Image

#ଜଳ
*******
10-12-18

"ଜଳ ହିଁ ଜୀବନ " ।ଏ ନାରା ବହୁତ ଜଣ ଶୁଣିଥିବେ  ।ଅନେକ ମଞ୍ଚ ରେ ଏ ବିଷୟରେ ଲମ୍ବା ଭାଷଣ ବି ଶୁଣିଥିବେ ।ମାର୍ଚ୍ଚ 22 ରେ ଜଳ ଦିବସ ରୂପେ ପାଳନ ବି କରୁଥିବେ ।କିନ୍ତୁ ପ୍ରକୃତରେ କେତେ ଜଣ ମନ ଭିତରୁ ଜଳ କୁ ଅମୂଲ୍ୟ ଭାବନ୍ତି ........?

ସମସ୍ତେ...................?

ପଢୁଥିବା ସମସ୍ତ  ପାଠକ ମଧ୍ୟ  ଭାବୁଥିବେ କି ହଁ ଆମେ ଜଳ କୁ ଅମୂଲ୍ୟ  ବୋଲି ଭାବୁ   ।

କିନ୍ତୁ କେତେ ଜଣ ରାସ୍ତା ରେ ଯାଉଥିବା ସମୟରେ  ପାଣି ଟ୍ୟାପ୍ ଟିଏ ଖୋଲା ଥିବା ଦେଖି ବନ୍ଦ କରନ୍ତି ......... ?

କିଛି ଜଣ ହୁଏତ କରୁଥିବେ  ।ଆଉ କିଛି ଜଣ ଗାଡି ଅଟକାଇ ସମୟ ନଷ୍ଟ କରିବା ପସନ୍ଦ କରୁ ନ ଥିବେ ।

ମୋର ଅଙ୍ଗେ ଲିଭା  କଥା ।
ଗତକାଲି ରବିବାର ଥିଲା ।ତା ସହିତ ଶୀତୁଆ ପବନ ।ଭାରି ସୁନ୍ଦର ପାଣିପାଗ । ଯାଇଥାଏ ବୁଲି ବାପଘର କୁ ।କର୍ମ ଜଞ୍ଜାଳ ଭିତରେ ପ୍ରାୟ  ୫/୬ ମାସ ହୋଇ ଗଲାଣି ମା ଙ୍କ ପାଖରେ ରାତି ଟିଏ ରହି ପାରୁନି ।
କିନ୍ତୁ ଏ ରବିବାର ମୋତେ ସେ ସୁବର୍ଣ୍ଣ  ସୁଯୋଗ   ଟି ଦେଲା ।

ବସୁ ବସୁ ହଠାତ୍ ବଣଭୋଜି ପାଇଁ  ଯୋଜନା ଟିଏ ହେଲା ।ଗାଡି ରେ ସଜବାଜ ପୁରାଇ ସଜବାଜ ହେଲୁ ସମୁଦ୍ର ବେଳାଭୂମି ପାଇଁ  ।

ରୋଷେଇ ପାଇଁ  ପ୍ରସ୍ତୁତି କରୁଥିବା  ସମୟରେ  ମୋର ନଜର ପଡିଲା ପାଣି ଟ୍ୟାପ୍ ଟି ଉପରେ ।ଯେଉଁ ଥିରୁ ଅନବରତ ପାଣି ବାହାରି ଚାଲିଥାଏ ।ସେଠାରେ ଏତେ ଦୁଇ ଗୋଡିଆ ବୁଦ୍ଧିମାନ , ଦୁଇ ଆଖି ବାଲା ଶିକ୍ଷିତ ଗୋଷ୍ଠୀ  ବୁଲୁଛନ୍ତି ,ସାଉଣ୍ଡ ବଜେଇ ନାଚ ଚାଲିଛି   ,ହେଲେ ପାଣି ଟ୍ୟାପ୍ ବନ୍ଦ ପାଇଁ  କାହାର ବି ନଜର ନାହିଁ  ।

ମୁଁ  ହଠାତ୍ କହି ପକାଇଲି ,ଆରେ କେତେ ପାଣି ନଷ୍ଟ ହୋଇ ଗଲାଣି  ।କାହାରି ଟିକିଏ ଧ୍ୟାନ ବି ପଡୁନି ନା ।ପାଖକୁ ଗଲି ।କିନ୍ତୁ କେମିତି ବନ୍ଦ କରିବି .......?

ସେଥିରେ ଟ୍ୟାପ୍ ହିଁ ଲାଗିନି ।ଭାଗ୍ୟ କୁ ଆମ ଗ୍ରୁପ  ରେ ଥିବା ଗୋଟିଏ ପିଲା ଗୋଟିଏ ସରୁ ଝାଉଁ  ବାଡି ଆଣି ଟ୍ୟାପ୍ ରେ ପୁରାଇ ପାଣି କୁ ବନ୍ଦ କରିଲା   ।
ଏହା ଦେଖି ଦୁଇ /ତିନି ଜଣ ମଧ୍ୟ  ପାଣି ନେବା ପରେ ଟିକିଏ କଷ୍ଟ କରି ,ଟିକିଏ ଓଦା ହୋଇ ବାଡି ସାହାଯ୍ୟ ରେ ପାଣି କୁ ବନ୍ଦ କରିଲେ  ।

ଭାରି ଖୁସି ଲାଗିଲା ମୋତେ ।
ଇତି ମଧ୍ୟ ରେ ଆଉ ଏକ ବ୍ୟକ୍ତି ଆସିଲେ ,ବାଡି ଟିକୁ ବାହାର କରି ଫିଙ୍ଗି ଦେଲେ ଆଉ ପାଣି ନେଇ ଯାଉଥିବା ସମୟରେ  ମୁଁ  କହିଲି ସାର୍ ,ଟ୍ୟାପ୍ ଟା ଯେମିତି ଉପାୟ ରେ ବନ୍ଦ ଥିଲା ସେମିତି ବନ୍ଦ କରି ଦିଅନ୍ତୁ ।

ଉତ୍ତର  ମିଳିଲା ଓଲଟା ।କହିଲେ ଏମିତି କେତେ ଜଣଙ୍କୁ କହିବେ ? ସମସ୍ତେ କଣ ବନ୍ଦ କରିବେ ? ଆମେ ବନ୍ଦ କରିଲେ ଆଉ କେହି ଖୋଲି ଦେବ ।ବୟସରେ ମୋ ଠୁ ବହୁତ ବଡ ଦେଖି ମୁଁ  କିଛି ଆଉ କହିଲିନି ।ନିଜେ ହିଁ  ପୁଣି ବାଡି ଟିର ସହାୟତା ରେ ପାଣି ଟିକୁ ଟିକିଏ ରକ୍ଷା କରି ଆମେ କାମ ସାରି ପଳେଇ ଆସିଲୁ ।

ମୁଁ  କିନ୍ତୁ ସେହି ସ୍ଥାନରେ କେହି ଯଦି ଟ୍ୟାପ୍ ଟିଏ କିଣି ଲଗାଇ ପାରନ୍ତା ଭଲ ହୁଅନ୍ତା ।

କାହିଁକି  ଆମେ ପାଠ ପଢା ଲୋକ ହିଁ ଏମିତି ଭୁଲ କରୁଛେ     ?
100% ଯଦି ସମୁଦାୟ  ପାଣି ହୁଏ ତେବେ 2•5% ମଧୁର ପାଣି ।ବାକି ସବୁ ଲୁଣି ପାଣି । ଆମେ ସେହି ମଧୁର ଜଳକୁ ଅନବରତ ଶେଷ କରି ଚାଲିଛେ  ।ଦିନକୁ ଦିନ ଜଳ ସ୍ତର କମିବାରେ ଲାଗିଛି  ।

ଏଠାକାର ଲୋକେ ଚୁଆଁ ଖୋଳି ପାଣି ବାହାର କରି ନାହାଁନ୍ତି  ବୋଲି ଆଜି ଏମିତି ପାଣି କୁ ନଷ୍ଟ ହେବାକୁ ଦେଉଛନ୍ତି  ।

ପାଣି ପାଇଁ  ଲମ୍ବା ଲାଇନ ଲଗାଇ ଘଣ୍ଟା ଘଣ୍ଟା ଅପେକ୍ଷା କରି ନାହାନ୍ତି ବୋଲି ଏପରି ନଷ୍ଟ ତାଙ୍କ ଆଖିକୁ ଦେଖା ଯାଉନି ।

କଳସୀ ମୁଣ୍ଡେଇ ମାଇଲ୍ ମାଇଲ୍ ପାଣି ଆଣିବାକୁ ଯିବାକୁ ପଡିନି ବୋଲି ସଚେତନ ହେଉ ନାହାନ୍ତି ।

ନହେଲେ ସେମିତି ସମୟ ଆସିଥିଲେ ବାସନ ଧୁଆ ପାଣି କୁ ବି କେମିତି ସଦୁପଯୋଗ  କରିବେ ଚିନ୍ତା କରିଥାନ୍ତେ ।ବାସନ ଧୁଆ ତ ଛାଡ  ଆଉ କିଛି ପରିତ୍ୟକ୍ତ  ପାଣି ବି ବ୍ୟବହାର କରିଥାନ୍ତେ ।

ହାତ ପାହାନ୍ତା ରେ ସବୁ ସହଜରେ ମିଳି ଯାଉଛି ବୋଲି କଣ ଏତେ ଯତ୍ନହୀନ ......?

ବହିରେ ଆମେ ଆମ କର୍ତବ୍ଯ  ପଢି ତାକୁ  ଚୁଲି ରେ ପୋଡି ଚଟୁଣି କରି ଖାଇ ସାରିଲୁଣି ।ନାଗରିକ ନାମରେ ଆମେ ଗୋଟିଏ ଗୋଟିଏ କଳଙ୍କ ।

ଆଉ ରହିଲା ସେ ସ୍ଥାନର ଦାୟିତ୍ବ ରେ ଲୋକ ମାନେ ।ଯେଉଁ  ମାନେ କେବଳ କେତେ ପଇସା କେଉଁ  ଉପାୟ ରେ ପକେଟ୍ କୁ ଯିବ ସେ ବ୍ୟବସ୍ଥା  କରିବାରେ ଲାଗିଛନ୍ତି ।କିନ୍ତୁ ସେହି ପ୍ରକୃତି ର ସମ୍ପଦ ନଷ୍ଟ ହେଉଥିବାର ଦେଖି ପାରୁ ନାହାଁନ୍ତି  ।
ଆଖିରେ କାଠ ଚଷମା ପିନ୍ଧି ବୁଲୁଛନ୍ତି ।

ଗତକାଲି ର ମୋର ଅନୁଭୂତି ପରି ସମସ୍ତଙ୍କର ଏମିତି ଅନୁଭୂତି ଥିବ  କିନ୍ତୁ ଆମେ ଆଜି ଯାଏଁ  କିଛି ବି କରିନୁ ।

ମୁଁ  ଶ୍ରେଣୀରେ ପିଲାଙ୍କୁ ସବୁବେଳେ କୁହେ କି ଟ୍ୟାପ୍ ଖୋଲା ଦେଖିଲେ ବନ୍ଦ କରିବ ।ଘରେ ସମସ୍ତଙ୍କୁ ଏ କଥା କହିବ ।ଲୁଗା କଚା ପାଣି ଫୁଲଗଛରେ ଦେବ ।ଏମିତି ଅନେକ କିଛି ।

ଏଇ ଆଶା ରେ କହୁଛି   କି ଆମ ଭବିଷ୍ୟତ ଏ ପିଢୀ  ଯେମିତି ପ୍ରକୃତି ପ୍ରତି ଥିବା କିଛି ଟା ନିଜର କର୍ତବ୍ଯ   କୁ ବୁଝିବେ  ଏବଂ ଅନ୍ୟ କୁ ବୁଝାଇବେ ।

ଯଦି ସେତକ ସଚେତନ ନ ହେବ ଯାହା ଆଜି ହାତ ପାହାନ୍ତାରେ ଅଛି କାଲି କି ହୁଏତ ଗୋଟିଏ ଟୋପା ବି ମିଳୁ ନ ଥିବ  ।ମରୁଭୂମିରେ  ଓଟକୁ କଣ୍ଟା କୁ ଚୋପାଇ  ନିଜ ରକ୍ତ କୁ ପିଇ ପାଣି ପିଉଛି ଭାବି ଆନନ୍ଦ ହେଲା ପରି ହୁଏତ ଆମକୁ ବି ନିଜ ରୁଧିର ପାନ କରିବାକୁ   ପଡିବ ।



##Priyadarsini Das Mohanty #
●Asst Teacher ,R.K.U.P.School,Vellora●
●Balasore●