Image

ଭାରତରେ ଚାଷୀ କହିଲେ ଆମେ ମୁଖ୍ୟତଃ ଚାଷ କାର୍ଯ୍ୟ କରୁଥିବା ଏକ ପୁରୁଷ କୁ ବୁଝାଉ। ଏହି କାରଣରୁ ଚାଷୀଭାଇ ବୋଲି ସମ୍ବୋଧନ ଟି ରହିଛି। ଚାଷ ଏକ ପୁରୁଷ ପ୍ରଧାନ କାର୍ଯ୍ୟ ହୋଇଥିଲେ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ପୁରୁଷ ଚାଷୀ ଙ୍କ ସଂଖ୍ୟା ମହିଳା ଚାଷୀ ଙ୍କ ଠାରୁ କମ। ଭାରତରେ ପ୍ରାୟ 10 ଜଣ ଚାଷୀ ଙ୍କ ମଧ୍ୟରେ 6 ଜଣ ମହିଳା ବୋଲି ଏକ survey ରୁ ଜଣା ଯାଇଛି। ଚାଷ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରିଥିଲେ ମଧ୍ୟ  କେବଳ 13 ଶତାଂଶ ମହିଳା ଚାଷୀ ଚାଷ ଜମିର ଅଧିକାରୀ ହୋଇପାରନ୍ତି। ଏହା ଆମର ଭୟଙ୍କର ଲିଙ୍ଗ ଭିତ୍ତିକ ସାମାଜିକ ବ୍ୟବସ୍ଥା ର ଏକ ନିଦର୍ଶନ। ଯାହା ଫଳରେ ଜମି ମାଲିକାନା ସତ୍ୱ ପିଢ଼ି ପରେ ପିଢ଼ି ପୁରୁଷ ମାନଙ୍କ ହାତକୁ ଚାଲିଯାଏ।  ଆଇନ ନାରୀ ମାନଙ୍କୁ ସମ୍ପତିରେ ସମାନ ଅଧିକାର ଦେଇଥିଲେ ମଧ୍ୟ ବାସ୍ତବରେ ଏହା ହୋଇପାରିନାହିଁ।ଚାଷ ଜମିରେ ମାଲିକନା ସତ୍ୱ ନ ଥିବା ହେତୁ ମହିଳା ଚାଷୀଟି ଅନେକ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହୁଏ।ଖାଲି ସେତିକି ନୁହେଁ ସମାନ କାମ ପାଇଁ ନାରୀ ଓ ପୁରୁଷ ମାନଙ୍କ ମଜୁରୀ ରେ ମଧ୍ୟ ପାର୍ଥକ୍ୟ ରହିଛି। 2014 ରେ ଦେଶରେ 8007 ଚାଷୀ ଆତ୍ମହତ୍ୟା ମଧ୍ୟରୁ 441 ମହିଳା ଚାଷୀ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ ଯାହା ଉପରେ ଆଲୋକପାତ କରାଗଲା ନାହିଁ।   ସମାନ ପରିସ୍ଥିତି କୁ ସାମ୍ନା କରୁଥିଲେ ମହିଳା ଚାଷୀ ମାନଂକ ର ଆତ୍ମହତ୍ୟା ହାର କାହିଁକି କମ ଏହା ମଧ୍ୟ ଅନୁଶୀଳନ ସାପେକ୍ଷ। ଘରର ସମ୍ପୂର୍ଣ୍ଣ କାର୍ଯ୍ୟ କରି ଚାଷ ବାହାରୁ ଥିବା ମହିଳା ଟିକୁ ପୁରୁଷ ମାନଙ୍କ ପରି recognition ମିଳେ ନାହିଁ।ଘରେ ହେଉ ବା ଚାଷ ଜମିରେ ସମାଜ କେବେ ମହିଳା ଶ୍ରମ କୁ ସାମାଜିକ ମାନ୍ୟତା ଦେବାକୁ ଚାହେଁ ନାହିଁ। ଏହି କାରଣ ପାଇଁ ଘର ଚଳାଉଥିବା ଓ ଦେଶର ଅର୍ଥନୈତିକ ଉନ୍ନତିରେ ନିଜ ଅବଦାନ ଦେଉଥିବା ମହିଳା ଚାଷୀ ମାନେ ନିଜର ବ୍ୟକ୍ତିଗତ ପରିଚୟ ପାଇବାରେ ଅସମର୍ଥ ହୁଅନ୍ତି। ଖାଲି ଚାଷ ଭାଇ ନୁହେଁ ଚାଷୀ ନାନୀ ମାନଂକ ର ଶ୍ରମ କୁ ଗ୍ରହଣ କରି ଚାଷ କ୍ଷେତ୍ରରେ ଥିବା ଲିଙ୍ଗଗତ ଭେଦଭାବ ଦୂର କରିଲେ ଚାଷ ଆଉ ଚାଷୀ ର ଉନ୍ନତି ହୋଇ ପାରିବ।

ରାଜବାଳା