Image

🙋ଆପଣଙ୍କ ର ରତୁଶ୍ରାବ ଅଶୁଦ୍ଧ ନୁହେଁ👇

🙋ଆପଣ ଜାଣନ୍ତି କି ପୃଥିବୀର ଅନେକ ମହିଳାଙ୍କୁ ମାସିକ ଧର୍ମ ସମୟରେ  ନିଜ ପରିବାର ଠାରୁ ଅଲଗା ହୋଇ ଗୁହାଳ ରେ ରହିବାକୁ ପଡିଥାଏ( ଉଦାହରଣ ନେପାଳର ଛାଉପାଡି ପ୍ରଥା) କାରଣ ମାସିକ ଧର୍ମ କୁ ଅଶୁଦ୍ଧ ଓ ଅପବିତ୍ର ବୋଲି ସମାଜରେ ଗ୍ରହଣ କରାଯାଇଥାଏ। ଉର୍ଧୁ ଶବ୍ଦ "ନା-ପାକ" କୁ  ମୁଖ୍ୟତଃ  ପାକିସ୍ତାନ ରେ ମହିଳା ମାନଂକର ମସିକଧର୍ମ ପାଇଁ ବ୍ୟବହାର କରାଯାଇଥାଏ। ଝିଅ ମାନଙ୍କ ମନରେ ଏହି ଧାରଣା ସୃଷ୍ଟି କରାଯାଇଥାଏ କି ରତୁଶ୍ରାବ ହେଉଛି ଅଶୁଦ୍ଧ ଓ ଏକ ଗୁପ୍ତ କଥା।
🙋 ତେଣୁ ଆଜି ଆମେ ରତୁଶ୍ରାବ ବିଷୟରେ ଆଲୋଚନା କରିବା। ସତରେ କଣ ଏହା "ଅପବିତ୍ର"?
ରତୁଶ୍ରାବ ରେ ନିର୍ଗତ ହେଉଥିବା ତରଳ ରେ ନିମ୍ନ ଲିଖିତ ଉପାଦାନ ମାନ ଥାଏ,  
1) ରକ୍ତ

2) ଗର୍ଭାଶୟ ର ଉପର ସ୍ତର ରୁ ନିର୍ଗତ ତରଳ ଓ tissue(Endometrial fluid + tissues)

3) ଗର୍ଭାଶୟ ମୁଖ ଓ ଯୋନୀ ରୁ ନିର୍ଗତ ଲାଳ(Cervical and vaginal mucus)

4) ଯୋନୀ ର ଜୀବାଣୁ(Vaginal microbes)

ରତୁଶ୍ରାବ ରେ ନିର୍ଗତ ତରଳ ର 35% ଭାଗ ହେଉଛି ରକ୍ତ,ଯାହା ଧମନୀ ରେ ପ୍ରବାହିତ ରକ୍ତ ସହ ପୁରା ପୁରି ସମାନ। ଗର୍ଭାଶୟ ର ଉପର ସ୍ତର ରୁ ପ୍ରସ୍ତୁତ ତରଳ ଓ ଟିସୁ ଗର୍ଭାଶୟ ରୁ ଆସେ ଯାହା ଡିମ୍ବାଣୁ ଟି fertilize ନହେବା ଯୋଗୁ ନଷ୍ଟ ହୋଇଯାଏ।  ଯୋନୀ ରୁ ନିର୍ଗତ ତରଳ ରେ ଜଳ ସହ ସୋଡିୟମ ଓ ପଟାସିୟମ ମଧ୍ୟ ରହିଥାଏ।.

🙋ଏହି ତରଳ ହାନିକାରକ ବା ବିଷାକ୍ତ କି?
ଯେତେବେଳେ ଯାଏଁ ମହିଳା ଟି କୌଣସି ରକ୍ତ ଜନିତ ରୋଗ ରେ ପୀଡିତ ନୁହେଁ, ରତୁଶ୍ରାବ ର ତରଳ ହାନିକାରକ ନୁହେଁ।ଏହି ତରଳ ରେ କୋୖଣସି ବିଷାକ୍ତ ପଦାର୍ଥ ନିର୍ଗତ ହୁଏ ନାହିଁ।କାରଣ ଏହା ଗର୍ଭାଶୟ ର ସେହି ସ୍ତର ଯାହା ଶୁଦ୍ଧ ଓ ପରିଷ୍କାର ହେବା ଆବଶ୍ୟକ କାରଣ ଏହା ମଧ୍ୟରେ ହିଁ ଭ୍ରୁଣ ବିକଶିତ ହୋଇଥାଏ। ଆପଣଙ୍କ ର ଶରୀର ର ଅନେକ ଅଙ୍ଗରୁ ତରଳ ତିଆରି ହୁଏ, ଶରୀର ସାରା ରକ୍ତ ପ୍ରବାହିତ ହୁଏ। ଯଦି ଏହା ବିଷାକ୍ତ ବା ହାନିକାରକ ହୋଇ ଥାନ୍ତା ତାହେଲେ ଆପଣ ଙ୍କର ବଂଚିବା ସମ୍ଭବ ହୋଇ ନଥାନ୍ତା।
🙋ରତୁଶ୍ରାବ ର ରକ୍ତ ଦରକାରୀ କି?
Menstrual blood-derived stem cells (MenSCs) ଏକ ପ୍ରକାରର ଷ୍ଟେମ କୋଷ ଯାହା ସହଜରେ ରତୁଶ୍ରାବ ରକ୍ତ ରୁ ମିଳିଥାଏ। ଏହି କୋଷ ଗୁଡିକର ବିଭାଜନ ଶକ୍ତି ଅତି ପ୍ରବଳ। ତେଣୁ ଏହାକୁ ବିଭିନ୍ନ ପ୍ରକାରର ଚର୍ମଜନିତ ରୋଗ ର ଉପଚାର ପାଇଁ ବ୍ୟବହାର କରିହୁଏ।
🙋ଏହି ସବୁ ରୁ ଜଣା ଯାଉଛି କି ବର୍ଷ ବର୍ଷ ଧରି ଆପଣ ମାନଙ୍କୁ ଏକ ମିଥ୍ୟା ଧାରଣା ରେ ରଖାଯାଇଛି କି ଆପଣଙ୍କ ଋତୁଶ୍ରାବ ଅପବିତ୍ର। ତେଣୁ ଏହି ମିଥ୍ୟା ଧାରଣାକୁ ପ୍ରଚାର କରିବା ବନ୍ଦ କରନ୍ତୁ। ନିଜ ପିଲାମାନଙ୍କୁ (ପୁଅ ଓ ଝିଅ) ଶିଖନ୍ତୁ କି ମାସିକଧର୍ମ ଏକ ସମ୍ପୂର୍ଣ୍ଣ ଶାରୀରିକ ପ୍ରାକୃତିକ ପ୍ରକ୍ରିୟା ଯାହା ମହିଳା ମାଂନକୁ ଅପବିତ୍ର କରାଏ ନାହିଁ।ନିଜ ଝିଅକୁ ଶିଖନ୍ତୁ ଏହାକୁ ସହଜତାର ସହ ଗ୍ରହଣ କରିବାକୁ ଏବଂ ନିଜ ଶରୀର କୁ ଭଲପାଇବାକୁ।
Rajabala Tripathy