Image

ଟିକେ ମନେ ପକାଇବା
ଆଜି ଦୀପାବଳି..
ଆମ ଓଡ଼ିଆଙ୍କ ଦୀପାବଳି ଅନ୍ୟ ସମସ୍ତଙ୍କ ଦୀପାବଳି ଠାରୁ ଭିନ୍ନ ଅଟେ..
ଆଜି ପୟା ଶ୍ରାଦ୍ଧ ଓ ଦୀପାବଳି
ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।
ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶି ପାହାଚରେ ଶ୍ରାଦ୍ଧ ବା ପିଣ୍ଡଦାନ କରି ସିଂହଦ୍ୱାର ସମ୍ମୁଖରେ ବଡବଡିଆ ଡାକିଥାନ୍ତି। ମହାଳୟା ତିଥିରେ ପିତୃପୁରୁଷଙ୍କ ଆବାହନ କରି ପିଣ୍ଡଦାନ କରାଯାଇଥିବା ବେଳେ ଦୀପାବଳି ତିଥିରେ ଆଲୋକ ଦେଖାଇ ସେମାନଙ୍କୁ ବିଦାୟ ଦିଆଯାଇଥାଏ। ସେଥିପାଇଁ କାର୍ତ୍ତିକ ମାସର ଦୀପାବଳି ତିଥିରେ ଦୀପ ଓ କାଉଁରିଆ ଜାଳି ବଡବଡୁଆ ଡାକିଥାନ୍ତି। ଶ୍ରୀମନ୍ଦିରର ବାଇଶି ପାହାଚରେ ପିଣ୍ଡଦାନ କରି ସିଂହଦ୍ୱାର ସମ୍ମୁଖରେ ବଡବଡିଆ ଡାକିଲେ ପିତୃଗଣଙ୍କୁ ଜନ୍ମମୃତ୍ୟୁର ବନ୍ଧନରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।
ଯେଉଁମାନେ ଶ୍ରୀମନ୍ଦିରକୁ ଯାଇପାରନ୍ତି ନାହିଁ, ସେମାନେ ନିଜ ଘରେ ଶ୍ରାଦ୍ଧ ପତ୍ର ବାଢ଼ିଥାନ୍ତି, ପିଣ୍ଡ ଦାନ କରିଥାନ୍ତି ଏବଂ ନିଜ ଇଶାଣ ଘରୁ ଅଗ୍ନି ନେଇ ନିଜ ପରିବାର ସହିତ ଦୁଆରେ କାଉଁରିଆ ଜାଳନ୍ତି..
ଆମ ଦୀପାବଳି ଅନ୍ୟମାନଙ୍କ ଦୀପାବଳି ଠାରୁ ଭିନ୍ନ ନା ନାହିଁ!
ଓଡ଼ିଆ ସଂସ୍କୃତି ସବୁଠାରୁ ଭିନ୍ନ ଆଉ ମହାନ ଅଟେ..