Image

                    ୧୬୦୦ଖ୍ରୀଇଂଲଣ୍ଡରୁ ଏକ ବଣିକ ଗୋଷ୍ଟି ଭାରତକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଆସି ଆମକୁ ଦୀର୍ଘ ତିନିଶହ ବର୍ଷ ଶାସନ କରି ଭାରତକୁ ଏକ ଅମାଅନ୍ଧକାର କୋଠରୀ ଭିତରେ ବନ୍ଦି କରିଦେଲେ। ଭାରତର ସବୁ ଧନ ସମ୍ପଦକୁ ନିଜ ଦେଶକୁ ନେଇ ଗଲେ।କେତେ ଯେ ଶୋଷଣ କେତେ ଅତ୍ୟାଚାର ନ ସହିଛି ଏଇ ପୁଣ୍ୟଭୂମି ଭାରତ ଓ ଏହାର ନିରୀହ ଜନତା ।କେତେ ବୀର ସନ୍ତାନ ଯେ ନିଜର ଜୀବନକୁ ବଳି ଚଢେଇଦେଇଛନ୍ତି ଏଇ ଭାରତ ମାଆର ସ୍ୱାଧୀନତା ଫେରେଇ ଆଣିବାକୁ। ବାଜିରାଉତ,ଝାନସି ରାଣୀ,ଭଗତ ସିଂ,ତାନ୍ତେଆ ଟୋପି,ଖୁଦୀରାମ,ସଭର କର,ସୁବାସ ବୋଷ,ମହାତ୍ମା ଗାନ୍ଧୀଙ୍କ ପରି ମହାତ୍ମା ମାନଙ୍କ ଦୀର୍ଘ ବର୍ଷର ପ୍ରଚେଷ୍ଟା ପରେ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିଲା ୧୯୪୭ ମସିହା ଅଗଷ୍ଟ ୧୫ତାରିଖ।ସମସ୍ତଙ୍କ ମନରେ ଏକ ନୂତନ ଆଶା ଓ ବିଶ୍ୱାସ ଏକ ନୂତନ ଜୀବନର ଆରମ୍ଭ କୁ ନେଇ ।ଦୀର୍ଘ ଦିନର ପରାଧିନତା ପରେ ସେମାନେ ସ୍ୱାଧୀନତାର ସ୍ୱାଦ ଚାଖିଲେ ।ହେଲେ କ'ଣ ଆମେ ସତରେ ଆଜି ସ୍ୱାଧୀନ?

        ବ୍ରିଟିଶ ଶାସନରୁ ମୁକ୍ତ ହୋଇ ନିଜକୁ ତ ସ୍ୱାଧୀନ ଘୋଷଣା କରିଦେଇଛୁ। ସମ୍ବିଧାନ ବି ଲେଖି ସାରିଛୁ।କାର୍ଯ୍ୟକାରୀ ବି କରିସାରିଛୁ।ସରକାର ବି ଗଢି ସାରିଛୁ।ହେଲେ କ'ଣ ଆଜି ଆମେ ସ୍ୱାଧୀନ।ନିଜ ଛାତିରେ ହାତ ରଖି କିଏ କହିପାରିବ ମୁଁ ସ୍ୱାଧୀନ ବୋଲି?ପ୍ରତିଟି କ୍ଷେତ୍ରରେ ଆଜି ପରାଧୀନତାର ଅନୁଭବ।ସରକାରୀ ବାବୁ ଙ୍କ ଦସ୍ତଖତ ଟିଏ ପାଇଁ,ପଞ୍ଚାୟତରେ ବର୍ଦ୍ଧକ୍ୟ ଭତ୍ତାପାଇଁ,ଇନ୍ଦିରା ଆବାସ ଗୃହ ପାଇଁ,ଖଣ୍ଡିଏ ଚାକିରୀ ପାଇଁ ଆଜିବି ଧରିବାକୁ ପଡୁଛି ବାବୁ ମାନଙ୍କ ଗୋଡ଼ ହାତ,କେତେ ଥର ଯେ ମାଡିବାକୁ ପଡୁଛି କାର୍ଯ୍ୟଳୟର ଦ୍ଵାର ।ଏଇଟା କଣ ସ୍ୱାଧୀନତା?

       ଆଜିବି ରାଜରାସ୍ତାରେ ଦୁଇ ଓଲି ଦୁଇ ମୁଠା ଖାଇବାକୁ ପାଉ ନ ଥିବା ସେଇ ଜୀର୍ଣ୍ଣ ଶୀର୍ଣ୍ଣ ମଳିନ ଚିରା ଲୁଗା ପିନ୍ଧା ମଣିଷ ମାନେ ହାତ ପାତି ବସିଛନ୍ତି ।ଆଜିବି ମା'ଟିଏ ଜନ୍ମ କଲା ତା ନିଜ ଶିଶୁକୁ କେଇଟା ଟଙ୍କା ପାଇଁ,ଦରିଦ୍ରର କରାଳ ଗ୍ରାସରେ ବିକ୍ରି କରିଦେଉଛି ଅନ୍ୟ ହାତରେ ।ଆଜିବି କୃଷକ ବିଷ ପିଇ ଆତ୍ମ ହତ୍ୟା କରୁଛି ।ଆଜିବି ଅନ୍ୟ ଆଗରେ ହାତପାତୁଛି ଏଇ ସ୍ୱାଧୀନ ଭାରତର ମଣିଷ ।ଆଜିବି ବନ୍ୟାରେ ଭାଷୁଛି ଗରୀବ ଜନତାର ଚାଲ,ଖୁରି,ଗିନା,ଚାଲୁଣି,ମାଟି ପତ୍ର ଓ ସେଇ ଚିରା ଲୁଗାରେ ବନ୍ଧା ହୋଇଥିବା କେତୋଟି ପୁଟୁଳି।ନା ସରକାର ତା କଥା ବୁଝୁଛି ନା ଆଉକେହି।ତେଲିଆ ମୁଣ୍ଡରେ ଖାଲି ତେଲ ବୋଲା ଚାଲିଛି।ଏ ତ ସ୍ୱାଧୀନତା ।

        ସମସ୍ତଙ୍କ ଆଖି ଆଜି କେବଳ ମହାତ୍ମା ଗାନ୍ଧୀଙ୍କ ଫୋଟୋ ଥିବା କାଗଜ ଉପରେ।ବାଃ....ଆଜିବି ସେମାନେ ମହାତ୍ମା ଗାନ୍ଧୀ ଙ୍କୁ ଆଦର୍ଶ ମଣିନେଇଛନ୍ତି।ମହାତ୍ମା ଗାନ୍ଧୀଙ୍କୁ ନ ଦେଖିଲେ କାମ କରିବା ତ ଦୂରର କଥା ପାଖ ବି ମାଡ଼ନ୍ତି ନାହିଁ।ବାଃ.....ବାଃ.....ରେ ଗାନ୍ଧୀବାଦୀ ମଣିଷ ଗୁଡାକ ।ଧନ୍ୟ ତୁମର ଗାନ୍ଧୀ ପ୍ରୀତି।ଆପଣ ଭାବୁଥିବେ ସେମାନେ ଗାନ୍ଧୀଙ୍କୁ ସମ୍ମାନ ଦିଅନ୍ତି।ନା ଆଜ୍ଞା ଗାନ୍ଧୀ ଫୋଟୋ କାଗଜ ମାନେ ଟଙ୍କା ।ଏଇତ ଆଜିର ଆମ ସ୍ୱାଧୀନତା।

       ସ୍ୱାଧୀନତା କୁ ଦୀର୍ଘ ୭୦-୭୧ବର୍ଷ ହୋଇଗଲାଣି କିନ୍ତୁ ଆଜିବି ସମସ୍ତଙ୍କ ପାଖରେ ପହଞ୍ଚି ପାରିନି ବିଜୁଳି,ପାନୀୟ ଜଳ କି ସରକାରୀ ସୁବିଧା ଓ ସହଯୋଗ ।ଆଜିବି ସମସ୍ତ ଙ୍କୁ ମିଳି ପରିିନି ନାଗରିକତାର ଅଧିକାର ।ରାଜ ରାସ୍ତାରେ ନାରୀ ଆଜିବି ମୁଣ୍ଡ ଟେକି ଚାଲିବାର ଅଧିକାର ପାଇନି।ସବୁଠାରେ ଆଜି ଲାଂଛିତା,ଶୋଷିତା ଓ ଅତ୍ୟାଚାରିତା ।

       ଶିକ୍ଷା କଥା ତ ନ କହିବା ଭଲ।ଶିକ୍ଷା ବଦଳରେ ଆଜି ବେଶୀ ପରିମାଣରେ ପିଲାଙ୍କୁ ମିଳୁଛି ଅଣ୍ଡା ।କେଉଁ ବିଦ୍ୟାଳୟରେ ଛାତ ନାହିଁତ,କେଉଁଠି ଶିକ୍ଷକ,କେଉଁଠି ବିଦ୍ୟାଳୟ ଶ୍ରେଣୀ ଗୃହ ନାହିଁତ କେଉଁଠି ଭୁଶୁଡି ପଡିଛି ଛାତ।କେଉଁ ବିଦ୍ୟାଳୟରେ ହଜାର ଛାତ୍ରଙ୍କୁ ଗୋଟିଏ ଶିକ୍ଷକ ତ ଆଉ କେଉଁଠି ଗୋଟିଏ ଛାତ୍ର ପାଇଁ ଦଶଟି ଶିକ୍ଷକ।ଶିକ୍ଷା ନାମରେ ଆଜି ଚାଲିଛି ରାଜନୀତି ।ସମ୍ବିଧାନ ରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିଲା ଆଜି କ'ଣ ତାହା ପୂରଣ ହୋଇ ପାରିଛି? ଥରେ ନିଜକୁ ପଚାରି ଦେଖନ୍ତୁ?

          ରାଜନୀତି ର କରାଳ ଗ୍ରାସରେ ଆଜି ସମଗ୍ର ଦେଶ ଟି ଖଣ୍ଡ ବିଖଣ୍ଡିତ।ନା ଅଛି ଗାଁ ର ଏକତା ନା ଗୋଷ୍ଠିର ନା ଅଛି ଦେଶର ।ପ୍ରତି ସମୟରେ ମୃତ୍ୟୁର ଭୟ।ପ୍ରତିଦିନ କେତେ ଯେ ସୈନିକ ନିଜର ପ୍ରାଣ ବଳି ଦେଉଛନ୍ତି ।ସବୁଠାରେ ଖାଲି ରାଜନୀତି ଓ ରାଜନେତାର ପ୍ରଭାବ ।

         ରାଜଧାନୀର ଏ .ସି ହଲ ଭିତରେ ଆଜି ଚାଲିଛି ଗରିବ ଦୂରୀକରଣ ଓ ଉନ୍ନତି କରଣ ର ଯୋଜନା।ଏଠି ଖାଲି ଯୋଜନା ତିଆରି ଚାଲିଛି କେତେ ଦୂର କାର୍ଯ୍ୟକାରୀ ହୋଇଛି ତା ପ୍ରତି କାହାର ନିଘା ନାହିଁ।ରାଜନେତାର ଧଳା ସାର୍ଟ ଭିତରେ କଲା କାମିଜ ପିନ୍ଧା ଅସଲି ମୁଖା ଭିତର ମଣିଷ ଆଜି ଆସି ପାରୁନି ପଦାକୁ।କେବଳ ଭିତରେ ଭିତରେ ସୁଡ଼ଙ୍ଗ ନିର୍ମାଣ ଚାଲିଛି ଦେଶକୁ ପଙ୍ଗୁ କରିବାର ।ବ୍ରିଟିସ ସିନା ଆଜି ଚାଲିଯାଇଛି ଦେଶ ଛାଡି ହେଲେ ଆଜିବି ଭାରତ ପରାଧୀନ ।ସେ ଦିନ ମଧ୍ୟ ସେଇ ଗୋରା ମାନଙ୍କ ଦ୍ୱାରା ପରାଧୀନ ଥିଲା ଠିକ ଆଜି ମଧ୍ୟ ଧଳା ମୁଖା ପିନ୍ଧା ବ୍ରିଟିସ ହାତରେ ଭାରତର ଶାସନ ଡୋରୀ।ଗଣତନ୍ତ୍ର ନାମରେ ଏଠି ଚାଲିଛି ଧନୀ ତନ୍ତ୍ର।ସାଧାରଣ ପ୍ରଜା କଥା ଏଠି ବୁଝୁଛି ବା କିଏ?

ଏ କି ସ୍ୱାଧୀନତା?...........?.....?....?