ନଗ୍ନ ଆଧୁନିକତା

##ନଗ୍ନ ଆଧୁନିକତା
**************

ମଣିଷ ର ଜୀବନ ଯେପରି ମୂଲ୍ୟବାନ , ପଶୁ ର ଜୀବନ ବି ସେହିପରି ଅମୂଲ୍ୟ । ଆମ ପରି ସେମାନଙ୍କର ବି ରହିଛି ସବୁ ପ୍ରକାରର ଆବେଗ ।

ମୁଁ ବି ବହୁତ ଭଲ ପାଏ ପଶୁଙ୍କୁ ,ଦେଖିବାକୁ ଭଲ ଲାଗେ ସେମାନଙ୍କର ରହିବାର ,ଖାଇବାର ,ଜୀବନ କୁ ବିତେଇବାର କୌଶଳକୁ ।

ଆମ ପରି କଥା ନ କହି ପାରିଲେ ବି ଖୁବ୍ ସୁନ୍ଦର ଭାବରେ ଭାବରେ ଭାବର ସେ ଆଦାନ-ପ୍ରଦାନ ମୋର ମନ କିଣିନିଏ  ।

କିନ୍ତୁ କେତୋଟି ଘଟଣା କାହିଁକି କେଜାଣି ମୋତେ ଭଲ ଲାଗେ ନାହିଁ ।

ଯେମିତିକି..............
........................

ଆଜିକାଲି ତ ପିଲାମାନେ ପାଢ ପଢି ପ୍ରାୟତଃ ବାହାରେ  ଚାକିରୀ କରୁଛନ୍ତି ,ସିଏ ସରକାରୀ ଚାକିରୀ ଟିଏ ହେଇଥାଉ ଅବା ବେସରକାରୀ ।ପୁଅ ହେଉ କି ଝିଅ ହେଉ ଘର ପାଖରେ କେହି ରହୁ ପାରୁ ନାହାନ୍ତି । ସ୍ବାମୀ-ସ୍ତ୍ରୀ ଦୁହେଁ ମିଶି ରୋଜଗାର ବି କରୁଛନ୍ତି ।

କିନ୍ତୁ ଆଧୁନିକତାକୁ କିଛି ଜଣ ଏପରି ଭାବରେ ଜାବୁଡି ଧରିଛନ୍ତି ଯେ ଯେମିତି ଲାଗୁଛି କି ସେମାନେ ଆଧୁନିକତାକୁ ନୁହେଁ ବରଂ ଏ ଆଧୁନିକ ସମାଜର ଅତି  ନୂତନ ଚାଲିଚଳଣି ତାକୁ ନିଜର ଦାସ ବନେଇ ଦେଇଛି  ।

ଖାଲି designation ,position ,promotion ପଛରେ ଏତେ ଦୌଡନ୍ତି ଯେ ନିଜର ଛୋଟ ପିଲାକୁ ବି ନିଜେ ସମ୍ଭାଳି ପାରନ୍ତିନି । ମାସକୁ କିଛି ଟଙ୍କା  ଦେଇ ଛାଡି ଦିଅନ୍ତି daycare ରେ  ।

କିନ୍ତୁ ସନ୍ଧ୍ୟା କି ସକାଳ ସମୟରେ ବହୁତ୍ ଦାମ୍ ଦେଇ କିଣା ହୋଇ ଆସିଥିବା କୁକୁର ଟିକୁ ଚେନ୍ ରେ ବାନ୍ଧି  ପାର୍କ ଆଡେ ବୁଲି ଯିବାକୁ ଭୁଲନ୍ତି ନାହିଁ ।ଯେଉଁ ମା'ଟି କର୍ମ ବ୍ୟସ୍ତତା ପାଇଁ ନିଜ ଔରସରୁ ଜାତ ପିଲାକୁ  ଗୋଟିଏ ଚାମଚ ଖୁଆଇବାକୁ ସମୟ ପାଏନି  daycare ରେ ଛାଡିଦିଏ  ସିଏ କିନ୍ତୁ  କୁକୁରକୁ  ପାର୍କ ରେ ଦୋଳି ଝୁଲାଇବାକୁ ବହୁତ ସମୟ ପାଇଯାଏ  ।

ଯିଏ ନିଜର ପିଲା ବାନ୍ତି କରିଲେ ପରିଷ୍କାର କରିବାକୁ ନିଜେ ଘୃଣା କରେ ସେ କିନ୍ତୁ କୁକୁର ର ଦେହରେ ଲାଗିଥିବା ଟିଙ୍କକୁ ବି ଅତି ଆଦରେ ସଫା କରିଥାଏ  ।

ଏସବୁ ଦେଖି ମୋ ମନରେ ପ୍ରଶ୍ନ ଆସେ ।

ପ୍ରଥମ କଥା ତ ସେ କୁକୁର କୁ କ'ଣ ଏ ଜୀବନଶୈଳୀ  ଏତେ ଭଲ ଲାଗୁଛି ?ନିଜର ଜାତି ମାନଙ୍କ ପାଖରେ ରହିବାକୁ ତାକୁ କ'ଣ ମନ ହେଉନି । କ'ଣ ବନ୍ଦୀ ପରି ଲାଗୁନି ତାକୁ  ?

ଦ୍ବିତୀୟ କଥା ସେମାନେ କ'ଣ ପଶୁ କୁ ଏତେ ଭଲ ପାଉଛନ୍ତି  ?

ତାପରେ ନିଜେ ହିଁ ମନରେ ସମ୍ଭାବ୍ୟ ଉତ୍ତର ଟି ଖୋଜେ । ପଶୁ ପ୍ରତି ସ୍ନେହ କମ୍ ବରଂ ଆଧୁନିକ ସମାଜରେ ନିଜର ସ୍ଥାପତ୍ଯ , ନିଜର ଉଚ୍ଚକୋଟୀର ଜୀବନ ଶୈଳୀକୁ ବେଶ୍ ବାହାସ୍ଫୋଟୋର ସହ ପ୍ରତିପାଦିତ କରିବାର ଇଏ ଏକ ବଳିଷ୍ଠ ମାଧ୍ୟମ ।

ମୁଁ କେବେ ବି ପୋଷା ପଶୁ ରଖିବାର ଯେ ସଂପୂର୍ଣ୍ଣ ବିରୋଧୀ ତାହା ନୁହେଁ । କିନ୍ତୁ ସେମାନଙ୍କର ବି ନିଜସ୍ବ ଏକ ପରିବେଶ ଅଛି ।କେହି ଯଦି ତାର ଖୁସି ପାଇଁ ଆମକୁ ବନ୍ଦୀ ରଖେ ,ଆମକୁ କ'ଣ ଭଲ ଲାଗିବ ।


ତାପରେ ଯେଉଁ ମାନେ ବ୍ୟସ୍ତତା  ଭିତରେ କୁକୁର ବୁଲେଇ ନେଉଛନ୍ତି କେବଳ ଏକ ନିଜର ଅହଂ  ଭାବକୁ ଆଭିଜାତ୍ୟ ର ନାମ ଦେଇ ,,ସେମାନେ ନିଜର ପିଲାକୁ କେଉଁ ଏକ ଆୟା ପାଖରେ ନ ରଖି ନିଜେ ପିଲାଟିର ଯତ୍ନ ନେଲେ କେତେ ଭଲ ହୁଅନ୍ତା   ।

ପିଲାର ଏ କୋମଳ ବାଲ୍ୟକାଳ ଆଉ ଫେରିବନି । କୌଣସି ଆୟା ଠୁ  କି   so called daycare ଠୁ ନିଜର ବାପା ,ମାର ଯତ୍ନ ପିଲାକୁ ବହୁତ୍ ଅଧିକ ସୁନ୍ଦର ଜୀବନ ଦେଇ ପାରିବ ।

କର୍ମମୟ ଜୀବନରୁ ଫୁର୍ ସତ ଦରକାର ନିଶ୍ଚୟ ।କୁକୁର କୁ ନେଇ ବୁଲିବା  ବଦଳରେ ନିଜର ପିଲାଟିକୁ ନେଇ ବୁଲିଲେ କେତେ ଆନନ୍ଦ ମିଳିବ ତତ୍ ସହିତ ପରିବେଶ ସହ ପିଲାଟି ବି ଜଡିତ ହେବ ।

ପଶୁ କୁ ଭଲ ପାଅ କିନ୍ତୁ ତା'ଠୁ ତା'ର ସ୍ବାଧୀନତାକୁ ଛଡେଇ ନୁହେଁ ବରଂ ତା ଜୀବନ ଶୈଳୀ ପରି ପରିବେଶଟି ଦେଇ ଭଲ ପାଅ ।ଯଦି ପଶୁ ପ୍ରତି ଏତେ ଦରଦ ତେବେ ତା ପାଇଁ ତା'ରି ଜାତିର ବେସାହାରା ପଶୁ ମାନଙ୍କୁ ରଖି ଏକା ସହ ସେବା କର ।ସେ କୁକୁର ହେଉ କି ଗାଇ ।ଏକା ସହ ରହି ସେମାନେ ବି ନିଜର ଭାବ ବିନିମୟ କରି ପାରିବେ  ।

ଆଧୁନିକତାର ଢାଞ୍ଚା ରେ ଚାକଚକ୍ୟତାକୁ ପରିଦର୍ଶନ କରିବା ପାଇଁ ଖାଲି କୁକୁରକୁ ଭାଗ୍ଯବାନ କରେଇବା ମାଧ୍ୟମ ନୁହେଁ ।

କିଛି ଆତ୍ମଗର୍ବୀ ,ଦେଖେଇ ହେଉଥିବା ପ୍ରକୃତିର ଲୋକ ସମାଜରେ କେବଳ ହିଁ କେବଳ ନିଜର  ଆଭିଜାତ୍ୟର ପ୍ରଦର୍ଶନ କରାଇବା ପାଇଁ ନିରୀହ ପଶୁକୁ ଚେନ୍  ରେ ବାନ୍ଧି ବୁଲେଇନେଇ ନିଜକୁ ସମ୍ଭ୍ରାନ୍ତ ବୋଲେଇବାର ରହିଛି   ଅନେକ ନଗ୍ନ ଉଦାହରଣ ।

ଆଧୁନିକତାକୁ ଆପଣେଇବା କିନ୍ତୁ ନିଜର ସୀମା ଅତିକ୍ରମ ନ କରି ,କାହାକୁ କ୍ଷତି ନ ପହଞ୍ଚାଇ ,
କାହାର ଭାବନାକୁ ,ଭାଷାକୁ ଆଘାତ ନ ଦେଇ ,କାହାଠୁ ତାହାର ନିଜର ଜୀବନଶୈଳୀକୁ କୌଣସି ବି ବାଧା ନ ଦେଇ ,  ସେ ମଣିଷ ହେଉ ଅବା ପଶୁ ।
ସମାଜ ନିଶ୍ଚୟ ବଦଳିବ ,ବିନାଶ ନୁହେଁ ବରଂ ବିକାଶର ଦିଗରେ ........।

●  Priyadarsini Das Mohanty..... ●
●Asst teacher ●
● R.K.U.P.School,Vellora,Balasore ●

  Never miss a story from us, get weekly updates in your inbox.