ସ୍ମୃତି ର ଦହନ

ଉଜୁଡା ରାତିର ଇତିହାସ ତୁମେ 

ସଜଡାରାତିର ସାଥୀ

ସଜ ସକାଳ ର ପ୍ରୀତି ମଞ୍ଜରୀ ଗୋ

ଦୂର ଅତୀତ ର ସ୍ମୃତି।।


ଯାହା କହିବାକୁ ଭାବିଥିଲି ମନେ

ପାରିଲିନି କେବେ କହି

ଏତେ ସହଜରେ ତୁମେ ଯେ ମୋତେ

କେମିତି ପାରିଲିନି ଭୂଲି।।


କେତେ ଭାବିଥିଲି ସିନ୍ଥିରେ ସିନ୍ଦୂର

ମଥାରେ ଓଢଣୀ ଦେଇ

ସାତ ଜନମ କୁ ସାଥୀ ହୋଇ

ତୁମ ସାଥୀରେ ରହିବା ପାଇଁ।।


ଭଲପାଇବା ଟା ଭୁଲ୍ ବୋଲି ଭାବି

ତୁମକୁ ଯାଇଛି ଭୁଲି

ଆଜି ଯେବେ କୁହ ଭଲପାଅ ବୋଲି

ସ୍ମୃତି ମୋର ସବୁ ଲୁହ ରେ ଯାଉଚି ବୋହି।।


ମନ କହେ ଆଜି ଫେରି ଆସନ୍ତାକାଲି କି

ହଜିଲା ସେ ଦିନ ସବୁ

ମୁଁ ଯାହା ରଖିଛି ଗୋପନେ ସାଇତି 

କହି ଦିଅନ୍ତି ତାହା ସବୁ।।


ଚାଲିଗଲ ତୁମେ ଅଫେରା ବାଟ ରେ

ଆଉ ନ ଫେରିବା ପାଇଁ

ମୁଁ କିନ୍ତୁ ସେଇଠି ଅଟକି ରହିଛି

ତୁମ ଫେରିବା ବାଟକୁ ଚାହିଁ।।


ତୁମେ ଆଷାଢ଼ ର ଗୋଟେ ଗୋପନ ସପନ

ମୁଁ ଅଜଣା ଗାଁ ର ନ‌ଇ

ଯେବେ ଯେବେ ଏଠି ଆଷାଢ଼ ଆସିଛି

ମୋର ଚେତନା ଉଠିଛି ଚେଇଁ।।


ଉଜୁଡା ଅତୀତ ଉଜୁଡି ଗଲେ ବି

ସ୍ମୃତି ତ ସଜାଡି ଦିଏ

ପାଉଁଶ ତଳର ତାତି ରେ ମୋ ଦେହ

ପ୍ରୀତି ର ଦହନ ସହେ।।


ଆଜି ବି ଅଛି ସେ ପାଉଁଶ ଟିକକ

ଅଛି ସେ ପୁରୁଣା ସ୍ମୃତି ର ମହକ

ଅଧା ଜଳି ଅଧା ଅଙ୍ଗାର

ହଜିଲା ସେ ଦିନ ଫେରି କି ଆସିବ

ଦୀପ ତଳ ସଦା ଅନ୍ଧାର।।

                                ସୁନିତା ବାରିକ

                          

  Never miss a story from us, get weekly updates in your inbox.