Image

ସାମାଜିକ ଧାରଣା:  ଶିଶୁଟିଏ ଝିଅକି ପୁଅ ହେବ, ସେ ପାଇଁ ମା ହିଁ ଦାୟୀ। 👇
✍️ପୁତ୍ର ମୋହରେ ପାଗଳ ଆମ ସମାଜ ଝିଅଟିଏ ଜନ୍ମ ପାଇଁ ମାଆଟିକୁ ହିଁ ଦାୟୀ କରେ। ଝିଅଟିର ମାଆକୁ ତା ପରିବାରଠାରୁ ଅନେକ ଗଞ୍ଜଣା ଓ ଅନେକ ଜାଗାରେ ଶାରୀରିକ ଓ ମାନସିକ ଅତ୍ୟାଚାରର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ। ଅନେକ ନିଜ ସ୍ୱାମୀଦ୍ୱାରା ଅବହେଳିତ ମଧ୍ୟ ହୋଇଥାନ୍ତି। ପିଲାର ଲିଙ୍ଗ ପାଇଁ ଯେ ମା ଦାୟୀ ଏହା ଏକ ଅହେତୁକ ଧାରଣା ଏବଂ ଏହି ଧାରଣା  ଜ୍ଞାନହୀନ ମସ୍ତିଷ୍କର ପରିଚୟ ପ୍ରଦାନ କରେ।
👩‍🏫ପୁରୁଷର କୋଷରେ ଦୁଇ ପ୍ରକାରର ଲିଙ୍ଗଗତ ଗୁଣ ନିର୍ଣ୍ଣୟକାରୀ ଗୁଣସୂତ୍ର ଥାଏ, ତାହା ହେଲା X ଏବଂ Y।ତେଣୁ ପୁରୁଷଟି ଦୁଇ ପ୍ରକାରର ଶୂକ୍ରାଣୁ ଉତ୍ପନ୍ନ କରେ, X ଗୁଣସୂତ୍ର ବିଶିଷ୍ଟ ଏବଂ Y ଗୁଣସୂତ୍ର ବିଶିଷ୍ଟ। ସେହିପରି ଭାବେ ନାରୀଟିର ଶରୀରରେ କେବଳ ଏକ ପ୍ରକାରର ଲିଙ୍ଗଗତ ଗୁଣ ନିର୍ଣ୍ଣୟକାରୀ ଗୁଣସୂତ୍ର ଥାଏ, ତାହା ହେଲା X। ତେଣୁ ନାରୀ କେବଳ ଏକ ପ୍ରକାରର ଡିମ୍ବାଣୁ ଉତ୍ପନ୍ନ କରେ, ତାହା ହେଲା, X ଗୁଣସୂତ୍ର ବିଶିଷ୍ଟ ଡିମ୍ବାଣୁ। ଯେତେବେଳେ ପୁରୁଷର X ଗୁଣସୂତ୍ର ବିଶିଷ୍ଟ ଶୂକ୍ରାଣୁ ନାରୀର ଡିମ୍ବାଣୁ(X) ସହ ମିଳିତ ହୁଏ, ଭ୍ରୁଣର କୋଷରେ X Y ଗୁଣସୂତ୍ର ଯୋଡ଼ା ତିଆରି ହୁଏ, ଯାହା ଫଳରେ ଭ୍ରୂଣଟି ପୁତ୍ର ସନ୍ତାନ ହୋଇ ଜନ୍ମ ହୁଏ। ଏବଂ ଯଦି ପୁରୁଷର Y ଗୁଣସୂତ୍ର ବିଶିଷ୍ଟ ଶୂକ୍ରାଣୁ ନାରୀର(X) ଡିମ୍ବାଣୁ ସହ ମିଳିତ ହୁଏ ତେବେ ଭ୍ରୁଣଟିର କୋଷରେ X X ଗୁଣସୂତ୍ର ଯୋଡ଼ା ତିଆରି ହୁଏ, ଯାହା ଫଳରେ ସେ କନ୍ୟା ଶିଶୁ ହୋଇ ଜନ୍ମ ନିଏ।ତେଣୁ ଶିଶୁଟିର ଭୃଣ ନିର୍ଣ୍ଣାୟକରେ ନାରୀର କୌଣସି ଭୁମିକା ନାହିଁ। କାରଣ ତା ପାଖରେ କେବେଳ X ଗୁଣସୂତ୍ର ବିଶିଷ୍ଟ ଡିମ୍ବାଣୁ ରହିଥାଏ। କିନ୍ତୁ ପୁରୁଷଟି ପାଖରେ ଉଭୟ X ଗୁଣସୂତ୍ର ବିଶିଷ୍ଟ ଏବଂ Y ଗୁଣସୂତ୍ର ବିଶିଷ୍ଟ ଶୂକ୍ରାଣୁ ଥାଏ। ତଥାପି ମଧ୍ୟ ଭ୍ରୁଣର ଲିଙ୍ଗ ପାଇଁ ଆମେ ପୁରୁଷଟିକୁ ଦାୟୀ କରିପାରିବୁ ନାହିଁ। କାରଣ ଡିମ୍ବାଣୁ ସହ କେଉଁ ପ୍ରକାରର ଶୁକ୍ରାଣୁର ମିଳନ ଘଟିବ ତାହା ସମ୍ପୁର୍ଣ୍ଣ ଅନିୟନ୍ତ୍ରିତ ଶାରୀରିକ ବ୍ୟାପାର। ଏହାକୁ ପୁରୁଷ ନିୟନ୍ତ୍ରିତ କରିପାରିବ ନାହିଁ।ତେଣୁ ଭ୍ରୁଣର ଲିଙ୍ଗ ପାଇଁ ନାରୀ କି ପୁରୁଷ କେହି ଦାୟୀ ନୁହଁନ୍ତି।
👉ଏହି କଥାଟିକୁ ବୁଝନ୍ତୁ ଜାଣନ୍ତୁ ଓ ଅନ୍ୟକୁ ବୁଝାନ୍ତୁ ଓ ସଚେତନ କରାନ୍ତୁ। ଆପଣଙ୍କର ପରିବାରରେ ବା ଆଖପାଖରେ ଏ ଭଳି ଘଟଣା ଘଟୁଥିଲେ ଜଣେ ସଚେତନ ନାଗରିକ ହିସାବରେ ବିରୋଧ କରନ୍ତୁ। ଅନ୍ଧବିଶ୍ୱାସର ଅନ୍ଧକାର କବଳରୁ ନାରୀକୁ ତଥା ସମାଜକୁ ରକ୍ଷା କରନ୍ତୁ।
(🙏ନାରୀ ଓ ପୁରୁଷ ଉଭୟ ସମାଜ ପାଇଁ ଆବଶ୍ୟକୀୟ। ତେଣୁ ଲିଙ୍ଗଗତ ଭେଦଭାବରୁ ନିଜକୁ ଦୂରେଇ ରଖନ୍ତୁ)

ରାଜଵାଳା