ଆଜିର ସ୍ବପ୍ନ ନାରୀ

◆◆◆◆◆◆◆◆◆◆◆◆  
ଆଜିର ସ୍ୱପ୍ନ ନାରୀ
◆◆◆◆◆◆◆◆◆◆◆◆

ସମାଜର ଆଶାର ଆଲୋକଟିଏ
ମୁଁ ଆଜିର ସ୍ୱପ୍ନ ନାରୀ,
ଅନ୍ଧକାର ମୋତେ ଭୟ କାହିଁ ଲାଗେ
ଚିନ୍ତାରେ ରୁହେ ମୁଁ ଝୁରି ।

ଆଜିର ସମାଜେ ଭ୍ରଷ୍ଟାଚାର ମାନେ
ଖରାପ ତାଙ୍କର ଲକ୍ଷ୍ୟ,
ସ୍ୱାଧୀନ ରାଜ୍ୟରେ ଅସ୍ଵାଧୀନ ଆମେ
ହୋଇଯାଉ ବଟ ବୃକ୍ଷ ।

ଚିନ୍ତା ଆଜି ଆମ ବାପ ମାଆ ଙ୍କର
କେମିତି ବଢ଼ିବୁ ଆମେ,
ସ୍ବପ୍ନ ଦେଖିବାକୁ ଭୟତ ଲାଗୁଛି
ଚିନ୍ତାକର ଜନ ତୁମେ ।

ନ୍ୟାୟ ମାଗିବାକୁ ଚାହେଁ ଯେବେ
ପଛଘୁଞ୍ଚା ସମସ୍ତଙ୍କ,
ପଡ଼ିଶାରେ ଏଠି ଶତ୍ରୁତ ବଢ଼ନ୍ତି
ମେଣ୍ଟେନାହିଁ ତାଙ୍କ ଭୋକ ।

ବଦଳି ଯାଅ ବହୁରୂପୀ ଶତ୍ରୁଗଣ
ରହିଅଛି କିଛି କ୍ଷଣ,
ନିଜର ଭଉଣୀ ଆଜିତ ବଢୁଛି
ମୁଣ୍ଡରେ ପଡ଼ିବ ବାଣ ।

◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)
◆ ମୋବାଇଲ:-୯୫୬୬୧୧୩୬୦୭
◆ Gmail :-nirmaln270@gmail.com


  Never miss a story from us, get weekly updates in your inbox.