ଦୁରୁପଯୋଗ ହେଲେ ଏହା ମାନବ ସଭ୍ୟତାକୁ ଧ୍ଵଂସ ଆଡକୁ ମଧ୍ୟ ଠେଲି ଦେଇପରେ । ତେଣୁ ମାନବସମାଜକୁ ଏତିକି ମନେ ରଖିବାକୁ ହେବ  ଯେ ରୋବୋଟିକ୍ସ ଟେକନୋଲଜି ହେଉଛି ଗୋଟିଏ ଯନ୍ତ୍ର ଚଳିତ ସରଞ୍ଜାମ ବା ଉପକରଣ ଯାହାର ଉପଯୋଗ ସୀମା ଭିତରେ ରହି କରିଲେ ହି  ସମସ୍ତଙ୍କର ମଙ୍ଗଳ ନ ହେଲେ ଏହି  ବିଜ୍ଞାନ ଓ ପ୍ରଯୁକ୍ତି ଦିନେ ମାନବ ସଭ୍ୟତାର ଅଧଃପତନର କାରଣ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନହିଁ ।