Image

ବଂଶବୃଦ୍ଧି ଜୀବ ମାନଙ୍କର ଏକ ସାଧାରଣ ପ୍ରାକୃତିକ ପ୍ରକ୍ରିୟା। ତଥାପି ମଧ୍ୟ, ସନ୍ତାନ ଲାଭ କରିବା ଯେମିତି ଏକ ସାଧାରଣ କଥା ସନ୍ତାନହୀନ ହେଵା ମଧ୍ୟ। ଆମ ସମାଜ ଓ ଧର୍ମଶାସ୍ତ୍ର ସନ୍ତାନବତୀ ମାନଙ୍କୁ ଯେତିକି ମହିମାମଣ୍ଡିତ କରିନାହିଁ, ସନ୍ତାନହୀନ ମାନଙ୍କୁ ସେତିକି ନିମ୍ନ କରି ଦେଖେଇଛି।ପୁରାଣ ମାନଙ୍କରେ ସନ୍ତାନହୀନ ମାନଙ୍କ ପାଇଁ କେତେ କେତେ ନର୍କ କେତେ ପ୍ରାୟଚିତ କେତେ ଟୀକା ଟିପ୍ପଣୀ , ପୂର୍ବଜନ୍ମ ପର ଜନ୍ମ ସବୁ ଖଞ୍ଜା ଯାଇଛି। ସନ୍ତାନହୀନ ନାରୀଟି ସାରା ଜୀବନ ସାମାଜିକ ଗଞ୍ଜଣା ଶୁଣି ଶୁଣି କଟିଯାଏ। ବନ୍ଧ୍ୟା, ବାଞ୍ଝ, ଆଣ୍ଠୁକୋଡ଼ି ଏହି ପରି କେତେ କେତେ ଉପମାରେ ଉପାୟିତ ହୁଏ ସେ। କେତେକ କ୍ଷେତ୍ରରେ ରେ ତାକୁ ଅଶୁଭ, ଛୁଆଖାଇ ଡାହାଣୀ ବୋଲି ମଧ୍ୟ କୁହାଯାଏ। ବନ୍ଧ୍ୟା ନାରୀ ନର୍କଗାମୀ, ମୁହଁଦର୍ଶନରେ ଯଶ ନାହିଁ ବୋଲି ମହାନ (?)ପୁରାଣକାରମାନେ  ବର୍ଣ୍ଣନା କରିଯାଇଛନ୍ତି। ନିଃସନ୍ତାନ ଦମ୍ପତି ମାନେ ସମାଜରେ କିଭଳି ପ୍ରତାଡୀତ ହୁଅନ୍ତି ତାର ଗୋଟିଏ ସୁନ୍ଦର ଉଦାହରଣ ହେଲା ଫକୀରମୋହନଙ୍କ" ଛଅମାଣ ଆଠଗୁଣ୍ଠ"ର ସାରିଆ ଓ ଭଗିଆ। ସନ୍ତାନ ପ୍ରାପ୍ତିର ମୋହ, ଧର୍ମର ଭୟ ତଥା ସାମାଜିକ ଟାହି ଟାପରା ରୁ ବର୍ତ୍ତିବା ପାଇଁ ଦୁହେଁ ମହାଜନ ମଙ୍ଗରାଜ ର  ଚକ୍ରାନ୍ତ ଓ ଧାର୍ମିକ ଚଂଚକତା ରେ ପଡି ସାର୍ବଶ୍ରାନ୍ତ ହୋଇଯାଆନ୍ତି। ଏହି କାଳଜୟୀ ଉପନ୍ୟାସଟି ତତ୍କାଳୀନ ସମାଜର ଏକ ନିଛକ ପ୍ରତିଫଳନ ମାତ୍ର। ଆଜିବି ସମାଜରେ ଅନେକ ସାରିଆ - ଭଗିଆ ମାନେ ମଙ୍ଗରାଜ ପରି ଗୁଣିଆ ଓ ବାବା ଙ୍କ କବଳରେ ପଡି ସାର୍ବଶ୍ରାନ୍ତ ହେବାକୁ ମଧ୍ୟ ପଛାନ୍ତି ନାହିଁ। ......
ସନ୍ତାନ ଏକ ଆବଶ୍ୟକତା ହୋଇପାରେ , କିନ୍ତୁ ଏକ ମୌଳିକ ଆବଶ୍ୟକତା ନୁହେଁ। ସାମ୍ପ୍ରତିକ ଜନସଂଖ୍ୟା ବିସ୍ଫୋରଣ ପରିସ୍ଥିତି ରେ ଗୋଟିଏ ମଣିଷ ଯୋଡିବା ଏକ କୃତିତ୍ୱ ହୋଇନପାରେ। ନିଃସନ୍ତାନ ହୋଇ ମଧ୍ୟ ଏକ ପୂର୍ଣ ସୁନ୍ଦର ସୁଖମୟ ଜୀବନ ବଂଚିହେବ। କେବଳ ସନ୍ତାନଜନ୍ମ ହିଁ ଜୀବନର ପୂର୍ଣ୍ଣତା ନୁହେଁ। ନିଜକୁ ସମ୍ମାନ ଦେବା , ପରିସ୍ଥିତି କୁ ଗ୍ରହଣ କରିବା, ଜୀବନକୁ ଭଲ ପାଇବା, ପରିବେଶ ଓ ସମାଜ ପ୍ରତି ସଚେତନ ରହିବା, ସନ୍ତାନବତୀ ହେବାଠାରୁ ଅନେକ ଗୁଣା ଶ୍ରେୟସ୍କର। ଅନ୍ୟର ଟାହି ଟାପରା କୁ ତିଲେମାତ୍ର ଭୂକ୍ଷେପ ନକରି ଖୁସି ରହିବା, ସମ୍ମାନଜନକ ଭାବରେ ବଂଚିବା ହିଁ ନିନ୍ଦୁକ ମାନଙ୍କ ପାଇଁ ଏକ ଶକ୍ତ ଚାପୁଡ଼ା ହେଇପାରିବ। ହୁଏତ ଏହା ହେବ  ଶହ ଶହ ନିଃସନ୍ତାନ ସାରିଆ-ଭଗିଆ ଙ୍କ ପାଇଁ ଏହା ଏକ ପ୍ରେରଣା ଓ ସମାଜ ପାଇଁ ଏକ ନୂତନ ପରିବର୍ତ୍ତନ ଏକ ମୁଳଦୁଆ🙏
*ସାମାଜିକ ତାଡନାର ଶିକାର ନିଃସନ୍ତାନ ମାନେ  ଓ ସ୍ବେଛାରେ ସନ୍ତାନହୀନ ଜୀବନ ବାଛିନେଇଥିବା ସବୁ ସାହସୀ ମାନଙ୍କର ଉଦେଶ୍ୟ ରେ ସମର୍ପିତ...........

ରାଜବାଳା