Image

ମଣିଷ ହିଁ ଏକ ମାତ୍ର ପ୍ରାଣୀ ଯିଏ ନିଜ ଜାତିର ପ୍ରାଣୀଙ୍କ ସହ ଏକ ଭୟଙ୍କର ଷଡ଼ଯନ୍ତ୍ର କରିଆସିଛି। ଏହା ଏତେ ବେଶି ବିକଟ ଯେ ଏହାକୁ ବୁଝିବା ପ୍ରାୟତଃ ଅସମ୍ଭବ। 👉ତୁମେ ଦାରିଦ୍ର୍ୟ ଦୁଃଖ ଯନ୍ତ୍ରଣାରେ ସଢ଼ି ସଢ଼ି ଏକ ଦୈନ୍ୟ ଜୀବନ ବଞ୍ଚୁଚ। କିଛି ଅସୁବିଧା ନାହିଁ । ତୁମେ ନିଜ ପୂର୍ବ ଜନ୍ମର କର୍ମ ପାଇଁ, ପାପ ପାଇଁ ଏହି ଭଳି ଜୀବନ ବଞ୍ଚୁଚ। ତେଣୁ ଦୁଃଖି ହୁଅ ନାହିଁ ଅଭିଯୋଗ କରନାହିଁ। ନିଜ ପୂର୍ଵ ଜନ୍ମର କର୍ମ ଫଳକୁ ତୁମେ ଏଡାଇ ପାରିବ ନାହିଁ ଏହାକୁ ସହିବାକୁ ତୁମେ ବାଧ୍ୟ। ନିଜର ଅବସ୍ଥା ସୁଧାରିବାକୁ ବୃଥା ପ୍ରୟାସ କରିବା ବଦଳରେ ପୂର୍ଵ ଜନ୍ମର ପାପ କ୍ଷୟ ପାଇଁ ପୂଜା ପାଠରେ ଲାଗିଯାଅ। ଏ ଜନ୍ମରେ ପୁଣ୍ୟ ଅର୍ଜନ କଲେ ପର ଜନ୍ମରେ ନିଶ୍ଚୟ ସୁଖ ଲାଭକରିବ।
ଯୁଗ ଯୁଗ ଧରି ଲୋକଙ୍କ ମନରେ ଏହି ପରି ଭାବନାକୁ ବଳବତ୍ତର କରାଯାଇଆସୁଛି ଯାହା ଦେଶର  ଦାରିଦ୍ର୍ୟତା ପାଇଁ ମଧ୍ୟ ଦାୟୀ। ଏହା କେତେକ ଗୋଷ୍ଠୀର ଏକ ପ୍ରାୟୋଜିତ ଯୋଜନା ଯାହା ମଣିଷକୁ ପାପ ପୁଣ୍ୟ, ପୂର୍ବଜନ୍ମ ପରଜନ୍ମର, ସ୍ୱର୍ଗ ନର୍କ,ମୁକ୍ତି ମୋକ୍ଷ ଓ କର୍ମଫଳ ଭଳି ଭ୍ରମରେ ଭୁଲେଇ ମାନସିକ ସ୍ତରରେ ପଙ୍ଗୁ କରି ଆସିଛି । ଏହାକୁ ଅଧିକ ପ୍ରାମାଣିକ କରିବା ପାଇଁ ଈଶ୍ୱର ଭଳି କାଳ୍ପନିକ ସତ୍ତାର ସୃଷ୍ଟି କରି ଧର୍ମର ବ୍ୟବସାୟ କରିଚାଲିଛି। ଏହାର ଶିକାର ହେଉଛନ୍ତି ଅଜ୍ଞାନତାର ଅନ୍ଧକାରରେ ବୁଡିରହିଥିବା ବ୍ୟକ୍ତିମାନେ। ସେମାନଙ୍କୁ ଏହି ମିଛ ପ୍ରତିଶ୍ରୁତି କାଳ୍ପନିକ ସୁଖମୟ ଦୁନିଆ ବାସ୍ତବିକତାର ଜୀବନଠାରୁ ବେଶୀ କାମ୍ୟ ମନେ ହୁଏ। ଏହା ଏପରି ଏକ ଭ୍ରମର ଦୁନିଆ ସୃଷ୍ଟି କରିଛି ଯେ ଯେତେ ପ୍ରଦୀପ ପ୍ରଜ୍ଜଳିତ କଲେ ମଧ୍ୟ ଅଜ୍ଞାନର ଅନ୍ଧକାର ଦୂର ହେବାକୁ ବିଳମ୍ବ ଲାଗୁଛି।

ରାଜବାଳା