"ଓଡିଶାର ସ୍ବତନ୍ତ୍ରତା"

ଜଗତ ସରସେ ଉତ୍କଳ କୋମଳ                            ତା ମଧ୍ଯେ କେଶର ପୁଣ୍ଯ ନୀଳାଚଳ l                      ଥିଲେ ଯହିଁ ତହିଁ ଭାରତ ବକ୍ଷରେ                          ମଣିବି ମୁଁ ଅଛି ଆପଣା କକ୍ଷରେ ll            ରାଜ୍ଯମାନଙ୍କ ମଧ୍ଯରେ ସୁପ୍ରତିଷ୍ଠିତ ରାଜ୍ଯ ଭାବରେ ଓଡିଶା ବିଶ୍ବଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି l ଓଡିଶାର ଚତୁଃପାର୍ଶ୍ବରେ ନଦୀ, ନାଳ, କ୍ଷେତ, ସବୁଜବନାନୀ ତାର କାୟା ବିସ୍ତାର କରିଛି l ମହାନଦୀ, କାଠଯୋଡି, ବୈତରଣୀ, ବ୍ରାହ୍ମଣୀ, ଚିତ୍ରତ୍ପୋଳା, ମହେନ୍ଦ୍ରତନୟା ଏବଂ ଦୟା ଭଳି ନଦୀ ଏ ରାଜ୍ଯର ମୁଖଶାଳା l ପୃଥିବୀ ପ୍ରସିଦ୍ଧ କୋଣାର୍କ ମନ୍ଦିର ଏବଂ ଜଗତର ନାଥ ଜଗନ୍ନାଥଙ୍କ ଧାମ ନୀଳାଚଳଧାମ ଅନୁପମ କଳାର ଅଧିକାରୀ l ପିପିଲି, ଚାନ୍ଦୁଆ, କଟକନଗର ରୂପା ତାରକସି କାମ, ସମ୍ବଲପୁର ଶାଢୀ ପାଇଁ ଓଡିଶାର ନାମ ସାରା ବିଶ୍ବରେ ବିଖ୍ୟାତ l ହୀରାକୁଦ ଜଳଭଣ୍ତାର, ଚିଲିକାର ହ୍ରଦଭରା ନୀଳଜଳ, ଶିମିଳିପାଳ ଅଭୟାରଣ୍ଯ ଜନ୍ତୁଙ୍କର ଲୀଳାଖେଳା ଏ ଓଡିଶା ମାଟି l ଆଜି ଶୂକଦେଇଙ୍କ ପରି ବୀରାଙ୍ଗନା ଏବଂ ଖାରବେଳଙ୍କ ଗାଥା ଓଡିଶାର କୀର୍ତ୍ତିମାନ ଗୌରବକୁ ପ୍ରତିପାଦିତ କରୁଛି l ଚଣ୍ତାଶୋକରୁ ଧର୍ମାଶୋକକୁ ରୂପାନ୍ତରିତ କରି ଓଡିଶା ତା ଇତିହାସରେ ଏକ ଗୌରବମାନ ଇତିହାସ ଯୋଡିଦେଇଛି  l ଓଡିଶାର ମାତୃଭାଷା ସୁନ୍ଦର ମଧୁର ଓଡିଆ ଭାଷା ଯାହା ଆଜି ଯଶକୀର୍ତ୍ତିରେ ଶିଖରସ୍ଥାନ ଛୁଇଁପାରିଛି ଏବଂ ଓଡିଶାକୁ ମହିମାନ୍ବିତ କରିଛି l

  Never miss a story from us, get weekly updates in your inbox.