Image

ଫକୀରମୋହନ କଲେଜରୁ bsc ସାରିଯାଇଥାଏ କିନ୍ତୁ msc ଆରଂଭ ହୋଇନଥାଏ। ସେଇ ଗ୍ୟାପ ସମୟସବୁ ମଜ଼ା ମଜା ରେ ଗାଁରେ ବିତୁଥାଏ । ସବୁଠୁ ମିଠାସମୟ ଥାଏ ସନ୍ଧ୍ୟା ର। ଶୀତୁଆ ସନ୍ଧ୍ୟାରେ ଚା, ମୁଢି mixture କି ପକୁଡି ସହ ଗାଁ ର ଖୁଡ଼ି ଆଉ ଜେଜେମା ସ୍ଥାନୀୟ ବ୍ୟକ୍ତି ମାନଙ୍କ ସହ ଗପକରିବା, ତାଙ୍କ ଜୀବନ ଅନୁଭୂତି ଶୁଣିବା ଆଉ ନୂଆ ନୂଆ ଗପ ଶୁଣେଇବା ମୋର ନିତିଦିନିଆ ରୁଟିନ୍ ପଲଟିଯାଇଥାଏ। ଏମିତି ଗପ କରୁ କରୁ ଥରେ ଜଣେ ଜେଜେମା ଙ୍କୁ ପଚାରିଦେଲି, ଜେଜେମା ତୁମେ ବାହାଘର ପରେ ଜେଜେବାପାଙ୍କୁ କେବେ ପ୍ରଥମ କରି ଭଲରେ ଦେଖିଲ। ସେ ମୋତେ ଆଶ୍ଚର୍ଯ୍ୟ ଚକିତ କରି ଟିକେ ଲାଜ ଲାଜ ହସି ଉତ୍ତର ଦେଲେ, ମୋର ଗୋଟେ କି ଯୋଡ଼େ ପିଲା ହେଲା ପରେ ତାଙ୍କୁ ଭଲରେ ଦେଖିଲି। ମୁଁ ଆହୁରି ଆଶ୍ଚର୍ଯ୍ୟ ହୋଇ ନିର୍ଲଜ ଭଳି ପଚାରିଲି, ତୁମେ ତାଙ୍କୁ ଦେଖିନଥିଲ ତ ପିଲା ମାନେ କେମିତି ଆସିଲେ। ସେ ଏଥର ଅତି ସହଜ ଭାବେ  ମୋତେ ଉତ୍ତର ଦେଲେ, ନାତୁଣୀ କେତେ ପଚାରୁଛୁ, ପିଲା ଯେମିତି ହେବା କଥା ହେଲା। ମୁଁ ନିର୍ବକ। ମୋ ମନରେ ଅଜଶ୍ର ପ୍ରଶ୍ନ। ପିଲା ଜନ୍ମ କଣ ଏକ ଯାନ୍ତ୍ରିକ ବ୍ୟବସ୍ଥା। ଘଟଣା ଟି ଅତି ଛୋଟ କିନ୍ତୁ କେତେ ଅଦ୍ଭୁତ ଭଲକି ଭାବିଲେ ଜାଣିପାରିବେ।
ଆଗକାଳରେ ଝିଅ ମାନେ ଅତି ଛୋଟ ବୟସରୁ ନିଜଠୁ ଯଥେଷ୍ଟ ବଡ଼ ବ୍ୟକ୍ତି ମାନଙ୍କୁ ବିବାହ କରୁଥିଲେ। କାରଣ ଶାସ୍ତ୍ର ଅନୁସାରେ କନ୍ୟାଟିର ପ୍ରଥମ ରଜ ବାପଘରେ ହେଲେ ତାର ଚଉଦପୁରୁଷ ନର୍କପ୍ରାପ୍ତି ଘଟିବେ।12- 13 ବର୍ଷରେ ମାସିକ ଧର୍ମ ଆରମ୍ଭ ହେଲେ ସେମାଙ୍କୁ ଶାଶୂଘର କୁ ପଠେଇଦିଆ ଯାଉଥିଲା। ଏକ କୋଠର ଅନୁସାସନରେ ପାଳିତା କନ୍ୟାଟିର ଯୌନଜୀବନ ବା ବିବାହତୋର ସମ୍ପର୍କ ବିଷୟରେ କୌଣସି ଜ୍ଞାନ ନଥାଏ। ଅତି ବେଶୀରେ ଖୁଡି ବା ଭାଉଜ ମାନେ ସ୍ୱାମୀ ଯାହା କହିବେ ମାନିବୁ କହି ଦାୟିତ୍ୟ ତୁଲେଇ ଦେଇଥାନ୍ତି। ନିଜ ଆତ୍ମୀୟ ମାନଙ୍କୁ ଛାଡି ଆସିବାର ମାନସିକ ଯନ୍ତ୍ରଣା,ଏକ ନୂଆ ଜାଗାକୁ ଆସିବା  ନୂଆ ଲୋକ ମାନଙ୍କ ସହ ଚାଲିବା  ହେତୁ ଭୟ ରେ ଗ୍ରାସିତ ନାବାଳିକା ଟିକୁ  ସ୍ୱାମୀ ବୋଲି କିଏ ଦିନର ଆଲୁଅରେ ରେ ଦେଖିନଥିବା ବ୍ୟକ୍ତି ଟି ସହ ରାତିର ଅନ୍ଧାରରେ ରାତି କାଟିବାକୁ ପଡେ। ଭୟ, ଅବସାଦ, ଦୁଃଖ ଓ ଲଜ୍ୟା ରେ ଜଡ଼ସଡ଼ ଝିଅ ଟି ତାର ପତି ପରମେଶ୍ୱର  ବୋଲଉଥିବା ଏକ ସମ୍ପୂର୍ଣ୍ଣ ଅଜଣାବ୍ୟକ୍ତି ସହ କେଉଁପରି ସମ୍ପର୍କ ସ୍ଥାପନ କରୁଥିବା ତାହା ଅନୁମେୟ। ଆମ ଭାରତୀୟ ପତି ପରମେଶ୍ବର ମାନେ ପତ୍ନୀ ର ଶରୀର ଓ ମନକୁ ନିଜ ବ୍ୟକ୍ତିଗତ ସମ୍ପତ୍ତି ବୋଲି ଭାବିଥାଆନ୍ତି। ତେଣୁ ସେମାନେ ବା ଝିଅଟିର ମନର ଅଵସ୍ଥା ବୁଝିବାକୁ ଚେଷ୍ଟା କାହିଁକି କରିବେ। ତେଣୁ ସେଇ ଯାନ୍ତ୍ରିକ ସମ୍ପର୍କ କୁ ବୈବାହିକ ପ୍ରେମ କି ବୈବାହିକ ବଳାତ୍କାର କୁହାଯିବ, ଅନୁମାନ କରନ୍ତୁ। ସେଇ ସବୁ ସମ୍ପର୍କରୁ ଝିଅଟି ଅଳ୍ପ ବୟସରେ ବାରମ୍ବାର ଗର୍ଭବତୀ ହୁଏ। ପଛକୁ ଫେରି ଚାହିଁଲେ ଦେଖିହେବ, ଅନେକ ଏହି ବୈବାହିକ ବଳାତ୍କାର ର ପରିଣାମ। କିନ୍ତୁ ଏଇଠି ପୀଡିତା ଅଭିଯୋଗ କଣ କରିବ, ନିଜ ଦୁଃଖ ବି ପ୍ରକାଶ କରିପାରେ ନାହିଁ। କାରଣ ଏହା ହିଁ ଆମ ସଂସ୍କୃତି।ସେ ଏହାକୁ ନିଜ ଜୀବନର ଏକ ଅଂଶ ଭାବେ ସହଜରେ ଗ୍ରହଣ କରିନେଇଛି। ଖାଲି ସେତିକି ନୁହେଁ, ଆଜିବି ଏହି ଭଳି ବିଭର୍ଶ କାଣ୍ଡ ମାନ ଘଟିଚାଲିଛି।  ଆମେ ନାବାଳିକା ମାନଙ୍କୁ ଅନିଚ୍ଛା ସତ୍ତ୍ୱେ ବିବାହ କରିଦେଇ ବୋଝ ମୁକ୍ତ ହୋଇଯାଉଛୁ।  ଝିଅଟିର ନିଜ ପସନ୍ଦକୁ ପ୍ରତ୍ୟାଖ୍ୟାନ କରି ତାକୁ ଜୋର ଜବରଦସ୍ତି ଅନ୍ୟକୁ ବିବାହ କରିବାକୁ ବାଧ୍ୟ କରୁଚୁ। ଆମେ ବିବାହ ପର୍ଯ୍ୟନ୍ତ ଝିଅଟିକୁ ସେକ୍ସ ଶବ୍ଦଟିରୁ ଦୁରେଇରଖୁ, ପାପ ବୋଲି କହୁ। କିନ୍ତୁ ଗୋଟିଏ ରାତିପରେ ସେ ଯୌନନିପୁଣା ହୋଇଉଠୁ ବୋଲି ଆଶା କରୁ।କାରଣ ଆମକୁ ପ୍ରେମ ପସନ୍ଦ ନୁହେଁ ଯୌନତାର ପରିପ୍ରକାଶ ପସନ୍ଦ ନୁହେଁ କିନ୍ତୁ ବିବାହତୋର  ବଳାତ୍କାର ପସନ୍ଦ , ଏହା ଆମ ପାଇଁ ପବିତ୍ର। #ଆମ ବଳାତ୍କାର ସଂସ୍କୃତି

ରାଜବାଳା