Image

ସରକାର ଓ ଅନ୍ୟ ବେସରକାରୀ ଅନୁଷ୍ଠାନ ଦ୍ୱାରା ଅନେକ ପ୍ରୟାସ କରାଯାଉଥିବା ପରେ ମଧ୍ୟ ଆଜିବି ଭାରତରେ କେବଳ ଶତକଡ଼ା 11.4 ମହିଳା ରତୁଶ୍ରାବ ସମୟରେ ସାନିଟାରୀ ପ୍ୟାଡ ବ୍ୟବହାର କରିବାକୁ ସକ୍ଷମ ହୁଅନ୍ତି। ଏହାର ପ୍ରଥମ କାରଣ ଗରିବୀ, ଦୁତୀୟ କାରଣ ଟି ଅଶିକ୍ଷା ଏବଂ ତୃତୀୟ ଟି ରତୁଶ୍ରାବକୁ ନେଇ ସମାଜରେ ଥିବା ଏକ ଅସହଜ ଭାବନା। ଆଉ ଏକ ପ୍ରଧାନ କାରଣ ହେଉଛି ଗାଁ ରେ ସାନିଟାରୀ ପ୍ୟାଡ଼ ଏତେ ସହଜରେ ଉପଲବ୍ଧ ନୁହେଁ।
ସାନିଟାରୀ ପ୍ୟାଡ଼ ମହଙ୍ଗା ସହ ପରିବଶ ପାଇଁ କ୍ଷତିକାରକ ମଧ୍ୟ। କାରଣ ଏହା ଏତେ ସହଜରେ ମାଟିରେ ମିଶେନାହିଁ। ତା ସହ ଏହା କୁ କେବଳ ଥରେ ବ୍ୟବହାର କରି ହୁଏ। ତେଣୁ ଆଜି ଏକ ସୁରକ୍ଷିତ ମାସିକ ଧର୍ମ ପାଇଁ ଏକ ପରିବେଶ ଉପଯୋଗୀ, ଅପେକ୍ଷାକୃତ ଶସ୍ତା, ବାରମ୍ବାର ବ୍ୟବହାର କରାଯାଇପାରୁଥିବା ସାନିଟାରୀ ପ୍ୟାଡ଼ ର ବିକଳ୍ପ ଉପରେ ଚର୍ଚା କରିବା। ହଁ ତାହା ହେଉଛି menstrual cup। ଏହା ସମସ୍ତ ମହିଳା ବିଶେଷ କରି କର୍ମଜୀବୀ ମହିଳା ମାନଙ୍କ ର ଋତୁଶ୍ରାବ ରେ ବ୍ୟବହାର ପାଇଁ ଏକ ବହୁତ ସହଜ ଓ ଆରାମଦାୟକ ବିକଳ୍ପ। ଯେହେତୁ ଏହା ବାରମ୍ବାର ବ୍ୟବହାର କରିହୁଏ, କର୍ମକ୍ଷେତ୍ରକୁ ଏକ ରୁ ଅଧିକ menstrual କପ ନେବା ଦରକାର ପଡେ ନାହିଁ। ଏହା କୁ ଯୋନି ଦ୍ୱାର ରେ ଭର୍ତି କରାଯାଏ ଏବଂ ଏହି କପ ମଧ୍ୟରେ ଋତୁଶ୍ରାବ ର ରକ୍ତ ସଂଗ୍ରହ ହୋଇ ରହେ। ଯାହାକୁ ବାହାର କରି ସଂଗୃହିତ ରକ୍ତ କୁ ବାହାରେ ଫୋପାଡି କପ ଟିକୁ ଧୋଇ ପୁଣି ଥରେ ବ୍ୟବହାର କରି ହୁଏ। ଏହା ଯୋନି ଦ୍ୱାର ରେ ଭଲଭାବରେ ରେ ଫିଟ ହୋଇ ଯାଉଥିବାରୁ ରକ୍ତ ନିର୍ଗତ ହୋଇ ପୋଷାକ ରେ ଦାଗ କରିବାର ସମ୍ଭାବନା ରହେ ନାହିଁ। ସାନିଟାରୀ ପ୍ୟାଡ଼ ଭଳି ଏଥିରେ କୌଣସି କେମିକାଲ ବା ତୁଳା ବ୍ୟବହାର ହୁଏ ନାହିଁ।ଏହି କାରଣରୁ ଏହି ଇକୋ ଫ୍ରେଣ୍ଡଲି କପକୁ dispose କରିବା ସୁବିଧା ଜନକ ହୋଇଥାଏ ଏବଂ କୌଣସି ଯୋନି ଜନୀତ ସଂକ୍ରମଣ ରୁ ରକ୍ଷା ମିଳିଥାଏ।
ଗୋଟିଏ menstrual କପ କୁ ପାଖାପାଖି 1 ବର୍ଷ ବ୍ୟବହାର କରାଯାଇପାରେ।ଆସନ୍ତୁ ଜାଣିବା ଏହା କିପରି କାମ କରେ। menstrual କପ ଦେଖିବାକୁ ଏକ ଛୋଟ ଘଣ୍ଟି ପରି ଯାହା ସିଲିକନ ବା ଲାଟେକ୍ସ ରେ ତିଆରି ହୋଇଥାଏ। ଏବଂ ଏହା ରତୁଶ୍ରାବ ର ତରଳ କୁ ପ୍ୟାଡ଼ ଭଳି ଶୋଷିବା ବଦଳରେ ତାହାକୁ ଜମା କରି ରଖେ। କପ ରେ ଜମା ସେହି ତରଳକୁ ଯେବେ ଇଛା କପ ଟି ବାହାର କରି ବଶିଙ୍ଗ ବସିନ ରେ ଫୋପାଡି ହୁଏ।ଏହି କପ ଥରକେ 12-15 ଘଣ୍ଟା ଯାଏଁ ବ୍ୟବହାର କରି ହୁଏ।
ରତୁଶ୍ରାବ ଆରମ୍ଭ ହେବା ସଂଗେ ସଂଗେ ଚିତ୍ର no 2 ରେ ଦିଆ ଯାଇଥିବା ଭଳି ଏହି କପ ଟିକୁ ମୋଡି ନିଜ ଯୋନୀ ଦ୍ଵାର ରେ ଭର୍ତି କରି ବାକୁ ପଡିଥାଏ। ଭର୍ତି ହେଲା ପରେ ଏହା ଖୋଲି ଯାଇ ନିଜ ପୂର୍ବ ରୂପକୁ ଆସିଯାଏ ଓ ଯୋନୀ କାନ୍ଥ ରେ ଭଲରେ ଲାଖିଯାଏ। ରତୁଶ୍ରାବ ର ତରଳ ସହଜରେ ବହି ଆସି ଏହି କପ ରେ ଜମା ହୋଇଯାଏ। ଏହି ଭଳି ଯେବେ ବି ବାହାର କରିବା ଦରକାର ପଡେ ଏହାର ତଳ ଅଂଶ ଟିକୁ ଧରି ଟାଣିଆଣି   ଆଣିଲେ ଏହା ସହଜରେ ବାହାରି ଯାଏ। ଏହାକୁ ଧୋଇ ପୁଣି ଥରେ ଉପର ବର୍ଣ୍ଣିତ ଉପାୟରେ ପିନ୍ଧିବାକୁ ହୋଇଥାଏ। ମାସିକ ଋତୁଶ୍ରାବ ସରିଲା ପରେ ଏହି କପ ଟିକୁ 5 ମିନିଟ ଗରମପାଣି ରେ ଫୁଟେଇ sterilize କରି ପୁଣି ଆଗାମୀ ମାସ ରେ ବ୍ୟବହାର ପାଇଁ ରଖାଯାଇପାରେ। ବଜାର ରେ ଆଜି କାଲି ଦୁଇପ୍ରକାର ର menstrual କପ ମିଳୁଛି। ଗୋଟିଏ ଯାହା ବାରମ୍ବାର ବ୍ୟବହାର କରାଯାଇପାରେ ଅନ୍ୟଟି କେବଳ ଗୋଟିଏ ମାସ ପାଇଁ ।
ଏହି informtion ଟିକୁ ପଢନ୍ତୁ, share କରନ୍ତୁ, ବୁଝନ୍ତୁ ଏବଂ ଅନ୍ୟକୁ ବୁଝାନ୍ତୁ।
Have a happy healthy and eco friendly periods
#happy to bleed
Odia translation of a  post written by Malti Haldar

ରାଜବାଳା