Image

ନାରୀ ହିଁ ନାରୀ ର ବଡ଼ ଶତ୍ରୁ, ଏହା ସମାଜ ରେ ପ୍ରଚଳିତ ଏକ ଜନପ୍ରିୟ ଉକ୍ତି। ଯଦି ଏହି ଉକ୍ତି ଟିକୁ ମାନି ନିଆ ଯାଏ, ତାହେଲେ କଣ ପୁରୁଷ ପୁରୁଷର ଶତ୍ରୁ ନୁହେଁ, ମିତ୍ର। ଯଦି ପୁରୁଷ ପୁରୁଷ ର ଶତ୍ରୁ ହୋଇ ନଥାନ୍ତା, ସମାଜ ରେ ଯେତେସବୁ ହିଂସା ଦ୍ୱେଷ ଘଟୁନଥାନ୍ତା। ଆପଣ ଲକ୍ଷ୍ୟ କରନ୍ତୁ ପୁରାତନ କାଳରୁ ଆଜି ଯାଏଁ ଯେତେ ସବୁ ବିଭର୍ଶ କାଣ୍ଡ ମାନ ଘଟି ଆସିଛି ତାହା କଣ ନାରୀ ନାରୀ ଭିତରେ ଥିବା ଶତ୍ରୁତା ପାଇଁ। ଉତ୍ତର ନିଶ୍ଚୟ ନା। କିନ୍ତୁ ପୁରୁଷ ପୁରୁଷ ଭିତରେ ଶତ୍ରୁତା ପାଇଁ ବଳୀ ପଡେ ନାରୀ। ଦୁଇ ପୁରୁଷ ର ଝଗଡାରେ  ନିଜ ନିଜରକୁ ମା ଭଉଣୀ କୁ ନେଇ ଅଶ୍ରାବ୍ୟ ଗାଳି ମାନ ବ୍ୟବହାର କରାଯାଏ। ପରସ୍ପର ର ମା ଭଉଣୀ ଝିଅ ମାନଙ୍କୁ ଟାର୍ଗେଟ କରାଯାଏ। ପୂର୍ବଶତ୍ରୁତା ନେଇ ଅପହରଣ, ହତ୍ୟାକାଣ୍ଡ ବଳାତ୍କାର ଆଦି ଅନେକ ଘଟଣା ଦେଖାଯାଏ।
ତାମାନେ ନୁହେଁ କି ନାରୀ ନାରୀ ର ଶତ୍ରୁ ନୁହେଁ। ହଁ ନାରୀ ବି ନାରୀ ର ଶତ୍ରୁ ହୋଇଥାଏ। କିନ୍ତୁ କେତେବେଳେ। ଯେତେବେଳେ ସତ୍ତା ତା ହାତକୁ ଆସେ। ଯେତେବେଳେ ଜଣେ ନିର୍ଯାତିତ ବହୂ ଶାଶୁ ଭୂମିକାକୁ ଆସେ, ସେ ନିଜ ବହୂ କୁ ଅତ୍ୟାଚାର କରିବାକୁ ପଛାଏ ନାହିଁ।କାରଣ ସତ୍ତା ଏବେ ତା ହାତରେ। ନାରୀ କୁ ଆମେ ନାରୀ ର ଶତ୍ରୁ ବୋଲି ସେତେବେଳେ କହୁ ଯେତେବେଳେ ସେ କନ୍ୟା ଭ୍ରୁଣ ହତ୍ୟାରେ ସାମିଲ ହୁଏ। ପୁରୁଷ କନ୍ୟାଭ୍ରୁଣ ହତ୍ୟା କରିବା ହୁଏତ ଏକ ସ୍ୱାଭାବିକ ମାନସିକତା ହୋଇପାରେ। କାରଣ ସେ ଚାହେଁ ନିଜ ଜାତିର ବୃଦ୍ଧି। ସେ ଚାହେଁ ମାଲିକାନା ଯେମିତି ପୁରୁଷ ହାତରୁ କେବେ ନଯାଉ। କିନ୍ତୁ ନାରୀ ର ଏହି ବ୍ୟବହାର ପଛର କାରଣ କଣ। ସେ କଣ ନିଜ ଜାତିର ବୃଦ୍ଧି  ଚାହେଁ ନାହିଁ।  ଏହାର ପଛର କାରଣ ହେଉଛି ପିତୃସତ୍ତା। ଯାହା ଯୁଗ ଯୁଗ ଧରି ନାରୀ କୁ ନିଜ ଗୋଲମ ବନେଇ ରଖିଛି। ନାରୀ କେବଳ ପିତୃସତ୍ତା ଶିକାର ନୁହେଁ ସେ ଏହି ମାନସିକତା ର ପୃଷ୍ଠପୋଷକ ମଧ୍ୟ। ପୁରୁଷତନ୍ତ୍ର କୁ ଗୋଟିଏ ପିଢ଼ି ରୁ ଅନ୍ୟ ପିଢ଼ି କୁ ନେଇ ଯିବାର ଦାୟିତ୍ୱ କେବେଳ ତା ର ବୋଲି ନାରୀ ମାନି ନେଇଛି।ତେଣୁ ସେ ବହୁ ପରିଶ୍ରମ କରି ପିତୃସତ୍ତା କୁ ବଞ୍ଚେଇରଖିଛି। ତେଣୁ ଆଜି ଯାଏଁ ମଧ୍ୟ ପିତୃସତ୍ତା ଜୀବିତ। କେବଳ ଏହି କାରଣ ରୁ ସାମାଜିକ ରୀତି ନୀତି କୁ ପାଳନ କରୁନଥିବା ଝିଅ ଟି ର ଶତ୍ରୁ ଯେତେ ବାପା ନୁହେଁ ମା ହୋଇ ଥାଏ। ନାରୀ ଆଜି ଯାଏଁ ମଧ୍ୟ ବୁଝିପାରିନାହିଁ, ମାନସିକ ଗୁଲାମୀ ରୁ ମୁକୁଳି ପାରିନାହିଁ।
ହୁଏତ ନାରୀ ହିଁ ନାରୀ ର ବଡ଼ ଶତ୍ରୁ କହିବା, ଏହି କଥାଟିକୁ ନାରୀ ମୁଣ୍ଡରେ ଭର୍ତ୍ତି କରିବା ପଛର କାରଣ ହେଉଛି,  ନାରୀ ନାରୀ ମଧ୍ୟରେ ବିଭେଦ କରି ପୁରୁଷତନ୍ତ୍ର କାଏମ ରଖିବା । କାରଣ ପିତୃସତ୍ତା ବେଶ ଭଲ ଭାବରେ ଜାଣେ ବିନା ନାରୀ ର ସାହାଯ୍ୟ ସହଯୋଗ ରେ ଏହା ର ସ୍ଥିତି ସମ୍ଭବ ନୁହେଁ ।ଆଉ ଯେଉଁଦିନ ନାରୀ ମାନେ ଏହା ବୁଝିପାରିବେ, ନିଜ ନିଜର ଉନ୍ନତିରେ ସହଯୋଗ କରିବେ, ସେଇ ଦିନ ଠାରୁ ଖାଲି ପିତୃସତ୍ତା କାହିଁକି ସବୁତକ ଅସମତା ର ଅନ୍ତ ଘଟିବ ।

ରାଜବାଳା