ଦହିଭାତ


ଦକ୍ଷିଣ ଭାରତର ଲୋକଙ୍କ ଏକ ପସନ୍ଦ ଖାଦ୍ୟ ହେଉଛି ଦହିଭାତ। ତାହାର ପ୍ରସ୍ତୁତି ପ୍ରଣାଳୀ ଉପରେ ଜାଣିବା।
ସାମଗ୍ରୀ:-
୧.ଅରୁଆ ଚାଉଳ
୨.ଦହି
୩.ଘୁଆ ଘିଅ
୪.ଶୁଖିଲା ଲଙ୍କା
୫.ଜିରା
୬.ସୋରିଷ
୭.ରସୁଣ ଖୋଲା
୮.ଧନିଆ ପତ୍ର
୯.ଲୁଣ
୧୦.ଧଳା ବିରି
୧୧.କାଜୁ
୧୨.ହେଙ୍ଗୁ
୧୩.ଭୃସଙ୍ଗ ପତ୍ର
୧୪.କଞ୍ଚା ଲଙ୍କା
ପ୍ରସ୍ତୁତି ପ୍ରଣାଳୀ:-
ଚାଉଳକୁ ଅଧଘଣ୍ଟା ପାଣିରେ ବତୁରେଇ ରଖିବେ।
ତାପରେ ପ୍ରେସର କୁକୁର୍ ସାହାଯ୍ୟରେ ଭାତ କରିବେ, ମନେ ରଖିବେ ଆମେ ଖାଉଥିବା ସାଧାରଣ ଭାତ ଠାରୁ ଟିକେ ଅଧିକା ଶିଝେଇବେ।
ଭାତ ହୋଇଗଲା ପରେ ଦହି ଦେଇ ଭଲ ଭାବରେ ଗୋଳେଇ ଦେବେ।
ପୂର୍ବରୁ ଘୁଆ ଘିଅ ସହିତ ସମସ୍ତ ଫୁଟଣ ସାମଗ୍ରୀରେ ତଡକା ବନେଇ ରଖିଥିବେ।
ସେଇ ତଡକାକୁ ଦହି ଭାତ ଉପରେ ପକାଇ ଗୋଳାଇବେ ଯେମିତିକି ସବୁ ଭଲରେ ମିଶିବ।
ଶେଷରେ ଧନିଆ ପତ୍ର ତା ଉପରେ ପକାଇ କିଛି ସମୟ ରଖିଦେବ।
ତାପରେ ଅନ୍ୟମାନଙ୍କୁ ଦହି ଭାତ ପରଶିବେ।


ତ୍ରିଲୋଚନ କାର୍ଯୀ 

ବାଙ୍ଗାଲୋର 

  Never miss a story from us, get weekly updates in your inbox.