Image

ମୁଁ ନାସ୍ତିକ କାହିଁକି??????👇
✍️1. କୌଣସି କାଳ୍ପନିକ ବନ୍ଧୁ, ଆକାଶ ପିତା ବା ମାତାଙ୍କର ଆବଶ୍ୟକତା କରେ ନାହିଁ ।
2. ନିଜର ସଫଳତାର ଶ୍ରେୟ ବା ବିଫଳତାର ଦାୟୀ ପାଇଁ କୌଣସି ଅଦୃଶ୍ୟ କାଳ୍ପନିକ ସତ୍ତାକୁ ଆଙ୍ଗୁଠି ନିର୍ଦେଶ କରିବା ବଦଳରେ ନିଜକୁ ହିଁ ଦାୟୀ କରେ।
3. ସକାଳ ସଂଜେ କାଠ ପଥରର କୌଣସି କଣ୍ଢେଇ ଧରି ପୂଜା ପାଠ ଧୂପ ଦୀପ ଦେଇ କଣ୍ଢେଇ ଖେଳ ଆରମ୍ଭ କରି ଦିଏନା।
4. କାଠ ପଥରର ମୂର୍ତ୍ତି ଗୁଡିଏ ନିଜେ ଗଢି ତା ଆଗରେ ସକାଳ ସଂଜେ ଗୋଲାମୀର ପ୍ରତୀକ ସ୍ୱରୂପ ପ୍ରଣାମ କରେନା ।
5. ଧର୍ମ ଗ୍ରନ୍ଥ ଗୁଡ଼ିକରେ ଦିଆ ଯାଇ ଥିବା ଅଦ୍ଭୁତ ଭ୍ରାନ୍ତ ଗପ ଗୁଡିକୁ ଶୁଣିଲେ ମଜା ନିଏ କିନ୍ତୁ ସତ ବୋଲି ଭାବିପାରେନା।
6. କାଠ ପଥର କୁ ଲାଞ୍ଚ ଯାଚି ସଫଳ ମିଳିବ ବୋଲି ଭାବି ବସି ରହନା। ଜୀବନରେ ସଫଳତା ପାଇଁ ନିଜେ ପରିଶ୍ରମ କରେ।
7. ଜଣେ ପୁରୁଷର ହାତ ପାଦ ମୁହଁରୁ ବିଭିନ୍ନ ଜାତିର ମଣିଷ ସୃଷ୍ଟି ହୋଇଛନ୍ତି ବୋଲି ଭ୍ରାନ୍ତ ଧାରଣାରେ ବିଶ୍ଵାସ କରି ମଣିଷକୁ ଉଚ୍ଚ ବା ନୀଚ୍ଚ ବୋଲି ମନେ କରେନି। ସମସ୍ତ ପ୍ରକାରର ଅସମତାକୁ ଅସ୍ୱୀକାର କରି ମୁଁ ସବୁ ମଣିଷ ସମାନ ବୋଲି ବିଶ୍ୱାସ କରେ।
8. କୌଣସି କାଳ୍ପନିକ ସତ୍ତା ଦ୍ୱାରା ନୁହେଁ, ଜୀବନ ଅଣୁ ପରମାଣୁରୁ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଛି ଏବଂ ମଣିଷ ମଲା ପରେ ଅଣୁ ଆଉ ପରମାଣୁ ହୋଇ ବାୟୁମଣ୍ଡଳରେ ଘୁରି ବୁଲେ। ଏହା ମୁଁ ବିଶ୍ୱାସ କରିବା ସହ ଆତ୍ମା ପରମାତ୍ମା ଭଳି ଅହେତୁକ କଥାକୁ ଅସ୍ୱୀକାର କରେ।
9.ମରିଲା ପରେ ସ୍ୱର୍ଗ ମିଳିବ ବୋଲି ଭାବି କେବଳ ମାରିବା ପରର ଜୀବନର ସ୍ୱର୍ଗ ସୁଖ କଳ୍ପନାରେ ବୁଡି ବୁଡି ମଲା ଭଳି ବଞ୍ଚେନି। ମୁଁ ପୁର୍ବ ଜନ୍ମ ପରଜନ୍ମରେ ବିଶ୍ୱାସ କରେନି, ମୋ ପାଇଁ ଜୀବନ ଥରଟେ ମିଳିଛି ତେଣୁ ଏ ଜୀବନକୁ ମାନବତାର କଲ୍ୟାଣରେ ଯଥାସମ୍ଭବ ଉପଯୋଗ କରେ।
10.କେବଳ ପୁଣ୍ୟ ମିଳିବା ପାଇଁ କାହାର ସାହାଯ୍ୟ ବା କାହାକୁ ଦାନ କରେନି, ମାନବିକତା ପାଇଁ କରେ। ନର୍କର ଭୟ ମୋତେ ବ୍ୟଥିତ କରେନାହିଁ କିମ୍ବା ସ୍ୱର୍ଗର ସୁଖ ଲାଳାୟିତ କରେନା। ଯାହା ମାନବତା ପାଇଁ ଉଚିତ ବିନା ଦ୍ବିଧାରେ କରି ଏକ ଭୟମୁକ୍ତ ଖୁସିବାସୀର ଜୀବନ ବଞ୍ଚେ।
ରାଜବାଳା