Image

ଦେଶ ସେବା କରିବାକୁ ଚାହାନ୍ତି ତ । ସେଥିପାଇଁ ସୈନିକ ହୋଇ ଯୁଦ୍ଧ ଭୂମିକୁ ଯିବା ଆବଶ୍ୟକ ନାହିଁ। ନିଜର ଦେଶର ଓ ଦେଶବାସୀଙ୍କ ଉନ୍ନତି ପାଇଁ ଆପଣ ବିନା ଅସ୍ତ୍ରଧାରଣରେ ବିନା ଯୁଦ୍ଧ କରି ମଧ୍ୟ ନିଜର ସେବା ଦେଇପାରିବେ। 👇
✍️1. ଗୁଜବ ସୃଷ୍ଟି କରନ୍ତୁ ନାହିଁ ଓ ଏହାର ପ୍ରଚାର ପ୍ରସାର କରନ୍ତୁ ନାହିଁ।
2. ଧାର୍ମିକ ପାଖଣ୍ତ, ଅନ୍ଧବିଶ୍ୱାସ, କୁସଂସ୍କାର ଓ କୁପ୍ରଥାର ପର୍ଦାପାସ କରନ୍ତୁ ଓ ଲୋକଙ୍କୁ ସଚେତନ କରନ୍ତୁ
3. କନ୍ୟା ଭ୍ରୁଣ ହତ୍ୟା, ଲିଙ୍ଗଗତ, ଜାତିଗତ, ବର୍ଣ୍ଣଗତ ଅସମତାକୁ ବିରୋଧ କରନ୍ତୁ।
4. ଯୌତୁକ ପ୍ରଥା ଓ ଘରୋଇ ହିଂସାକୁ ବିରୋଧ କରନ୍ତୁ
5. ଉଚ୍ଚନୀଚ୍ଚ ଭେଦ ଭାବରୁ ନିଜେ ଦୂରରେ ରୁହନ୍ତୁ, ନିଜ ଆଖପାଖରେ ହେଉଥିଲେ ଏହାର ବିରୋଧ କରନ୍ତୁ
6. ଶିଶୁ ନିର୍ଯ୍ୟାତନାର ବିରୋଧ କରନ୍ତୁ ଓ ଶିଶୁ ଶ୍ରମିକପ୍ରଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
7. ଲାଞ୍ଚ ଓ ଦୁର୍ନୀତି ଠାରୁ ଦୂରରେ ରୁହନ୍ତୁ ଓ ଏହାର ବିରୋଧ କରନ୍ତୁ।
8. ସରକାରୀ ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ। ଦେଶର ପୂରାତନ କୀର୍ତିରାଜିର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ।
9. ଅଯଥାରେ ବିଦ୍ୟୁତ,ଜଳ ଓ ଖଣିଜ ତୈଳ ଓ ଦ୍ରବ୍ୟ ନଷ୍ଟ କରନ୍ତୁ ନାହିଁ। ଏହାର ସଂରକ୍ଷଣ କରନ୍ତୁ ।
10. ପ୍ରଥା, ପରମ୍ପରା, ଧର୍ମ ଓ ମନୋରଞ୍ଜନ ନାଁରେ କୌଣସି ପ୍ରକାରର ପ୍ରଦୂଷଣ, ଅସମତା, ଅମାନବୀୟ କାର୍ଯ୍ୟ ଓ ଅଶ୍ଲୀଳତାକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ।।
11. ବ୍ୟୟବହୁଳ ବିବାହରୁ ଦୂରରେ ରୁହନ୍ତୁ। ଅର୍ଥର ଉପାଦେୟ ଖର୍ଚ୍ଚପ୍ରତି ଧ୍ୟାନ ଦିଅନ୍ତୁ ।
12. ଯାନବାହାନ ଚଳେଇଲା ବେଳେ ଯଥେଷ୍ଟ ସତର୍କ ରୁହନ୍ତୁ କାରଣ ଏହା କେବଳ ଆପଣଙ୍କ ସୁରକ୍ଷା ପାଇଁ ନୁହେଁ ଅନ୍ୟ ମାନଙ୍କ ସୁରକ୍ଷା ପାଇଁ ମଧ୍ୟ।
13. ଦେଶର ଶାସନ ତନ୍ତ୍ରକୁ ବୁଝନ୍ତୁ ଓ ଏଥିରେ ନିଜର ଯୋଗଦାନ ଦିଅନ୍ତୁ।
14.ଜଙ୍ଗଲ,ପରିବେଶ ଓ ବନ୍ୟଜନ୍ତୁଙ୍କର ସୁରକ୍ଷା ପାଇଁ ଦୃଷ୍ଟି ଦିଅନ୍ତୁ।
15. ଖାଦ୍ୟର ମହତ୍ତ୍ୱ ବୁଝନ୍ତୁ ଏହାକୁ ନଷ୍ଟ କରନ୍ତୁ ନାହିଁ।
16. ଦେଶ ଓ ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡିକୁ ନଷ୍ଟ ବା ଅପରିଷ୍କାର କରନ୍ତୁ ନାହିଁ।
17. ସମ୍ବିଧାନରେ ଦିଆଯାଇଥିବା ଅଧିକାର ଓ କର୍ତ୍ତବ୍ୟକୁ ବୁଝନ୍ତୁ ଏବଂ ଅନ୍ୟକୁ ସଚେତନ କରନ୍ତୁ ।
18. ପରିଶେଷରେ,ସବୁ ମଣିଷକୁ ସମ୍ମାନ କରନ୍ତୁ ଓ ଦେଶରେ ସଦଭାଵ ରକ୍ଷା କରନ୍ତୁ।
👉କେବଳ ଯୁଦ୍ଧ ଭୂମିକୁ ଗଲେ ହିଁ ଆପଣ ସୈନିକ ହୋଇପାରିବେ ତାହା ନୁହେଁ, ପ୍ରତ୍ୟେକ ସଚେତନ ନାଗରିକ ହିଁ ଜଣେ ଜଣେ ସୈନିକ, କେବଳ ଦେଶର ନୁହେଁ ସମଗ୍ର ମାନବତାର।

ରାଜବାଳା