Image

ହଁ ମୁଁ ବି ମାନୁଛି ଚମତ୍କାର ହୁଏ। ହେଲେ ସେଥିପାଇଁ କେଉଁ ଦେବୀ ଦେବତା ବା ବାବା ମାତାଙ୍କର ଆଡ଼କୁ ଦେଖିବା କୌଣସି ଆବଶ୍ୟକତା ନାହିଁ। କେବଳ ନିଜର ଚାରିପାଖରେ ଆଖି ବୁଲେଇ ଦେଖନ୍ତୁ। ଆପଣ ଚମତ୍କାର ହିଁ ଚମତ୍କାର ଦେଖିପାରିବେ। 👇
👉କିପରି ଜଳରୁ ବିଜୁଳି ମିଳିପାରିଲା
👉କିପରି ବାଷ୍ପରୁ ଯାନ ବାହାନ ଚାଲି ପାରିଲା
👉କିପରି ଖଣିଜ ତୈଳକୁ ଖୋଜି ଖୋଳି ବ୍ୟବହାର କରାଯାଇପାରିଲା
👉କିପରି ମଣିଷ ଅଦୃଶ୍ୟ ଅଣୁଜଗତକୁ ଦେଖିପାରିଲା
👉କିପରି ଗୋଟିଏ ପରେ ଗୋଟିଏ ରୋଗକୁ ନିୟନ୍ତ୍ରଣ କରିପାରିଲା
👉କିପରି ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଲା
👉କିପରି ପ୍ରଯୁକ୍ତି ବିଦ୍ୟାର ଉନ୍ନତି ସହ ଦେଶ ଦେଶମାନଙ୍କରେ ଦୂରତ୍ୱ କମିଗଲା
ଏ ଲିଷ୍ଟ ତ ଖୁବ ଲମ୍ବା...
କିନ୍ତ ଏହା ସବୁ ସେହି ଚମତ୍କାର ଯାହା ବିଜ୍ଞାନ କରିଛି ଆମ ସଭ୍ୟତାକୁ ଉନ୍ନତରୁ ଉନ୍ନତିର ଶୀର୍ଷକୁ ନେଇଯିବା ପାଇଁ, ବାବା ମାତାଙ୍କ ପାଖଣ୍ତ ନୁହେଁ। ଫରକ ବୁଝନ୍ତୁ ସତର୍କ ରୁହନ୍ତୁ।
✍️ରାଜବାଳା