Image

ବଳାତ୍କାରୀକୁ ଦଣ୍ଡ ମିଳିବା ଯେତିକି ଜରୁରୀ ବଳାତ୍କାର ପିଡୀତା କୁ ଏକ ସାଧାରଣ ନାରୀ ଭଳି ସମାଜ ରେ ସ୍ଥାନ ମିଳିବା ସେତିକି ଜରୁରୀ। ଦେଖାଯାଏ ଏଭଳି ଅଘଟଣ ପରେ ପିଡୀତା କୁ ଏକ ଦୁର୍ବିସହ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡେ। ସତେ ଅବା ତା ଜୀବନଟି ଏଇଠି ସରିଗଲା। ଜଣେ ସାଧାରଣ ନାରୀ ଭାବେ ବଚିବା ତା ପାଇଁ କଷ୍ଟକର ହୋଇପଡେ। ଇଜ୍ଜତ ଲୁଟିଗଲା, ସବୁସରିଗଲା, ଆଉ ଜୀବନରେ ଅଛି କଣ, ଏମିତି କହି ପରୋକ୍ଷରେ ତାକୁ ମରିବା ପାଇଁ ବାଧ୍ୟ କରାଯାଏ। ଏଭଳି ମାନସିକ ନିର୍ଯାତନା ଓ ଅଦୃଶ୍ୟ ସାମାଜିକ ବାସନ୍ଦ ନ ସହିପାରି ଅନେକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଅନ୍ତି। ଏମିତି ଲାଗେ ଯେମିତି ଦେ।ଷୀକୁ ଦଣ୍ଡ ମିଳିବା  ଆଗରୁ ଦଣ୍ଡ ମିଳେ ପିଡୀତା କୁ ଏକ ଅକରଣୀୟ ଭୂଲ ପାଇଁ। ଏଇଠି ପ୍ରଶ୍ନ ଉଠେ, ବଳାତ୍କାରୀକୁ ଉଚିତ ଦଣ୍ଡ ହୁଏତ ଆଇନ ଦେଇପାରେ କିନ୍ତୁ ପିଡୀତା କୁ ତାର ସାମାଜିକ ସ୍ଥାନ ଏକ ସାଧାରଣ ଜୀବନ ଏସବୁ କିଏ ଦେବ, ଆଇନ ନା ଆମେ। ବଳାତ୍କାରୀକୁ ଦଣ୍ଡ ଦେବାପାଇଁ ଆମେ ଯେତେ ଯତ୍ନବାନ ହେଉଛୁ ପିଡୀତା ର ସାମାଜିକ ସ୍ଥାନ ସୁରକ୍ଷା ପାଇଁ ସେତେ ଯତ୍ନବାନ କି। ଆମେ କଣ ନିଜ ମାନସିକତା କୁ ବଦଳେଇ ଦେଇପାରିଛୁ। ଟିକିଏ ନିଜକୁ ଭଲଭାବରେ ବ୍ୟବଛେଦ କରି ଦେଖନ୍ତୁ ତ...ଆମେ ମାନେ କଣ ସତରେ ଆଧୁନିକ ସମାଜ ର ମଣିଷ...🤔🤔

ରାଜବାଳା