Image

ଆପଣ କଣ ଅନ୍ଧବିଶ୍ବାସୀ କି? ନୁହେଁ ନା...
କୌଣସି ବ୍ୟକ୍ତି ନିଜକୁ ଅନ୍ଧବିଶ୍ୱାସୀ ବୋଲି ସ୍ୱୀକାର କରିବାକୁ ଚାହେଁ ନାହିଁ। କେବଳ ଝାଡ଼ ଫୁଙ୍କ କି ଗୁଣି ଗାରୁଡ଼ି ଉପରେ ବିଶ୍ୱାସ କରିବା ହିଁ ଅନ୍ଧବିଶ୍ୱାସ ନୁହେଁ। ସେହି ସବୁ ତକ ବିଶ୍ୱାସ ଯାହା ଆଖି ବନ୍ଦ କରି ବିନା ପ୍ରଶ୍ନ ରେ ପାଳନ କରାଯାଏ, ଯାହାର କୌଣସି ବୈଜ୍ଞାନିକ ତର୍କପୂର୍ଣ ଆଧାର ନାହିଁ, ସେଇ ସବୁ ବିଶ୍ୱାସକୁ ଅନ୍ଧବିଶ୍ୱାସ ବୋଲି କୁହାଯାଏ। ଆସନ୍ତୁ, ଆମ ଦୈନନ୍ଦିନ ଜୀବନରେ ପାଳନ ହେଉଥିବା ଏହି ସବୁ ଅନ୍ଧବିଶ୍ୱାସ କୁ ଚିହ୍ନିବା ସହ ଏହାକୁ ନିଜ ବନ୍ଧୁ ପରିଜନ ମାନଙ୍କୁ ମଧ୍ୟ ଚିହ୍ନେଇବା।
1. ବାମହାତରେ ଟଙ୍କା ଦେବା ବା ନବା ଅଶୁଭ।
2. ଘରେ କେହି ବେମାର ପଡିଲେ ଲଙ୍କା ଧୂଆଁ ଦେବା।
3. ଘରେ, ଦୋକାନ ଓ ଯାନବାହନ ରେ ଲେମ୍ବୁ ଲଙ୍କା ହାର ଟାଙ୍ଗିବା।
4. ବାହୁ ବା ଗଳାରେ ଡେଉଁରୀଆ, ତାବୀଜ ବା କଳା ସୂତା ବାନ୍ଧିବା।
5. ବିଲେଇ ରାସ୍ତା ପାର କରିବା ଅଶୁଭ।
6. ଚପଲ ଓଲଟା ରଖିବା ଅଶୁଭ।
7. ହାତରୁ ଲଙ୍କା ନେଲେ  ବା ଦେଲେ ଝଗଡା ହୁଏ।
8. ପରୀକ୍ଷା ପୂର୍ବରୁ ଦହି ଚିନି ଖାଇଲେ ଶୁଭ।
9. ଘରୁ ବାହାରକୁ ଯାଉଥିଲା ବେଳେ ପଛରୁ ଡାକିଲେ ବା ଛିଙ୍କିଲେ ଅଶୁଭ।
10. କଳା ରଙ୍ଗ ବା କପଡା ଅଶୁଭ।
11. ଗୁରୁବାର, ଶନିବାର ଓ ମଙ୍ଗଳବାର ବାଳ, ଦାଢ଼ି ବା ନଖ କାଟିବ, ସିଲେଇ କରିବା ଅଶୁଭ।
12. ରାତିରେ ଝାଡ଼ୁ କରିବା ଅଶୁଭ।
13. ରବିବାର, ଗୁରୁବାର ପିତା ଖାଇବା ଅନୁଚିତ।
14. ଶନିବାର ତେଲ ଦାନ ଶୁଭ।
15. ନଜର ଲାଗିବ।
16. ବିଧବା ଓ ସନ୍ତାନ ହୀନ ମାନେ ଅଶୁଭ।
17. ପିଲାଙ୍କୁ କଳା ଟୀକା ଲଗେଇବା ଅଶୁଭ।
18. ନଇ ରେ ଟଙ୍କା ପକେଇବ।
19. ଶନିବାର ରେ ଲୁହା କିଣିବା ଅଶୁଭ।
20. ଗୁରୁବାର ରେ ଟଙ୍କା ନ ଦେବା।
21. 13 ସଂଖ୍ୟାଟିକୁ ଅଶୁଭ ଭାବିବା।
22. କୌଣସି ବିଶେଷ ବ୍ୟକ୍ତି ବସ୍ତୁ ପୋଷାକ କଲମ ରଙ୍ଗ ବା ମୁହୁର୍ତ୍ତ କୁ ଶୁଭ ବା ଅଶୁଭ ବୋଲି ମନେ କରିବା।
23. ଶବ ଯାତ୍ରା ଦେଖିବା ଶୁଭ।
24. ପେଚା, ଏକ ବଣି ଅଶୁଭ, ଯୋଡ଼ା ବଣି ଶୁଭ।
25. ଝିଟିପିଟି ଉପରେ ପଡିବା ଅଶୁଭ।
26. ସକାଳୁ ନିର୍ଦ୍ଧିଷ୍ଟ ବ୍ୟକ୍ତି ବା ଜାତିର ବ୍ୟକ୍ତି ର ମୁହଁ ଦେଖିବା ଅଶୁଭ।
27. ଧନ ତେରସ ଦିନ ସୁନା କିଣିବା ଶୁଭ।
28. ଦୁଇଟି ଝାଡ଼ୁ ସାଙ୍ଗରେ ରହିଲେ ଝଗଡ଼ା।
29. କିନ୍ନର ମାନଙ୍କ ଆଶୀର୍ବାଦ ଶୁଭ।
30. ସପ୍ତାହରେ ନିର୍ଦ୍ଧିଷ୍ଟ ବାରରେ ଆମିଷ ଖାଇବା।
ଏଇମିତି ଅନେକ । ଏହି ସବୁ ଶୁଭ ବା ଅଶୁଭ ର ବିଚାର କେବଳ ମଣିଷ ମନର ଡର। ତେଣୁ କୌଣସି କଥା ବା ଘଟଣା କୁ  ବୈଜ୍ଞାନିକ ତର୍କ ଦ୍ୱାରା ପରୀକ୍ଷା କରନ୍ତୁ, ଏବଂ ବିନା ଡ଼ରରେ ଚିନ୍ତା କରନ୍ତୁ। ଅନ୍ଧବିଶ୍ୱାସ ରୁ ନିଜକୁ ଓ ନିଜ ପରିବେଶକୁ ମୁକ୍ତ ରଖନ୍ତୁ।
ରାଜବାଳା