Image

ପିଲାଙ୍କୁ ଯେବେ respiratory system ପଢାଏ।  ଶବ୍ଦଟେ ଆସେ, adam's apple। ଏହି ଶବ୍ଦ ଟି larynx ବା ବାକ ପେଟିକାର ଗଳାର ସାମ୍ନାରେ ବାହାରୁ ଦେଖାଯାଉଥିବା ଅଂଶଟି ପାଇଁ ବ୍ୟବହାର କରାଯାଏ। ଯାହା ପୁରୁଷମାନଙ୍କରେ ବେଶ ଭଲରେ ଦେଖାଯାଏ। କିନ୍ତୁ ମହିଳାମାନଙ୍କରେ ଏହା ଏତେ ସ୍ପଷ୍ଟ ଭାବେ ଦେଖାଯାଏନାହିଁ । ହେଲେ ଏହାକୁ ଆଦମଙ୍କ ଅପଲ ବୋଲି କୁହାଯାଏ କାହିଁକି। ପିଲାମାନଙ୍କର ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବାଇବେଲରେ ବର୍ଣିତ ଆଦମ ଓ ଇଭଙ୍କ ଗପ କହିବାକୁ ପଡେ। ଇଡେନ ଗାର୍ଡେନର ସେ ନିଷିଦ୍ଧ ସେଓ ଗଛ ଯାହାର ଫଳ ଖାଇବାକୁ ଗଡ଼ ବାରମ୍ବାର କରି ବାରଣ କରିଥିଲେ । ସେଓ ଗଛ ବିଷୟରେ ଇଭଙ୍କ କୌତୁହଳି ମନର କୌତୁହଳକୁ ଆହୁରି ବେଶି ବଢ଼େଇଦେଇଥିଲା ସୈତାନ ସାପ । ଆଦମଙ୍କ ମନକୁ ବୁଝେଇ ସୁଝେଇ ସେଓଟି ତୋଳା ଯାଇଥିଲା। ଫାଳେ ଇଭ ଖାଇଦେଇଥିଲେ, କିନ୍ତୁ ତାଙ୍କ ଭାଗର ସେଓ ଫାଳକ ଆଦମ ଗିଳିବା ପୂର୍ଵରୁ ତଂଟିରେ ଅଟକେଇ ଦେଇଥିଲେ ଗଡ଼। ମଝି ତଂଟିରେ ଅଟକି ଯାଇଥିଲା ସେଓ ଯାହା ଆଜି ମଧ୍ୟ ପୁରୁଷ ତଂଟିରୁ ସ୍ପଷ୍ଟ ଭାବରେ ଦେଖାଯାଏ। ଏଇଥି ପାଇଁ ତାକୁ ଆଦମଙ୍କ ସେଓ ବୋଲି କୁହାଯାଏ। ଆହୁରି ମଧ୍ୟ କୁହାଯାଏ, ଯେହେତୁ ନିଷିଦ୍ଧ ସେଓଟିକୁ  ଇଭ ପୁରା ଖାଇଦେଇଥିଲେ, ସେଓର ପ୍ରଭାବରେ ସେ ହୋଇଗଲେ ପାପିନି,  ମିଥ୍ୟାବାଦୀନି ଏହି ପରି ଅନେକ ବଦଗୁଣର ଅଧିକାରୀ। ସେଓଟି ଗିଳି ନଥିବା ହେତୁ ଆଦାମ ନିଷ୍ପାପ ରହିଲେ। ଇଭଙ୍କ ଉତ୍ତରାଧିକାରୀ ଭାବେ ନାରୀ ମାନେ ସେହିସବୁ ବଦଗୁଣର ଅଧିକାରୀ ହୋଇଛନ୍ତି, ଆଉ ଆଦମଙ୍କ ଉତ୍ତରାଧିକାରୀ ଭାବେ ପୁରୁଷମାନେ ହୋଇଛନ୍ତି ନିଷ୍ପାପ। ଗପ ସରୁ ସରୁ ଶୁଖିଯାଇଥାଏ ଝିଅମାନଙ୍କ ମୁହଁ। ଏବେ ଆସେ ଗପରେ ହେତୁବାଦର ସ୍ପର୍ଶଦେବାର ଦାୟିତ୍ୱ। ହେତୁବାଦର ପ୍ରଥମ ସର୍ତ୍ତ ହେଲା କୌତୁହଳ, ଜିଜ୍ଞାସା ଓ ପ୍ରଶ୍ନ। ଯାହା ଆସିଥିଲା କେବଳ ଇଭଙ୍କ ମନରେ । ଯାହାର ଫଳସ୍ୱରୂପ ପୃଥିବୀରେ ମାନଵ ସଭ୍ୟତାର ସ୍ଥିତି ସମ୍ଭବ ହୋଇପାରିଛି। ତେଣୁ ଆମେମାନେ ଇଭଙ୍କ ଠାରେ କୃତଜ୍ଞ ରହିବା ଉଚିତ।  ଆମେ ହେତୁବାଦର ପ୍ରଥମ ପର୍ଯ୍ୟାୟ ତାଙ୍କ ମନରୁ ହିଁ ଆରମ୍ଭ ହୋଇଛି ବୋଲି କହିପାରିବା। ସୃଷ୍ଟି ର ଆରମ୍ଭ ପାଇଁ ଦାୟୀ ଇଭ ପୁଣି କେମିତି ପାପୀନୀ ହୋଇପାରିବେ ଆଉ ତାଙ୍କ ଉତ୍ତରାଧିକାରୀ ଭାବେ ଝିଅମାନେ ।😊
ପ୍ରକୃତରେ ପୁରୁଷମାନଙ୍କର ବୟୋପ୍ରାପ୍ତି ପରେ ସେମାନଙ୍କ ବାକଯନ୍ତ୍ର ର ଆକାର ନାରୀମାନଙ୍କ ଠାରୁ ବଡ଼ ହୋଇଯାଏ। ଯାହା ଗଳାର ବାହାରୁ ସ୍ପଷ୍ଟ ଭାବେ ଦେଖାଯାଏ। ଏହା ହେଉଛି Adam's Apple। ସବୁଠୁ ଜରୁରୀ କଥା ହେଉଛି, ଆମର ସୃଷ୍ଟି କୌଣସି ଆଦମ ବା ଇଭ ବା ମନୁ କି ଶ୍ରଦ୍ଧାଙ୍କ ଠାରୁ ହେଇନି। ଆମେ ଲକ୍ଷ ଲକ୍ଷ ବର୍ଷର ବିବର୍ତନବାଦର ଫଳ କେବଳ। ଗପ ଶୁଣୁ ଶୁଣୁ ଏଇଟା ଭୁଲିଯିବା ଠିକନୁହେଁ। 😊
ରାଜବାଳା...