Image

ଆଜି ସମଗ୍ର ବିଶ୍ୱ ଆତଙ୍କବାଦର ଆତଙ୍କରେ ଥରହର। ଏହା ବିରୁଦ୍ଧରେ ସଂଗ୍ରାମ କରିବାକୁ ଆଗଭର ଏବଂ ଆମେ ସବୁ ଏହା ବିରୁଦ୍ଧରେ ସଂଗ୍ରାମ କରିବା ନିହାତି ଆବଶ୍ୟକ ମଧ୍ୟ। ବିଭିନ୍ନ ପ୍ରୟାସ ପରେ ମଧ୍ୟ ଆତଙ୍କବାଦର ସମୂଳ ବିନାଶ ଅସମ୍ଭବ ଦେଖାଯାଉଛି।ତାର କାରଣ ହେଉଛି ଆମେ ଡାଳ ପତ୍ର ମେଲି ଛିଡା ହୋଇଥିବା ଆତଙ୍କବାଦ ମହାଦ୍ରୁମର ଡାଳ କାଟିବାକୁ ଯେତେ ପ୍ରଯତ୍ନ କରୁଛୁ ତାର ମୂଳ ବିଷୟରେ ସେତେ ବୀତସ୍ପୃହ।  ବିଶ୍ୱରେ ବିଭୀଷିକା ସୃଷ୍ଟି କରିଥିବା ଏହି ଆତଙ୍କବାଦର ମୂଳ କାରଣ ଏବଂ ଅଧିକ ଭୟଙ୍କର କଥାଟି ହେଲା  ମାନସିକ ଆତଙ୍କବାଦ। ଯାହା ଧର୍ମ, ଅନ୍ଧବିଶ୍ୱାସ ଓ କୁସଂସ୍କାର ଦ୍ୱାରା ମଣିଷ ମନରେ ସୃଷ୍ଟି ହୋଇଥାଏ।ଆତଙ୍କବାଦ ଆମକୁ ବାହାରୁ ଚାପ ପ୍ରୟୋଗ କରୁଥିଲା ବେଳେ ମାନସିକ ଆତଙ୍କବାଦ ଆମକୁ ନିଜ ଭିତରୁ ହିଁ ଏକ ଚାପ ପକାଏ ଯାହାର ପ୍ରତିଫଳନ ଏହି ଦୃଶ୍ୟମାନ ଆତଙ୍କବାଦ। ଖାଲି ସେତିକି ନୁହେଁ ଏହି ମାନସିକ ଆତଙ୍କବାଦ ଆମକୁ ମାନସିକ ସନ୍ତୁଷ୍ଟି ପ୍ରଦାନ କରେ। ଏହି କାରଣରୁ ପୁଲବାମା ଆତଙ୍କବାଦୀ ଆଦିଲକୁ ଜୀବନ ଅପେକ୍ଷା ମୃତ୍ୟୁ ପରର ସ୍ବର୍ଗ ସୁଖର କଳ୍ପନା ବେଶି ଆକର୍ଷିତ କରିଥିଲା। ଏହି ମାନସିକ ଆତଙ୍କବାଦର ବିନାଶ ପାଇଁ,ଏକ ଭୟ ମୁକ୍ତ ଜୀବନ ପାଇଁ ଜୀବନରେ ତାର୍କିକ ମନୋଭାବ ସହ ବୈଜ୍ଞାନିକ ମନୋଭାବ ବିକାଶର ଆବଶ୍ୟକତା ରହିଛି।

ରାଜବାଳା