Image

"ଝିଅ ପିଲା ପରି କଣ କାନ୍ଦୁଛୁ,ପୁଅମାନେ କାନ୍ଦନ୍ତି ନାହିଁ.'. "ମର୍ଦ କୋ ଦର୍ଦ ନେହିଁ ହୋତା ହୈ"। ନରମହେବା, ସମ୍ବେଦନଶୀଳ ହେବା, ପୁରୁଷ ପାଇଁ ଲଜ୍ୟାଜନକ। କାରଣ ଏହା ପୁରୁଷତ୍ୱ ନୁହେଁ ନାରୀତ୍ବର ପରିଭାଷା।
ଏହି ସବୁ ସାମାଜିକ ଧାରଣା ପୁରୁଷଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ। ଖାଲି ପୁରୁଷ ପାଇଁ ନୁହେଁ ପରିବାର ପାଇଁ ଓ ସମାଜ ପାଇଁ ମଧ୍ୟ। ପୁରୁଷଟି ନିଜର ଦୁଃଖ ଅବସାଦକୁ ଲୁହରେ ବାହାର କରି ବା ଅନ୍ୟ କାହାସହ ବାଣ୍ଟି ହାଲୁକା ହୋଇପାରେ ନାହିଁ। ପୁରୁଷତନ୍ତ୍ର ଦ୍ୱାରା ନିର୍ଧାରିତ ପୁରୁଷତ୍ୱ ବୋଝରେ ଚାପି ହୋଇପଡୁଥିବା ପୁରୁଷଟି ନିଜ ଭିତରେ ଅବସାଦରେ କୁହୁଳି କୁହୁଳି ନିଶାର କବଳରେ ପଡେ। କେବେ କେବେ ସେ ସେହି ଅବସାଦକୁ କ୍ରୋଧ ରୁପରେ ପ୍ରକାଶ କରେ ଯାହାର ସହଜ ଟାର୍ଗେଟ ହୁଏ ନାରୀ। ଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହୁଏ। କ୍ରୋଧ କେବେକେବେ ସୀମାଟପି ଅପରାଧର ରୂପ ନିଏ। ସମାଜରେ ବିଶୃଙ୍ଖଳା ପାଇଁ ଏହା ମଧ୍ୟ ଏକ କାରଣ। ଅତ୍ୟଧିକ ଅବସାଦଗ୍ରସ୍ତ ପୁରୁଷ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଏ ନାହିଁ ।
ଦୁଃଖ ପ୍ରକାଶ କରିବା, ଦୁଃଖ ବାଣ୍ଟିବା, ନରମ ପ୍ରେମମୟ ହୃଦୟର ଅଧିକାରୀ ହେବ,ଏକ ସମ୍ବେଦନଶୀଳ ମଣିଷ ହେବା,ଏହି ସବୁଗୁଣ ଲିଙ୍ଗଭୀତିକ ନୁହେଁ। ଏହା କେବଳ ମାନବୀୟ ଗୁଣ ଗୁଡିକ। ନିଜର ପୁଅକୁ ଦୁଃଖ ପ୍ରକାଶ କରିବା ଶିଖାନ୍ତୁ, ଏକ ସ୍ନେହପ୍ରେମ ଭରା ହୃଦୟର ଅଧିକାରୀ କରାନ୍ତୁ। ତଥାକଥିତ ପୁରୁଷତ୍ୱର ପରିଭାଷାରୁ ତାକୁ ଦୁରେଇ ରଖନ୍ତୁ। ଏହାହିଁ ହେବ ତାର, ସମାଜର ଓ ମଣିଷ ସଭ୍ୟତାର ଏକ ସୁନ୍ଦର ଭବିଷ୍ୟତ ଦିଗରେ ଆପଣଙ୍କର ଅବଦାନ ।
ରାଜବାଳା