Image

*ମାନଵ ର ବିବର୍ତନ ପ୍ରକ୍ରିୟା ରେ ଶ୍ରମ ର ଭୂମିକା*
ମାନଵ ର ବିବର୍ତନ ପ୍ରକ୍ରିୟା ରେ ଶ୍ରମ ର ଏକ ନିର୍ଣ୍ଣାୟକ ଭୂମିକା ରହିଛି। ଏଂଗେଲ ଙ୍କ ମତରେ ଶ୍ରମ ହିଁ ସକଳ ସମ୍ପଦ ଉତ୍ସ। ଡାରଉଇନ ଙ୍କ ମତରେ କିଛି ଗଛ ଚଢା ମାଙ୍କଡ଼ ରୁ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ମଣିଷ ସମାଜ ଉଦ୍ଭବ ହୋଇଥିଲା । ପଲେ ମାଙ୍କଡ ଓ ମଣିଷ ସମାଜ ଭିତରେ ଥିବା ମୁଖ୍ୟ ଚାରିତ୍ରିକ ପ୍ରଭେଦ ହେଲା ଶ୍ରମ। ମାଙ୍କଡ ଟି ର ଶ୍ରମ ପ୍ରକୃତି ରୁ ଖାଦ୍ୟ ସଂଗ୍ରହ ରେ ସୀମିତ ଥିଲା ବେଳେ ମଣିଷ ପ୍ରକୃତି କୁ ମଣ କରି ନିଜ ଆବଶ୍ୟକତା ଅନୁସାରେ ଖାଦ୍ୟ ଉତ୍ପାଦନ କରି ଚାଲିଛି। ଗଛ  ଚଢିବାରେ ହାତ  ଓ ଗୋଡ଼  ର କାମ ଭିନ୍ନ ଭିନ୍ନ ହୋଇ ଥାଏ l  ଗୋଡ଼ କେବଳ ଚଳତ ଶକ୍ତି ପ୍ରଦାନ  କରୁ  ଥିବା ବେଳେ,  ହାତ  ସାହାଯ୍ୟ ରେ ଅନେକ  କାମ  କରିହୁଏ l  ତେଣୁ  ହାତ ର କାର୍ଯ୍ୟ  କରିବା  ର ଦକ୍ଷତା  ବୃଦ୍ଧି ସହ ଶ୍ରମ ର ବୃଦ୍ଧି  ଘଟିଥିଲା  ଯାହା ମଣିଷର ବିବର୍ତ୍ତନ ରେ ଏକ ପ୍ରଧାନ  ଭୂମିକା ଗ୍ରହଣ କରିଥିଲା l  ପ୍ରଥମେ ହାତର କାର୍ଯ୍ୟ ଗଛ ଚଢ଼ିବା ଓ ଫଳମୂଳ ସଂଗ୍ରହ କରିବାରେ ସୀମିତ ଥିଲା, ତାପରେ ଧିରେ ଧୀରେ ବିକଶିତ ହୋଇ ହାତ ହତିଆର ତିଆରି, ଅଗ୍ନି ଉତ୍ପନ୍ନ କରିବା, ଚିତ୍ରକଳା ଇତ୍ୟାଦି ରେ ମଧ୍ୟ ପାରଙ୍ଗମ ଲାଭ କଲା।  ହାତ ର କାର୍ଯ୍ୟ ଦକ୍ଷତା ବୃଦ୍ଧି ଆଦି ମାନଵ କୁ ଚାରି ପାଦରୁ ଦୁଇ ପାଦରେ ସିଧା ଛିଡା ହେବାକୁ ଚାପ ପକେଇଲା। ହାତ ହତିଆର ନିର୍ମାଣ ଶିକାରୀ ପ୍ରବୃତ୍ତି ର ବିକାଶ କରାଇଲା । ନିରାମିଷ ରୁ ଆମିଷ ଖାଦ୍ୟଭ୍ୟାସ ଦ୍ୱାରା ମସ୍ତିଷ୍କ ର ବିକାଶ ପାଇଁ ଉପାଦାନ ମିଳିଲା । ତେଣୁ ମସ୍ତିଷ୍କ ର ବିକାଶ ଦ୍ରୁତ ଭାବରେ ହେବାର ଲାଗିଲା। ଆମିଷ ଭକ୍ଷଣ ଦ୍ୱାରା ନିଆଁ କୁ ଆୟତ୍ତ କରି କାମରେ ଲଗେଇବା ଓ ପ୍ରାଣୀ ଙ୍କୁ ପୋଷା ମନେଇବା ବ୍ୟବସ୍ଥା ଆରମ୍ଭ ହୋଇଗଲା। ହାତ ଦ୍ୱାରା ହେଉଥିବା ଶ୍ରମ ର ବିକାଶ ସଂଗେ ସଂଗେ ମାନଵ ସଭ୍ୟତାର ମଧ୍ୟ ବିକାଶ ଘଟିଲା ଓ ସେ ପ୍ରକୃତି ଉପରେ ନିଜର ପ୍ରଭୃତ୍ୱ ଜାରି କଲା। ପ୍ରକୃତି ର ନୂଆ ନୂଆ ଗୁଣ ଗୁଡିକୁ ସେ ନିରବଚ୍ଛିନ୍ନ ଭାବରେ ଆବିଷ୍କାର କରିବାରେ ଲାଗିଲା। ଶ୍ରମ ର ବିକାଶ ଯୋଗୁ ପରସ୍ପର ର ସହଯୋଗ ର ଫାଇଦା ଗୁଡିକ ଆବଶ୍ୟକ କରିଥିବା ଘଟଣା ଗୁଡିକ ବୃଦ୍ଧି ପାଇବାରେ ଲାଗିଲା, ଫଳସ୍ୱରୂପ ସୃଷ୍ଟି ହେଲା ଗୋଷ୍ଠୀ, ସମାଜ ଓ ପରିବାର। ଗୋଷ୍ଠୀ ଭିତରେ ପରସ୍ପର ସହ ଭାବ ଆଦାନ ପ୍ରଦାନ ର ଆବଶ୍ୟକତା କୁ ପୁରା କରିବା ପାଇଁ ସ୍ୱର ର ସୃଷ୍ଟି ଓ ବିକାଶ ଘଟିଲା। ଧୀରେ ଧୀରେ ବାକଯନ୍ତ୍ର ବିକଶିତ ହୋଇ  ସୃଷ୍ଟି ହେଲା ଭାଷା। ହାତ,ବାକଯନ୍ତ୍ର ଓ ମସ୍ତିଷ୍କ ର ମିଳିତ ବିକାଶ ମଣିଷ ସଭ୍ୟତାକୁ ଉଚ୍ଚ ରୁ ଉଚ୍ଚତର ଲକ୍ଷ୍ୟ ପୂର୍ତ୍ତି ଦିଗରେ ସହାୟକ ହେଲା। ଆଜି ମାନଵ ସଭ୍ୟତା ଯେଉଁଠି ପହଞ୍ଚିଛି ତାହା  ଅବିରତ ଶ୍ରମ ର ଅବଦାନ କେବଳ।
#ଜନାର୍ଦନ ପତି ଙ୍କ *କାର୍ଲମ୍ୟାକ୍ସ ପୁସ୍ତକ*ର ଅନୁକରଣ ରେ..
ରାଜବାଳା