Image


👩‍✈️👉ଦେୟମୁକ୍ତ ଆଇନ ସହାୟତାର ଅଧିକାର(Right to free aid):ଓକିଲର ବିନା ସହାୟତାରେ ବି ମହିଳାଟି ନିଜ ପାଇଁ ଆଇନଗତ ସହାୟତା ଦାବି କରିପାରିବ। ଆଇନ ସଂସ୍ଥାନ ମହିଳାଟି ପାଇଁ ଓକିଲ ଯୋଗାଡ଼ କରିବାକୁ ବାଧ୍ୟ ଅଟନ୍ତି।
👩‍✈️👉ଗୋପନୀୟତାର ଅଧିକାର(rights to privacy): ଯଥେଷ୍ଟ ଗୋପନୀୟତା ରକ୍ଷା କରି କେବଳ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ନିଜର ବୟାନ ଦେବା ସହ ଜଣେ ମହିଳା କନେଷ୍ଟବଳ ବା ପୋଲିସ ଅଫିସର ସାମ୍ନାରେ ନିଜ ବୟାନ ରେକର୍ଡ କରିବାର ଅଧିକାର ବଳାତ୍କାର ପିଡ଼ିତାର ରହିଛି। ସେକ୍ସନ 164 ଅନୁସାରେ  ପିଡ଼ିତାକୁ ତାର ଗୋପନୀୟତାର ଅଧିକାର ପ୍ରଦାନ କରିବା ପାଇଁ ପୋଲିସକୁ ନିର୍ଦେଶ ରହିଛି।
👩‍✈️👉 ଅପରାଧର ଅନେକ ସମୟ ଗଡିଯାଇଥିଲେ ମଧ୍ୟ ଅଭିଯୋଗର ଅଧିକାର(Right to untimely registration): ଅପରାଧଟି ଘଟିବାର ଅନେକ ଦିନ ପରେ ମଧ୍ୟ ମହିଳାଟି ପୋଲିସଷ୍ଟେସନରେ ଅଭିଯୋଗ ଦେଇପାରିବ। କାରଣ ଆମ ସମାଜିକ ବ୍ୟବସ୍ଥା ଅନୁସାରେ ଅନେକ କ୍ଷେତ୍ରରେ ନିଜ ପ୍ରତି ହେଉଥିବା ଅନ୍ୟାୟ ପାଇଁ ସଂଗେ ସଂଗେ ସ୍ୱରଉତ୍ତଳନ କରିବା ମହିଳାଟିଏ ପାଇଁ ସମ୍ଭବ ହୋଇପାରିନଥାଏ। ତେଣୁ ଯେକୌଣସି ମୁହୂର୍ତରେ ମଧ୍ୟ ମହିଳାଟିର ଅଭିଯୋଗପତ୍ର ରଖିବା ପାଇଁ ପୋଲିସମାନେ ବାଧ୍ୟ ଅଟନ୍ତି।  
👩‍✈️ 👉ଆଭାସୀ ଅଭିଯୋଗର ଅଧିକାର (Right to virtual complaints): ଏହି ଅନୁସାରେ ଯଦି କୌଣସି ବିଶେଷ କାରଣରୁ ମହିଳାଟି ପୋଲିସ ଷ୍ଟେସନ ଯିବାକୁ ଅକ୍ଷମ ହୁଅନ୍ତି ତେବେ ସେ ଏକ ଲିଖିତ ଅଭିଯୋଗ ପୋଲିସ କମିଶନରଙ୍କ ଠିକଣା/ ମେଲ ଆଇଡିରେ ରେଜିଷ୍ଟ୍ରେଡ଼ ପୋଷ୍ଟ ବା ଇ- ମେଲ ମାଧ୍ୟମରେ ମଧ୍ୟ କରିପାରିବେ। ତାପରେ କମିଶନର ସେହି ଅଂଚଳର ପୋଲିସ ଅଫିସରଙ୍କୁ ନିର୍ଦେଶ ଦେଇ ଘଟଣାଟିର ଯାଞ୍ଚ କରି FIR ଦର୍ଜ କରିପାରିବେ। ପୋଲିସ ପିଡ଼ିତାଙ୍କ ବାସ ସ୍ଥାନକୁ ଆସି ତାଙ୍କ ବିବରଣ ସଂଗ୍ରହ କରିପାରିବେ।
👩‍✈️ 👉ଜିରୋ FIRର ଅଧିକାର(Right to Zero FIR): ସୁପ୍ରିମ କୋର୍ଟର ଜିରୋ FIR ନିୟମ ଅନୁସାରେ, ବଳାତ୍କାର ପିଡ଼ିତା ଯେକୌଣସି ପୋଲିସଷ୍ଟେସନରେ ନିଜ ଅଭିଯୋଗ ଦାଖଲ କରିପାରିବ। ଏବଂ କୌଣସି ପୋଲିସ ଷ୍ଟେସନ ଅପରାଧଟି ଘଟିଥିବା ଅଂଚଳଟି ତାର ପରିସରଭୁକ୍ତ ନୁହେଁ ବୋଲି କହି ଅଭିଯୋଗ ରଖିବାକୁ ମନା କରିପାରିବେ ନାହିଁ। ଏହାପରେ ଉକ୍ତ ପୋଲିସ ଷ୍ଟେସନର ବରିଷ୍ଠ ଅଧିକାରୀ ଘଟଣାଟି ଘଟିଥିବା ଅଞ୍ଚଳର ପୋଲିସ ଷ୍ଟେସନକୁ FIR ରେଜିଷ୍ଟ୍ରସନ କରିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି।
👩‍✈️👉ଗିରଫ ନହେବାର ଅଧିକାର(Right to no arrest):ସୁପ୍ରିମ କୋର୍ଟର ନିୟମ ଅନୁସାରେ, କୌଣସି ମହିଳାଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ବା ସୂର୍ଯ୍ୟାସ୍ତ ପରେ ଗିରଫ କରାଯାଇପାରିବ ନାହିଁ। ଏହା ରାତିର ସୁଯୋଗ ନେଇ ଦୁଷ୍ଟ ଶ୍ରେଣୀୟ ପୋଲିସ କର୍ମଚାରୀଙ୍କ ଦ୍ଵାରା ମହିଳାଙ୍କ ଉତ୍ପୀଡ଼ନ ରୋକିବା ପାଇଁ ଉଦ୍ଧିଷ୍ଟ। ଏପରିକି କୌଣସି ମହିଳା ପୋଲିସର ଉପସ୍ଥିତିରେ ମଧ୍ୟ ରାତିରେ ଗିରଫଦାରୀ ହୋଇ ପାରିବ ନାହିଁ। ସାଂଘାତିକ ଅପରାଧରେ ଗିରଫଦାରୀ ନିହାତି ଆବଶ୍ୟକ ଥିଲେ, କେବଳ ମାଜିଷ୍ଟ୍ରେଟଙ୍କ ନିର୍ଦେଶ ମତେ କରାଯାଇପାରେ।
👩‍✈️👉 ପୋଲିସ ଷ୍ଟେସନକୁ  ପଚରାଉଚରା ପାଇଁ ତଲବ ନକରିବାର ଅଧିକାର(Right to not being called to the police station): ସେକ୍ସନ 160 ଅନୁସାରେ ମହିଳାମାନଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ଡ଼କାଯାଇପାରିବ ନାହିଁ। ପଚରାଉଚରା ପାଇଁ ମହିଳାଟି ପୋଲିସ ଷ୍ଟେସନରେ ଶାରୀରିକ ଭାବେ ଉପସ୍ଥିତ ରହିବାକୁ ବାଧ୍ୟ ନୁହେଁ। ପୋଲିସ କର୍ମଚାରି ମହିଳାଟିର ଘରେ ମହିଳା ପୋଲିସ ବା ମହିଳାଟିର ପରିବାରଲୋକ, ସମ୍ପର୍କୀୟ ବା ସାଙ୍ଗ ସାଥୀଙ୍କ ଉପସ୍ଥିତିରେ ମହିଳାଟିକୁ ପଚରାଉଚରା କରିପାରିବେ।
👩‍✈️👉ପରିଚୟ ଗୋପନୀୟତା ର ଅଧିକାର(Right to confidentiality): କୌଣସି ପରିସ୍ଥିତିରେ ମଧ୍ୟ ବଳାତ୍କାର ପିଡ଼ିତାର ପରିଚୟ ପ୍ରଘଟ କରାଯାଇପାରିବ ନାହିଁ। ସର୍ବସାଧାରଣରେ ପୋଲିସ ବା ଗଣମାଧ୍ୟମ ବା ଅନ୍ୟ କାହା ଦ୍ୱାରା ପିଡ଼ିତାର ପରିଚୟ ପ୍ରଦାନ କରିବା ସେକ୍ସନ 228-A ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ବିଚାର ପ୍ରକ୍ରିୟା ସମୟରେ  କୋର୍ଟରେ ପିଡ଼ିତାର ନାମ ବଦଳରେ
ପିଡ଼ିତା ବୋଲି ବ୍ୟବହାର କରିବାକୁ ନିର୍ଦେଶ ରହିଛି।
👩‍✈️👉ସ୍ୱାସ୍ଥ୍ୟଗତ ଅବସ୍ଥା ବଦଳରେ ଅପରାଧ ସାବ୍ୟସ୍ତର ଅଧିକାର(Right towards crime and not a medical condition): ବଳାତ୍କାର ହୋଇଛି କି ନାହିଁ ଏହା କୋୖଣସି ଡାକ୍ତର ଦ୍ୱାରା ପରୀକ୍ଷଣ କରାଯାଇ ନିଷ୍ପତ୍ତି ନିଆଯାଇପାରିବ ନାହିଁ। କେବଳ ସେକ୍ସନ 164A ଅନୁସାରେ ପିଡ଼ିତାର  ଡାକ୍ତରୀ ପରୀକ୍ଷା ପରେ ମିଳୁଥିବା ରିପୋର୍ଟ ବଳତ୍କାରର ପ୍ରମାଣ ଭାବେ ବ୍ୟବହାର ହୋଇପାରେ। ବଳତ୍କାର ଏକ ଅପରାଧ ,ଏକ ରୋଗ ନୁହେଁ ଯେ କେବଳ ଡାକ୍ତରୀ ପରୀକ୍ଷା ଦ୍ଵାରା ପ୍ରମାଣିତ ବା ଅପ୍ରମାଣିତ ହୋଇଯିବ। ଡାକ୍ତର କେବଳ ସମ୍ପ୍ରତି ହୋଇଥିବା ଯୌନ ସମ୍ପର୍କ ପ୍ରମାଣ ଅଛି କି ନାହିଁ ଏତିକି କହିପାରିବେ। ବଳତ୍କାର ହୋଇଛି କି ନାହିଁ ତାହା ଡାକ୍ତର ନିଷ୍ପତ୍ତି ନେଇପାରିବେ ନାହିଁ।
👩‍✈️👉ଯୌନ ନିର୍ଯାତନା ମୁକ୍ତ ଜୀବନର ଅଧିକାର(Right to no sexual harassment): ସୁପ୍ରିମକୋର୍ଟ ର ନିୟମ ଅନୁସାରେ, ପ୍ରତି ସରକାରୀ ବା ବେସରକାରୀ ସଂଗଠନରେ ଯୌନ ନିର୍ଯ୍ୟାତନା ସମ୍ବଂଦୀୟ ଘଟଣା ଗୁଡିକର ତର୍ଜମା ପାଇଁ ଏକ ଯୌନ ନିର୍ଯ୍ୟାତନା ଅଭିଯୋଗ କମିଟି ତିଆରି କରିବା ସଂଗଠନର କର୍ମଚାରୀମାନଙ୍କର କର୍ତ୍ତବ୍ୟ। ନିୟମ ଅନୁଯାୟୀ ଏହି ସଂଗଠନର 50 ଭାଗ ସଦସ୍ୟ ମହିଳା ହେବା ସଂଗେ ସଂଗେ ଏହାର ମୁଖ୍ୟ ଜଣେ ମହିଳା ରହିବା ଆବଶ୍ୟକ। ତା ସହ women welfare ଗ୍ରୁପର ଜଣେ ମହିଳା ସଦସ୍ୟ ମଧ୍ୟ ଏହି କମିଟିରେ ରହିବା ବିଧେୟ।
👆ନିଜର ଆଇନଗତ ଅଧିକାର ବିଷୟରେ ନିଜେ ସଚେତନ ହେବା ସହ, ଏହି ବାର୍ତ୍ତା ପ୍ରସାର କରି ପ୍ରତି ମହିଳା ଓ ପୁରୁଷକୁ ସଚେତନ କରନ୍ତୁ।
ରାଜବାଳା, HRO