Image

Bill Gates...
ମୁଁ ଜମା ବୁଝିପାରେନି, ଭାରତୀୟ ପିତାମାତାମାନେ କାହିଁକି ସେମାନଙ୍କର ପୁଅକୁ ଏତେ ଘୃଣା କରନ୍ତି। ସେହି ବିଚାରାମାନଙ୍କୁ ସେମାନଙ୍କର ପିତାମାତା ନିଜ ପାଇଁ ରୋଷେଇ କଥା ତ ଛାଡ କପେ ଚା ମଧ୍ୟ କରିବାକୁ ଶିଖେଇ ନଥାନ୍ତି । ସେମାନେ ଘର ସଫା କରିବା, ଲୁଗା ସଫା କରିବା କି ନିଜର ଯତ୍ନ ନେବା ମଧ୍ୟ ଶିଖିନଥାନ୍ତି। ତେଣୁ ଏ ସବୁ କରିବା ପାଇଁ ସବୁବେଳେ ଅନ୍ୟମାନଙ୍କ ଦୟା ଉପରେ ନିର୍ଭର କରି ବଞ୍ଚନ୍ତି। ଏହା ବହୁତ ଦୁଃଖର କଥା। ମୁଁ ଏହା ମଧ୍ୟ ଜାଣେ କି ଜଣେ ପ୍ରାପ୍ତବୟସ୍କ ପୁରୁଷଟିଏ କାମ ପାଇଁ ବା ବୁଲିବା ପାଇଁ ହେଉ, ଘରୁ ବାହାରକୁ ବାହାରି ପାରିବ ନାହିଁ ଯଦି ତାର ସ୍ତ୍ରୀ ତା ପାଇଁ ତାର ସୁଟକେଶ ସଜାଡି ଦେବନାହିଁ। ସମ୍ପୂର୍ଣ୍ଣ ପୁରୁଷ ସମାଜ କହିବାକୁ ଗଲେ ଭୋକରେ ମରିଯିବେ ଯଦି ସେମାନଙ୍କୁ ସେମାନଙ୍କ ନିଜର ଦାୟିତ୍ୱରେ ଛାଡିଦିଆ ଯାଏ। ମୁଁ ସବୁବେଳେ ଭାବେ ପିତା ମାତାମାନେ ନିଜର ପିଲାମାନଙ୍କୁ ସମାନ ଭାବେ ପ୍ରେମ କରନ୍ତି। କିନ୍ତୁ ଭାରତୀୟ ସମାଜରେ ଏପରି ଦେଖାଯାଏ ନାହିଁ । ସେମାନେ ଝିଅଟିକୁ ଏପରି ଭାବେ ପାଳନ୍ତି କି ଯେପରି ସେ ନିଜର ଯତ୍ନ ନେଇ ପାରିବ ଏବଂ ଯେକୌଣସି ପରିସ୍ଥିତିରେ ମଧ୍ୟ ବଞ୍ଚିପାରିବ । କିନ୍ତୁ ସେମାନେ ପୁଅଟିକୁ ଅସହାୟ କରି ଗଢ଼ନ୍ତି,  ଜୀବନ ବଞ୍ଚିବାର କୌଣସି କୌଶଳ ଶିଖାନ୍ତି ନାହିଁ। ମୁଁ ଭାବୁଛି ଆବଶ୍ୟକୀୟ କାମ ସବୁ ଶିଖିବାରେ ପୁରୁଷର ସମାନ ଅଧିକାର ରହିଛି, ଏହି ଲିଙ୍ଗଗତ ସମାନତା ଉପରେ ଆମେ ଧ୍ୟାନ ଦେବା ଉଚିତ।
ଭାବନ୍ତୁ, ଯେତେବେଳେ ଭାରତୀୟ ନାରୀ ସବୁ କ୍ଷେତ୍ରରେ ପାରଙ୍ଗମ ଲାଭ କରିବାକୁ ବସିଲାଣି,ବିଚରା ପୁରୁଷମାନଙ୍କର ଅନାହାରରେ  ମରିଯିବାର ସମ୍ଭାବନା ରହିଛି,  ଯଦି ତାଙ୍କୁ କେହି ନ ଶିଖାଏ କି କେମିତି ଗ୍ୟାସ ଚୁଲା ଅନ କରାଯାଏ।