ଏ ଯୁଗର ବିକଟାଳ ଓଡ଼ିଆ ଗୀତ

ଆମ ଓଡିଶା , ମାଟି ମା ଉତ୍କଳ !
ସୁନ୍ଦର ରାଇଜ ମୋର କେଡେ ମିଠା ମୋ ଭାଷା,  
ନୁହେଁ କି?
କିନ୍ତୁ ଏ କଣ ,
ମୋ ଭାଷା ଏତେ ସରଳ ଆଉ ସାବଲୀଳ ହୋଇ ମଧ୍ୟ ଓଡ଼ିଆ ଗୀତ ମାନଙ୍କରେ ଓଡ଼ିଆ ଶବ୍ଦର ଘୋର ଅଭାବ ହେଉଛି | ଯେଉଁମାନେ ଓଡ଼ିଆ ଗୀତର ସଂଳାପ ଲେଖୁଛନ୍ତି, ସେମାନେ ଏମିତି ପାଗଳାମି କାହିଁ କରୁଛନ୍ତି,  ସେମାନଙ୍କୁ କଣ ଓଡ଼ିଆ ଶବ୍ଦ ବ୍ୟବହାର କରିବାରେ କଷ୍ଟ ଲାଗୁଛି ନା ଲାଜ ? ପ୍ରକୃତରେ ଓଡ଼ିଆ ଶବ୍ଦ ବ୍ୟବହାର କରିବାରେ କଣ ବା' ଅସୁବିଧା ରହିଛି  | ଆମେ ଯୁବପିଢୀ ମାନେ ଓଡ଼ିଆ ଗୀତ ଶୁଣିବାରେ ଆତୁର କିନ୍ତୁ ଏଇ ହିନ୍ଦୀ- ଉର୍ଦୁ  ମିଶା ଦରମରା ଖଣ୍ଡିଆ ଖାବରା ଓଡ଼ିଆ ଗୀତ ଶୁଣିପାରିବୁ ନାହିଁ | ଏମିତି ଖଣ୍ଡିଆ ଖବର ଓଡ଼ିଆ ଗୀତ ଶୁଣି ଆମ ଦେହରୁ ଲହୁ ଝରୁଛି ଲହୁ  | ଆମେ ମାନେ ଆମ ନିଜ ଭାଷାର ଗୀତ ଶୁଣିବାକୁ ଚାହୁଁ , କିଛି ମିଶାମିଶି କି ଭେଜାଲ ନୁହେଁ | ହେଇ, ଏବେ ମନେ ପଡ଼ିଯାଏ ସୁନ୍ଦର ଗୀତଟିଏ  " ରୂପା ଶଗଡ଼ିରେ ସୁନା କନିଆଁ" , ଏଇ ଗୀତଟି କାହା ମନକୁ ବା ନ ଛୁଇଁଛି ? ଆଜି ମଧ୍ୟ ପ୍ରତ୍ୟେକ ଓଡ଼ିଆ ମନରେ ଏଇ ଗୀତଟି ରାଜ କରୁଛି ଆଉ କରୁଥିବ ମଧ୍ୟ | କିନ୍ତୁ ଆଜିକାଲିର ଓଡ଼ିଆ ଗୀତ ଶୁଣିଲେ କାନ୍ଦିବାକୁ ଇଚ୍ଛା ହୁଏ , ଯେଉଁଥିରେ କି ଓଡ଼ିଆ ଶବ୍ଦର ଅଭାବ ସାଙ୍ଗକୁ , ଯେମିତି ସେମିତି ଗୋଟେ ଗୀତ ବନେଇ ବଜାରକୁ ଛାଡିଦିଅ | ଆଉ ସେଥିରେ କେଇ କେତେଟା ବାତେରା ମଦୁଆ ଯେ କି ଏମିତି ସବୁ ଗୀତକୁ ଶୁଣି ମନ ଭରି ଉପଭୋଗ କରିଥାନ୍ତି | କିନ୍ତୁ ଆମ ପାଇଁ କ'ଣ କାଇଁ , ଏ ସବୁ ଗୀତ ଶୁଣି ସ୍ୱାଭିମାନୀ ଓଡ଼ିଆର ଛାତି ଫାଟିଯିବ , ସେମିତିକା ଗୀତ ଶୁଣି ଲୁହ ତ ଦୂରର କଥା 'ଲହୁ' ଝରୁଛି |
ଏଇ ସୁନ୍ଦର ଭାଷାଟି ଶାସ୍ତ୍ରୀୟ ଭାଷା ମାନ୍ୟତା କ୍ଷେତ୍ରରେ ଷଷ୍ଠ ସ୍ଥାନ ଅଧିକାର କରିଛି ଯାହାକି ଆମ ଓଡ଼ିଆ ଜାତି ପାଇଁ ଏକ ଗର୍ବ ଆଉ ଗୌରବର କଥା |  ବିଦେଶୀ ଓ ବିଦେଶିନୀ ଆସି ଓଡ଼ିଆ ଶିଖି ଚାଲିଯାଉଛନ୍ତି ପୁଣି ସେଥିରେ ସେମାନେ ଓଡ଼ିଆ ଜାତି , ଓଡ଼ିଆ ଭାଷା ଆଉ ଓଡ଼ିଆ ମାଟିକୁ ଭଲ ପାଇପାରୁଛନ୍ତି ତାହାଲେ ଆମେ ଆମ ନିଜ ମାଟି  ମା' ପ୍ରତି ଏତେ ଅବହେଳିତ କଣ ପାଇଁ?  ଓଡ଼ିଆ ହୋଇ ଯାହା ତ ସ୍ନେହ କରୁଛେ ନିଜ ମାଟିକୁ ସେ କଥା ପ୍ରଭୁ ଜଗନ୍ନାଥଙ୍କୁ ଜଣା ସେଥିରେ ପୁଣି ଓଡ଼ିଆ ଗୀତ - ସଙ୍ଗୀତ ନେଇ ଏତେ ଛଳନା ଆଉ କପଟ କାଇଁ କରୁଛେ ?

ଧନ୍ୟବାଦ |

  Never miss a story from us, get weekly updates in your inbox.