Image

ସମାଜର ଅନ୍ୟ ସବୁ ଅନୁଷ୍ଠାନ ପରି ଧର୍ମ  ଏକ ଅନୁଷ୍ଠାନ। ଏହା ଆପେ ଆପେ ତିଆରି ହୋଇନାହିଁ । ମଣିଷ ଧର୍ମ କୁ ତିଆରି କରିଛି। ଧର୍ମ ମଣିଷ କୁ ତିଆରି କରି ନାହିଁ।  ଅତି ଚତୁରତାର ର ସହ ଗରିବ ମଣିଷ ମନକୁ  ଅର୍ଥନୈତିକ ଶୋଷଣ ବୁଝିବାକୁ ଦିଗ ଭଷ୍ଟ୍ର କରିବା ପାଇଁ ଧର୍ମ ର ଧାରଣା ତିଆରି କରାଯାଇଛି। ଧର୍ମ କୁ ବୁଝିବାକୁ ହେଲେ ପ୍ରଥମେ ଏହା କେଉଁ ସାମାଜିକ ଲକ୍ଷ୍ୟ  ପୂର୍ଣ୍ଣ କରୁଛି ଏହା ବୁଝିବାକୁ ହେବ। ଧର୍ମ ହେଉଛି ନିଷ୍ପେସିତ ର ଦୀର୍ଘଶ୍ବାସ ର ପ୍ରତୀକ। ଧର୍ମବାଣୀ ର ଉଦେଶ୍ୟ ହେଉଛି ଗରିବ ମଣିଷ ମନରେ ଏକ ମାୟାଜାଲ ସୃଷ୍ଟି କରି ମଣିଷ କୁ ବାନ୍ଧି ରଖିବା। ଯାହା ଫଳରେ ଅର୍ଥନୈତିକ ଶୋଷଣ ରେ ଜର୍ଜରିତ ହେଉଥିବା ମଣିଷ ଟି ଶୋଷଣ ର କାରଣ ବୁଝିବାକୁ ଚେଷ୍ଟା ନକରି ଏହାକୁ ନିଜ କର୍ମଫଳ ବୋଲି ବିଚାର କରିବ। ଧର୍ମ ଉପଦେଶ ରେ କୁହାଯାଇଛି ଏ ଜୀବନ ରେ ଦୁଃଖ ଯନ୍ତ୍ରଣା ଶୋଷଣ ସହିଯାଅ ଆର ଜନ୍ମ ରେ ସୁଖରେ ରହିବ। ଧର୍ମବାଣୀ ମଣିଷ ମନରେ ମିଥ୍ୟା ଆଶାର ସଞ୍ଚାର କରିଥାଏ। ସବୁଦିନ ପାଇଁ ମଣିଷ ବାସ୍ତବ ପରିସ୍ଥିତି କୁ ଭୁଲି ମାୟା ପ୍ରତିଶ୍ରୁତି ପଛ ରେ ଗୋଡ଼ାଏ ।
ମଣିଷ ର ଦୁଃଖ ରେ ଧର୍ମ ବାଣୀ ସେମାନଙ୍କୁ ଆଶ୍ୱାସନା ଯୋଗାଏ ତେଣୁ ଏହା ଏକ ଅଫିମ ପରି ଯାହା ରୋଗର ନିରାକରଣ କରେ ନାହିଁ କିନ୍ତୁ କଷ୍ଟ କୁ ସାମୟିକ ଲାଘବ କରିଥାଏ।   ଏହା ଏପରି ଏକ ମତାଦେଶ ଯାହା ସାମାଜିକ ଅର୍ଥନୈତିକ ବାସ୍ଥବତା କୁ ସ୍ବୀକାର ନକରିବା ପାଇଁ ପ୍ରବର୍ତଏଇବା ସହ ନିଚ୍ଛକ ସତ୍ୟ ସମାଜ ଉପରେ ପର୍ଦା ଘୋଡେ଼ଇ ଦିଏ। ମଣିଷ ଯେତେ ଯେତେ ଧର୍ମ ଉପରେ ଭରସା କରେ ସେତେ ସେତେ ନିଜ ଉପରୁ ଭରସା ହରାଏ। ସେ ନିଜର ଦୁଃଖ ଯନ୍ତ୍ରଣା ସମ୍ପର୍କରେ କାଳ୍ପନିକ ଈଶ୍ୱରଙ୍କ ପାଖରେ ପ୍ରତିବାଦ ବା ଗୁହାରି ଜଣାଏ, ଯାହା ଏକ ପ୍ରକୃତ ପ୍ରତିବାଦ କିନ୍ତୁ ମିଥ୍ୟା ବିଶ୍ୱାସ ଉପରେ ଆଧାରିତ। ମଣିଷ ଯେତେ ଦିନ ଯାଏଁ ନିଜର ସାମର୍ଥ୍ୟ କୁ ଚିନ୍ହି ନିଜ ଉପରେ ପୂର୍ଣ ଆସ୍ଥା ସ୍ଥାପନ କରି ନାହିଁ,ସେତେ ଦିନ ଯାଏଁ ସେ ଧର୍ମ କୁ ଆତ୍ମଚେତନା ଭାବେ ବିଚାର କରିଚାଲିଥିବ। ଅର୍ଥନୈତିକ ଓ ସାମାଜିକ ପରିବର୍ତ୍ତନ  ସହ ଧର୍ମ ରେ ମଧ୍ୟ ପରିବର୍ତ୍ତନ ଘଟିବ। ମନୁଷ ଧର୍ମ କୁ ନିଜେ ସୃଷ୍ଟି କଲା ଅଥଚ ନିଜର ସୃଷ୍ଟି ପାଖରେ ସ୍ରଷ୍ଟା ମଥାନତ କଲା। ଏହା ହିଁ ହେଉଛି ଧର୍ମ ର ବୈଚତ୍ରତା ।
*ମାର୍କ୍ସ ଙ୍କ ବିଚାରରେ ଧର୍ମ*
ଜନାର୍ଦନ ପତି ଙ୍କ ଲିଖିତ "କାର୍ଲମାର୍କ୍ସ" ପୁସ୍ତକ ର ଅନୁକରଣ ରୁ........
Rajabala