Image


✍️ରାଜବାଳା
👉ସାମାଜିକ ଅବଧାରଣା: ସାପ କାମୁଡାରେ ଆକ୍ରାନ୍ତ ରୋଗୀ ଦେହରୁ ଗୁଣିଆର ଝାଡ ଫୁଙ୍କ ଦ୍ୱାରା ବିଷ ଉତ୍ତରି ଯାଏ ଏବଂ ରୋଗୀ ସୁସ୍ଥ ହୋଇଯାଏ। 👇
👉ବୈଜ୍ଞାନିକ କାରଣ: ହଁ କିଛି ମାତ୍ରାରେ ଏପରି ହେବାର ମଧ୍ୟ ଦେଖାଯାଇଥାଏ। ତାର କାରଣ ଆସନ୍ତୁ ବିଶଦ ଭାବରେ ଆଲୋଚନା କରିବା। 👇
👩‍🏫ଭାରତରେ ପ୍ରାୟତଃ 300 ପ୍ରଜାତିର ସାପ ଦେଖା ଯାଇଥାନ୍ତି । ସେମାନଙ୍କ ମଧ୍ୟରୁ କେବଳ 60ଟି ପ୍ରଜାତିର ସାପ ବିଷଧର ହୋଇଥାନ୍ତି। ପୁଣି ସେହି ବିଷଧରମାନଙ୍କ ମଧ୍ୟରୁ   ମୁଖ୍ୟତଃ ଚାରିଟି ପ୍ରଜାତିର ସାପ ଲୋକମାନଙ୍କୁ କାମୁଡି ଥାଆନ୍ତି । ସେମାନେ ହେଲେ,
🐍1.ନାଗ ବା ଗୋଖର (ଇଣ୍ଡିଆନ କୋବ୍ରା) ବା ତମ୍ପ (ମନୋସିଲେଟ କୋବ୍ରା) ବା ଅହିରାଜ (କିଙ୍ଗ କୋବ୍ରା)
🐍2. ରଣା(କମନ କ୍ରେଟ/ ବ୍ୟାଣ୍ଡେଡ଼ କ୍ରେଟ)
🐍3. ବୋଡା ସାପ(ଭାଇପର)
🐍4. ଧୁଳିଆ ବୋଡା( ଶ ସ୍କେଲଡ଼ ଭାଇପର)

👩‍🏫ଏହି ଚାରିଟି ମଧ୍ୟରୁ ରଣା ସବୁଠୁ ବେଶି ଲୋକମାନଙ୍କୁ କାମୁଡି ଥାଏ, ତା ପରେ  ବୋଡା ଏବଂ ଧୁଳିଆ ନାଗ। ନାଗ ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କର ସଂଖ୍ୟା ସବୁଠୁ କମ।
👩‍🏫ଏହି ଚାରିଜଣଙ୍କୁ ଛାଡିଦେଲେ ଆମ ଆଖ ପାଖରେ ଦେଖାଯାଉଥିବା ଅନ୍ୟ ସବୁ ସାପମାନେ ବିଷହୀନ । ତେଣୁ ଆମକୁ ବିଷହୀନ ସାପ କାମୁଡିବାର ସମ୍ଭାବନା ଖୁବ ଅଧିକ ଥାଏ ଏବଂ  ବିଷଧର ସାପ କାମୁଡ଼ିବାର ସମ୍ଭାବନା କମ। ଯେତେବେଳେ ଆମକୁ ସାପ କାମୁଡ଼ିଥାଏ, ଆମେ ସାପ ନାମରେ ହିଁ ଏତେ ଭୟଭୀତ ହୋଇଯାଉ କି ସେ ବିଷଧର କି ବିଷହୀନ ଜାଣିବା ପାଇଁ ଚେଷ୍ଟା କରୁନା। ଭୟଭୀତ ବ୍ୟକ୍ତିର ଶରୀର ବିଭିନ୍ନ ଲକ୍ଷଣ ଦେଖାଏ, ଯେପରିକି ଦେହ ଥରିବା , ମୂର୍ଚ୍ଛା ଯିବା ଇତ୍ୟାଦି।
👩‍🏫ତାକୁ ଯଦି କୌଣସି ଗୁଣିଆ ପାଖକୁ ନିଆ ଯାଏ ତାର ମନରେ ଗୁଣିଆର ମନ୍ତ୍ର ପ୍ରତି ଥିବା ବିଶ୍ୱାସ ଏବଂ ସମୟ ଗଡିଯିବା ସହ ସେ ଧୀରେ ଧୀରେ ସେହି ମାନସିକ ଭୟରୁ ମୁକ୍ତ ହୋଇ ସୁସ୍ଥ ହୋଇଯାଏ। କିନ୍ତୁ ଲୋକମାନେ ଗୁଣିଆର ମନ୍ତ୍ରରେ ସୁସ୍ଥ ହୋଇଗଲା ବୋଲି ଭାବି ଗୁଣିଆ ଉପରେ ଅଧିକ ଭରସା କରି ବସନ୍ତି ଓ ସତ୍ୟକୁ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ।ଯାହା ପ୍ରାୟତଃ ଦେଖାଯାଏ।
👩‍🏫କିନ୍ତୁ ଯଦି ଲୋକଟିକୁ ଉପରୋକ୍ତ ଚାରି ପ୍ରକାରର ବିଷଧର ସାପ ଭିତରୁ କେହି ବି କାମୁଡି ଥାଆନ୍ତି। ତେବେ ଗୁଣିଆର ମନ୍ତ୍ରରେ ବ୍ୟକ୍ତିଟି ସୁସ୍ଥ ହେବା ବଦଳରେ ମୃତ୍ୟୁ ମୁଖରେ ପଡିଥାଏ।  ଏହି ପରି ଅନେକ ଦୁଃଖଦ ଘଟଣା ମଧ୍ୟ ଦେଖାଯାଏ। କିନ୍ତୁ ଗୁଣିଆ ଜଣକ ବିଭିନ୍ନ ବାହାନା ଦେଖାଇ ସତ୍ୟକୁ ଲୁଚେଇ ଥାଏ। ଆମେମାନେ ମଧ୍ୟ ଭାଗ୍ୟର ଦୋଷ ଭଗବାନଙ୍କ ଇଛା ବୋଲି କହି ଚୁପ ରହିଯାଉ। ଆମର ମୁର୍ଖତା ପାଇଁ ଅକାରଣରେ ଜୀବନଟିଏ ନଷ୍ଟ ହୁଏ ଯାହା।
👩‍🏫ସର୍ତକତା::👇
1. ଯେକୋୖଣସି ସାପ କାମୁଡି ଥିଲେ ତତ୍କ୍ଷଣାତ ଡାକ୍ତର ପରାମର୍ଶ କରନ୍ତୁ।
2. ସାପ କାମୁଡ଼ିଲେ ନିଜେ ବିଷଧର କି ବିଷହୀନ ସାପ ଚିନ୍ହି ଘରେ ରହି ଯାଆନ୍ତୁ ନାହିଁ, ଆପଣଙ୍କ ଦ୍ୱାରା ଭୁଲ ମଧ୍ୟ ହୋଇପାରେ।
3. ସାପ କାମୁଡ଼ିଲେ ସୁସ୍ଥ ହେବା ପାଇଁ ଭୁଲରେ ମଧ୍ୟ ଗୁଣିଆ, ବାବା, ମାତା ବା ଶିବ ମନ୍ଦିରକୁ ଯାଆନ୍ତୁ ନାହିଁ।
4.ସାପ ସହ କୋୖଣସି ବିପଦଜନକ ଖେଳ ଖେଳନ୍ତୁ ନାହିଁ ଯେପରିକି ବେକରେ ସାପ ଗୁଡେଇ ଶିବ ହେବାକୁ ଚେଷ୍ଟା କରିବା।
5.  ଭୂମିଠାରୁ ଉଚ୍ଚତାରେ ଖଟ ବା ପଲଙ୍କରେ ଶୁଅନ୍ତୁ, ଘରକୁ ସାପ ନ ପଶି ପାରିବାର ସବୁତକ ସର୍ତକତା ଅବଲମ୍ବନ କରନ୍ତୁ ଯେପରିକି ଝରକାରେ ଜାଲି ଲଗେଇବା, ଘର ଚାରିପାଖର ଅନାବଶ୍ୟକ ବଣ ବୁଦା ସଫା ରଖିବା,  ଘର ଚାରିପଟେ କାର୍ବୋଲୋକ ଏସିଡ ଛିଞ୍ଚନ ଇତ୍ୟାଦି।
6. ସାପ ଦେଖିଲେ ମାରନ୍ତୁ ନାହିଁ। ତାକୁ ଯିବାକୁ ଦିଅନ୍ତୁ ନଚେତ ସ୍ନେକ ହେଲ୍ପଲାଇନକୁ ଫୋନ କରନ୍ତୁ। ମନେ ରଖନ୍ତୁ ସାପ ନିଜକୁ ଅସୁରକ୍ଷିତ ମନେ କଲେ ହିଁ ଆପଣଂକୁ ଆକ୍ରମଣ କରିଥାଏ କାରଣ ସାପ ପାଇଁ ତାର ବିଷ ମଧ୍ୟ ଅମୂଲ୍ୟ।
👩‍🏫#ସଚେତନ ହୁଅନ୍ତୁ ସଚେତନତାର ପ୍ରସାର କରନ୍ତୁ ସୁରକ୍ଷିତ ରୁହନ୍ତୁ🙏