Image

ଗତକାଲି ର ତାରିଣୀ, ସିନ୍ଦୁର ଅଳତା ଗୁଜବ କୁ ଭିତ୍ତି କରି ମୋର ନିଜର ଅନୁଭୂତି ରୁ କିଛି...
ମୋ ବିବାହ ପରେ ପରେ ମୁଁ ଚାକିରୀ ପାଇ ଥିଲି। କଲେଜ join କରିବାର କିଛି ମାସ ପରେ ଦିନେ ମୁଁ କୌଣସି କାମ ପାଇଁ ଜଣେ ବରିଷ୍ଠ ଅଧ୍ୟାପକ ଙ୍କୁ ଦେଖା କରିବାକୁ ଯାଇଥିଲି। କିଛି ସମୟର ର କଥାବାର୍ତା ପରେ ସେ ମୋତେ କହିଲେ, "କିଛି ଖରାପ ଭାବିବେନି ଆପଣ ବିବାହିତ କି ଅବିବାହିତ ମୁଁ ଜାଣିବି କିପରି।" ମୁଁ ବେଶ ଭଲରେ ବୁଝିଗଲି ସେ କାହାକୁ ଲକ୍ଷ୍ୟ କରି ଏହି କଥା କହୁଥିଲେ। ଯେହେତୁ ମୁଁ କୋୖଣସି ବୈବାହିକ ସଂକେତ ବ୍ୟବହାର କରେ ନାହିଁ, କଲେଜ ରେ ପୁରୁଷ ଓ ନାରୀ ନିର୍ବିଶେଷରେ ଅନେକ ଭୃକୁଂଚ ର ସମ୍ମୁଖୀନ ହୋଇଥିଲି। ତାଙ୍କର ପ୍ରଶ୍ନ ସେଇ ସବୁ ମାନସିକତାର କେବଳ ଏକ ପ୍ରତିଫଳନ। ଯଥେଷ୍ଟ ନମ୍ରତା ରକ୍ଷା କରି ମୁଁ ଉତ୍ତର ଦେଲି, ସାର ପ୍ରଥମ କଥା ହେଉଛି ଆପଣଙ୍କୁ ମୋର marital status ଜାଣିବାରେ ଆଗ୍ରହ କାହିଁକି। ତାହା ଜାଣିଲେ ଆପଣଙ୍କର କିଛି ଦରକାର ରେ ଆସିବକି। ତଥାପି ଯଦି ନିହାତି ଭାବେ ଆପଣ ଜାଣିବାକୁ ଚାହୁଁଛନ୍ତି, ମୋର ବ୍ୟକ୍ତିଗତ ଜୀବନ ବିଷୟରେ ମୋର ସମ୍ପର୍କୀୟ ମାନଙ୍କୁ ବା ସାଙ୍ଗ ସାଥି ବା ମୋ dpt ର କର୍ମଚାରୀ ଙ୍କୁ ପଚାରି ପାରିବେ। ନହେଲେ official ରେକର୍ଡ ବି ଯାଂଚ କରିପାରିବେ। ନିହାତି ଆବଶ୍ୟକୀୟ ଅବସ୍ଥାରେ ମୋତେ ସିଧା ପଚାରି ପାରିବେ। ଏଥିରେ ଅସୁବିଧା କଣ ଅଛି। ଦ୍ଵିତୀୟ କଥା ଏହା କି ଆପଣ ପୁରୁଷ କର୍ମଚାରୀ ଙ୍କର marital status ପାଇଁ ସେମାନଙ୍କ ଶରୀର ରେ କୌଣସି ସଂକେତ ଖୋଜନ୍ତି କି। କେବେ ସେମାନଙ୍କର marital status ଜାଣିବାକୁ ଇଛା କରିଛନ୍ତି କି। ଶେଷ କଥା ଟି ଏୟା କି ମୁଁ କିପରି ଜାଣିବି ଆପଣ ବିବାହିତ କି ନୁହେଁ।
ମୋ ଉତ୍ତର ଶୁଣି ବ୍ୟକ୍ତି ଜଣକ ଇତସ୍ତତଃ ହୋଇ କହିଲେ , "ନାହିଁ ଯେ ଆମ ପାଇଁ କିଛି ସେମିତି ନାହିଁ ତ। ହେଲେ ଆଉ ଗୋଟେ କଥା ଯେ ସିନ୍ଦୁର ଶଙ୍ଖା ପିନ୍ଧିଲେ ଆପଣ ସୁରକ୍ଷିତ ରହିବେ। ଆଜିକାଲି ର କଥା ତ ଜାଣନ୍ତି। " ମୁଁ କହିଲି, " ସିନ୍ଦୁର ଶଙ୍ଖା ପିନ୍ଧି ଯଦି ସୁରକ୍ଷା ମିଳେ ମୁ ସେ ସୁରକ୍ଷା ଚାହେଁନା। ତାହେଲେ ଆପଣ କହୁଛନ୍ତି ଯିଏ ସିନ୍ଦୁର ପିନ୍ଦେନି ସେ avaliable ବୋଲି ଜଣାଯିବ ଏବଂ କେହି ବି ତା ସହ ବିନା ଦ୍ଵିଧା ରେ କିଛି ବି କରିପାରେ, ଯେମିତି ଏହା ଏକ ସାମାଜିକ ଅନୁମତି। ତେହେଲେ ତ ସ୍ୱାମୀହିନ ମାନେ ଓ ଅବିବାହିତା ମାନେ ଅସୁରକ୍ଷିତ ରହିବା କୁ ଆପଣ ଏକ ସାଧାରଣ କଥା ବୋଲି ପ୍ରମାଣିତ କରୁଛନ୍ତି। ତା ସହ ସୁରକ୍ଷା ଆଳରେ ବାଲ୍ୟବିବାହ କୁ ମଧ୍ୟ ପରୋକ୍ଷ ରେ ପ୍ରଶୟ ଦେଉଛନ୍ତି। ଜଣେ ମହିଳା ନିଜକୁ  ଜଣେ ପୁରୁଷ ର ପତ୍ନୀ ବୋଲି  ସମାଜରେ ପ୍ରମାଣ ଦେଇ ଅନ୍ୟ ପୁରୁଷ ମାନଙ୍କ ଠାରୁ ସୁରକ୍ଷା ଭିକ୍ଷା କରିବ, କି ଅସମ୍ଭବ ବ୍ୟବସ୍ଥା । ଏହି  ବ୍ୟବସ୍ଥାଟି କୁ ମୋ ପାଇଁ ମୋ ଭବିଷ୍ୟତ ପିଢି ପାଇଁ ମୁଁ ଅସ୍ବୀକାର କରୁଛି। ଏକ ନିର୍ଦ୍ଦିଷ୍ଟ ସମ୍ପର୍କରେ ବାନ୍ଧି ହୋଇଥିବା ନାରୀ ହିସାବରେ ନୁହେଁ ଜଣେ ମଣିଷ ହିସାବରେ ମୋତେ ସାମାଜିକ ସୁରକ୍ଷା ଆବଶ୍ୟକ। ଏହା ମୋର ମୌଳିକ ଅଧିକାର। ତା ସହ ବୈବାହିକ ସଂକେତ ପିନ୍ଧିବକି ନାହିଁ ଏହା ଜଣେ ନାରୀ ର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି, କୌଣସି  ବାଧ୍ୟତାମୂଳକ କଥା ନୁହେଁ।"
ମୋର କଥା ଶୁଣି ସେ ବ୍ୟକ୍ତି ଜଣକ ହତବକ ହୋଇଗଲେ। ହୁଏତ ବିବାହ ଓ ବୈବାହିକ ସଂକେତ ଭଳି ଏକ ଅତି ନାରୀ ସମ୍ବେଦନଶୀଳ ବିଷୟରେ ଏକ ମହିଳା ଠୁ ଏଭଳି ଉତ୍ତର କେବେ ଆଶା କରିନଥିଲେ। ଜାଣେନା ସେ କେତେ ବୁଝିପାରିଲେ କିନ୍ତୁ ସେହି ଦିନ ଠାରୁ କେବେ ବି ମୋତେ କୌଣସି ବ୍ୟକ୍ତିଗତ ପ୍ରଶ୍ନ କରିନାହାନ୍ତି।

ରାଜବାଳା