Image

ବଳାତ୍କାର ନିଶ୍ଚିତ ଭାବରେ ଏକ ଭୟାନକ ଘଟଣା। କିନ୍ତୁ ଏହା ଭୟାନକ ସେହି ସବୁ କାରଣ ପାଇଁ ନୁହେଁ, ଯାହା ତୁମମାନଙ୍କର(ନାରୀ) ମୁଣ୍ଡରେ ଭର୍ତ୍ତି କରାଯାଇଛି। ଏହା ଭୟାନକ କାରଣ ଏହା ତୁମ ଉପରେ ଏକ ହିଂସାତ୍ମକ ଆକ୍ରମଣ। ଏହା ଏକ ଭୟ। କେହି ଜଣେ ତୁମ ସମ୍ପୂର୍ଣ୍ଣ ଶରୀରକୁ କାବୁ କରିନିଏ ଏବଂ ସବୁଠୁ ସମ୍ବେଦନଶୀଳ ଉପାୟରେ ଯନ୍ତ୍ରଣା ଦିଏ। ଏହା ଏଇଥିପାଇଁ ଭୟାନକ ନୁହେଁ କି ତୁମେ ନିଜ ଇଜ୍ଜତ ହରେଇଦେଲ। ଏହା ଏଇଥିପାଇଁ ଭୟାନକ ନୁହେଁ କି ତୁମ ବାପା ଭାଇ ବା ପରିବାର ର ଇଜ୍ଜତ ଚାଲିଗଲା। ମୋର ଇଜ୍ଜତ ଯେ ମୋ ଯୋନୀ ରେ ରହିଛି, ମୁଁ ଏହି ଚିରାଚରିତ ସାମାଜିକ ଅବଧାରଣା କୁ ଠିକ୍ ସେହିପରିଭାବରେ ପ୍ରତ୍ୟାଖ୍ୟାନ କରେ, ଯେଉଁପରି ଭାବରେ ପ୍ରତ୍ୟାଖ୍ୟାନ କରେକି  ପୁରୁଷ ର ମନ ଅନବରତ ତାର ପୁରୁଷାଙ୍ଗ ଠାରେ ରହିଥାଏ। ଯଦି ଆମେ ଇଜ୍ଜତ ବୋଲି ଶବ୍ଦ ଟିକୁ ବଳାତ୍କାର ସହ ଯୋଡିବାକୁ ବନ୍ଦ କରିଦେବା ତଥାପି ମଧ୍ୟ ବଳତ୍କାର ଏକ ଭୟାନକ ଘଟଣା। କିନ୍ତୁ ଏହା ଏକ ବ୍ୟକ୍ତିଗତ ଯୌନହିଂସା, ପାରିବାରିକ ବା ସାମାଜିକ ନୁହେଁ। ବଳତ୍କାର ପିଡୀତାକୁ ଏକ  ଅପରାଧୀଭାବ ଓ ଲୋକଲଜ୍ୟା ଭଳି ଅଦରକାରୀ ବୋଝ ନୁହେଁ, ବାସ୍ତବରେ ଆମ ସାହାଯ୍ୟ ସହଯୋଗ ଓ ସହାନୁଭୂତି ର ଆବଶ୍ୟକତା ରହିଛି ବଳତ୍କାର ପରି ଏକ ଭୟାନକ ହିଂସାରୁ ଉଭୁରି ଆସିବା ପାଇଁ।
Sohila Abdulali ଙ୍କର ଲେଖାର ଅନୁବାଦ