Image

ଅଣ୍ଡା ଆମିଷ ନା ନିରାମିଷ? ଅନେକ ବ୍ୟକ୍ତିଙ୍କର ଏହା ଉପରେ ସନ୍ଦେହ ଥାଏ। ଆସନ୍ତୁ ଏହା ଉପରେ ଆଲୋଚନା କରିବା।
ଅଣ୍ଡା ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ। ଫର୍ଟିଲାଇଜ଼ଏଡ଼ ଆଉ ଅନଫର୍ଟିଲାଇଜ଼ଏଡ଼ । ସାଧାରଣତଃ ଏକ ବୟସ୍କ କୁକୁଡାଟିଏ ପ୍ରତି 24 ରୁ 27ଦିନରେ ଥରେ ଅଣ୍ଡା ଦେଇଥାଏ। ଯଦି ଗଞ୍ଜା ସହ ମିଳନ ପରେ ଅଣ୍ଡାଟି ଆସିଥାଏ ତାହା ଫର୍ଟିଲାଇଜ଼ଏଡ଼ ଯାହା ମଧ୍ୟରେ ଭ୍ରୁଣ ରହିଥାଏ ଏବଂ ଏହାକୁ  ଉଷୁମେଇଲା ପରେ ଏହା ମଧ୍ୟରୁ କୁକୁଡ଼ା ଚିଆଁ ଜନ୍ମନେଇଥାଏ।
କିନ୍ତୁ ଗଞ୍ଜା ସହ ବିନା ମିଳନରେ ମଧ୍ୟ କୁକୁଡାଟି ଅଣ୍ଡା ଦେଇ ଥାଏ। ସେହି ଅଣ୍ଡା ଗୁଡିକ ଅନଫର୍ଟିଲାଇଜ଼ଏଡ଼ ଏବଂ ଏଥିରେ ଭ୍ରୁଣ ନଥାଏ। ଏହି ଅଣ୍ଡାକୁ ଉଷୁମେଇଲା ପରେ ବି ଏଥିରୁ କୌଣସି କୁକୁଡ଼ା ଚିଆଁ ଜନ୍ମ ନେଇପାରେ ନାହିଁ। ବଜାରରେ ମିଳୁଥିବା ଅଣ୍ଡା ଗୁଡିକ ଯାହା ଆମେ ଖାଉ ତାହା ଏହି ନନଫର୍ଟିଲାଇଜ଼ଏଡ଼ ହିଁ ହୋଇଥାଏ ।ଏବଂ ଫର୍ଟିଲାଇଜ଼ଏଡ଼ ଅଣ୍ଡା କେବଳ କୁକୁଡ଼ା ଚିଆଁ ଉତ୍ପାଦନ ପାଇଁ ବ୍ୟବହାର କରାଯାଏ। ଯଦି ଆମିଷ ସହ ଜୀବନର ଉପସ୍ଥିତିକୁ ଯୋଡି ଦେଖାଯାଏ ତେବେ ଆମେ ଖାଉଥିବା ଅନଫର୍ଟିଲାଇଜ଼ଏଡ଼ ଅଣ୍ଡାଗୁଡିକ ଆମିଷର ଅନ୍ତର୍ଭୁକ୍ତ ନୁହେଁ।

ରାଜବାଳା