କୌମାର୍ଯ୍ୟ ବା କୁମାରୀତ୍ବ : ଏକ ଭ୍ରାନ୍ତ ଧାରଣା

✌️......କୌମାର୍ଯ୍ୟ ବା କୁମାରୀତ୍ବ : ଏକ ଭ୍ରାନ୍ତ ଧାରଣା........
(ସମାଜକୁ ଜାଗ୍ରତ କରିବା ପାଇଁ ଏକ ସନ୍ଦେଶ)✌️

✍️ଯୁଗେ ଯୁଗେ ଭାରତୀୟ ପୁରୁଷ ନାରୀର କୁମାରୀତ୍ୱ/ କୌମାର୍ଯ୍ୟକୁ ନେଇ ସମ୍ବେଦନଶୀଳ । ସେ ନିଜ ପାଇଁ ଏକ ଅକ୍ଷତ ଯୋନୀ କୁମାରୀ କନ୍ୟାଟିଏ ହିଁ ଜୀବନ ସାଥି ଭାବରେ ବାଛିଥାଏ। ଏହି କାରଣରୁ ପରିବାର ବର୍ଗ ଝିଅଟିକୁ   ବିବାହ ପୂର୍ବରୁ ଘରୁ ବାହାରକୁ ବାହାରିବାରେ ଅନେକ ରୋକ ଠୋକ ଲଗେଇଥାନ୍ତି, ଡର ଥାଏ କାଳେ ଝିଅ ବିବାହ ପୂର୍ବରୁ ଅନ୍ୟ କାହା ସହ ଯୌନ ସମ୍ପର୍କ ସ୍ଥାପନ କରି ନ ଦିଏ। ବିବାହ ଯାଏଁ ନିଜ କୁମାରୀତ୍ବକୁ ରକ୍ଷା କରି ବିବାହ ପରେ ସ୍ୱାମୀକୁ ଅର୍ପଣ କରିବାର ଏକ ଅଦୃଶ୍ୟ ଚାପ ପ୍ରତି ଝିଅମାନଙ୍କ ଉପରେ ଥାଏ। ତେବେ ପୁରୁଷମାନଙ୍କର କୌମାର୍ଯ୍ୟ ଉପରେ ସମାଜ କେଉଁ କାରଣ ଦୃଷ୍ଟି ଦିଏ ନାହିଁ ତାହା ଅନ୍ୟ ଏକ ଆଲୋଚନାର ବିଷୟ।

🦋ତେବେ ଏହି କୁମାରୀତ୍ବ କଣ ଓ ଏହା କିପରି ନିର୍ଣ୍ଣୟ କରାଯାଏ ଏହା ଆଲୋଚନା କରିବା ହିଁ ଏହି ଲେଖାଟିଏ  ଉଦେଶ୍ୟ।
🦋 ନିଜର ପ୍ରଥମ ଯୌନ ସମ୍ପର୍କ ସମୟରେ ଯଦି ମହିଳାଟିର ଯୋନୀରୁ ରକ୍ତ ଶ୍ରାବ ହୁଏ ତେବେ ସେ କୁମାରୀ ବୋଲି ଜଣାଯାଏ, ଏହା ଏକ ସାଧାରଣ ସାମାଜିକ ଧାରଣା । କୁମାରୀତ୍ବ ସମ୍ବନ୍ଧରେ ଥିବା ଏହି ଭ୍ରାନ୍ତ ଧାରଣାଟି ଦକ୍ଷିଣ ଓ ମଧ୍ୟ ଏସିଆ( ପାକିସ୍ତାନ, ଭାରତ, ବାଙ୍ଗଲାଦେଶ, ଆଫଗାନିସ୍ତାନ) ଏବଂ ଆଫ୍ରିକା ଆଦି ଦେଶରେ ମଧ୍ୟ ଦେଖାଯାଏ। ଏହି କଥାଟିକୁ ଭିତ୍ତି କରି ଅନେକ ଅଞ୍ଚଳରେ ବିବାହ ପୂର୍ଵ ବା ବିବାହ ଉପରାନ୍ତ ମହିଳାଟିର କୁମାରୀତ୍ବ ପରୀକ୍ଷା କରିବାର ବିଭିନ୍ନ ବିଧି ରହିଛି।ଯେପରିକି ମୁସଲମାନମାନଂକର ପ୍ରଥମ ରାତିର ବିଛଣାରେ ଧଳା ଚଦର ପକେଇବା ପ୍ରଥା ଏବଂ ହିନ୍ଦୁମାନଙ୍କର ବିଭିନ୍ନ ଗୋଷ୍ଠୀରେ( ଜାଠ ଆଦି)  ପ୍ରଚଳିତ ପ୍ରଥା ଉଲ୍ଲେଖ ଯୋଗ୍ୟ । ଏପରିକି କୁମାରୀତ୍ବ ପରୀକ୍ଷା କରିବା ଉଦେଶ୍ୟରେ ମହିଳାମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଓ ଶାଶୂଘରୁ ବିତାଡିତ କରିବାର ମଧ୍ୟ ଅନେକ ଉଦାହରଣ ଅଛି ।  କିନ୍ତୁ ରକ୍ତଶ୍ରାବ ଓ କୁମାରୀତ୍ବ ନିର୍ଦ୍ଧାରଣର ଏହି ସାମାଜିକ ଧାରଣାଟି ସମ୍ପୂର୍ଣ୍ଣ ଭାବେ ସତ୍ୟ ନୁହେଁ। ତେଣୁ ମହିଳାମାନଙ୍କ ସମ୍ପର୍କିତ ଏହି ଧାରଣାଟି ବିଷୟରେ ଉଭୟ ଯୁବକ ଓ ଯୁବତୀମାନଙ୍କୁ ସଚେତନ କରିବା ସହ ଏ ସମ୍ପର୍କିତ ଭ୍ରାନ୍ତ ଧାରଣାକୁ ଦୂର କରିବା ଏହି ଆଲେଖ୍ୟଟିର ଲକ୍ଷ୍ୟ।

🦋ଏହା ଏକ ସାଧାରଣ ସାମାଜିକ ଧାରଣା କି କୌଣସି ନାରୀ କୁମାରୀ କି ନାହିଁ ଏହା ତାର ପ୍ରଥମ ସହବାସରେ ଯୋନୀରୁ ହେଉଥିବା ରକ୍ତକ୍ଷରଣରୁ ଜଣା ଯାଏ। କିନ୍ତୁ ଏହା ସତ୍ୟ ନୁହେଁ। ପ୍ରଥମ ଥର ଯୌନ ସମ୍ପର୍କରେ ସବୁ ମହିଳାମାନଙ୍କର ଯୋନୀରୁ ରକ୍ତ  କ୍ଷରଣ ହୁଏ ନାହିଁ। ଏପରି କାହିଁକି ଆସନ୍ତୁ ଜାଣିବା।

🦋ଏହା ଜାଣିବା ପାଇଁ ହାଇମେନ ବିଷୟରେ ଜାଣିବାକୁ ପଡିବ। ହାଇମେନ ଏକ ପତଳା ପରଦା ଯାହା ଯୋନୀ ରନ୍ଧ୍ରକୁ କିଛି ମାତ୍ରାରେ ଆବୃତ କରିଥାଏ। କିନ୍ତୁ ଏହା ଏକ କବାଟ ପରି ସମ୍ପୂର୍ଣ୍ଣ ରନ୍ଧ୍ରକୁ ଆବୃତ କରି ନଥାଏ ଯାହା ଅନେକଙ୍କର ଏକ ଭୁଲ ଧାରଣା ରହିଛି ।

🦋ବ୍ରିଟେନର ମେଡ଼ିକାଲ ଜର୍ଣ୍ଣାଲ ଦ୍ୱାରା ପ୍ରକାଶିତ ଅଧ୍ୟୟନ ଅନୁସାରେ ହାରାହାରି 63 ଶତାଂଶ ମହିଳାମାନଙ୍କର ପ୍ରଥମ ଯୌନକ୍ରିୟା ସମୟରେ ରକ୍ତ ଶ୍ରାବ ହୁଏ ନାହିଁ ଏବଂ 37 ଶତାଂଶ ମହିଳାଙ୍କର ପ୍ରଥମ ଯୌନକ୍ରିୟା ସମୟରେ ରକ୍ତ କ୍ଷରଣ ହୁଏ।  କାରଣ ସବୁ ମହିଳାମାନଙ୍କର ଏକା ପ୍ରକାରର ହାଇମେନ ନ ଥାଏ।ଠିକ ଶାରୀରିକ ଗଠନ ପରି ଏହା ମଧ୍ୟ ମହିଳାଠୁ ମହିଳା ବଦଳି ଥାଏ। କିଛି ନାରୀ ଏକ ମୋଟା ହାଇମେନ ନେଇ ଜନ୍ମ ହୋଇଥିଲା ବେଳେ କିଛି ଅତି ଅଳ୍ପ ନ ଥିଲା ପରି ନେଇ ଜନ୍ମ ହୋଇଥାନ୍ତି । ଏହି ସ୍ୱଳ୍ପ ହାଇମେନ ବିଶିଷ୍ଟ ନାରୀମାନଙ୍କର  ନିଜର ବୟସ ବୃଦ୍ଧି ସହ ଆପେ ଆପେ ସେହି ହାଇମେନଟି ନଷ୍ଟ ହୋଇଯାଏ । ତା ସହ ଖେଳ କୁଦ ବା ଶାରୀରିକ ପରିଶ୍ରମ ଅଥବା ସାଇକେଲ ଚଲେଇବା ଦ୍ୱାରା ଏହା ନଷ୍ଟ ହେବାର ଅନେକ ସମ୍ଭାବନା ରହିଛି।କିମ୍ବା ଏହି ହାଇମେନ ଏତେ କମ ପରିମାଣରେ ଥାଏ ଯେ ଏହା ଯୌନକ୍ରିୟା ସମୟରେ ନଷ୍ଟ ହେବାର ପରିସ୍ଥିତି ସୃଷ୍ଟି ହୁଏ ନାହିଁ। ତେଣୁ ଏହି ପରି ହାଇମେନ ବିଶିଷ୍ଟ ମହିଳାମାନଙ୍କର ପ୍ରଥମ ଯୌନକ୍ରିୟା ସମୟରେ ରକ୍ତ ଶ୍ରାବ ହୁଏ ନାହିଁ । କେବେ କେବେ ମାସିକ ଧର୍ମ ସମୟରେ ବ୍ୟବହାର ହେଉଥିବା ଟ୍ୟାମଫୁନ ଦ୍ୱାରା ମଧ୍ୟ ଏହି ପରି ପତଳା ହାଇମେନ ନଷ୍ଟ ହୋଇଯାଏ, ତେଣୁ ଯୌନକ୍ରିୟା ସମୟରେ ରକ୍ତ ଶ୍ରାବ ହୁଏ ନାହିଁ।

🦋ସେହି ପରି କିଛି ମହିଳାମାନଙ୍କର ହାଇମେନ ମୋଟା ହୋଇଥାଏ ତେଣୁ ଯୌନ କ୍ରିୟା ସମୟରେ ଏହା ନଷ୍ଟ ହୁଏ  ତେଣୁ ରକ୍ତ ଶ୍ରାବ ହୁଏ। ଏହି ପରି ହାଇମେନ ମୁଖ୍ୟତଃ ତିନି ପ୍ରକାରର ଥାଏ। ଏକ ପ୍ରକାର ହାଇମେନ ଯାହା ମୋଟା ପରଦା ପରି ସମ୍ପୂର୍ଣ୍ଣ ଯୋନି ରନ୍ଧ୍ରକୁ ଘୋଡାଇ ରଖିଥାଏ (imperforate hymen)। ତେଣୁ ବୟସ ବୃଦ୍ଧି ସହ ୠତୁଶ୍ରାବର ରକ୍ତ ମଧ୍ୟ ନିର୍ଗତ ହୋଇପାରେ ନାହିଁ। ଏହି ହାଇମେନକୁ ଅପରେଶନ କରି ବାହାର କରାଯାଏ ।
ଅନ୍ୟ ଏକ ପ୍ରକାରର ହାଇମେନରେ ଅତି ଛିଦ୍ର କଣାଟିଏ କେବଳ ଥାଏ (microperforate hymen) ଏବଂ ଅନ୍ୟ ଏକ ପ୍ରକାର ହାଇମେନରେ ଦୁଇଟି କ୍ଷୁଦ୍ର କଣା ଥାଏ ( septate hymen) ।
🦋ମୁଖ୍ୟତଃ ମୋଟା ଶରୀରର ମହିଳା ଓ ଛୋଟ ଝିଅମାନଙ୍କ ପ୍ରଥମ ଯୌନକ୍ରିୟା ସମୟରେ ରକ୍ତଶ୍ରାବ ହୁଏ। ଛୋଟ ଝିଅମାନଙ୍କର ରକ୍ତ ଶ୍ରାବ ହେବାର କାରଣ ଏହିକି ଯେ କିଛି ହାଇମେନ ବୟସ ବୃଦ୍ଧି ସହ ଆପେ ଆପେ ନଷ୍ଟ ହୋଇଯାଏ, ଯାହା ସେମାନଙ୍କ ଶରୀରରେ ସଂଗଠିତ ହୋଇନଥାଏ। ଜଣେ 24 ବର୍ଷୀୟା ମହିଳା ତୁଳନାରେ ଜଣେ ଷୋହଳ ବର୍ଷୀୟା ମହିଳାର ରକ୍ତ ଶ୍ରାବ ହେବାର ସମ୍ଭାବନା ଅଧିକ ଥାଏ। ଯେତେବେଳେ ମହିଳାଟି ଆଇନ ଆନୁସାରେ ବିବାହ ଯୋଗ୍ୟ ହୁଏ, ଅର୍ଥାତ 18, 24 ବା 30 ଏବଂ ଅଧିକ ତାର ହାଇମେନ ଆପେ ଆପେ ନଷ୍ଟ ହୋଇଯିବାର ସମ୍ଭାବନା ଖୁବ ଅଧିକ ଥାଏ ଯାହାର ଅର୍ଥ ହେଉଛି ରକ୍ତଶ୍ରାବରେ ସମ୍ଭାବନା ମଧ୍ୟ କମିଯାଏ।

🦋ଅନ୍ୟ ଏକ କଥା ମଧ୍ୟ ଉଲେଖଯୋଗ୍ୟ କି ପ୍ରଥମ ଯୌନକ୍ରିୟା ସମୟରେ ସେହି ମହିଳାମାନଙ୍କର ରକ୍ତ ଶ୍ରାବ ହୁଏ ଯେଉଁମାନେ ଯୌନ କ୍ରିୟାରେ କଷ୍ଟ ଅନୁଭବ କରନ୍ତି କାରଣ ସେମାନେ ଭୟଭୀତ, ଅସହଜ କିମ୍ବା ଉତ୍ତେଜିତ ନ ଥିବା ହେତୁ ଯୌନାଙ୍ଗ କ୍ଷତାକ୍ତ ହୋଇ ରକ୍ତ ଶ୍ରାବ ହେବାର ମଧ୍ୟ ସମ୍ଭାବନା ଥାଏ। ଯେହେତୁ ଏକ ଧାରଣା ଅଛି କି ପ୍ରଥମ ଯୌନକ୍ରିୟା ସମୟରେ ରକ୍ତଶ୍ରାବ ହୁଏ ତେଣୁ ଏହାକୁ କେହି ଜାଣିବାକୁ ଚେଷ୍ଟା କରନ୍ତି ନାହିଁ କି ସେହି ରକ୍ତ ଶ୍ରାବର କାରଣ  କ୍ଷତ କିମ୍ବା ହାଇମେନ ନଷ୍ଟ ହେବା। ରକ୍ତ ଶ୍ରାବର ପ୍ରାୟତଃ କାରଣ କ୍ଷତ ହିଁ ହୋଇଥାଏ।

🦋ନାରୀର କୁମାରୀତ୍ବ ଜାଣିବାର  କୌଣସି ବିଧିବଦ୍ଧ ଉପାୟ ନାହିଁ ଏବଂ ରକ୍ତ ଶ୍ରାବର କୁମାରୀତ୍ବ ସହ କୌଣସି ସମ୍ବନ୍ଧ ନାହିଁ କାରଣ ଏହା ହାଇମେନର ପ୍ରକାର ଉପରେ ନିର୍ଭର କରିଥାଏ।

🦋ତେବେ ଆମେ ଏହି ପ୍ରସଙ୍ଗଟିକୁ କାହିଁକି ଆଲୋଚନା କରୁଛୁ? ଏହି ବିଷୟରେ ଜାଣିବା କଣ ପାଇଁ ଆବଶ୍ୟକ? 👇

🦋ପୁରା ପୃଥିବୀରେ ଅନେକ ସ୍ଥାନରେ କୁମାରୀ ରକ୍ତଶ୍ରାବର ଭ୍ରମ ଧରଣା ପାଇଁ ଅନେକ ମହିଳା ଶାରୀରିକ ଓ ମାନସିକ ନିର୍ଯ୍ୟାତିତ ହୁଅନ୍ତି ଏପରିକି କେତେକ ସମ୍ମାନ ପାଇଁ ହତ୍ୟାର ମଧ୍ୟ ଶିକାର ହୁଅନ୍ତି। କାରଣ ଅନେକ ଲୋକ ଭାବନ୍ତି କି ପ୍ରଥମ ଯୌନକ୍ରିୟାରେ ରକ୍ତ ଶ୍ରାବ ହିଁ କୁମାରୀତ୍ବର ସଂକେତ। ଏବଂ ଯେଉଁ ମହିଳାମାନଙ୍କର ରକ୍ତ ଶ୍ରାବ ହୁଏ ନାହିଁ ସେମାନେ ଚରିତ୍ରହୀନା ହୋଇଥାନ୍ତି । ତେଣୁ ସେମାନେ ଦୁର୍ବ୍ୟବହାର, ଘରୋଇ ହିଂସା ଓ ଛାଡପତ୍ର ପାଇଁ ଯୋଗ୍ୟ।
ଲୋକମାନଙ୍କୁ ଏହା ବୁଝେଇବାକୁ ପଡିବକି ନାରୀଟିର  ପ୍ରଥମ ଯୌନ କ୍ରିୟାରେ ରକ୍ତ ଶ୍ରାବ ହେବା ଅନିବାର୍ଯ୍ୟ ନୁହେଁ, କାରଣ ସବୁ ନାରୀମାନଙ୍କର ମୋଟା ହାଇମେନ ନ ଥାଏ ଏବଂ କିଛି ନାରୀ ନାଁ କୁ ମାତ୍ର ହାଇମେନ ନେଇ ଜନ୍ମ ହୋଇଥାନ୍ତି। ଏହା ସମସ୍ତେ ଜାଣିବା ଦରକାର ତେବେ ହିଁ ଅନେକ ଜୀବନ ରକ୍ଷା ହୋଇପାରିବ।
🦋ଦୟା କରି ନିଜେ ସଚେତନ ହୁଅନ୍ତୁ ଓ ଏହି ମେସେଜ ପ୍ରଚାର ପ୍ରସାର କରି ଅନ୍ୟକୁ ସଚେତନ କରାନ୍ତୁ।

ରାଜଵାଳା


  Never miss a story from us, get weekly updates in your inbox.