Image

👉ସାମାଜିକ ଅଵଧାରଣା: ଗୋରାରଙ୍ଗ କଳାରଙ୍ଗ ଠାରୁ ବେଶୀ ଭଲ ଓ ସୁନ୍ଦର।👇
✍️ବିଦେଶୀ ଗୋରା ଲୋକମାନେ ଆମ ସହ କଳା ଗୋରା ଭେଦଭାବ କରିଥାନ୍ତି ବୋଲି ଆମେ ସବୁବେଳେ ସେମାନଙ୍କ ଆଡ଼କୁ ଆଙ୍ଗୁଳି ଦେଖେଇଥାଉ। କିନ୍ତୁ ଆମେ କଣ କଳା ଗୋରା  ଭେଦ ଭାବ ମାନସିକତାରେ ଗ୍ରାସିତ ନୋହୁଁ କି ? ନିଜେ ପରୀକ୍ଷା କରି ଦେଖନ୍ତୁ। ପୁଅଟିର ବିବାହ ବେଳେ ଆମେ କଣ ଗୋରାରଙ୍ଗର ବୋହୂଟିଏ ଖୋଜୁନାହୁଁକି, ପୁଅର ରଙ୍ଗ ଯାହା ହେଉନା କାହିଁକି। କଳା ରଙ୍ଗ ପାଇଁ ଅନେକ ଝିଅମାନଙ୍କ ବିବାହ ସହଜରେ ହୋଇପାରେ ନାହିଁ। କଳା ରଙ୍ଗ ଝିଅଟି ବିବାହ ପାଇଁ ବାପମାଙ୍କୁ ଅଧିକ ଯୌତୁକର ଯୋଗାଡ଼ କରିବାକୁ ପଡିଥାଏ। କଳା ରଙ୍ଗର ବ୍ୟକ୍ତିମାନେ ସମାଜରେ ଅନେକ ତାଛଲ୍ୟର ଶିକାର ହୋଇଥାଆନ୍ତି । ସିନେମା ରୁ ଆରମ୍ଭ କରି ଟିଭି ଯାଏଁ, ଗୀତରୁ ଆରମ୍ଭ କରି କବିତା ଯାଏଁ ସବୁଆଡେ ଗୋରା ରଙ୍ଗର ରାଜୁତି। ଭାରତୀୟ ବଜାରରେ ରଙ୍ଗ ସଫା କରିବାର ବିଭିନ୍ନ କ୍ରିମ ଓ ସାବୁନର ଚାହିଦା ସ୍ପଷ୍ଟ ଭାବେ ଭାରତୀୟ ସମାଜର ଉତ୍କଟ ବର୍ଣ୍ଣଭେଦ ମାନସିକତାକୁ ଦର୍ଶାଏ । ଏହି ମାନସିକତାକୁ ବୁଝିବାକୁ ହେଲେ ଶରୀରର ରଙ୍ଗର ବୈଜ୍ଞାନିକ କାରଣ ଜାଣିବା ନିହାତି ଆବଶ୍ୟକ।
👩‍🏫 👉ଆମ ଚର୍ମରେ ମେଲାନୋସାଇଟ ବୋଲି ଏକ ପ୍ରକାରର କୋଷ ଥାଆନ୍ତି। ଏହି କୋଷରେ ଏକ ପ୍ରକାରର ବର୍ଣ୍ଣ କଣିକା ତିଆରି ହୁଏ । ଯାହାକୁ ମେଲାନିନ ବୋଲି କୁହାଯାଏ। ଏହି ମେଲାନିନ କଣିକା ଦ୍ୱାରା ଆମ ଚର୍ମର ରଙ୍ଗ ନିର୍ଦ୍ଧାରିତ ହୁଏ। ଯେଉଁ ବ୍ୟକ୍ତିଙ୍କ ଶରୀରରେ ମେଲାନିନ କଣିକା ଅଧିକ ଥାଏ ସେମାନେ କଳା ରଙ୍ଗର ହୋଇଥାନ୍ତି ଏବଂ ଯେଉଁମାନଙ୍କ କମ ଥାଏ ସେମାନେ ଗୋରା। ଏହି ମେଲାନିନର କାମ ହେଲା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକୁ କ୍ଷତି କାରକ ସୂର୍ଯ୍ୟକିରଣରୁ ରକ୍ଷା କରିବା। ଏହି କାରଣରୁ ଅଧିକ ସମୟ ଟାଣ ଖରାରେ ରହିଲେ ଆମ ଶରୀରର ଖୋଲା ଅଂଶ ସବୁ କଳା ପଡ଼ିଯାଏ। କାରଣ ସୂର୍ଯ୍ୟ କିରଣରୁ ଆମକୁ ରକ୍ଷା କରିବାକୁ ମେଲାନିନ କଣିକା ସେହି ସ୍ଥାନରେ ଜମା ହୋଇ ଯାଏ।
👉ପୃଥିବୀର ଯେଉଁ ଅଞ୍ଚଳରେ ଅଧିକ ସୂର୍ଯ୍ୟକିରଣ ପଡେ ସେ ଅଂଚଳର ଲୋକମାନଙ୍କ ଶରୀରରେ ଅଧିକ ମେଲାନିନ କଣିକା ଥାଏ ଯାହା ଫଳରେ ସେମାନେ ଅଧିକ କଳା ରଙ୍ଗର ହୋଇଥାନ୍ତି। ଯେପରିକି ଆଫ୍ରିକା ଅଂଚଳର ଲୋକ। ସେହି ପରି ଯେଉଁ ଅଞ୍ଚଳରେ ବହୁତ କମ ସୂର୍ଯ୍ୟ କିରଣ ପଡେ ସେଠିକାର ଲୋକେ ଧଳା ରଙ୍ଗର ହୋଇଥାନ୍ତି, କାରଣ ସେମାନଙ୍କ ଶରୀରରେ କମ ମେଲାନିନ କଣିକା ଥାଏ,ଯେପରିକି ଇଂଲଣ୍ଡ ପରି ଥଣ୍ଡା ଦେଶର ଲୋକମାନେ। ପୃଥିବୀର ଯେଉଁ ଅଞ୍ଚଳରେ ମଧ୍ୟମ ପରିମାଣର ସୁର୍ଯ୍ୟ କିରଣ ପଡେ, ସେ ଅଞ୍ଚଳର ଲୋକମାନେ ବେସି ଗୋରା କି ବେଶୀ କଳା ରଙ୍ଗର ହୋଇନଥାନ୍ତି। ଯେପରିକି ଆମେ। ଶରୀରର ରଙ୍ଗ କଳା ବା ଗୋରା ହେବା ଏକ ଜଳବାୟୁ ଜନିତ ବ୍ୟାପାର। ଏହା ଧୀରେ ଧୀରେ ମଣିଷର ଗୁଣସୂତ୍ରକୁ ପ୍ରଭାବିତ କରି ଏକ ଜିନିୟ ବ୍ୟପାରରେ ମଧ୍ୟ ବଦଳି ଯାଇଛି। ଏହି କାରଣରୁ ଆମର ପିତା ମାତାଙ୍କ ରଙ୍ଗ ଦ୍ୱାରା ଆମ ଶରୀରର ରଙ୍ଗ ନିର୍ଦ୍ଧାରିତ ହୋଇଥାଏ। ତେଣୁ ଏହା କୋୖଣସି ବ୍ୟକ୍ତିର ଇଛା ଦ୍ୱାରା ନିୟନ୍ତ୍ରିତ ହୁଏ ନାହିଁ ଏବଂ କୌଣସି ରଙ୍ଗ ଭଲ ବା ଖରାପ ନୁହେଁ। ସମସ୍ତେ ସ୍ଵତନ୍ତ୍ର। ତେଣୁ ମନରୁ କଳା ଗୋରା ଭେଦଭାବ ପୋଛି ସବୁ ମଣିଷକୁ ଭଲପାଇବା ଓ ସମ୍ମାନ କରିବା ଉଚିତ।
ସମାଜରୁ ବର୍ଣ୍ଣ ବୈଷମ୍ୟ ଦୂର କରିବା ଆମର ଦାୟିତ୍ୱ। ଆସନ୍ତୁ ଏହି ବିଷୟରେ ନିଜେ ସଚେତନ ହେବା ଅନ୍ୟକୁ ସଚେତନ କରାଇବା।
(👉 ମଣିଷର ଶରୀରର ଆକାର, ଆକୃତି ବା ରଙ୍ଗ ତାର ବ୍ୟକ୍ତିତ୍ୱର ପରିମାପକ ନୁହେଁ। ବ୍ୟକ୍ତିତ୍ୱ ମାନସିକ ପରିପକ୍ୱତା ଉପରେ ନିର୍ଭର କରେ)

ରାଜଵାଳା