Image

(ଫେସ୍ବୁକ୍ ରେ ଦାମ ବାବୁ ପ୍ରସଂଗର ଆଲୋଚନା  ସମାଲୋଚନା)


ଆଦିବାସୀ ମାନେ ଭିକ ମାଗନ୍ତି ନାହିଁ.....କିନ୍ତୁ ଆଦିବାସୀ ମାନେ ଭିକ ମାଗନ୍ତି ବୋଲି କିଏ କହିଥିଲେ? କାହିଁ କସ୍ମିନ୍ କାଳେ ତ ଶୁଣି ନଥିଲି, ପିଲାବେଳେ ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ ପଢି ସେମିତି ଧାରଣାବି ମୋର ହେଇ ନଥିଲା..... ମୋର କହିବା କଥା ହେଲ‍ା ନର୍କରୁ ତାକୁ ଉଦ୍ଧାର କରାଯାଏ, ଯିଏ ନର୍କରେ ପଡିଥାଏ, କିନ୍ତୁ ଆଦିବାସି ତ କେବେ ଭିକ ମାଗି ନଥିଲା, ବରଂ ସାହାସୀ, ପରିଶ୍ରମୀ ବୋଲି ସମସ୍ତଂକ ଧାରଣା ଥିଲା....ସେ ହିଁ ତାଂକୁ ମନେ ମନେ ଭିଖାରୀ କଲେ ଆଉ ତହିଁରୁ ନିବୃତ୍ତି ଦେବାକୁ ଯାଇ ବ୍ରାହ୍ମଣ ମାନଂକ କଥା ଉଲ୍ଲେଖ କଲେ....ଏହା କେତେ ଦୂର ସମୀଚିନ

ଦ୍ୱିତୀୟ କଥା ହେଲା ବ୍ରାହ୍ମଣ ମାନେ କଣ ମଣିଷ ଜାତିର ଅନ୍ତର୍ଭୁକ୍ତ ନୁହଁ? ହିନ୍ଦୁ ମଣିଷ ନୁହଁ ନା ମୁସ୍ଲିମ୍ ନୁହଁ? ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଈଶ୍ୱରଂକ ସନ୍ତାନ। କିନ୍ତୁ ଏମାନଂକ ଭିତରେ ପ୍ରଭେଦ ସୃଷ୍ଟି କଲା କିଏ? ଇଏ ସଂଖ୍ୟା ଲଘୁ ଭୋଟର୍, ସେ ହିନ୍ଦୁ ଭୋଟର୍, ତମୁକ ଆଦିବାସୀ ଭୋଟର୍....ଏ ସବୁର ମାନେ କ'ଣ? ସବୁଠାରୁ ବଡ କଥା ହେଲା ହିନ୍ଦୁ ମାନେ ଜାଣନ୍ତି କଂଗ୍ରେସ୍ ହେଲା ସଂଖ୍ୟା ଲଘୁଂକ ଦଳ, ବିଜେପି ହିନ୍ଦୁଂକର....କାହିଁକି? କୌଣସି ଦଳ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମଗ୍ର ଭାରତ ବର୍ଷର ହେଇ ପାରିଲାନି? କାରଣ ଭୋଟ୍ କମିଯିବ......ଏଥର କୁହନ୍ତୁ ଜାତିଭେଦ କିଏ କରୁଛି? ଜନତା ନା ରାଜନୀତି ବିଦ୍ ମାନେ? ଦାମ ବାବୁଂକ ବ୍ରାହ୍ମଣ ବିରୋଧି ମନ୍ତବ୍ୟ ସେହି କାଟାଗୋରୀର ନୁହଁ କି?

ଏଥର ରହିଲା, ପୁରୀ ମନ୍ଦିର କଥା, ସେଠି ବ୍ରାହ୍ମଣ ମାନେ ଭିକ ମାଗନ୍ତି କି କଣ ଜାଣିନି,  ମାଗୁଥିଲେ ମାଗୁଥିବେ..କିନ୍ତୁ ତାଂକୁ କେନ୍ଦ୍ର କରି ସମଗ୍ର ବ୍ରାହ୍ମଣ ଜାତିକୁ କହିବା ଉଚିତ୍?
ମୋ ଗାଁ ରେ ଜଣେ ଦୋଷ କଲା ବୋଲି ମୁଁ ସାରା ଗାଁ ବାଲଂକୁ ଜଳେଇକି ମାରିଦେବି? ଏହା କି ପ୍ରକାର ମାନସିକତା? ବର୍ତ୍ତମାନ ଭାରତ ପାକିସ୍ତାନ ଯୁଦ୍ଧ ଚାଲିଛି, ତେଣୁ ପାକିସ୍ତାନ୍ କୁ ଖରାପ୍ ନକହି ସାରା ମୁସ୍ଲିମ୍ଂକୁ ଯଦି ଖରାପ୍ କୁହେ ତେବେ ତାହା କେତେ ଦୂର ଯଥାର୍ଥ? କେମିରି ଭୁଲିବା ସାର୍ ଏପିଜେ ଅବ୍ଦୁଲ୍ କାଲାମଂକୁ, ଭାରତର ସମରବାହୀନିକୁ ଦେଇଯାଇଥିବା ତାଂକ ଜୀବନର ସର୍ଵଶ୍ରେଷ୍ଠ ଉଦ୍ଭାବନ? ତେଣୁ କୌଣସି ବ୍ୟକ୍ତିକୁ ଭିତ୍ତି କରି କୌଣସି ଜାତିର ମାନ ନିର୍ଣ୍ଣୟ କରା ଯାଏ ନାହିଁ, ପୁରୀ ବ୍ରାହ୍ମଣ ମାନେ କଣ କଲେ ତା ପାଇଁ ବ୍ରାହ୍ମଣ ଜାତି ଦାୟୀ ନୁହଁ....

ବାକି ରହିଲା ଭିକ୍ଷା ବୃତ୍ତି କଥା, ଏହା କୌଣସି ଗୌରବର ପେଶା ନୁହଁ ଯେ ଲୋକେ ଖୁସିର ସହ କରନ୍ତି, ଓଡିଶାରେ ବନ୍ୟା ବାତ୍ୟା ମରୁଡି ସବୁବେଳେ ଲାଗିରହିଛି, କେତେ ଜନ ଜୀବନ କ୍ଷୟ ହେଉଛି, କେତେ ଲୋକ ଘର ପରିବାରକୁ ହରେଇ ବଂଚିବା ପାଇଁ ଅତ୍ୟନ୍ତ ଲଜ୍ଜାର ସହ ଏହା ଆପଣେଇ ନେଉଛନ୍ତି, ଦାମ ବାବୁ ଭିକ୍ଷାବୃତ୍ତି ବିରୁଦ୍ଧରେ କହି ସେମାନଂକୁ ହୃଦୟକୁ କଷ୍ଟ ପହଂଚେଇଲା ବେଳେ, ଥରେ ସୁଦ୍ଧା ଭାବିଲେନି କାହିଁକି ଯେ ମୋ ଇଲାକାରେ ମୁଁ ଏହା ନିବାରଣ ପାଇଁ କେତେଦୂର ପ୍ରଯତ୍ନ ହେଇଛି... ହାଏରେ ଅଭାଗା ମଣିଷ ନିଜ ଦୋଷ ଲୁଚେଇବାକୁ ଯାଇ ପରମୁଣ୍ଡରେ ଦୋଷ ଲଦି ଦେବା କଣ ତମ ଜନ୍ମଗତ ଅଧିକାର? ନିଜେ ପାଂଚ ବର୍ଷ ଶୋଇବି, ସରକାରୀ ଟଂକାରେ ମସ୍ତି କରିବି....ବେଳ ପୁରିଗଲେ ଥାଳି ଧରି ବାହାରିବି ଭୋଟ୍ ଆଦାୟରେ, ଭିକ ବେଶି ମିଳିବ ବୋଲି ଜଣକୁ ଖୁସି କରିବାକୁ ଯାଇ ଆର ଜଣକ ନାଁ ରେ କହିବି ??????

ମୁଁ ବ୍ରାହ୍ମଣ୍ୟ ଧର୍ମର ପ୍ରଚାରକ ନୁହଁ.....କିନ୍ତୁ ନାଁ ଶେଷରେ ଯୋଉ ଟାଇଟେଲ୍ ଅଛି ତାକୁ ବଦଳେଇବି ପାରିବିନି, ଯଦି ପାରନ୍ତି ଏସ.ସି. କୋଟାରୁ କେତେ ସୁବିଧା ମିଳନ୍ତା....ତାହାତ ହବନି ,କିନ୍ତୁ ଦାମ ବାବୁଂକ ଭଳି ଜଣେ ଜଣେ ଆସିବେ, କିଛିତ କରିବେନି ଗଲା ବେଳେ ଏମିତି କହିଯିବେ ଯେ ଯାହା ଦ୍ୱାରା ସବୁବେଳେ ଲାଂଛିତ ହେବାକୁ ହେବ..?


ଆଉଗୋଟେ କଥା ଭାଇ, ଥରେ ଗୋଟେ ଗାଁର ଲୋକ କୋଡିଏ ବର୍ଷ ସୁଖ ସମୃଦ୍ଧିରେ ବାସ କରୁଥିଲେ, ଗାଁର ମୁଖିଆ ମାନେ ଲୋକଂକୁ ଯାହା ଭୁତଉଥିଲେ ସେମାନେ ସେଇଆ ପାଳନ କରୁଥିଲେ, କିନ୍ତୁ ଗାଁ ରେ ଥରେ ହଇଜା ବ୍ୟାପିଲା, ଲୋକାମାନେ ସବୁ ଅଛନ୍ତି କିନ୍ତୁ ମୁଖିଆଂକ ଭିତରୁ କେଇଜଣ ପେଡି ପୁଟୁଳା ବାଂଧି ରେଡି ଆର ଗାଁ କୁ ଯିବେ ବୋଲି, ଯିବେ କଣ ଗଲେ, ଗଲାବେଳେ ଚୁଂଗା ନଗେଇ ପ୍ରଚାର କରିଗଲେ ଯେ ଏ ଗାଁର ଲୋକମାନେ ଭାରି ଅନ୍ୟାୟୀ, ନୀତି ଆଚାର ଭଲ ନୁହଁ, କେହିତ କହିଲେ ମୁଁ କେତେବର୍ଷ ଧରି ଏହି ଦିନକୁ ଅପେକ୍ଷା କରିଥିଲି...ତା ପରେ ସେମାନେ ଆର ଗାଁରେ ରହିଲେ ସେଠିବି ସେମିତି କିଛିଦିନ ପରେ ବାଡି ପଶିଲା, ପୁଣି ଏମାନେ ତୟାର୍, ନାକ ଉଠିଗଲା ଦି ହାତ ଉପରକୁ , ଅନ୍ୟାୟ , ଅନ୍ୟାୟ!! ଏଠିବି ଅନ୍ୟାୟ! ପାଖଗାଁ ଭଲ....ଏମାନେ କଣ ଶରଣାର୍ଥୀ?

smruti ranjan panigrahi


ଲେଖଙ୍କ  ଅନ୍ୟନ୍ୟ ଲେଖା ପଢନ୍ତୁ - jyotirmayas.blogspot.com