Image

*ମନୁଷ୍ୟର ବିବର୍ତ୍ତନରେ ଖାଦ୍ୟର ଭୂମିକା*
ଵିଵର୍ତନବାଦର ଲମ୍ବା ଯାତ୍ରାର ଯାତ୍ରୀ ଆମ ପୂର୍ଵ ପୁରୁଷଙ୍କୁ ସାମ୍ନା କରିବାକୁ ପଡିଥିଲା ଏକ ଘଡ଼ିସନ୍ଧିର ମୁହୁର୍ତ୍ତ। ଵିଵର୍ତନର  ଦୋଛକିରେ ଛିଡା ହୋଇଥିବା  ଆମ ପୂର୍ବପୁରୁଷକୁ ନେବାକୁ ପଡିଥିଲା ଖାଦ୍ୟଅଭ୍ୟାସ ସଂପର୍କୀୟ ଏକ ଚରମ ନିଷ୍ପତ୍ତି। ସେ କଣ ହେବାକୁ ବାଛିନେବ, ଆମିଷାଶୀ ନା ନିରାମିଷାସି...ଏହି ମୁହୁର୍ତ୍ତରେ ଗୋଷ୍ଠୀ ହେଲା ଦୁଇଭାଗ। କେତେ ଜଣ ଫଳମୂଳ ଖାଇବା ପାଇଁ ନିଷ୍ପତ୍ତି  ନେଲେ। ଅନ୍ୟ କେତେଜଣ ଆମିଷାଶୀ ହେବାକୁ ନିଷ୍ପତି ନେଲେ। କାଳର କରାଳ ଗତିରେ ଫଳାହାରୀମାନଙ୍କର ଆଉ ଵିଵର୍ତନ ହେଲା ନାହିଁ।ସେଇ ପଶୁ ଓ ଆଦିମାନବର ସନ୍ଧି ଅବସ୍ଥାରେ ଥାଇ ସେମାନେ ଏହି ପୃଥିବୀରୁ ଲୋପ ପାଇ ଗଲେ। କିନ୍ତୁ ଯେଉଁ ଗୋଷ୍ଠୀଟି ଆମିଷାଶାଶୀ ହେବାକୁ ସ୍ଥିର କରିଥିଲେ, ସେମାନେ ଵିଵର୍ତତ ହେବାକୁ ଲାଗିଲେ। ସହଜ ଶିକାର ପାଇଁ ଧୀରେ ଧୀରେ ଦୁଇପଦରେ ଚାଲିବା ଆରମ୍ଭ ହେଲା, ଶିକାର ପାଇଁ ବିଭିନ୍ନ ପ୍ରକାର ଉପକରଣର ତିଆରି ଆରମ୍ଭ ହେଲା, ଧୀରେ ଧୀରେ ସେ ପଥରର ହାତ ହତିଆର ତିଆରି କରି craft man ଭାବେ ବିବର୍ତିତ ହେଲା। ଶିକାରକୁ ଆହୁରି ସହଜ ଓ ସଫଳ କରିବା ପାଇଁ ପଥର ପରେ ଲୁହା ଓ ଅନ୍ୟାନ୍ୟ ଧାତୁର ହାତ ହତିଆର ତିଆରି କଲା। ହାତର ବ୍ୟବହାର ତାକୁ ଅଧିକ କୁଶଳୀ କରି ଗଢି ତୋଳିଲା।  ଆମିଷ ଭକ୍ଷଣ ଗଢି ଉଠୁଥିବା ମଣିଷକୁ ଦୈହିକ ବଳ ପ୍ରଦାନ କଲା। ଆମିଷ ଭକ୍ଷଣର ସବୁଠାରୁ ଅଧିକ ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଲା। ମସ୍ତିଷ୍କ ତାର ବିକାଶ ପାଇଁ ଆବଶ୍ୟକୀୟ ଉପାଦାନ ଆମିଷରୁ ପାଇଲା। ତେଣୁ ପିଢ଼ି ପରେ ପିଢ଼ି ଏହା ନିପୁଣ ଭାବେ ବିକଶିତ ହୋଇ ପାରିଲା। ତାପରେ ନିଆଁର ବ୍ୟବହାର, ଶିକାର ପାଇଁ ପଶୁ
ମାନଙ୍କୁ ପୋଷା ମନେଇବା ଏବଂ କେତେକ ପଶୁଙ୍କ ଠାରୁ ସହଜ ଲବ୍ଧ ମାଂସ ଓ କ୍ଷୀର ଆଦି ପାଇଁ ପୋଷା ମନେଇବା  କଳାରେ ମଧ୍ୟ ଉନ୍ନତି ଘଟିଲା। ଆମିଷ ଭକ୍ଷଣ ହେତୁ କୁକୁର, ବିରାଡ଼ି ପରି ହିଂସ୍ର ପ୍ରାଣୀମାନେ ମଣିଷର ବଶତା ସ୍ୱୀକାର କଲେ। ମିଳିମିଶି ଶିକାର କରିବାକୁ ସହଜ ହେବା ଉଦେଶ୍ୟରେ  ଗୋଷ୍ଠୀ ଓ ସମାଜର ବ୍ୟବସ୍ଥା ଆରମ୍ଭ ହେଲା। ଧୀରେ ଧୀରେ ଚକର ଉଦ୍ଭାବନ ସହ ଵିଵର୍ତନବାଦର ଚକା ଗଡି ଗଡି ଆସି ପହଂଚିଛି ଆମ ପାଖରେ...ସୃଷ୍ଟିର ଶ୍ରେଷ୍ଠ ବିବର୍ତିତ ପ୍ରାଣୀ ମନୁଷ୍ୟ। ନିରାମିଷ ଭୋଜନ ପ୍ରତି ଯଥେଷ୍ଟ ସମ୍ମାନ ସହ ଏହା କୁହା ଯାଇପାରେ କି  ଆମିଷ ଭୋଜନ ମଣିଷ ଆଗରେ ଉନ୍ନତିର ଅନେକ ଦ୍ୱାର ଖୋଲିଦେଇ ଥିଲା ଏବଂ ମଣିଷର ବିବର୍ତ୍ତନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆସନ୍ତୁ ଆମେ କୃତଜ୍ଞତା ଜ୍ଞାପନ କରିବା ଆମର ସେଇ ପୂର୍ବପୁରୁଷଟିକୁ ଯିଏ ଏକ ନିର୍ଦ୍ଧିଷ୍ଟ ଖାଦ୍ୟ ଶୈଳୀକୁ ବାଛିନେଇଥିଲା ଯାହା ପାଇଁ ଆଜି ପୃଥିବୀରେ ଆମର ସ୍ଥିତି ସମ୍ଭବ ହୋଇପାରିଛି।
😊ମାନବ ଵିଵର୍ତନର ଏକ କ୍ଷଣର ଉପସ୍ଥାପନା.....
ରାଜବାଳା....